ସମୁଦ୍ରପଥରେ ଡ୍ରଗ୍ସ ଚାଲାଣ ଆଶଙ୍କା ବଢୁଛି

ପୁରୀ ଅଫିସ,୬।୧୦: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଓଡ଼ିଶାର ଲିଙ୍କ୍‌ ପ୍ରସଙ୍ଗ ସାମ୍ନାକୁ ଆସିବା ସହ ରାଉରକେଲାର ଦୁଇଜଣ ଗିରଫ ହେବା ପରେ ସମୁଦ୍ର ତଟବର୍ତ୍ତୀ ପୁରୀ ସହର ଉପରେ ସଭିଁଙ୍କ ନଜର ପଡ଼ିଛି। ପୁରୀକୁ ଦେଶ ବିଦେଶର ଲୋକେ ଆସୁଥିବାବେଳେ କେବଳ ଯାଞ୍ଚ ପ୍ରକ୍ରିୟା ସମୟରେ ବା ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିକୋଣରୁ ବେଳାଭୂମିରେ ପୋଲିସ ମୁତୟନ କରାଯାଇଥାଏ। ଅନ୍ୟ ସମୟରେ ବେଳାଭୂମି ପ୍ରାୟତଃ ମୁକୁଳା ପଡ଼ିଥାଏ। ତେଣୁ ଏହାର ସୁଯୋଗ ନେଇ ନିଶା ବେପାରୀ ସମୁଦ୍ର ପଥ ଦେଇ ପୁରୀରେ ପ୍ରବେଶ କରିବାର ଆଶଙ୍କା ରହିଛି। ପୁରୀ ସହରରେ ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ବଢି ଚାଲିଥିବାବେଳେ ବେଳାଭୂମିକୁ ଲାଗିରହିଥିବା ପେଣ୍ଠକଟା ଅଞ୍ଚଳରେ ମଧ୍ୟ ନିଶା କାରବାର ନେଇ ପୂର୍ବରୁ ଅଭିଯୋଗ ରହିଛି। ପଶ୍ଚିମବଙ୍ଗରୁ ସଡ଼କ ପଥ ଦେଇ ବାଲେଶ୍ୱର ଜିଲାର ଜଳେଶ୍ୱର ଏବଂ ସେଠାରୁ ପୁରୀକୁ ବ୍ରାଉନସୁଗାର ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ସମୁଦ୍ରପଥରେ ବ୍ରାଉନସୁଗାର କିମ୍ବା ଡ୍ରଗ୍ସ ଆସୁଥାଇପାରେ ବୋଲି ଏବେ ଆଶଙ୍କା ସୃଷ୍ଟି ହେଲାଣି, ଯାହାକି ପୁରୀବାସୀଙ୍କୁ ଚିନ୍ତାରେ ପକାଇଛି।
ପୁରୀର କେତେକ ସ୍ଥାନରେ ଗଞ୍ଜେଇ, ମଦ ଓ ବ୍ରାଉନସୁଗାର କାରବାର ହେଉଛି। ତେଣୁ ଏଠାକୁ ଡ୍ରଗ୍ସ ବି ଆସୁଥାଇପାରେ ବୋଲି କେତେଜଣ ବ୍ୟକ୍ତି ଆଶଙ୍କା ପ୍ରକାଶ କରିଛନ୍ତି। ସତ୍ୟବ୍ରତ ପରିଡ଼ା କହିଛନ୍ତି, ପୁରୀରେ ବ୍ରାଉନସୁଗାର ଓ ଅନ୍ୟ ନିଶା କାରବାର ବନ୍ଦ କରିବା ପାଇଁ ପୋଲିସ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ଦରକାର। ତୃଣମୂଳ ସ୍ତରକୁ ଯାଇ ପୋଲିସ ତଦନ୍ତ କଲେ ଏହାର ଉତ୍ସ ସମ୍ପର୍କରେ ଜଣାପଡ଼ିବ। ଏସବୁ ଦୃଷ୍ଟିରୁ ସମୁଦ୍ର ପଥ ଉପରେ ପୋଲିସ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏ ନେଇ ପୁରୀ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି, ଜଳପଥ ବା ସମୁଦ୍ରପଥ ଉପରେ ପୋଲିସ କଡ଼ା ନଜର ରଖିଛି। କୌଣସି ନିଶା ବେପାରୀ ଯେଭଳି ଜଳପଥକୁ ମାଧ୍ୟମ ଭାବେ ବ୍ୟବହାର ନ କରିବେ ସେନେଇ ଆମେ ସତର୍କ ଦୃଷ୍ଟି ରଖିଛୁ। ଏଯାବତ୍‌ ଏଭଳି କୌଣସି ମାମଲା ସାମ୍ନାକୁ ଆସିନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri