‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀ ସଚେତନତା ସଭାରେ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରଙ୍କ ମଧ୍ୟରେ ନବସୃଜନ, ଉଦ୍ୟୋଗୀ ମନୋଭାବ, ଆତ୍ମନିର୍ଭରଶୀଳତା ଏବଂ ଉଦ୍ଭାବନୀ ଚିନ୍ତାଧାରାର ବିକାଶ ଘଟାଇବା ସହ ସେମାନଙ୍କୁ ନୂତନ ଚିନ୍ତାଧାରାକୁ ବ୍ୟବହାରିକ ରୂପ ଦେବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ। କଲେଜରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କୁ ନବସୃଜନମୂଳକ ଚିନ୍ତାଧାରାର ବିକାଶ, ଗବେଷଣା ପ୍ରତି ଆଗ୍ରହ ଏବଂ ନବଉଦ୍ୟମ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ସେ ଅବଗତ କରାଇଥିଲେ। ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ନିଜସ୍ବ ଅଭିନବ ଚିନ୍ତାଧାରାକୁ ସମାଜର ଉପକାରରେ ବିନିଯୋଗ କରିବା ପାଇଁ ସେ ଆହ୍ବାନ ଜଣାଇଥିଲେ। କଲେଜର ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତୀକରଣ କୋଷ (ଆଇକ୍ୟୁଏସି) ଏବଂ ନାକ୍‌ର ସଂଯୋଜିକା ତଥା ଅଧ୍ୟାପିକା ଡ. ଅନୀତା ପାଣି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି ଉଚ୍ଚଶିକ୍ଷା କ୍ଷେତ୍ରରେ ନବସୃଜନ ଓ ଗବେଷଣାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମର ସଂଯୋଜିକା ତଥା ଅଧ୍ୟାପିକା ଡ. ଶାଳିନୀ ସକ୍ସେନା ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା୨୦୨୬’ର ଉଦ୍ଦେଶ୍ୟ, ନିୟମାବଳୀ, ଅଂଶଗ୍ରହଣ ପ୍ରକ୍ରିୟା ଏବଂ ଏହାର ସୁଯୋଗ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ହିମାଂଶୁ ମିଶ୍ର ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ, ନବସୃଜନ ଏବଂ ଉଦ୍ୟୋଗୀ ମନୋଭାବର ସମନ୍ବୟ ମାଧ୍ୟମରେ ସମାଜର ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ବାହାର କରିବା ପାଇଁ ପ୍ରେରିତ କରିଥିଲେ।

ସଚେତନତା ସଭାରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ବୃନ୍ଦ ଏବଂ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପକ କୈଳାସ ଦିଓ୍ବାନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶୁଭାଶିଷ ପାଣିଗ୍ରାହୀ, ବାପୁଜୀ ଦାସ, ଦିଲ୍ଲୀପ କୁମାର ନାୟକ ଏବଂ ଧ୍ରୁବ କୁମାର ବିଶ୍ୱାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା୍‌ରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?