ରାସ୍ତା ତାଡ଼ିଲେ, ମରାମତି କଥା ଭୁଲିଗଲେ

ରସୁଲପୁର,୨୭ା୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳରେ ପ୍ରତି ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ପାନୀୟ ଜଳ ଯୋଗାଣ ଯୋଜନା ପାଖରେ ଗମନାଗମନ ତୁଚ୍ଛ ହୋଇପଡ଼ିଛି। ପାଇପ୍‌ ବିଛାଇବା ପାଇଁ ଗାଁ ରାସ୍ତାକୁ ତାଡ଼ି ଦିଆଯାଇଛି। ମାସାଧିକ କାଳ ଅଧିକାଂଶ ଗ୍ରାମ୍ୟ ରାସ୍ତାର କଂକ୍ରିଟ ଭଗ୍ନାଶଂଗୁଡ଼ିକ ଏଣେତେଣେ ବିଛାଡି ହୋଇ ପଡ଼ିରହିଛି। ଆଉ କେତେକ ସ୍ଥାନରେ ରାସ୍ତା ଉପରେ ଖାତ ସୃଷ୍ଟି ହୋଇଛି। ପାଇପ୍‌ ଲାଇନ ବିଛାଇବା ପାଇଁ କରାଯାଇଥିବା ଖୋଦେଇରୁ ବାହାରୁଥିବା ମାଟି ରାସ୍ତାର ଉଭୟ ପାର୍ଶ୍ୱରେ ଜମି ରହିଛି। ଫଳରେ ଏହା ଏବେ ଉଚ୍ଚା ହୋଇଯାଇ ପାଣି ଜମି ରହୁଛି। ଏଭଳି ସ୍ଥିତି ଯାତାୟାତରେ ବାଧା ସୃଷ୍ଟି କରୁଛି। ହେଲେ ରାସ୍ତା ମରାମତି ପାଇଁ ମେଗା ଜଳ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଭାଙ୍ଗିଯାଇଥିବା ରାସ୍ତା ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏଭଳି ସ୍ଥିତିକୁ ଅଣଦେଖା କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି।
ବ୍ଲକ ଅଞ୍ଚଳର ୪୦ହଜାରରୁ ଅଧିକ ପରିବାରକୁ ପାନୀୟ ଜଳ ଯୋଗାଇବା ପାଇଁ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥି ସକାଶେ ବ୍ଲକ୍‌ ଅଞ୍ଚଳରେ ୪୨ଟି ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏଥିପୂର୍ବରୁ କମ୍ପାନୀ ପକ୍ଷରୁ ଗାଁରେ ମୁଖ୍ୟ ପାଇପ୍‌ ବିଛାଇବା କାର୍ଯ୍ୟ ପ୍ରାୟତଃ ଶେଷ ଅବସ୍ଥାରେ ରହିଛି। କେତେକ ଗାଁରେ ଘରକୁ ପାଣି ସଂଯୋଗ କାର୍ଯ୍ୟ ଆରମ୍ଭ ହେଲାଣି। ହେଲେ ଏଯାଏ ପାଇପ୍‌ ବିଛାଇବା ବେଳେ ଭାଙ୍ଗି ଯାଇଥିବା ରାସ୍ତା ମରାମତି ହୋଇନାହିଁ। ପାଣି ଟାଙ୍କି ନିର୍ମାଣ କରୁଥିବା କମ୍ପାନୀକୁ ରାସ୍ତା ମରାମତି ସମ୍ପର୍କରେ କହିବାରୁ ସେମାନେ ପାଇପ୍‌ ବିଛାଉ ନ ଥିଲେ କି ଖୋଦେଇ ବେଳେ ଭାଙ୍ଗି ଯାଇଥିବା ରାସ୍ତା ମରାମତି ଦିଗରେ ସହଯୋଗ କରିପାରିବେ ନାହିଁ ବୋଲି ଉତ୍ତର ମିଳୁଛି। ଏଭଳି ସ୍ଥିତି ବ୍ଲକର ୨୮ ପଞ୍ଚାୟତରେ ଦେଖାଯାଉଛି। ତେବେ ରାସ୍ତା ମରାମତି ପାଇଁ ବିଭିନ୍ନ ଦିଗରୁ ଚାପ ପଡ଼ିବାରୁ ଠିକା ସଂସ୍ଥା ପକ୍ଷରୁ କେତେକ ସ୍ଥାନରେ ମରାମତି କାର୍ଯ୍ୟ ର’ ଠ କରି ସାରି ଦିଆଯାଉଛି। କଲଣ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖାଯାଇଛି। ଏଠାରେ ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହେଉଛି। ଗାଡ଼ିମୋଟର ଯାତାୟତ ସମୟରେ ମରାମତି ସ୍ଥାନ ଫାଟିଯାଉଛି ଓ ଦବି ଯାଉଛି। ଏହି ପଞ୍ଚାୟତରେ କମ୍ପାନୀ ପକ୍ଷରୁ କରାଯାଇଥିବା ମରାମତି ସ୍ଥାନକୁ ଏକ ଉଦାହରଣ ଭାବରେ ନିଆଯାଇ ପାରେ। କମ୍ପାନୀ ପକ୍ଷରୁ ଲୋକଦେଖାଣିଆ ମରାମତି କରାଯାଉଛି ବୋଲି ଲୋକେ କହୁଛନ୍ତି। ମରାମତି ବେଳେ କମ୍ପାନୀ ପକ୍ଷରୁ ଖୋଦେଇ ସ୍ଥାନକୁ ଭଲଭାବରେ ସଫାସୁତୁରା କରାଯାଉ ନାହିଁ। ମାଟି ଉପରେ ସିମେଣ୍ଟ୍‌ ମିଶା ବାଲି ଓ କଂକ୍ରିଟ ଢାଳି ରାସ୍ତା ମରାମତି କାର୍ଯ୍ୟ ସାରି ଦିଆଯାଉଛି। ସିମେଣ୍ଟ୍‌, ବାଲି, କଂକ୍ରିଟ ମିଶ୍ରଣର ଗୁଣବତ୍ତା ନିମ୍ନମାନର ରହୁଛି। ଗାଁର ମୁଖ୍ୟ ରାସ୍ତା ଗୁଡିକ ଭାଙ୍ଗି ଯାଇଥିବାରୁ ବର୍ଷାଋତୁରେ ଯାତାୟାତରେ ବାଧକ ସାଜିବ ବୋଲି କୁହାଯାଉଛି। ତେଣୁ ଶୀଘ୍ର ରାସ୍ତା ମରାମତି କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଠିକାସଂସ୍ଥାର କ୍ଷେତ୍ରଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ରସୁଲପୁର କନିଷ୍ଠ ଯନ୍ତ୍ରୀ ସ୍ବାଗତିକା ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ପାଇପ୍‌ ବିଛାଇବାବେଳେ ଭାଙ୍ଗି ଯାଇଥିବା ରାସ୍ତାକୁ କମ୍ପାନୀ ପକ୍ଷରୁ ମରାମତି କରାଯିବ। ତେବେ କେଉଁ ସ୍ଥାନରେ କ’ଣ ଅସୁବିଧା ରହିଛି ସେ ନେଇ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri