ବିଜ୍ଞାନର ଉନ୍ନତିରେ ଯୁବଶକ୍ତିର ଭୂମିକା

”ରମଣଙ୍କ ନୋବେଲ ପୁରସ୍କାର ଲାଭର ଦୀର୍ଘ ୯୦ବର୍ଷ ବିତିଯାଇଥିଲେ ସୁଦ୍ଧା ଭାରତର ଅନ୍ୟ କୌଣସି ବୈଜ୍ଞାନିକ ଇତିମଧ୍ୟରେ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପାଇବାକୁ ସମର୍ଥ ହୋଇନାହାନ୍ତି। ଆମ ଦେଶରେ ରମଣଙ୍କ ଦ୍ୱାରା ପ୍ରତିଷ୍ଠିତ ବିଜ୍ଞାନର ଏଭଳି ଉନ୍ନତ ପରମ୍ପରା ସତ୍ତ୍ୱେ ଆଜିର ଯୁବପିଢ଼ି କିନ୍ତୁ ମୌଳିକ ଗବେଷଣା ପ୍ରତି ବିଶେଷ ଆଗ୍ରହ ପ୍ରକାଶ ନ କରି ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଧିକ ରୁଚି ରଖୁଛନ୍ତି। ଏହି କାରଣରୁ ଆମର ଦେଶ ଏବେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ପଛରେ ରହିଛି। ବିଜ୍ଞାନର ବିକାଶରେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।“

ଭାରତ ଭଳି ଏକ ବିକାଶଶୀଳ ଦେଶ ପାଇଁ ବିଜ୍ଞାନ ଗବେଷଣା କେବଳ ଏକ ତାତ୍ତ୍ୱିକ ଉପଲବ୍ଧି ନୁହେଁ; ବରଂ ସୁଦୃଢ଼ ଅର୍ଥନୀତି ଓ ରାଷ୍ଟ୍ରୀୟ ପ୍ରଗତି ପାଇଁ ଏକ ଅମୂଲ୍ୟ ସମ୍ପଦ। ସୁତରାଂ ସରକାର ଦେଶରେ ବିଜ୍ଞାନ ଗବେଷଣାର ପ୍ରଚାର ଓ ପ୍ରସାର ନିମନ୍ତେ ଯେ କେବଳ ଅଧିକ ରାଶି ବିନିଯୋଗ କରିବା ଉଚିତ ତା’ ନୁହେଁ, ବରଂ ବିଦ୍ୟାର୍ଥୀମାନଙ୍କ ମନରେ ଭରସା ଜାଗ୍ରତ କରିବା ଉଚିତ ଯେ ଏ କ୍ଷେତ୍ରରେ ଅଧ୍ୟୟନ ଏକ ମର୍ଯ୍ୟାଦାପୂର୍ଣ୍ଣ ଓ ସାମାଜିକ ପ୍ରତିଷ୍ଠା ସମ୍ପନ୍ନ ଦିଗନ୍ତ। ଉଦାହରଣ ସ୍ବରୂପ ସାର୍‌ ଚନ୍ଦ୍ରଶେଖର ଭେଙ୍କଟ ରମଣ ଆମ ଦେଶର ଜଣେ ସୁନାମଧନ୍ୟ ବୈଜ୍ଞାନିକ। ସେ ୧୯୩୦ ମସିହାରେ ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ବୈଜ୍ଞାନିକ ରୂପେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲେ। ଘୋର ପରିତାପର ବିଷୟ ଯେ, ରମଣଙ୍କ ପରଠାରୁ ଭାରତରେ ବିଜ୍ଞାନ ଗବେଷଣାର ପ୍ରଚାର ଓ ପ୍ରସାରରେ ଆଖିଦୃଶିଆ ଅଭିବୃଦ୍ଧି ଘଟିନାହିଁ। ଆହୁରି ମଧ୍ୟ ରମଣଙ୍କ ନୋବେଲ ପୁରସ୍କାର ଲାଭର ଦୀର୍ଘ ୯୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଭାରତର ଅନ୍ୟ କୌଣସି ବୈଜ୍ଞାନିକ ଇତିମଧ୍ୟରେ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପାଇବାକୁ ସମର୍ଥ ହୋଇ ନାହାନ୍ତି। ଆମ ଦେଶରେ ରମଣଙ୍କ ଦ୍ୱାରା ପ୍ରତିଷ୍ଠିତ ବିଜ୍ଞାନର ଏଭଳି ଉନ୍ନତ ପରମ୍ପରା ସତ୍ତ୍ୱେ ଆଜିର ଯୁବପିଢ଼ି କିନ୍ତୁ ମୌଳିକ ଗବେଷଣା ପ୍ରତି ବିଶେଷ ଆଗ୍ରହ ପ୍ରକାଶ ନ କରି ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଧିକ ରୁଚି ରଖୁଛନ୍ତି। ଏହି କାରଣରୁ ଆମ ଦେଶ ଏବେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ପଛରେ ରହିଛି। ବିଜ୍ଞାନର ବିକାଶରେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ଆକଳନରୁ ଜଣାପଡ଼େ ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ସମୁଦାୟ ୪୬୫୨ ଜଣ ଗବେଷକ କାର୍ଯ୍ୟରତ ଥିଲାବେଳେ ଆମ ଦେଶରେ ମାତ୍ର ୧୪୦ ଜଣ ଗବେଷକ ଅଛନ୍ତି। ଆହୁରି ମଧ୍ୟ ଆମ ଦେଶରେ ବୈଜ୍ଞାନିକ ଗବେଷଣା ଓ ବିକାଶ କ୍ଷେତ୍ରରେ ନିବେଶ କରାଯାଉଥିବା ସମୁଦାୟ ଅର୍ଥରାଶି ସକଳ ଘରୋଇ ଉତ୍ପାଦ (ଜିଡିପି)ର ମାତ୍ର ୦.୭% ହୋଇଥିଲାବେଳେ ଏହା ଇସ୍ରାଏଲ ପାଇଁ ୪.୬%, ଦକ୍ଷିଣ କୋରିଆ ପାଇଁ ୪.୫%, ଜାପାନ ପାଇଁ ୩.୨%, ଜର୍ମାନୀ ପାଇଁ ୩%, ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ୨.୮%, ଫ୍ରାନ୍ସ ପାଇଁ ୨.୨%, ବ୍ରିଟେନ ପାଇଁ ୧.୭%, କାନାଡା ପାଇଁ ୧.୬%, ଚାଇନା ପାଇଁ ୨.୧%, ବ୍ରାଜିଲ ପାଇଁ ୧.୩% ଏବଂ ରୁଷିଆ ପାଇଁ ୧% ଅଟେ ଏବଂ ଏ କ୍ଷେତ୍ରରେ ଭାରତ ବିଶ୍ୱରେ ୩୪ ତମ ସ୍ଥାନରେ ରହିଛି। ଏଥି ମଧ୍ୟରୁ ଆମ ଦେଶରେ ମୌଳିକ ବିଜ୍ଞାନ ଗବେଷଣା ଓ ବିକାଶ କ୍ଷେତ୍ରରେ ଅବକ୍ଷୟମୁଖୀ ସ୍ଥିତି ସମ୍ପର୍କରେ ସୂଚନା ମିଳେ।
ଗବେଷଣାର ନିମ୍ନ ଗୁଣବତ୍ତା ମାନ, ଗବେଷଣା ଜନିତ ଉତ୍ପାଦର ନିମ୍ନ ବଜାର ଚାହିଦା ତଥା ଗବେଷଣାର ଦୀର୍ଘ ଅବଧି କାଳ ହିଁ ଭାରତରେ ବିଜ୍ଞାନ ଗବେଷଣାର ଅଧୋଗତିର ମୁଖ୍ୟ କାରଣ। କ୍ଷୋଭର ବିଷୟ ଯେ, ଭିତ୍ତିଭୂମି ବିକାଶ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ର ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାଂଶ କମ୍ପାନୀ ଉତ୍ପାଦର ଗବେଷଣା ଓ ବିକାଶ ଦିଗରେ ସେମାନଙ୍କ ମୋଟ ବିନିଯୋଗ ପାଣ୍ଠିର ମାତ୍ର ୧% ରୁ କମ୍‌ ଅର୍ଥ ନିବେଶ କରିଥାନ୍ତି।
ରମଣଙ୍କ ଜୀବନୀ ଓ ଗବେଷଣାରୁ ଅନେକ କଥା ଶିଖିବାକୁ ମିଳେ, ଯାହା ଆଜିର ଛାତ୍ର ତଥା ଯୁବପିଢ଼ିକୁ ପ୍ରେରଣା ଯୋଗାଇବ। ପ୍ରଥମତଃ, ରମଣ ନିଜର ପ୍ରଥମ ଉଚ୍ଚକୋଟୀର ଗବେଷଣା ନିବନ୍ଧ ମାତ୍ର ୧୮ ବର୍ଷ ବୟସରେ ଜଣେ ସ୍ନାତକ ଛାତ୍ର ଥିବା ସମୟରେ ପ୍ରସିଦ୍ଧ ବ୍ରିଟିଶ ପତ୍ରିକା ‘ଦି ଫିଲୋସୋଫିକାଲ ମାଗାଜିନ’ରେ ପ୍ରକାଶ କରିଥିଲେ। ସୁତରାଂ କିଛି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ନିଜର ସ୍ବପ୍ନ ଓ କଳ୍ପନା ଯେ ଜଣକ ମନରେ ବାଲ୍ୟକାଳରୁ ବସା ବାନ୍ଧିବା ଉଚିତ, ତାହା ଏଥିରୁ ଶିକ୍ଷା ମିଳେ। ଦ୍ୱିତୀୟତଃ ରମଣ ନିଜର ଗବେଷଣା ଦ୍ୱାରା ସମୁଦ୍ରର ନୀଳିମା ସମ୍ପର୍କରେ ସେ କାଳର ପ୍ରଖ୍ୟାତ ବ୍ରିଟିଶ ବିଜ୍ଞାନୀ ଲର୍ଡ ରାଲେ ପ୍ରଦାନ କରିଥିବା ମତବାଦକୁ ଗ୍ରହଣ ନ କରି ନିଜସ୍ବ ଏକ ମୌଳିକ ତତ୍ତ୍ୱ ଉପସ୍ଥାପନା କରିଥିଲେ। ରାଲେ ମତପୋଷଣ କରିଥିଲେ ଯେ, ନୀଳ ଆକାଶର ପ୍ରତିଫଳନ ହେତୁ ସମୁଦ୍ରର ନୀଳ ରଙ୍ଗ ସଷ୍ଟି ହୋଇଥାଏ। ସେ ରାଲେଙ୍କ ଏହି ସିଦ୍ଧାନ୍ତର ସତ୍ୟତା ଜାଣିବା ପାଇଁ ୧୯୨୧ ମସିହାରେ ନାରକୁଣ୍ଡା ନାମକ ଜଳଜାହାଜରେ ଇଂଲଣ୍ଡର ସାଉଥମ୍ପଟନରୁ ବମ୍ବେ ଫେରୁଥିବା ସମୟରେ ଏକ ପରୀକ୍ଷା କରିଥିଲେ। ତାଙ୍କ ଜାହାଜ ଜଳଯାତ୍ରାରେ ଭୂମଧ୍ୟ ମହାସାଗରର ସୁନୀଳ ଜଳରାଶି କାଟିକାଟି ଅତିକ୍ରମ କରୁଥିବା ସମୟରେ ସମୁଦ୍ରର ନୀଳିମା ତାଙ୍କୁ ଆକୃଷ୍ଟ କରିଥିଲା। ସେ ନିଜ ପାଖରେ ଥିବା ଏକ ନିକୋଲ ପ୍ରିଜିମ ଉପକରଣ ଜରିଆରେ ପରୀକ୍ଷା କରି ଜାଣିପାରିଲେ ଯେ, ସମୁଦ୍ରର ନୀଳିମା ନୀଳ ଆକାଶର ପ୍ରତିଫଳନ ପାଇଁ ନୁହେଁ; ବରଂ ସମୁଦ୍ରର ଜଳକଣାଗୁଡ଼ିକ ଦ୍ୱାରା ଆଲୋକରଶ୍ମିର ବିଛୁରଣ ଘଟି ଏଭଳି ପ୍ରଭାବ ସୃଷ୍ଟି ହେଉଛି ଏବଂ ଏହି କାରଣ ଯୋଗୁ ମଧ୍ୟ ଆକାଶର ନୀଳ ରଙ୍ଗ ସୃଷ୍ଟି ହେଉଛି। ତାଙ୍କର ଏହି ଯୁଗାନ୍ତକାରୀ ଆବିଷ୍କାର ପାଶ୍ଚାତ୍ୟ ଜଗତର ଏକ ପ୍ରଚଳିତ ସିଦ୍ଧାନ୍ତକୁ ଭୁଲ୍‌ ପ୍ରମାଣିତ କରିବା ସାଙ୍ଗକୁ କିଛି ମହତ୍ତ୍ୱପୂର୍ଣ୍ଣ ବୈଜ୍ଞାନିକ ଉପଲବ୍ଧି ମଧ୍ୟ ପ୍ରାଚ୍ୟ ଜଗତର ବୈଜ୍ଞାନିକମାନଙ୍କ ଦ୍ୱାରା ସମ୍ଭବ, ତାହା ପ୍ରମାଣିତ କଲାI ଚତୁର୍ଥତଃ ସେ ସମୟରେ ଦୁଇଜଣ ରୁଷୀୟ ବୈଜ୍ଞାନିକ ଯଥା ଜି. ଏସ୍‌. ଲାଣ୍ଡସବର୍ଗ (୧୮୯୦-୧୯୫୭) ଏବଂ ଏଲ୍‌. ଆଇ. ମେଣ୍ଡେଲଷ୍ଟାମ (୧୮୭୯-୧୯୪୪) ତରଳ ଅଣୁଦ୍ୱାରା ଆଲୋକର ବିଛୁରଣ ପ୍ରଭାବ ଉପରେ ଗବେଷଣା କରୁଥିଲେ ଏବଂ ସେମାନେ ଅନୁରୂପ ତତ୍ତ୍ୱ ଆବିଷ୍କାରର ଅତି ନିକଟରେ ପହଞ୍ଚତ୍ ଯାଇଥିଲେ। ମାତ୍ର ରମଣ ଚତୁରତାର ସହିତ ନିଜର ସନ୍ଦର୍ଭ ତୁରନ୍ତ ବ୍ରିଟିଶ ପତ୍ରିକା ‘ନେଚର୍‌’କୁ ପଠାଇ ପ୍ରକାଶିତ କରିଥିଲେ। ଫଳରେ ଏହି ସିଦ୍ଧାନ୍ତର ଆବିଷ୍କାରକ ରୂପେ ଉପରୋକ୍ତ ରୁଷୀୟ ବୈଜ୍ଞାନିକଙ୍କ ପରିବର୍ତ୍ତେ ରମଣଙ୍କ ନାମ ଚିରଦିନ ଲିପିବଦ୍ଧ ହୋଇ ରହିଗଲା। ସୁତରାଂ ଠିକ୍‌ ସମୟରେ ଠିକ୍‌ କାମ କଲେ ଯେ ଫଳପ୍ରାପ୍ତି ହୋଇଥାଏ, ତାହା ଏଇଥିରୁ ଶିକ୍ଷା ମିଳେ। ଶେଷରେ ରମଣ ମାତ୍ର ପାଞ୍ଚ ଶହ ଟଙ୍କା ମୂଲ୍ୟର ଏକ ସ୍ପେକ୍ଟ୍ରୋମିଟର ଯନ୍ତ୍ର ବ୍ୟବହାର କରି ନିଜର ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର କରିଥିଲେ। ଏଥିରୁ ଶିକ୍ଷା ମିଳେ ଯେ, ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ଦାମୀ ସରଞ୍ଜାମ କିମ୍ବା କୌଣସି ଆଭିଜାତ୍ୟ ପୃଷ୍ଠଭୂମି ତଥା ପୃଷ୍ଠପୋଷକତାର ଆବଶ୍ୟକତା ନାହିଁ; ବରଂ ସେଥିପାଇଁ ଲୋଡ଼ା କେବଳ ସ୍ବପ୍ନ ଓ ସାଧନା।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦର କରିବ କିସ୍‌ମିସ୍‌

ଡ୍ରାଏଫ୍ରୁଟ୍‌ଭାବେ କିସ୍‌ମିସ୍‌ ବ୍ୟବହାର କରାଯାଏ। କିନ୍ତୁ ତ୍ୱଚାକୁ ସୁନ୍ଦର ଓ ଅଧିକ ଗ୍ଲୋ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏଥିପାଇଁ ଜାଣିରଖନ୍ତୁ ଉପାୟ…....

ପିଲା ମିଛ କହୁଛି କି ?

ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର।...

ଖର୍ଚ୍ଚ କଲେ ଧନ ବଢ଼ିବ; ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ…

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

Chanakya Niti: ଏହି ୩ ହେଉଛନ୍ତି ମନୁଷ୍ୟର ପ୍ରକୃତ ବନ୍ଧୁ, ସାଙ୍ଗରେ ଥିଲେ ଟଳିଯାଏ ସବୁ ବିପଦ…

ଜୀବନରେ କେବଳ ଗୋଟିଏ ସତ୍ୟ ଅଛି। ସେଇଟି ହେଲା ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ଏହା ମଝିର ଜୀବନଚକ୍ରରେ ମନୁଷ୍ୟ ନିଜର କର୍ମ...

ସକାଳେ ଖାଲିପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ,ନଚେତ…

ସକାଳ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଜରୁରୀ। ସକାଳେ ଆମେ ଯାହା ବି ଖାଉ, ଶରୀର ଉପରେ ତା’ର ସବୁଠୁ ଅଧିକ ପ୍ରଭାବ ପଡିଥାଏ। ତେଣୁ...

ମନ୍ଦିର ଯାଇ ଦୀପରୁ ଦୀପ ଲଗାଉଛନ୍ତି କି? ଜାଣନ୍ତୁ ଏପରି କରିବା କାହିଁକି ଭୁଲ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ନିୟମିତ ଯୋଗ କରୁଥିଲେ…

ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବାରେ ବ୍ୟାୟାମ ସହ ଯୋଗର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri