ସମ୍ଭାବ୍ୟ ବାତ୍ୟା ପାଇଁ ହଟିବ ରାସ୍ତାକଡରେ ଲାଗିଥିବା ହୋଡିଂ

ଜଗତ୍‌ସିଂହପୁର ଅଫିସ, ୨୩ା୫: ଜାତୀୟ ରାଜପଥ କଡ, ପାରାଦୀପ ଓ ଜଗତ୍‌ସିଂହପୁର ପୌରାଞ୍ଚଳରେ ଲାଗିଥିବା ହୋଡିଂଗୁଡିକୁ ମେ ୨୫ ତାରିଖ ସୁଦ୍ଧା କଢାଯିବ। ଏନେଇ ରବିବାର ବତ୍ୟା ମୁକାବିଲା ପାଇଁ ଅନୁଷ୍ଠିତ ଭର୍ଚୁଆଲ ସମୀକ୍ଷା ବୈଠକରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ମତ୍ସ୍ୟଜିବୀ ସମୁଦ୍ରରୁ ଫେରି ଆସିଛନ୍ତି। ୨୪ ତାରିଖରେ ଓଡ୍ରାଫ ଦଳଗୁଡିକ ପାରାଦୀପ, ଏରସମା, କୁଜଙ୍ଗ, ବାଲିକୁଦା ଓ ତିର୍ତ୍ତୋଲ ଅଞ୍ଚଳକୁ ସ୍ଥାନାନ୍ତରିତ ହେବେ । ୪୨ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓ ୧୮୧ଟି ବିକଳ୍ପ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୩ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ସେମାନେ ସ୍ଥାନାନ୍ତରିତ ଲୋକଙ୍କ ଖାଇବା, ପିଇବା ଓ ସ୍ବାସ୍ଥ୍ୟ ଅବସ୍ଥା ବୁଝିବେ । ଜିଲାରେ ୨୬ଟି ପାୱାର ବୋଟ୍‌ ଓ ୨୦ଟି ଜେସିବି ପ୍ରସ୍ତୁତ ରଖାଯାଇଛି । ୬୦୦୦ ପଲିଥିନ୍‌ ସିଟ୍‌, ୫୧,୧୧୦ କ୍ବିଣ୍ଟାଲ ଚାଉଳ ଓ ୧୪,୦୦୦ ଲିଟରରୁ ଅଧିକ କିରୋସିନ ମହଜୁତ ରହିଛି । ପାରାଦୀପ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର ପାଇଁ ୩୨୧ଟି ଅମ୍ଳଜାନ ସିଲିଣ୍ଡର, ୯୫ଟି କନ୍ସେଣ୍ଟ୍ରେଟର ମହଜୁତ ରଖାଯାଇଛି। ଆଶ୍ରୟସ୍ଥଳୀରେ ସ୍ଥାନାନ୍ତରିତ ଲୋକଙ୍କୁ ସଂଶୋଧିତ ଦର ଅନୁଯାୟୀ ବୟସ୍କଙ୍କୁ ୧୦୦ ଟଙ୍କା ଓ ଛୋଟ ପିଲାଙ୍କୁ ୬୦ ଟଙ୍କା ହିସାବରେ ଖାଦ୍ୟ ଯୋଗାଇ ଦିଆଯିବ। ଜିଲାରେ ବିଦ୍ୟୁତ ଖୁଣ୍ଟ ଓ କେବୁଲ ଯଥେଷ୍ଟ ପରିମାଣରେ ମହଜୁତ ଅଛି । ୫୬ଟି ମୋବାଇଲ ଭ୍ୟାନ୍‌, ୧୩୨ଟି ଓଭରହେଡ୍‌ ଟାଙ୍କି ଓ ହ୍ୟାଣ୍ଡ ପମ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ। ଯେଉଁମାନଙ୍କ ଥଣ୍ଡା, କାଶ, ଛିଙ୍କ, ଜ୍ୱରର ଲକ୍ଷଣ ଦେଖାଯିବ ସେମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇ ସଂକ୍ରମିତଙ୍କୁ କ୍ଲଷ୍ଟର ଟିଏମ୍‌ସକୁ ସ୍ଥାନାନ୍ତରିତ କରାଯିବ । ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବାର ସମ୍ଭାବନା ଥିବାରୁ ଜଳସମ୍ପଦ ବିଭାଗ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ କହିଛନ୍ତି। ବୈଠକରେ ଏସ୍‌ପି ପ୍ରକାଶ ଆର୍‌, ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଚିନ୍ମୟୀ ବିଶ୍ୱାଳ, କାହ୍ନୁଚରଣ ଧୀର, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କ ସମେତ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର, ଜିଲା ଯୋଗାଣ ଅଧିକାରୀ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri