ରାସ୍ତା ତାଡ଼ିଲେ, ମରାମତି କଥା ଭୁଲିଗଲେ

ରସୁଲପୁର,୨୭ା୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳରେ ପ୍ରତି ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ପାନୀୟ ଜଳ ଯୋଗାଣ ଯୋଜନା ପାଖରେ ଗମନାଗମନ ତୁଚ୍ଛ ହୋଇପଡ଼ିଛି। ପାଇପ୍‌ ବିଛାଇବା ପାଇଁ ଗାଁ ରାସ୍ତାକୁ ତାଡ଼ି ଦିଆଯାଇଛି। ମାସାଧିକ କାଳ ଅଧିକାଂଶ ଗ୍ରାମ୍ୟ ରାସ୍ତାର କଂକ୍ରିଟ ଭଗ୍ନାଶଂଗୁଡ଼ିକ ଏଣେତେଣେ ବିଛାଡି ହୋଇ ପଡ଼ିରହିଛି। ଆଉ କେତେକ ସ୍ଥାନରେ ରାସ୍ତା ଉପରେ ଖାତ ସୃଷ୍ଟି ହୋଇଛି। ପାଇପ୍‌ ଲାଇନ ବିଛାଇବା ପାଇଁ କରାଯାଇଥିବା ଖୋଦେଇରୁ ବାହାରୁଥିବା ମାଟି ରାସ୍ତାର ଉଭୟ ପାର୍ଶ୍ୱରେ ଜମି ରହିଛି। ଫଳରେ ଏହା ଏବେ ଉଚ୍ଚା ହୋଇଯାଇ ପାଣି ଜମି ରହୁଛି। ଏଭଳି ସ୍ଥିତି ଯାତାୟାତରେ ବାଧା ସୃଷ୍ଟି କରୁଛି। ହେଲେ ରାସ୍ତା ମରାମତି ପାଇଁ ମେଗା ଜଳ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଭାଙ୍ଗିଯାଇଥିବା ରାସ୍ତା ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏଭଳି ସ୍ଥିତିକୁ ଅଣଦେଖା କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି।
ବ୍ଲକ ଅଞ୍ଚଳର ୪୦ହଜାରରୁ ଅଧିକ ପରିବାରକୁ ପାନୀୟ ଜଳ ଯୋଗାଇବା ପାଇଁ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥି ସକାଶେ ବ୍ଲକ୍‌ ଅଞ୍ଚଳରେ ୪୨ଟି ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏଥିପୂର୍ବରୁ କମ୍ପାନୀ ପକ୍ଷରୁ ଗାଁରେ ମୁଖ୍ୟ ପାଇପ୍‌ ବିଛାଇବା କାର୍ଯ୍ୟ ପ୍ରାୟତଃ ଶେଷ ଅବସ୍ଥାରେ ରହିଛି। କେତେକ ଗାଁରେ ଘରକୁ ପାଣି ସଂଯୋଗ କାର୍ଯ୍ୟ ଆରମ୍ଭ ହେଲାଣି। ହେଲେ ଏଯାଏ ପାଇପ୍‌ ବିଛାଇବା ବେଳେ ଭାଙ୍ଗି ଯାଇଥିବା ରାସ୍ତା ମରାମତି ହୋଇନାହିଁ। ପାଣି ଟାଙ୍କି ନିର୍ମାଣ କରୁଥିବା କମ୍ପାନୀକୁ ରାସ୍ତା ମରାମତି ସମ୍ପର୍କରେ କହିବାରୁ ସେମାନେ ପାଇପ୍‌ ବିଛାଉ ନ ଥିଲେ କି ଖୋଦେଇ ବେଳେ ଭାଙ୍ଗି ଯାଇଥିବା ରାସ୍ତା ମରାମତି ଦିଗରେ ସହଯୋଗ କରିପାରିବେ ନାହିଁ ବୋଲି ଉତ୍ତର ମିଳୁଛି। ଏଭଳି ସ୍ଥିତି ବ୍ଲକର ୨୮ ପଞ୍ଚାୟତରେ ଦେଖାଯାଉଛି। ତେବେ ରାସ୍ତା ମରାମତି ପାଇଁ ବିଭିନ୍ନ ଦିଗରୁ ଚାପ ପଡ଼ିବାରୁ ଠିକା ସଂସ୍ଥା ପକ୍ଷରୁ କେତେକ ସ୍ଥାନରେ ମରାମତି କାର୍ଯ୍ୟ ର’ ଠ କରି ସାରି ଦିଆଯାଉଛି। କଲଣ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖାଯାଇଛି। ଏଠାରେ ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହେଉଛି। ଗାଡ଼ିମୋଟର ଯାତାୟତ ସମୟରେ ମରାମତି ସ୍ଥାନ ଫାଟିଯାଉଛି ଓ ଦବି ଯାଉଛି। ଏହି ପଞ୍ଚାୟତରେ କମ୍ପାନୀ ପକ୍ଷରୁ କରାଯାଇଥିବା ମରାମତି ସ୍ଥାନକୁ ଏକ ଉଦାହରଣ ଭାବରେ ନିଆଯାଇ ପାରେ। କମ୍ପାନୀ ପକ୍ଷରୁ ଲୋକଦେଖାଣିଆ ମରାମତି କରାଯାଉଛି ବୋଲି ଲୋକେ କହୁଛନ୍ତି। ମରାମତି ବେଳେ କମ୍ପାନୀ ପକ୍ଷରୁ ଖୋଦେଇ ସ୍ଥାନକୁ ଭଲଭାବରେ ସଫାସୁତୁରା କରାଯାଉ ନାହିଁ। ମାଟି ଉପରେ ସିମେଣ୍ଟ୍‌ ମିଶା ବାଲି ଓ କଂକ୍ରିଟ ଢାଳି ରାସ୍ତା ମରାମତି କାର୍ଯ୍ୟ ସାରି ଦିଆଯାଉଛି। ସିମେଣ୍ଟ୍‌, ବାଲି, କଂକ୍ରିଟ ମିଶ୍ରଣର ଗୁଣବତ୍ତା ନିମ୍ନମାନର ରହୁଛି। ଗାଁର ମୁଖ୍ୟ ରାସ୍ତା ଗୁଡିକ ଭାଙ୍ଗି ଯାଇଥିବାରୁ ବର୍ଷାଋତୁରେ ଯାତାୟାତରେ ବାଧକ ସାଜିବ ବୋଲି କୁହାଯାଉଛି। ତେଣୁ ଶୀଘ୍ର ରାସ୍ତା ମରାମତି କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଠିକାସଂସ୍ଥାର କ୍ଷେତ୍ରଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ରସୁଲପୁର କନିଷ୍ଠ ଯନ୍ତ୍ରୀ ସ୍ବାଗତିକା ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ପାଇପ୍‌ ବିଛାଇବାବେଳେ ଭାଙ୍ଗି ଯାଇଥିବା ରାସ୍ତାକୁ କମ୍ପାନୀ ପକ୍ଷରୁ ମରାମତି କରାଯିବ। ତେବେ କେଉଁ ସ୍ଥାନରେ କ’ଣ ଅସୁବିଧା ରହିଛି ସେ ନେଇ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri