କରୋନା ସଂକ୍ରମଣର ଭୟ କମ୍‌

କରୋନା ପାଇଁ ବେଶ୍‌ କିଛି ଦିନର ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌ ପରେ ଏବେ ପରିସ୍ଥିତିରେ ଟିକେ ସୁଧାର ଆସିଥିବାରୁ ପୁଣିଥରେ ଭ୍ରମଣପ୍ରିୟ ଲୋକେ ବୁଲିବାକୁ ମନ ବଳାଇଲେଣି। ତେବେ ସତ୍ତର୍କତା ଅବଲମ୍ବନ କରି ବୁଲିଲେ ସଂକ୍ରମଣର ଭୟ
ଟିକେ କମ୍‌ ରହିଥାଏ…
ନୋଭେଲ କରୋନା ଭାଇରସ ଭଳି ମହାମାରୀରୁ ମୁକ୍ତି ପାଇବା ପାଇଁ ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ଆଜି ବି ନିଜର ସଂଘର୍ଷ ଜାରି ରଖିଛନ୍ତି। ଆଉ ଏହି ସଂଘର୍ଷକୁ ସଫଳ କରିବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ, ପରିଚ୍ଛନ୍ନ ବିଭାଗ, ପୋଲିସ ବିଭାଗ ତଥା ଅନ୍ୟ ଜରୁରିକାଳୀନ ବିଭାଗର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗେଇ ନିଷ୍ଠାର ସହ ସେମାନଙ୍କର ଦାୟିତ୍ୱ ପ୍ରତିପାଦନ କରିଚାଲିଛନ୍ତି। ଏପରି କି ସର୍ବସାଧାରଣ ଲୋକ ବି ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଲକ୍‌ଡାଉନ ନିୟମକୁ ମଧ୍ୟ ସମ୍ମାନର ସହ ମାନିଛନ୍ତି, ଯାହାର ଫଳ ସ୍ବରୂପ ଏବେ ପରିସ୍ଥିତିରେ କିଛିଟା ସୁଧାର ଆସୁଥିବା ଦେଖିବାକୁ ମିଳୁଛି। ଦେଶରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ ନିୟମରେ ମଧ୍ୟ ଅନେକ କିଛି ଢିଲା ଦିଆଗଲାଣି। ଏପରି କି ଗୋଟିଏ ସହରରୁ ଅନ୍ୟ ସହରକୁ ବୁଲିଗଲାବେଳେ ୧୪ ଦିନ କ୍ୱାରେଣ୍ଟାଇନ ରହିବାର କଡାକଡି ନିୟମକୁ ମଧ୍ୟ କେତେକ ସ୍ଥାନରେ କୋହଳ କରିଦିଆ ଯାଇଛି। ଫଳରେ ଭ୍ରମଣପ୍ରିୟ ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ବୁଲିବାର ସୁଯୋଗ ଆସିଯାଇଛି। କିନ୍ତୁ ଏହି ଭ୍ରମଣ ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କିଛିଟା ସାବଧାନତା ଅବଲମ୍ବନ କରିବା ଏବେ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି। ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ପରିସ୍ଥିତିରେ କେଉଁ କେଉଁ ସ୍ଥାନକୁ ବୁଲିଗଲେ ସଂକ୍ରମଣର ଭୟ ଟିକେ କମ୍‌ ରହିଛି।
ଗୋଆ: ଆକର୍ଷଣୀୟ ବିଚ୍‌ ପାଇଁ ଲୋକପ୍ରିୟତା ହାସଲ କରିଥିବା ଗୋଆ ଏବେ ପର୍ଯ୍ୟଟକଙ୍କୁ ପୁଣିଥରେ ସ୍ବାଗତ କରିବା ଆରମ୍ଭ କଲାଣି। ତେବେ ଶୁଣିବାକୁ ମିଳୁଛି ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏବେ ଆଉ କୋଭିଡ ଟେଷ୍ଟ କିମ୍ବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ପାଇଁ ବାଧ୍ୟ କରାଯାଉ ନାହିଁ। କାରଣ ଏଠାରେ ମହାମାରୀର ପରିସ୍ଥିତି ପ୍ରାୟ ନିୟନ୍ତ୍ରଣରେ ରହିଥିବା ସୂଚନା ମିଳୁଛି । ତଥାପି ଏଠାରେ ସାବଧାନତା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି।

ହିମାଚଳ ପ୍ରଦେଶ: ଯେଉଁମାନଙ୍କୁ ଟ୍ରେକିଂ, ସ୍କିଂ ଅବା ମାଉଣ୍ଟେନିଂର ମଜା ନେବାକୁ ଭଲ ଲାଗେ ସେମାନଙ୍କ ପାଇଁ ଏହି ସ୍ଥାନ ପୂରା ପରଫେକ୍ଟ କହିଲେ ଚଳେ। ଦେଶରେ କିଛି ଦିନର ବ୍ୟବଧାନ ପରେ ଏବେ ହିମାଚଳ ପ୍ରଦେଶ ପୁନର୍ବାର ତା’ର ପର୍ଯ୍ୟଟକଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇଗଲାଣି। ଏପରି କି ସ୍ଥାନୀୟ ସରକାର ମଧ୍ୟ ପର୍ଯ୍ୟଟକଙ୍କ ନିମନ୍ତେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ରହିବାର ନିୟମକୁ କୋହଳ କରିଥିବା ଶୁଣିବାକୁ ମିଳୁଛି।
ଉତ୍ତରାଖଣ୍ଡ: ଏଠାରେ ମଧ୍ୟ ଆଗନ୍ତୁକ ଟ୍ରେକିଂ କିମ୍ବା ପାହାଡ ଉପରେ ବୁଲାବୁଲି କରିବାର ଭରପୂର ମଜା ନେଇପାରିବେ। କାରଣ ସରକାର ଏବେ ପର୍ଯ୍ୟଟକଙ୍କ ଆଗମନକୁ ନେଇ କରୋନା ପାଇଁ ଲାଗୁ ହୋଇଥିବା ଅନେକ କଡାକଡି ନିୟମକୁ ଏଠାରୁ ଉଠାଇ ନେଇଛନ୍ତି। ହେଲେ ଯେଉଁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି ସେମାନଙ୍କୁ ପ୍ରଥମେ ସରକାରୀ ପୋର୍ଟାଲରେ ସେମାନଙ୍କ ନାମକୁ ରେଜିଷ୍ଟ୍ରେଶନ କରିବାର ନିୟମ ଏଠାରେ ପାଳନ କରାଯାଉଛି।

ପଣ୍ଡିଚେରୀ: ସୂଚନା ଅନୁଯାୟୀ ଏଠାରେ ବି ଏବେ ପର୍ଯ୍ୟଟକଙ୍କୁ କରୋନା ଟେଷ୍ଟ କିମ୍ବା କ୍ୱାରେଣ୍ଟାଇନରେ ରହିବା ପାଇଁ ବାଧ୍ୟ କରାଯାଉ ନାହିଁ। ଯଦି କାୈଣସି ପର୍ଯ୍ୟଟକଙ୍କଠାରେ ସଂକ୍ରମଣର କିଛିଟା ଲକ୍ଷଣ ଦେଖାଯାଉଛି , ତା’ହେଲେ ତାଙ୍କୁ ତୁରନ୍ତ ସରକାରଙ୍କ ଦ୍ୱାରା ପରିଚାଳିତ ଡାକ୍ତରଖାନା କିମ୍ବା କୋଭିଡ ସେଣ୍ଟରରେ ପରୀକ୍ଷା କରିବା ପାଇଁ ପଠାଇ ଦିଆଯାଉଛି। ଏସବୁ ସତ୍ତ୍ୱେ ଏଠାରେ ସ୍ବଚ୍ଛତା ଓ ସାବଧାନତା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି।

ଗୁଜରାଟ: ଏଠାରେ ପର୍ଯ୍ୟଟକଙ୍କୁ କେବଳ ଥର୍ମାଲ ସ୍କ୍ରିନିଂ ଟେଷ୍ଟ ଦେଇ ଗତି କରିବାକୁ ହୋଇଥାଏ। ଯଦି କାହାଠାରେ ସଂକ୍ରମଣର ଲକ୍ଷଣ ନ ଥାଏ ତା’ହେଲେ ତାଙ୍କୁ କ୍ୱାରେଣ୍ଟାଇନରେ ମଧ୍ୟ ରହିବାକୁ ପଡେନାହିଁ।
ଏସବୁ ସ୍ଥାନ ନୁହେଁ ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ, ଲଦାଖ୍‌ ଭଳି ସ୍ଥାନରେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ କୋଭିଡ୍‌ ନିୟମ କୋହଳ ହେବା ସହିତ ସେଠାରେ ସଂକ୍ରମଣର ସମ୍ଭାବନା ବି ଯଥେଷ୍ଟ କମ୍‌ ରହିଛି।
ଜରୁରୀ ସୂଚନା
– ନିୟମ କୋହଳ ହେବାରୁ ବୁଲାବୁଲି କରିବାକୁ ଇଚ୍ଛା ହେଉଥିଲେ ବି ଅତି ଜରୁରୀ ନ ହେଲେ କୁଆଡେ ଯାଆନ୍ତୁ ନାହିଁ। କାରଣ ପରିସ୍ଥିତିରେ ସାମାନ୍ୟ ମାତ୍ର ସୁଧାର ଆସିଛି, ହେଲେ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ।
– ତଥାପି ବି ଯଦି ଆପଣ ବୁଲିବାକୁ ବାହାରୁଛନ୍ତି, ତାହେଲେ ମାସ୍କର ବ୍ୟବହାର, ସାମାଜିକ ଦୂରତା ରକ୍ଷା କରିବା ପରି ଅତି ଜରୁରୀ କଥାଗୁଡିକୁ ମାନିବା ଅନିବାର୍ଯ୍ୟ।

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri