ବିଜ୍ଞାନର ଉନ୍ନତିରେ ଯୁବଶକ୍ତିର ଭୂମିକା

”ରମଣଙ୍କ ନୋବେଲ ପୁରସ୍କାର ଲାଭର ଦୀର୍ଘ ୯୦ବର୍ଷ ବିତିଯାଇଥିଲେ ସୁଦ୍ଧା ଭାରତର ଅନ୍ୟ କୌଣସି ବୈଜ୍ଞାନିକ ଇତିମଧ୍ୟରେ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପାଇବାକୁ ସମର୍ଥ ହୋଇନାହାନ୍ତି। ଆମ ଦେଶରେ ରମଣଙ୍କ ଦ୍ୱାରା ପ୍ରତିଷ୍ଠିତ ବିଜ୍ଞାନର ଏଭଳି ଉନ୍ନତ ପରମ୍ପରା ସତ୍ତ୍ୱେ ଆଜିର ଯୁବପିଢ଼ି କିନ୍ତୁ ମୌଳିକ ଗବେଷଣା ପ୍ରତି ବିଶେଷ ଆଗ୍ରହ ପ୍ରକାଶ ନ କରି ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଧିକ ରୁଚି ରଖୁଛନ୍ତି। ଏହି କାରଣରୁ ଆମର ଦେଶ ଏବେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ପଛରେ ରହିଛି। ବିଜ୍ଞାନର ବିକାଶରେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।“

ଭାରତ ଭଳି ଏକ ବିକାଶଶୀଳ ଦେଶ ପାଇଁ ବିଜ୍ଞାନ ଗବେଷଣା କେବଳ ଏକ ତାତ୍ତ୍ୱିକ ଉପଲବ୍ଧି ନୁହେଁ; ବରଂ ସୁଦୃଢ଼ ଅର୍ଥନୀତି ଓ ରାଷ୍ଟ୍ରୀୟ ପ୍ରଗତି ପାଇଁ ଏକ ଅମୂଲ୍ୟ ସମ୍ପଦ। ସୁତରାଂ ସରକାର ଦେଶରେ ବିଜ୍ଞାନ ଗବେଷଣାର ପ୍ରଚାର ଓ ପ୍ରସାର ନିମନ୍ତେ ଯେ କେବଳ ଅଧିକ ରାଶି ବିନିଯୋଗ କରିବା ଉଚିତ ତା’ ନୁହେଁ, ବରଂ ବିଦ୍ୟାର୍ଥୀମାନଙ୍କ ମନରେ ଭରସା ଜାଗ୍ରତ କରିବା ଉଚିତ ଯେ ଏ କ୍ଷେତ୍ରରେ ଅଧ୍ୟୟନ ଏକ ମର୍ଯ୍ୟାଦାପୂର୍ଣ୍ଣ ଓ ସାମାଜିକ ପ୍ରତିଷ୍ଠା ସମ୍ପନ୍ନ ଦିଗନ୍ତ। ଉଦାହରଣ ସ୍ବରୂପ ସାର୍‌ ଚନ୍ଦ୍ରଶେଖର ଭେଙ୍କଟ ରମଣ ଆମ ଦେଶର ଜଣେ ସୁନାମଧନ୍ୟ ବୈଜ୍ଞାନିକ। ସେ ୧୯୩୦ ମସିହାରେ ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ବୈଜ୍ଞାନିକ ରୂପେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲେ। ଘୋର ପରିତାପର ବିଷୟ ଯେ, ରମଣଙ୍କ ପରଠାରୁ ଭାରତରେ ବିଜ୍ଞାନ ଗବେଷଣାର ପ୍ରଚାର ଓ ପ୍ରସାରରେ ଆଖିଦୃଶିଆ ଅଭିବୃଦ୍ଧି ଘଟିନାହିଁ। ଆହୁରି ମଧ୍ୟ ରମଣଙ୍କ ନୋବେଲ ପୁରସ୍କାର ଲାଭର ଦୀର୍ଘ ୯୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଭାରତର ଅନ୍ୟ କୌଣସି ବୈଜ୍ଞାନିକ ଇତିମଧ୍ୟରେ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପାଇବାକୁ ସମର୍ଥ ହୋଇ ନାହାନ୍ତି। ଆମ ଦେଶରେ ରମଣଙ୍କ ଦ୍ୱାରା ପ୍ରତିଷ୍ଠିତ ବିଜ୍ଞାନର ଏଭଳି ଉନ୍ନତ ପରମ୍ପରା ସତ୍ତ୍ୱେ ଆଜିର ଯୁବପିଢ଼ି କିନ୍ତୁ ମୌଳିକ ଗବେଷଣା ପ୍ରତି ବିଶେଷ ଆଗ୍ରହ ପ୍ରକାଶ ନ କରି ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଧିକ ରୁଚି ରଖୁଛନ୍ତି। ଏହି କାରଣରୁ ଆମ ଦେଶ ଏବେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ପଛରେ ରହିଛି। ବିଜ୍ଞାନର ବିକାଶରେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ଆକଳନରୁ ଜଣାପଡ଼େ ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ସମୁଦାୟ ୪୬୫୨ ଜଣ ଗବେଷକ କାର୍ଯ୍ୟରତ ଥିଲାବେଳେ ଆମ ଦେଶରେ ମାତ୍ର ୧୪୦ ଜଣ ଗବେଷକ ଅଛନ୍ତି। ଆହୁରି ମଧ୍ୟ ଆମ ଦେଶରେ ବୈଜ୍ଞାନିକ ଗବେଷଣା ଓ ବିକାଶ କ୍ଷେତ୍ରରେ ନିବେଶ କରାଯାଉଥିବା ସମୁଦାୟ ଅର୍ଥରାଶି ସକଳ ଘରୋଇ ଉତ୍ପାଦ (ଜିଡିପି)ର ମାତ୍ର ୦.୭% ହୋଇଥିଲାବେଳେ ଏହା ଇସ୍ରାଏଲ ପାଇଁ ୪.୬%, ଦକ୍ଷିଣ କୋରିଆ ପାଇଁ ୪.୫%, ଜାପାନ ପାଇଁ ୩.୨%, ଜର୍ମାନୀ ପାଇଁ ୩%, ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ୨.୮%, ଫ୍ରାନ୍ସ ପାଇଁ ୨.୨%, ବ୍ରିଟେନ ପାଇଁ ୧.୭%, କାନାଡା ପାଇଁ ୧.୬%, ଚାଇନା ପାଇଁ ୨.୧%, ବ୍ରାଜିଲ ପାଇଁ ୧.୩% ଏବଂ ରୁଷିଆ ପାଇଁ ୧% ଅଟେ ଏବଂ ଏ କ୍ଷେତ୍ରରେ ଭାରତ ବିଶ୍ୱରେ ୩୪ ତମ ସ୍ଥାନରେ ରହିଛି। ଏଥି ମଧ୍ୟରୁ ଆମ ଦେଶରେ ମୌଳିକ ବିଜ୍ଞାନ ଗବେଷଣା ଓ ବିକାଶ କ୍ଷେତ୍ରରେ ଅବକ୍ଷୟମୁଖୀ ସ୍ଥିତି ସମ୍ପର୍କରେ ସୂଚନା ମିଳେ।
ଗବେଷଣାର ନିମ୍ନ ଗୁଣବତ୍ତା ମାନ, ଗବେଷଣା ଜନିତ ଉତ୍ପାଦର ନିମ୍ନ ବଜାର ଚାହିଦା ତଥା ଗବେଷଣାର ଦୀର୍ଘ ଅବଧି କାଳ ହିଁ ଭାରତରେ ବିଜ୍ଞାନ ଗବେଷଣାର ଅଧୋଗତିର ମୁଖ୍ୟ କାରଣ। କ୍ଷୋଭର ବିଷୟ ଯେ, ଭିତ୍ତିଭୂମି ବିକାଶ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ର ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାଂଶ କମ୍ପାନୀ ଉତ୍ପାଦର ଗବେଷଣା ଓ ବିକାଶ ଦିଗରେ ସେମାନଙ୍କ ମୋଟ ବିନିଯୋଗ ପାଣ୍ଠିର ମାତ୍ର ୧% ରୁ କମ୍‌ ଅର୍ଥ ନିବେଶ କରିଥାନ୍ତି।
ରମଣଙ୍କ ଜୀବନୀ ଓ ଗବେଷଣାରୁ ଅନେକ କଥା ଶିଖିବାକୁ ମିଳେ, ଯାହା ଆଜିର ଛାତ୍ର ତଥା ଯୁବପିଢ଼ିକୁ ପ୍ରେରଣା ଯୋଗାଇବ। ପ୍ରଥମତଃ, ରମଣ ନିଜର ପ୍ରଥମ ଉଚ୍ଚକୋଟୀର ଗବେଷଣା ନିବନ୍ଧ ମାତ୍ର ୧୮ ବର୍ଷ ବୟସରେ ଜଣେ ସ୍ନାତକ ଛାତ୍ର ଥିବା ସମୟରେ ପ୍ରସିଦ୍ଧ ବ୍ରିଟିଶ ପତ୍ରିକା ‘ଦି ଫିଲୋସୋଫିକାଲ ମାଗାଜିନ’ରେ ପ୍ରକାଶ କରିଥିଲେ। ସୁତରାଂ କିଛି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ନିଜର ସ୍ବପ୍ନ ଓ କଳ୍ପନା ଯେ ଜଣକ ମନରେ ବାଲ୍ୟକାଳରୁ ବସା ବାନ୍ଧିବା ଉଚିତ, ତାହା ଏଥିରୁ ଶିକ୍ଷା ମିଳେ। ଦ୍ୱିତୀୟତଃ ରମଣ ନିଜର ଗବେଷଣା ଦ୍ୱାରା ସମୁଦ୍ରର ନୀଳିମା ସମ୍ପର୍କରେ ସେ କାଳର ପ୍ରଖ୍ୟାତ ବ୍ରିଟିଶ ବିଜ୍ଞାନୀ ଲର୍ଡ ରାଲେ ପ୍ରଦାନ କରିଥିବା ମତବାଦକୁ ଗ୍ରହଣ ନ କରି ନିଜସ୍ବ ଏକ ମୌଳିକ ତତ୍ତ୍ୱ ଉପସ୍ଥାପନା କରିଥିଲେ। ରାଲେ ମତପୋଷଣ କରିଥିଲେ ଯେ, ନୀଳ ଆକାଶର ପ୍ରତିଫଳନ ହେତୁ ସମୁଦ୍ରର ନୀଳ ରଙ୍ଗ ସଷ୍ଟି ହୋଇଥାଏ। ସେ ରାଲେଙ୍କ ଏହି ସିଦ୍ଧାନ୍ତର ସତ୍ୟତା ଜାଣିବା ପାଇଁ ୧୯୨୧ ମସିହାରେ ନାରକୁଣ୍ଡା ନାମକ ଜଳଜାହାଜରେ ଇଂଲଣ୍ଡର ସାଉଥମ୍ପଟନରୁ ବମ୍ବେ ଫେରୁଥିବା ସମୟରେ ଏକ ପରୀକ୍ଷା କରିଥିଲେ। ତାଙ୍କ ଜାହାଜ ଜଳଯାତ୍ରାରେ ଭୂମଧ୍ୟ ମହାସାଗରର ସୁନୀଳ ଜଳରାଶି କାଟିକାଟି ଅତିକ୍ରମ କରୁଥିବା ସମୟରେ ସମୁଦ୍ରର ନୀଳିମା ତାଙ୍କୁ ଆକୃଷ୍ଟ କରିଥିଲା। ସେ ନିଜ ପାଖରେ ଥିବା ଏକ ନିକୋଲ ପ୍ରିଜିମ ଉପକରଣ ଜରିଆରେ ପରୀକ୍ଷା କରି ଜାଣିପାରିଲେ ଯେ, ସମୁଦ୍ରର ନୀଳିମା ନୀଳ ଆକାଶର ପ୍ରତିଫଳନ ପାଇଁ ନୁହେଁ; ବରଂ ସମୁଦ୍ରର ଜଳକଣାଗୁଡ଼ିକ ଦ୍ୱାରା ଆଲୋକରଶ୍ମିର ବିଛୁରଣ ଘଟି ଏଭଳି ପ୍ରଭାବ ସୃଷ୍ଟି ହେଉଛି ଏବଂ ଏହି କାରଣ ଯୋଗୁ ମଧ୍ୟ ଆକାଶର ନୀଳ ରଙ୍ଗ ସୃଷ୍ଟି ହେଉଛି। ତାଙ୍କର ଏହି ଯୁଗାନ୍ତକାରୀ ଆବିଷ୍କାର ପାଶ୍ଚାତ୍ୟ ଜଗତର ଏକ ପ୍ରଚଳିତ ସିଦ୍ଧାନ୍ତକୁ ଭୁଲ୍‌ ପ୍ରମାଣିତ କରିବା ସାଙ୍ଗକୁ କିଛି ମହତ୍ତ୍ୱପୂର୍ଣ୍ଣ ବୈଜ୍ଞାନିକ ଉପଲବ୍ଧି ମଧ୍ୟ ପ୍ରାଚ୍ୟ ଜଗତର ବୈଜ୍ଞାନିକମାନଙ୍କ ଦ୍ୱାରା ସମ୍ଭବ, ତାହା ପ୍ରମାଣିତ କଲାI ଚତୁର୍ଥତଃ ସେ ସମୟରେ ଦୁଇଜଣ ରୁଷୀୟ ବୈଜ୍ଞାନିକ ଯଥା ଜି. ଏସ୍‌. ଲାଣ୍ଡସବର୍ଗ (୧୮୯୦-୧୯୫୭) ଏବଂ ଏଲ୍‌. ଆଇ. ମେଣ୍ଡେଲଷ୍ଟାମ (୧୮୭୯-୧୯୪୪) ତରଳ ଅଣୁଦ୍ୱାରା ଆଲୋକର ବିଛୁରଣ ପ୍ରଭାବ ଉପରେ ଗବେଷଣା କରୁଥିଲେ ଏବଂ ସେମାନେ ଅନୁରୂପ ତତ୍ତ୍ୱ ଆବିଷ୍କାରର ଅତି ନିକଟରେ ପହଞ୍ଚତ୍ ଯାଇଥିଲେ। ମାତ୍ର ରମଣ ଚତୁରତାର ସହିତ ନିଜର ସନ୍ଦର୍ଭ ତୁରନ୍ତ ବ୍ରିଟିଶ ପତ୍ରିକା ‘ନେଚର୍‌’କୁ ପଠାଇ ପ୍ରକାଶିତ କରିଥିଲେ। ଫଳରେ ଏହି ସିଦ୍ଧାନ୍ତର ଆବିଷ୍କାରକ ରୂପେ ଉପରୋକ୍ତ ରୁଷୀୟ ବୈଜ୍ଞାନିକଙ୍କ ପରିବର୍ତ୍ତେ ରମଣଙ୍କ ନାମ ଚିରଦିନ ଲିପିବଦ୍ଧ ହୋଇ ରହିଗଲା। ସୁତରାଂ ଠିକ୍‌ ସମୟରେ ଠିକ୍‌ କାମ କଲେ ଯେ ଫଳପ୍ରାପ୍ତି ହୋଇଥାଏ, ତାହା ଏଇଥିରୁ ଶିକ୍ଷା ମିଳେ। ଶେଷରେ ରମଣ ମାତ୍ର ପାଞ୍ଚ ଶହ ଟଙ୍କା ମୂଲ୍ୟର ଏକ ସ୍ପେକ୍ଟ୍ରୋମିଟର ଯନ୍ତ୍ର ବ୍ୟବହାର କରି ନିଜର ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର କରିଥିଲେ। ଏଥିରୁ ଶିକ୍ଷା ମିଳେ ଯେ, ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ଦାମୀ ସରଞ୍ଜାମ କିମ୍ବା କୌଣସି ଆଭିଜାତ୍ୟ ପୃଷ୍ଠଭୂମି ତଥା ପୃଷ୍ଠପୋଷକତାର ଆବଶ୍ୟକତା ନାହିଁ; ବରଂ ସେଥିପାଇଁ ଲୋଡ଼ା କେବଳ ସ୍ବପ୍ନ ଓ ସାଧନା।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

୧୦୦ ବର୍ଷ ପରେ ନବରାତ୍ରିରେ ଗଜକେସରୀ ଯୋଗ: ସିଂହ, ମକର ସମେତ ଏହି ୭ ରାଶିଙ୍କର ଚାଲିବ ଗୋଲଡେନ୍‌ ଟାଇମ, ପ୍ରବଳ ଧନ ଯୋଗ ସହ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିକୁ ମା’ ଦୁର୍ଗାଙ୍କ ଆରାଧନାର ଅନ୍ୟତମ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ। ଏହି ୯ ଦିନ ଧରି ଭକ୍ତମାନେ ମା’…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?