ଚାଉଳ ଉଠିନି, ଧାନ କଥା ପଚାରେ କିଏ

ଭୁବନେଶ୍ୱର,୧ା୧୨ (ରବିନାରାୟଣ ଜେନା): ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଲାଗି କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବହୁବିଧ ଯୋଜନା କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍‌କିଷାନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନ୍‌ପୁଟ ସବ୍‌ସିଡି ପ୍ରଦାନ କରାଯାଉଛି। ଏହାକୁ ନେଇ ଚାଷୀମାନେ ପ୍ରୋତ୍ସାହିତ ହୋଇ ଅଧିକ ଧାନ ଅମଳ କରିବାକୁ ସକ୍ଷମ ହୋଇଛନ୍ତି। ହେଲେ ସେମାନଙ୍କ ଧାନ ଠିକଣା ସମୟରେ କିଣିବା ବେଳକୁ ସବୁ ବ୍ୟବସ୍ଥା ଯେପରି ଓଲଟପାଲଟ ହୋଇଗଲା ଭଳି ପରିଲକ୍ଷିତ ହେଉଛି। ଚଳିତବର୍ଷ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବାକୁ ସକ୍ଷମ ହୋଇପାରି ନାହାନ୍ତି। ଏଥିଯୋଗୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ବୋଲି ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହ ଭିତରେ ଓ ବାହାରେ ଚିତ୍କାର କରି କହୁଛନ୍ତି। ଅନ୍ୟପକ୍ଷରେ ପ୍ରତିବର୍ଷ ନଭେମ୍ବର ପହିଲାରେ ରାଜ୍ୟ ସରକାର ଖରିଫ ଧାନ ସଂଗ୍ରହ କରିଥାନ୍ତି। ମାତ୍ର ଏବର୍ଷ ମିଲର୍ସମାନଙ୍କ ବକେୟା ଚାଉଳ ସରକାର ଉଠାଇ ନ ଥିବା ଏବଂ ସେମାନଙ୍କ ଦାବି ପୂରଣ କରି ନ ଥିବାରୁ ସେମାନେ ଏବେ ମଣ୍ଡିକୁ ଆସୁ ନ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୨୪-୨୫ ବର୍ଷରେ ମିଲର୍ସମାନେ କେବଳ ଖରିଫରେ ୭୩ଲକ୍ଷ ୪୫ହଜାର ୭୦୭ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରିଥିଲେ। ଏଥିମଧ୍ୟରେ ସର୍ବାଧିକ ବରଗଡ଼ ଜିଲା ୭ଲକ୍ଷ ୯୩ହଜାର ୭୬୩ ମେଟ୍ରିକ୍‌ ଟନ୍‌ ଧାନ ଦେଇଥିବାବେଳେ କନ୍ଧମାଳ ସର୍ବନିମ୍ନ ୭ହଜାର ୪୫୨ ମେଟ୍ରିକ୍‌ ଟନ୍‌ ଧାନ ଦେଇଥିଲା। ଏବାବଦକୁ ମିଲର୍ସମାନେ ୪୯ଲକ୍ଷ ୭୮ହଜାର ୧୬୫ ମେଟ୍ରିକ୍‌ ଟନ୍‌ ଚାଉଳ ଦେବା କଥା। ନଭେମ୍ବର ୨୦ ତାରିଖ ସୁଦ୍ଧା ରାଜ୍ୟ ସରକାର ୨୪ଲକ୍ଷ ୩୮ହଜାର ୨୮୧ ମେଟ୍ରିକ୍‌ ଟନ ଚାଉଳ ଆର୍‌ଆର୍‌ସି ଜରିଆରେ ଦେଇଥିବାବେଳେ ଏଫ୍‌ସିଆଇ ୧୯ଲକ୍ଷ ୩୭ହଜାର ୯୧ ମେଟ୍ରିକ୍‌ ଟନ୍‌ ଚାଉଳ ନେଇଛି। ୧୩ହଜାର ୪୮୪ ମେଟ୍ରିକ୍‌ ଟନ୍‌ ପୁଷ୍ଟିଯୁକ୍ତ ଚାଉଳ ସରକାରଙ୍କୁ ପ୍ରଦାନ କରାଯାଇଛି। ଅବଶିଷ୍ଟ ୬.୭୦ ଲକ୍ଷରୁ ଊର୍ଦ୍ଧ୍ୱ ମେଟ୍ରିକ୍‌ ଟନ୍‌ ଚାଉଳ ମିଲର୍ସଙ୍କ ଖଳାରେ ଗଡ଼ୁଛି। ତେଣୁ ମିଲର୍ସମାନେ ଧାନ ସଂଗ୍ରହ କଲେ କେଉଁଠି ରଖିବେ ବୋଲି ଚିନ୍ତାରେ ରହିଛନ୍ତି।
ମିଲର୍ସମାନଙ୍କ ଅଭିଯୋଗ ହେଲା, ସରକାର ପୂର୍ବବର୍ଷ ଯେତିକି ଧାନ ସଂଗ୍ରହ କରି ଚାଉଳ ଦେବାକୁ କହିଥିଲେ ତାହା ଏପର୍ଯ୍ୟନ୍ତ ଉଠି ପାରି ନାହିଁ। ଆମ ପାଖରେ ଆବଶ୍ୟକ ପରିମାଣର ଭଣ୍ଡାର ନାହିଁ। ତେଣୁ ଚାଷୀଙ୍କଠାରୁ ଗତବର୍ଷ ନିଆଯାଇଥିବା ଧାନର ଚାଉଳ ବାବଦକୁ ପ୍ରାୟ ୬ ଲକ୍ଷରୁ ଅଧିକ ମେଟ୍ରିକ୍‌ ଟନ୍‌ ଖଳାରେ ପଡ଼ିଛି। ପୁରୁଣା ଚାଉଳ ଯେପର୍ଯ୍ୟନ୍ତ ଉଠିନାହିଁ କିମ୍ବା ସରକାର ନେଇ ନାହାନ୍ତି, ନୂଆ ଧାନ କିପରି ସଂଗ୍ରହ କରାଯିବ ବୋଲି ରାଜ୍ୟ ଓଡ଼ିଶା ମିଲର୍ସ ଆସୋସିଏଶନ ପକ୍ଷରୁ କୁହାଯାଇଛି। ଏହାବାଦ୍‌ ସରକାର ମିଲର୍ସମାନଙ୍କୁ ଠିକ ଭାବେ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ କରୁନାହାନ୍ତି କି ମିଲିଂ ଖର୍ଚ୍ଚ ଠିକ୍‌ ଭାବେ ଦେଉ ନାହାନ୍ତି। ତେଣୁ ହାତରୁ ଖାଇ କେତେ ସରକାରଙ୍କ ନିର୍ଦ୍ଦେଶ ମାନିବୁୁ ବୋଲି ମିଲର୍ସମାନେ ଅଭିଯୋଗ କରୁୁଛନ୍ତି। ଏନେଇ ମିଲର୍ସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସେଥିରେ ସଂଘର ସଭାପତି ମହେଶ କୁମାର ବଂଶଲ ୯ ଦାବି ରଖିଛନ୍ତି। ଏନେଇ ସଂଘର ଅନ୍ୟତମ ସଦସ୍ୟ ଏସ୍‌. ସେନାପତି କହିଛନ୍ତି, ରାଜ୍ୟ ସରକାର ଯଦି ସଂଘର ନ୍ୟାୟୋଚିତ ତିନୋଟି ଦାବି ପୂରଣ କରିବେ ତେବେ ଆମେ ଧାନ ସଂଗ୍ରହକୁ ଓହ୍ଲାଇବୁ। ସେନାପତି କହିଛନ୍ତି, ସରକାର ପ୍ରତିବର୍ଷ ୭୦ରୁ ଅଧିକ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ଉଠାଇବାକୁ କହୁଛନ୍ତି, ଆମେ କିଣୁଛୁ। ହେଲେ ଏବାବଦକୁ କୌଣସି ରକ୍ଷଣାବେକ୍ଷଣ ଖର୍ଚ୍ଚ ଦେଉ ନାହାନ୍ତି। ସେହିପରି ପଡ଼ୋଶୀ ରାଜ୍ୟରେ ଧାନ ଚୂରିବା(ମିଲିଂ) ଖର୍ଚ୍ଚ କୁଇଣ୍ଟାଲ ପିଛା ୧୨୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଉଥିବାବେଳେ ଓଡ଼ିଶାରେ ଗତ ୨୧ବର୍ଷ ଧରି ମାତ୍ର ୨୦ ଟଙ୍କା ପ୍ରଦାନ କରାଯାଉଛି। ମିଲିଂ ଖର୍ଚ୍ଚ ବଢ଼ାଇବା ସହିତ ଚାଉଳ ଉଠାଣ ତ୍ୱରିତ ନ ହେଲେ ଧାନ ସଂଗ୍ରହକୁ ଓହ୍ଲାଇବୁ ନାହିଁ ବୋଲି ସେନାପତି କହିଥିଲେ।
ଏସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମିଲର୍ସମାନଙ୍କ ବକେୟା ଚାଉଳ ଉଠାଇବା ସମ୍ପର୍କରେ ନିଷ୍ପତ୍ତି ହୋଇଛି। ଚାଉଳ ମିଲିଂ ବାବଦ ଖର୍ଚ୍ଚ ବୃଦ୍ଧି କରିବାକୁ ମଧ୍ୟ ସରକାର ରାଜି ଅଛନ୍ତି ବୋଲି ପାତ୍ର କହିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ମିଳିଲା ଅନୁମତି : ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ମ୍ୟାଚ୍‌

ବେଙ୍ଗାଲୁରୁ,୧୬ା୩: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଘରୋଇ ମ୍ୟାଚ୍‌ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। Dharitri – Odisha’s No.1 Odia Daily

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ, ଆଗକୁ ଓଡ଼ିଶା ରାଜନୀତିରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନକୁ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଗକୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ…

ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri