ମନ୍ଦିରରୁ ମସ୍‌ଜିଦ ରାସ୍ତା ହେଲା ଆଲୋକିତ

ଖଇରା, ୭ା୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ବିଶିଷ୍ଟ ଯୋଗ ପ୍ରଚାରକ ତଥା ଆଜନ୍ମ ବ୍ରହ୍ମଚାରୀ ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଭୋଗୁପୁର ଗ୍ରାମର ମୁକ୍ତିକାନ୍ତ ପାଣିଗ୍ରାହୀ ବିଭିନ୍ନ ଗାଁ, ସ୍କୁଲ, କଲେଜ ତଥା ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଯୋଗଶିକ୍ଷା ପ୍ରଦାନ କରିଥାନ୍ତି। ହେଲେ ତାଙ୍କର ନିଆରା କାର୍ଯ୍ୟ ପାଇଁ ସେ ସାଧାରଣରେ ପ୍ରଶଂସିତ ହୋଇଛନ୍ତି। ଏବେ ସେ ନିଜ ଅର୍ଥରୁ ଭୋଗୁପୁର ଶିବମନ୍ଦିରଠାରୁ ଝିଙ୍କିରିଆ ଗ୍ରାମରେ ଥିବା ମସଜିଦ୍‌ ପର୍ଯ୍ୟନ୍ତ ରାସ୍ତାରେ ଉଜ୍ଜଳ ଆଲୋକ ବ୍ୟବସ୍ଥା କରିଛନ୍ତି ା ୬ଦିନ ଧରି ଗ୍ରାମର ଯୁବଗୋଷ୍ଠୀଙ୍କ ସହଯୋଗରେ ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ବଲ୍‌ବ ଲଗାଇବା କାର୍ଯ୍ୟ ବୁଧବାର ଶେଷ କରିଛନ୍ତି ା ଏଥିପାଇଁ ତାଙ୍କୁ ୧୮ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଏ ସମ୍ପର୍କରେ ମୁକ୍ତିକାନ୍ତଙ୍କୁ ଯୋଗାଯୋଗ କରାଯିବାରୁ ଉଭୟ ଧର୍ମପୀଠକୁ ବର୍ଷସାରା ଭକ୍ତଙ୍କ ଯାତାୟାତ ଲାଗି ରହିଥାଏ। ଅନେକ ସମୟରେ ଗ୍ରାମରେ ଚୋରି ଭୟ ଲାଗି ରହୁଥିଲା ା ଏଣୁ ସେ ବହୁଦିନରୁ ଏହି ରାସ୍ତାରେ ଆଲୋକ ବ୍ୟବସ୍ଥା କରିବାକୁ ମନରେ ଚିନ୍ତା କରିଥିଲେ। ନିଜ ଖର୍ଚ୍ଚରୁ କିଛି କିଛି ଅର୍ଥ ସଞ୍ଚୟ କରୁଥିଲେ। ଏଥିପାଇଁ ୧୮ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ କିଛି ବଲ୍‌ବ ଲାଗିବା କାମ ବାକି ଅଛି। ଅର୍ଥ ଯୋଗାଡ କରି ଏହାକୁ ସମ୍ପୂର୍ଣ୍ଣ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ଦିଲୀପ ପଲେଇ, ଦୁଃଖା ଖାଁ, ଶେଖ ରଜତ, ଏସ୍‌.କେ. ସାଜନ, ଅହମ୍ମଦ ସାହାଜି, ଶେଖ ରମଜାନ, ଶେଖ ମୁସଲିନ, ଉମେଶ ବାରିକ ଓ ଦିଲୀପ ବେହେରାଙ୍କ ସମେତ ବହୁ ଯୁବଗୋଷ୍ଠୀ ତାଙ୍କୁ ସହାୟତା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?