କଟ୍‌ନୀଛଟ୍‌ନୀ ପରେ ଉଠିଲା ଧାନ

ଝାରସୁଗୁଡ଼ା ଅଫିସ,୨୨ା୧୨: ଝାରସୁଗୁଡ଼ା ସରବାହାଲ ମାର୍କେଟ ୟାର୍ଡ (ଧାନମଣ୍ଡି) ସୋମବାର ଉଦ୍‌ଘାଟନ ହେବା ପରେ ୩ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ୩୬୦ବସ୍ତା ଧାନ କିଣାଯାଇଥିଲା। ଦ୍ୱିତୀୟ ଦିନ ମଙ୍ଗଳବାର ମାର୍କେଟ୍‌ ୟାର୍ଡରେ କଟ୍‌ନୀଛଟ୍‌ନୀକୁ ନେଇ ଅଚଳାବସ୍ଥା ଦେଖାଦେଇଥିଲା। ଚାଷୀମାନେ ମଣ୍ଡିରେ ଗାଡିରେ ଧାନ ବୋଝେଇକରି ସକାଳ ୯ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଭୋକ ଉପାସରେ ପଡିରହିଥିଲେ। ସେମାନେ ଏ ସମ୍ପର୍କରେ ଆର୍‌ଏମ୍‌ସି ସମ୍ପାଦକ ରମେଶ ଚନ୍ଦ୍ର ଟପ୍ପୋ ଓ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଜାଣିବା ପରେ ଧାନ ଫେରାଇନେଇ ଏଫ୍‌ଏକ୍ୟୁ ମାନର ଧାନ ଆଣିବାପାଇଁ ଯୋଗାଣ ବିଭାଗ ତରଫରୁ ଚାଷୀଙ୍କୁ କୁହାଯାଇଥିଲା। ହେଲେ ବାରମ୍ବାର ଗାଡିରେ ଧାନ ନେବାଆଣିବା କରିବା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା। ଖବରପାଇ କେତେଜଣ ଗଣମାଧ୍ୟମ ପ୍ରତିନିଧି ମାର୍କେଟ୍‌ ୟାର୍ଡରେ ପହଞ୍ଚତ୍ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲା ଯୋଗାଣ ଅଧିକାରିଣୀ ସନ୍ତୋଷିନୀ ପଣ୍ଡା ଓ କ୍ୱାଲିଟି ଆସେସ୍‌ମେଣ୍ଟ ଅଧିକାରିଣୀ ଦୀପିକା ମହାନ୍ତି ପ୍ରମୁଖ ପହଞ୍ଚତ୍ ଚାଷୀ ଓ ମିଲର୍ସଙ୍କ ସହିତ ଆଲୋଚନା କରିଥିଲେ। ଧାନର ମାନ ନିର୍ଦ୍ଧାରଣ ଓ କଟ୍‌ନୀଛଟ୍‌ନୀକୁ ନେଇ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ଶେଷରେ କେତେଜଣ ଚାଷୀ କୁଇଣ୍ଟାଲ ପିଛା ୩ କିଲୋ ଓ ଆଉ କେତେଜଣ ୪କିଲୋ କଟ୍‌ନୀଛଟ୍‌ନୀ କରି ମିଲର୍ସଙ୍କୁ ଧାନ ବିକ୍ରି କରିବାପାଇଁ ବାଧ୍ୟ ହୋଇଥିଲେ। ଦ୍ୱିତୀୟ ଦିନରେ ଶ୍ରୀପୁରା ଓ ବଡମାଲ ପ୍ୟାକ୍ସର ୪ଜଣ ପଞ୍ଜୀକୃତ ଚାଷୀ ୩୯୩ କୁଇଣ୍ଟାଲ ଧାନଧରି ମାର୍କେଟ୍‌ ୟାର୍ଡରେ ପହଞ୍ଚତ୍ଥିଲେ। ମା’ କାଳୀ, ସାରଦା, ଦୁର୍ଗା ଆଗ୍ରୋ, ପବନସୂତ ଆଦି ମିଲର୍ସ ଚାଷୀଙ୍କ ନିକଟରୁ ଧାନ କିଣିଥିଲେ। ଚାଷୀଙ୍କ କହିବା କଥା ପ୍ଲାଷ୍ଟିକ୍‌ ବସ୍ତାରେ ଧାନଧରି ମାର୍କେଟ୍‌ ୟାର୍ଡକୁ ଆଣିଲେ ଏହାକୁ ମଲର୍ସମାନେ ଗ୍ରହଣ କରୁନାହାନ୍ତି। ସୁତୁଲି ବସ୍ତାରେ ଆଣିବାପାଇଁ ବାଧ୍ୟ କରୁଛନ୍ତି। ଫଳରେ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ଯୋଗାଣ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri