ବଢ଼ୁଛି ଯୁଦ୍ଧ ଆଶଙ୍କା

କ୍ୱିଭ୍‌, ୧୫ା୨:ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ରେ ସାମିଲ ହେବା ପାଇଁ ୟୁକ୍ରେନର ଉଦ୍ୟମ ଯୋଗୁ ରୁଷିଆ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନ ସୀମାରେ ରୁଷିଆ ଲକ୍ଷାଧିକ ସୈନ୍ୟଙ୍କୁ ମୁତୟନ କରିଥିବାବେଳେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କ୍ୱିଭ୍‌ ସପକ୍ଷରେ ସାମରିକ ବଳ ପଠାଇବାରେ ଲାଗିଛନ୍ତି। ଆସନ୍ତା ୧୬ ତାରିଖରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସୈନ୍ୟଙ୍କୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଆମେରିକାର ଗୋଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇଛନ୍ତି। ସମ୍ଭାବ୍ୟ ଯୁଦ୍ଧ ଏଡ଼ାଇବା ଲାଗି ପୁଟିନ୍‌ଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଲୋଚନାରୁ ସୁଫଳ ମିଳିନାହିଁ। ଏଥିଯୋଗୁ ସୀମାରେ ସଙ୍କଟ ଘନେଇବାରେ ଲାଗିଛି। ଯୁଦ୍ଧ ଆଶଙ୍କାର ପ୍ରଭାବ କେବଳ ସାମରିକ ଅଥବା କୂଟନୈତିକ ସ୍ତରରେ ନୁହେଁ, ବରଂ ବିଶ୍ୱ ବାଣିଜ୍ୟକୁ ମଧ୍ୟ ପ୍ରଭାବିତ କରିଛି। ଆମେରିକାର ଡୋ ଜୋନ୍ସ ହେଉ କି ନାସ୍‌ଡାକ୍‌ ସବୁଠି ଧରାଶାୟୀ ହୋଇଛି ଷ୍ଟକ୍‌। ତୈଳ ଓ ଗ୍ୟାସ୍‌ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ଆଶଙ୍କାରେ ଭାରତୀୟ ଶେୟାର ମାର୍କେଟର ସେନ୍‌ସେକ୍ସ ୧୭୪୭.୦୮ ଅଙ୍କ ତଳକୁ ଖସି ୫୬୪୦୫.୮୪ରେ ବନ୍ଦ ହୋଇଛି।

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ନେଇ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ବାରମ୍ବାର ସତର୍କ କରାଇଆସୁଥିବାବେଳେ ମସ୍କୋ ପକ୍ଷରୁ ଏହାକୁ ଖଣ୍ଡନ କରାଯାଉଛି। ଏହା ସତ୍ତ୍ୱେ ରୁଷିଆର ଲକ୍ଷାଧିକ ସୈନ୍ୟ ୟୁକ୍ରେନକୁ ଘେରି ରହିଛନ୍ତି। ୟୁକ୍ରେନ ସୀମା ସଂଲଗ୍ନ ଅଞ୍ଚଳରେ ବ୍ୟାପକ ଯୁଦ୍ଧଜାହାଜ, ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ରୁଷିଆ ସୈନ୍ୟ ସମରାଭ୍ୟାସ ଜାରି ରଖିଛନ୍ତି। ଏହା ଉପରେ ୟୁକ୍ରେନ ରୁଷିଆଠାରୁ ଜବାବ ମାଗିବାକୁ ୪୮ ଘଣ୍ଟା ମଧ୍ୟରେ ଏକ ବୈଠକ ଡାକିଛି। ପ୍ରମୁଖ ୟୁରୋପୀୟ ସୁରକ୍ଷା ଗୋଷ୍ଠୀ ସଦସ୍ୟଙ୍କ ଉପସ୍ଥିତିରେ ରୁଷିଆ ସହ ହେବାକୁ ଥିବା ଏହି ବୈଠକରେ ୟୁକ୍ରେନ ଏହାର ସୀମାରେ ଉତ୍ତେଜନା ସୃଷ୍ଟିର କାରଣ ପଚାରିବ।
ୟୁକ୍ରେନ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି, ରୁଷିଆ କ୍ରମାଗତଭାବେ ସୀମା ନିକଟରେ ସୈନ୍ୟ ଠୁଳ କରି ଯୁଦ୍ଧ ଆଶଙ୍କା ବଢ଼ାଇଛି। କିନ୍ତୁ ଏହାର କାରଣ ବାବଦରେ ସ୍ପଷ୍ଟୀକରଣ ମଗାଯାଇଥିଲେ ମଧ୍ୟ ରୁଷିଆ ବାରମ୍ବାର ୟୁକ୍ରେନର ଅନୁରୋଧକୁ ଅଣଦେଖା କରିଆସୁଛି। ତେଣୁ ଆସନ୍ତା ୪୮ ଘଣ୍ଟାରେ ରୁଷିଆକୁ ଏହାର ଯୋଜନା ବାବଦରେ ପ୍ରଶ୍ନ କରାଯିବ ବୋଲି ସେ କହିଛନ୍ତି। ଭିଏନା ସନ୍ଧିର ସର୍ତ୍ତ ଅନୁଯାୟୀ ୟୁକ୍ରେନ ଏହି ପ୍ରତିକ୍ରିୟା ଲୋଡ଼ିଛି। ଏହା ୟୁରୋପରେ ସୁରକ୍ଷା ଏବଂ ସହଯୋଗ ପାଇଁ ସଙ୍ଗଠନ (ଓଏସ୍‌ସିଇ)ର ସଦସ୍ୟମାନେ ସୁରକ୍ଷା ପ୍ରସଙ୍ଗ ଉପରେ କରିଥିବା ଏକ ଚୁକ୍ତିନାମା। ଏଥିରେ କେନ୍ଦ୍ରୀୟ ଏସିଆ ଦେଶଗୁଡ଼ିକ ସମେତ ରୁଷିଆ ମଧ୍ୟ ସଦସ୍ୟ ରହିଛି।
ଯଦି ରୁଷିଆ ଓଏସ୍‌ସିିଇ ଅଞ୍ଚଳରେ ନିରାପତ୍ତାକୁ ଗୁରୁତ୍ୱ ଦେଉଛି ତେବେ ଉତ୍ତେଜନା ହ୍ରାସ ଏବଂ ସୁରକ୍ଷା ବୃଦ୍ଧି ପାଇଁ ସାମରିକ ସ୍ବଚ୍ଛତା ପ୍ରତି ପ୍ରତିବଦ୍ଧତା ପୂରଣ କରିବାକୁ ପଡିବ ବୋଲି କୁଲେବା କହିଛନ୍ତି। ତେବେ ଆଗାମୀ ଦିନରେ ରୁଷିଆ ଆକ୍ରମଣ କରିବାର କୌଣସି ପ୍ରମାଣ ନ ଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିଭିର ଜେଲେନ୍‌ସ୍କି କହିଛନ୍ତି। ରବିବାର ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଫୋନ୍‌ ଯୋଗେ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ କଥା ହୋଇଛନ୍ତି। ସହଯୋଗ ଓ ସମର୍ଥନ ପାଇଁ ଜେଲେନ୍‌ସ୍କି ବାଇଡେନ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ସେ ବାଇଡେନ୍‌ଙ୍କୁ ୟୁକ୍ରେନକୁ ନିମନ୍ତ୍ରଣ କରିଛନ୍ତି। ସ୍ଥିତିରେ ସୁଧାର ଆଣିବା ନିମନ୍ତେ ବାଇଡେନ୍‌ଙ୍କ ୟୁକ୍ରେନ ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଜେଲେନ୍‌ସ୍କି କହିଛନ୍ତି। ରୁଷିଆ ସହ ବିବାଦ ଘନେଇଥିବାବେଳେ ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ ସୋମବାର କ୍ୱି୍‌ଭ୍‌ରେ ପହଞ୍ଚିବା ପରେ ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ମଙ୍ଗଳବାର ଓଲାଫ୍‌ ସ୍କୋଲ୍‌ଜ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟି ଯୁଦ୍ଧ ସ୍ଥିତି ଟାଳିବାକୁ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଯୁଦ୍ଧ ଭୟରେ ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନେକ ଦେଶ ସେମାନଙ୍କ ଦୂତାବାସ କର୍ମଚାରୀଙ୍କୁ ଫେରି ଆସିବାକୁ କହିଥିବାବେଳେ ୟୁକ୍ରେନ ନ ଯିବା ପାଇଁ ନାଗରିକଙ୍କୁ ପରାମର୍ଶ ଦେଉଛନ୍ତି। ଆମେରିକା ପୂର୍ବରୁ ନିଜ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ କହିବା ସହ କ୍ୱିଭ୍‌ରେ ଥିବା ଦୂତାବାସ କର୍ମଚାରୀଙ୍କୁ ଫେରିଆସିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ବ୍ରିଟେନ, ଜର୍ମାନୀ, ଇଟାଲୀ, ଆୟର୍ଲାଣ୍ଡ, ବେଲଜିୟମ, ଲକ୍ସମବର୍ଗ, ନେଦରଲାଣ୍ଡ୍‌ସ, କାନାଡା, ନରୱେ, ଇଷ୍ଟୋନିଆ, ଲିଥୁଆନିଆ, ବୁଲଗେରିଆ, ସ୍ଲୋଭେନିଆ, ଅଷ୍ଟ୍ରେଲିଆ, ଜାପାନ, ଇସ୍ରାଏଲ୍‌, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟ ନିଜ ନିଜ ନାଗରିକମାନଙ୍କୁ ୟୁକ୍ରେନ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଫଳରେ ସେଠାରେ ରହୁଥିବା ବିଦେଶୀ ନାଗରିକମାନେ ଏବେ ନିଜ ନିଜ ଦେଶ ମୁହାଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?