ଧାନକିଣା ସରିନି, ମଣ୍ଡି ବନ୍ଦ

ବରଗଡ଼ ଅଫିସ୍‌,୪।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ମାସ ବିତିବ। ମାତ୍ର ଟୋକନ ସମସ୍ୟା ସାଙ୍ଗକୁ ମନ୍ଥର ଗତିରେ ଉଠାଣ ପ୍ରକ୍ରିୟା ଚାଲିଥିବା ଯୋଗୁ ଧାନ କିଣାବିକା ଶିଥିଳ ହୋଇପଡ଼ିଛି। ଏବେ ମଧ୍ୟ ଜିଲାର ଚାଷୀଙ୍କ ପାଖରେ ଲକ୍ଷାଧିକ ବସ୍ତା ଧାନ ରହିଛି। ଚାଷୀମାନେ ଶୀତ, କାକର ସହି ଧାନକୁ ଜଗି ରହିଛନ୍ତି। ସେହିପରି ଜିଲାରେ ଧାନକ୍ରୟ ଧାର୍ଯ୍ୟଲକ୍ଷ୍ୟ ମଧ୍ୟ ଛୁଇଁ ପାରି ନ ଥିବାବେଳେ ଧାନସଂଗ୍ରହ ପ୍ରକ୍ରିୟାରେ ପ୍ରଶାସନର କଟକଣା ଆରମ୍ଭ ହୋଇଯାଇଛି। ଅତାବିରା ଆର୍‌ଏମ୍‌ସି ଅଧୀନ ବିଭିନ୍ନ ଧାନକ୍ରୟ କେନ୍ଦ୍ରକୁ ପ୍ରଶାସନ ପକ୍ଷରୁ ଗତ ୧ତାରିଖରୁ ବନ୍ଦ କରି ଦିଆଯାଇଛି। ସମ୍ପୃକ୍ତ ମଣ୍ଡି ଉପରେ ନିର୍ଭରଶୀଳ ଚାଷୀଙ୍କୁ ନିକଟସ୍ଥ ମଣ୍ଡିକୁ ଧାନ ଆଣି ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଜିଲାରେ ଧାନକ୍ରୟ ଲକ୍ଷ୍ୟ ଛୁଇଁ ନ ଥିବାବେଳେ ପ୍ରଶାସନ ପକ୍ଷରୁ ଏଭଳି କଟକଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଅତାବିରା ଆରଏମସି ଅଧୀନ ୧୪ଟି ଧାନକ୍ରୟ କେନ୍ଦ୍ରକୁ ଗତ ୩୧ତାରିଖରୁ ବନ୍ଦ କରି ଦିଆଯାଇଛି। ସମ୍ପୃକ୍ତ ଧାନକ୍ରୟ କେନ୍ଦ୍ରର ଧାନକ୍ରୟ ଲକ୍ଷ୍ୟ ପୂରଣ ହୋଇଯାଇଛି । ତଥାପି କୌଣସି ଚାଷୀ ଧାନ ବିକ୍ରି କରି ପାରି ନ ଥିଲେ ସେମାନଙ୍କୁ ନିକଟସ୍ଥ ଧାନକ୍ରୟ କେନ୍ଦ୍ରରେ ବିକ୍ରିର ସୁଯୋଗ ଦିଆଯିବ ବୋଲି ସେ କହିଥିଲେ।
ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗତ ଅକ୍ଟୋବର ୨୨ତାରିଖରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବସିଥିଲା। ବୈଠକର ନିଷ୍ପତ୍ତିକ୍ରମେ ଗତ ନଭେମ୍ବର ୯ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲାରେ ୧୮୫ଟି ମଣ୍ଡିରେ ଧାନ କିଣାବିକା ଚାଲିଥିଲା। ସେଥିମଧ୍ୟରୁ ପଦ୍ମପୁର ଆରଏମସି ଅଧୀନରେ ସର୍ବାଧିକ ୭୦, ବରଗଡ଼ ଆର୍‌ଏମ୍‌ସି ୬୪ ଏବଂ ଅତାବିରା ଆର୍‌ଏମ୍‌ସି ଅଧୀନରେ ୫୧ଟି ମଣ୍ଡି ଖୋଲିଥିଲା। ରବିବାର ସୁଦ୍ଧା ଉକ୍ତ ମଣ୍ଡି ଗୁଡ଼ିକରେ ୬୧ଲକ୍ଷ ୪୨ହଜାର ୯କୁଇଣ୍ଟାଲ ଧାନକ୍ରୟ ସରିଥିବା ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶ କହିଛନ୍ତି। ଜିଲାରେ ଏଥର ୬୭ଲକ୍ଷ ୫୪ହଜାର କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରହିଥିବା ସେ ସୂଚନା ଦେଇଛନ୍ତି। ଏହି ଲକ୍ଷ୍ୟ ଛୁଇଁବାକୁ ହେଲେ ଆହୁରିି ୬ଲକ୍ଷ ୧୧ହଜାର ୯୯୧ କୁଇଣ୍ଟାଲ ଧାନ କିଣିବାକୁ ପଡ଼ିବ। ତେବେ ଧାନକ୍ରୟ ଲକ୍ଷ୍ୟ ଛୁଇଁ ନ ଥିବାବେଳେ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲା ପ୍ରଶାସନ କଟକଣା ଜାରି କରିଛି। କଟକଣା ଅନୁଯାୟୀ ଦୈନିକ ଧାନ ସଂଗ୍ରହ ବଦଳରେ ପରବର୍ତ୍ତୀ ଆଦେଶ ମୁତାବକ ସପ୍ତାହର ପ୍ରଥମ ତିନିଦିନ ଧାନ ସଂଗ୍ରହ ହେବ। ଚତୁର୍ଥ ଦିବସରେ ତାହା ଯୋଗାଣ ନିରୀକ୍ଷକଙ୍କ ଦ୍ୱାରା ଯାଞ୍ଚ କରାଯିବ ଏବଂ ଯାଞ୍ଚ ପରେ ସେହି ଧାନକୁ ଉଠାଣ
କରାଯିବ ବୋଲି ନିର୍ଦ୍ଦେଶନାମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ଉଦ୍ୟାନ ପାଲଟିଲା ମଣ୍ଡପ

ଅନୁଗୋଳ ଅଫିସ, ୨୩।୨ – ଅନୁଗୋଳ ହେମସୁରପଡ଼ାସ୍ଥିତ ବିଜୁ ଉଦ୍ୟାନ ଏବେ ପାଲଟିଛି ମଣ୍ଡପ। ସହରରେ ଥିବା ବିଭିନ୍ନ ମଣ୍ଡପକୁ ନ ଯାଇ ମାଗଣାରେ ଲୋକେ...

ଅଧାରେ ଅଟକିଛି ଅରଡେଇ ପୋଲ କାମ

କେନ୍ଦୁଝର, ୩୧ା୫(ଡି.ଏନ୍‌.ଏ.)-ଭିତ୍ତିପ୍ରସ୍ତର ସ୍ଥାପନକୁ ଅଢେଇବର୍ଷ ହୋଇଗଲାଣି। କିନ୍ତୁ ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ଅଧା ବି ହୋଇନାହିଁ। ତେଣୁ ଧାର୍ଯ୍ୟ ସମୟ...

କୋଭିଡ୍‌ ନିୟମ ଉଲ୍ଲଂଘନ: ଏକତା ମାର୍କେଟ, ଅପର୍ତିବିନ୍ଧା ଛକର ୬ ଦୋକାନ ସିଲ୍‌

ଭଦ୍ରକ ଅଫିସ, ୨୭।୭: କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସୋମବାର ୬ଟି ଦୋକାନକୁ ସିଲ୍‌ କରାଯାଇଛି। ଏ ନେଇ...

କଲଣ ହାଟରେ କରୋନା କଟକଣା ବାଟବଣା

ରସୁଲପୁର,୯।୪(ଡିଏନଏ)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି। କରୋନା ପାଇଁ ହାଟଗୁଡିକ...

କାରଖାନାରେ ଶ୍ରମିକ ଅଶାନ୍ତି, ଆଲୋଚନା ପରେ ସ୍ବାଭାବିକ ହେଲା

ରେମୁଣା, ୧୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁର ଶିଳ୍ପାଞ୍ଚଳସ୍ଥିତ ଆଲୁମ ଏକ୍ସଟ୍ରୁସିଅନସ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। କାରଖାନା ସମ୍ମୁଖରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା...

ଅନ୍‌ଲାଇନ୍‌ କ୍ଲାସ୍‌ରେ ଅଶ୍ଳୀଳ ଫଟୋ: ପ୍ରଧାନ ଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ

କଟକ ଅଫିସ,୨।୮: ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିଲା। ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠ ପଢୁଥିଲେ। ହଠାତ୍‌ ମୋବାଇଲ ସ୍କ୍ରିନରେ ଅଶ୍ଳୀଳ ଫଟୋ ଦେଖାଯିବା ପରେ ଶିକ୍ଷୟିତ୍ରୀ,...

ବିବାହ କାର୍ଯ୍ୟରୁ ଫେରୁଥିବା କାର୍‌ ଦୁର୍ଘଟଣାଗସ୍ତ

ପାପଡାହାଣ୍ଡି,୧।୫(ଡି.ଏନ୍‌.ଏ.): ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ଏକ କାର୍‌ ନବରଙ୍ଗପୁର ଜଲା ପାପଡାହାଣ୍ଡି ବ୍ଲକ  ତୁମ୍ବର୍ଲା ଫାଣ୍ଡି ନିକଟରେ ବୁଧବାର ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ...

ହୀରାକୁଦ ନିଷିଦ୍ଧାଞ୍ଚଳରେ ଯୁବତୀଯୁବକ

ସମ୍ବଲପୁର,୩୦।୧୨ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳରେ କେତେକ ଯୁବତୀଯୁବକ ଚଳପ୍ରଚଳ କରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେମାନେ ସେଲ୍ଫି ନେବା ସହ ଫଟୋ...

Advertisement
Archives

Model This Week