କରୋନା ସଂକ୍ରମିତଙ୍କଠାରେ କିଡ୍‌ନୀ ରୋଗ ଆଶଙ୍କା ଅଧିକ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ: କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡୁଥିବା ମାମଲା ସାମ୍ନାକୁ ଆସୁଛି। ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ଅନେକ ସମସ୍ୟା ଉପୁଜୁଛି। ବର୍ତ୍ତମାନ ଏହି ଭୂତାଣୁ ଯୋଗୁ ପୀଡ଼ିତଙ୍କଠାରେ କିଡ୍‌ନୀ ରୋଗ ହେବାର ଆଶଙ୍କା ଦେଖିବାକୁ ମିଳିଛି।

ଏକ ନୂତନ ଅଧ୍ୟୟନ ଅନୁଯାୟୀ, କିଡ୍‌ନୀ କାର୍ଯ୍ୟର ହ୍ରାସ କରୋନାର ଦୀର୍ଘମିଆଦୀ ପ୍ରଭାବ ଭାବରେ ଉଭା ହୋଇଛି। ଅନେକ ପୀଡିତଙ୍କଠାରେ ମଧ୍ୟ ଏପରି ସମସ୍ୟା ଦେଖିବାକୁ ମିଳିଛି, ଯେଉଁମାନେ ସାମାନ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ। ସେମାନଙ୍କଠାରେ କିଡ୍‌ନୀ ଜନିତ ସମସ୍ୟା ଅଧିକ ଦେଖା ଦେଉଛି।

ଆମେରିକାର ଓ୍ବାଶିଂଟନ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, କରୋନା ସଂକ୍ରମିତ ଲୋକଙ୍କର କିଡନୀ ନଷ୍ଟ ହେବାର ଆଶଙ୍କା ଅଧିକ ଥିବା ଜଣାପଡ଼ିଛି। ଏହା କିଡ୍‌ନୀ ରୋଗର ଆଶଙ୍କା ବି ବଢ଼ାଇପାରେ। ଆମେରିକାର ସୋସାଇଟି ଅଫ୍‌ ନେଫ୍ରୋଲୋଜିରେ ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଜିଆଦ ଅଲ-ଅଲ୍ଲୀ କହିଛନ୍ତି, ‘ଆମର ଫଳାଫଳ ସୂଚିତ କରେ ଯେ କରୋନା ପୀଡ଼ିତଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ମଧ୍ୟ ସେମାନଙ୍କର କିଡ୍‌ନୀ ସମସ୍ୟାକୁ ବିଚାର କରିବା ଉଚିତ୍‌। ଏହା ହଜାର ହଜାର ଲୋକଙ୍କୁ ଏହି ବିପଦରୁ ରକ୍ଷା କରିପାରିବ।

୨୦୨୦ ମାର୍ଚ୍ଚ ୧ରୁ ୨୦୨୧ ମାର୍ଚ୍ଚ ୧୫ ମଧ୍ୟରେ ୧୭ ଲକ୍ଷରୁ ଅଧିକ ସୁସ୍ଥ ଏବଂ କରୋନା ସଂକ୍ରମିତ ବୟସ୍କଙ୍କ ତଥ୍ୟର ବିଶ୍ଳେଷଣ ଆଧାରରେ ଅନୁସନ୍ଧାନକାରୀମାନେ ଏହି ସିଦ୍ଧାନ୍ତ ନେଇଛନ୍ତି। ଏହି ଅଧ୍ୟୟନରେ ଏକ ଲକ୍ଷ ୫୧ ହଜାରରୁ ଅଧିକ ମହିଳାଙ୍କ ତଥ୍ୟ ମଧ୍ୟ ଦେଖାଯାଇଛି। ଆଇସିୟୁରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ କିଡ୍‌ନୀ ଫଙ୍କସନ ହ୍ରାସର ସର୍ବାଧିକ ବିପଦ ଦେଖିବାକୁ ମିଳିଛି ବୋଲି ଜିଆଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri