ବମିଖାଲ ରାସ୍ତା ମରଣଯନ୍ତା

ଭୁବନେଶ୍ୱର, ୨୫।୯ (ବନ୍ଦନା ସେଠୀ):କଟକ ରୋଡ୍‌ର ବମିଖାଲ ଓଭରବ୍ରିଜ୍‌ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଲକ୍ଷ୍ମୀସାଗରଠାରୁ ରସୁଲଗଡ଼ ଆଡକୁ ଯିବାବେଳେ ଓଭରବ୍ରିଜ୍‌ ତଳ ରାସ୍ତାରେ ଓ୍ବାଟ୍‌କୋ ପକ୍ଷରୁ ବହୁଦିନ ଧରି କାମ ଚାଲିଛି। ପୂର୍ବରୁ ସମ୍ପୃକ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯିବା ସହ ଓ୍ବାଟ୍‌କୋ ପକ୍ଷରୁ ଏକ ସୂଚନା ବୋର୍ଡ ରଖାଯାଇଥିଲା। ଲୋକେ ବମିଖାଲ ଓଭରବ୍ରିଜ୍‌ ଦେଇ ଯିବାଆସିବା କରୁଥିଲେ। କାମ କିଛିବାଟ ଆଗେଇବା ପରେ ରାସ୍ତାକୁ ଅଧା ଖୋଲାଯାଇଥିଲା। କେବଳ ପଥଚାରୀ ଓ ଦୁଇଚକିଆ ଯାନ ହିଁ ଯାତାୟାତ କରୁଥିଲା। ଗତ ୩/୪ଦିନ ହେବ ରାସ୍ତା ବନ୍ଦ ରଖିବା ପାଇଁ ଥିବା ବୋର୍ଡଟିକୁ ଓଭରବ୍ରିଜ୍‌ ଆଡକୁ ଘୁଞ୍ଚାଇ ଦିଆଯାଇଛି। ଏବେ ସେହି ରାସ୍ତା ଦେଇ ଦୁଇ ଓ ଚାରି ଚକିଆ ଯାନ ମଧ୍ୟ ଯାତାୟାତ କରୁଛି। ଏଥିସହ ଓଭରବ୍ରିଜ୍‌ କଡରେ ଚାରି ଚକିଆ ଯାନ ମଧ୍ୟ ପାର୍କିଂ ହୋଇ ରହିଛି। ତେବେ ସମ୍ପୃକ୍ତ ରାସ୍ତାରେ ଖାଲଖମା ସହ କେତେକ ସ୍ଥାନରେ ମାଟି ଗଦା ହୋଇରହିଛି। ପୁଣି ଖୋଲା ଡ୍ରେନ୍‌ ବିପଦ ଡାକୁଛି। ଗାଡିମୋଟର ଯିବା ସମୟରେ ଡ୍ରୋଜର ଲଗାଇ ମାଟି ସମାନ କରାଯାଉଥିବା ଦେଖାଯାଇଛି। ଅପରପକ୍ଷେ ଦୀର୍ଘଦିନ ଧରି କାମ ପାଇଁ ରାସ୍ତା ବନ୍ଦ କରାଯାଇଥିଲେ ବି ଆଖି ଦୃଶିଆ କାମ ହୋଇପାରି ନ ଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ସେହିଭଳି ବଡ଼ଗଡ଼, ରସୁଲଗଡ ସମେତ ବିଭିନ୍ନ ଅଞ୍ଚଳରେ ବିକାଶ ନାମରେ ରାସ୍ତାକୁ ବିକୃତ କରାଯାଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri