ସଶକ୍ତ ହେଉନି ସଡ଼କ

ବଇଣ୍ଡା,୩୧ା୭ ଗାଁ ରେ ମିଳୁନି ମୌଳିକ ସୁବିଧା। ବିଶେଷକରି ରାସ୍ତାକୁ ନେଇ ଦୂର ହେଉନି ଅସୁବିଧା। ବର୍ଷା ହେଲେ କାଦୁଅ ପଚ ପଚ ପଥ ଦେଇ ଯିବାକୁ ପଡ଼ୁଛି ପଥଚାରୀଙ୍କୁ। ରାତିରେ ଚଳପ୍ରଚଳ କରିବା ଅତ୍ୟନ୍ତ କଷ୍ଟକର। ଅନେକ ସ୍ଥାନ ଏତେ ଅବ୍ୟବସ୍ଥିତ ଯେ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡ଼ି ପହଞ୍ଚିପାରୁନି ଗ୍ରାମରେ। ବର୍ଷ ବର୍ଷ ଧରି ଆପତ୍ତି, ଅଭିଯୋଗ ସତ୍ତ୍ୱେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରଶାସନ ନେଉନି ପଦକ୍ଷେପ। ୫ଟି ପଞ୍ଚାୟତର ୧୫ ମାଟି ସଡ଼କକୁ ସଶକ୍ତ କରାଯାଉ ନ ଥିବାରୁ ସମସ୍ୟାରେ ପଡ଼ିଛନ୍ତି ୩୪ ଗ୍ରାମବାସୀ।
କିଶୋରନଗର ବ୍ଲକର ନୁନୁକାପଶି, ହଣ୍ଡପା, ଠେଲକନାଳି, ନାକିଚି, ବିଲେଇନାଳି ପଞ୍ଚାୟତରେ ରହିଛି ଏହି ୧୫ଟି ରାସ୍ତା। ନୁନୁକାପଶି ପଞ୍ଚାୟତର ଆଠମଲ୍ଲିକ ଓଭରବ୍ରିଜ ନିକଟରୁ ଶିକ୍ଷକପଡାକୁ ଯାଇଛି ରେଳ ବିଭାଗର ୧ କିଲୋମିଟର ରାସ୍ତା। ଏହା ଉପରେ ଦାଦରସାହି, ବଡହୁଲା, ସାନଗୋବିନ୍ଦପୁର, ଦଳିତସାହି, ଶିକ୍ଷକପଡା ଗ୍ରାମବାସୀ ନିର୍ଭର କରୁଥିଲେ ମଧ୍ୟ ଏହାକୁ ମରାମତି କି କଂକ୍ରିଟ୍‌ କରାଯାଉ ନାହିଁ। ବାରମ୍ବାର ଅଭିଯୋଗ ପରେ ୨୦୧୮ ମସିହାରେ ଶିକ୍ଷକପଡାର ଯୁବଗୋଷ୍ଠୀ ଚାନ୍ଦା କରି ମରାମତି କାର୍ଯ୍ୟ କରିଥିଲେ। ୨୦ ଏପ୍ରିଲ ୨୦୧୯ରେ ବ୍ଲକ ଓ ଜିଲା ପ୍ରଶାସନକୁ ଦାବିପତ୍ର ଦେଇଥିଲେ। ସେହିପରି ୫୫ ନମ୍ବର ଜାତୀୟ ରାଜପଥରୁ ଶରଧାମୁଣ୍ଡା ଗ୍ରାମକୁ ଯାଇଥିବା ୨ କିଲୋମିଟର ମାଟି ରାସ୍ତା ଶୋଚନୀୟ ହୋଇପଡିଛି। ବଇଣ୍ଡା ବିଦ୍ୟୁତ୍‌ କାର୍ଯ୍ୟାଳୟଠାରୁ କଦଳୀମୁଣ୍ଡା ୨ କିଲୋମିଟର ରାସ୍ତା, ବିଲେଇନାଳି ପଞ୍ଚାୟତର ଗରୁଡରୁ ମନ୍ଦରବାହାଳ ୨ କିଲୋମିଟର, ଧଉରାଗୋଠରୁ ଦାମଦରପୁର ୩ କିଲୋମିଟର, ବିଲେଇନାଳି ଠାରୁ କରଡାବାହାଳି ୨ କିଲୋମିଟର, ଗରୁଡରୁ ଜାମୁଖୋଳ ସାହି ୨ କିଲୋମିଟର, ହଣ୍ଡପା ପଞ୍ଚାୟତର ପାପସରାରୁ ବଇସିଣା ୨ କିଲୋମିଟର, ନାକିଚି ପଞ୍ଚାୟତର ନାକିଚି ଯାତ୍ରାପଡିଆ ଠାରୁ ଛେଳିଆଢିପ ୨ କିଲୋମିଟର ରାସ୍ତା, ବଡଡଙ୍ଗିଆଣିରୁ ମାଙ୍କଡଚୁଆ ୧ କିଲୋମିଟର, ନୂଆଁଭୂଇରୁ ବିଲେଇସାହି ୨ କିଲୋମିଟର, ନାକିଚିଠାରୁ ଜୟଗଡ ୧ କିଲୋମିଟର, ଠେଲକନାଳି ପଞ୍ଚାୟତ କ୍ରଶର ଛକଠାରୁ ବାଟିପୁରୁଣାପାଣି ୨ କିଲୋମିଟର, କ୍ରଶର ଛକଠାରୁ ସଡ଼କସାହି ୨ କିଲୋମିଟର ରାସ୍ତା, ଠେଲକନାଳି ଗ୍ରାମରୁ ଶରଭାଗୁଣି ୧ କିଲୋମିଟର ମାଟି ରାସ୍ତା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ୩୪ଟି ଗ୍ରାମର ସହସ୍ରାଧିକ ଲୋକ ବର୍ଷକ ଯାକ ଯାତାୟାତ କରିବାରେ ହଇରାଣ ହରକତ ହେଉଛନ୍ତି। ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ରାସ୍ତା ମରାମତି ଓ କଂକ୍ରିଟ କରିବା ପାଇଁ ସମିତିସଭ୍ୟମାନେ ଦାବି କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ତୁରନ୍ତ ବ୍ଲକ ଓ ଜିଲା ପ୍ରଶାସନ ଗ୍ରାମାଞ୍ଚଳ ରାସ୍ତା କଂକ୍ରିଟ୍‌ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।
କେହି ଶୁଣୁନାହାନ୍ତି
ଶିକ୍ଷକପଡା ରାସ୍ତା ଅତି କଦର୍ଯ୍ୟ ହୋଇପଡିଛି। ଏହାକୁ କଂକ୍ରିଟ କରିବା ପାଇଁ ବହୁବାର ପଞ୍ଚାୟତ, ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଛୁ। ହେଲେ କେହି ଶୁଣୁନାହାନ୍ତି। ସାମାନ୍ୟ ବର୍ଷା ପରେ ଉକ୍ତ ରାସ୍ତାରେ ଯାତାୟାତ କଷ୍ଟକର ହୋଇପଡୁଛି।
-ଶ୍ରୀଧର ବେହେରା, ଶିକ୍ଷକପଡା
ବଢ଼ୁଛି ଦୁର୍ଘଟଣା
ବର୍ଷାଦିନେ ଶରଧାମୁଣ୍ଡା ଗ୍ରାମ ରାସ୍ତା କାଦୁଅରେ ଭରିଯାଉଛି। ଗଁା ଲୋକେ ଚଳପ୍ରଚଳ କରିବାରେ ଅସୁବିଧା ଭୋଗୁଛନ୍ତି। କାଦୁଅରେ ଖସିପଡି ବାଇକ୍‌ ଆରୋହୀମାନେ ଆହତ ହେଉଛନ୍ତି। କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ବ୍ଲକ ପ୍ରଶାସନ ଦୃଷ୍ଟି ଦେଲେ ଲୋକେ ଅଧିକ ସୁବିଧା ପାଇପାରନ୍ତେ।
– ମନୋରଞ୍ଜନ ପ୍ରଧାନ, ଶରଧାମୁଣ୍ଡା
ଭୋଟ୍‌ରେ ଜବାବ ଦିଆଯିବ
ଆମ ପଞ୍ଚାୟତର ବହୁ ଗ୍ରାମକୁ କଂକ୍ରିଟ ରାସ୍ତା ନିର୍ମାଣ ହେଇପାରୁନାହିଁ। ଲୋକେ ବର୍ଷକଯାକ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ କିମ୍ବା ଲୋକପ୍ରତିନିଧିମାନେ ଏ ନେଇ ଉଦ୍ୟମ କରୁ ନ ଥିବାରୁ ପଞ୍ଚାୟତ ନିର୍ବାଚନରେ ଠିକ୍‌ ଜବାବ ଦିଆଯିବ।
-ଧ୍ରୁବଚରଣ ସାହୁ, ବଡଗୋବିନ୍ଦପୁର
ସରକାରଙ୍କୁ ପ୍ରସ୍ତାବ ଦିଆଯିବ
ବିଲେଇନାଳି ପଞ୍ଚାୟତରେ ଥିବା ଅନେକ ରାସ୍ତା କଂକ୍ରିଟ ହୋଇନାହିଁ। ସେଗୁଡିକ କିଭଳି କଂକ୍ରିଟରେ ପରିଣତ ହେବ, ସେ ନେଇ ପଞ୍ଚାୟତ ପକ୍ଷରୁ ବ୍ଲକ ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ପଞ୍ଚାୟତ ପକ୍ଷରୁ ନିଶ୍ଚିତ ପଦେକ୍ଷେପ ନିଆଯିବ।
-ନବକିଶୋର ସାହୁ, ସରପଞ୍ଚ, ବିଲେଇନାଳି
ପ୍ରଶାସନ ନିକଟରେ ଅଭିଯୋଗ କରନ୍ତୁ
ରାସ୍ତାକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିବା ଦରକାର। ଏହାପରେ ପଞ୍ଚାୟତ ବିଭାଗ ପକ୍ଷରୁ କିଭଳି ତାହାକୁ କଂକ୍ରିଟ କରାଯିବ, ସେ ନେଇ ବିଡିଓଙ୍କୁ ନିର୍ଦେଶ ଦିଆଯିବ।
-ଲଳିତ ମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri