Posted inଫୁରସତ

ପାରିଶ୍ରମିକ ଟଙ୍କା ଠାକୁରଙ୍କୁ ଅର୍ପଣ କରାଯାଇଥିଲା: ଶିକ୍ଷୟିତ୍ରୀ ମୃଣ୍ମୟୀ ପରିଡ଼ା

ଜୀବନର ଗତିପଥରେ କେତେ ଯେ ଘଟଣା ଘଟେ ତାହା ଅସୁମାରୀ, କିନ୍ତୁ କିଛି ଘଟଣା ମନ ଭିତରେ ଅପୂର୍ବ ଶିହରଣ ସୃଷ୍ଟି କରିଥାଏ। ଏଇ ଯେମିତି ପ୍ରଥମ ରୋଜଗାରର ଅନୁଭୂତି; ଯାହାକି ଏବେ ବି ଅଭୂଲା ହୋଇରହିଛି। ଘଟଣା ହେଲା ୧୯୭୨ ମସିହାର କଥା। ସେତେବେଳେ ମୁଁ ସେଣ୍ଟମେରୀ ଗାର୍ଲସ ସ୍କୁଲ, ସୁନ୍ଦରଗଡରେ ମାଟ୍ରିକ୍‌ ପଢୁଥାଏ। ମାଟ୍ରିକ୍‌ ଫାଇନାଲ୍‌ ପରୀକ୍ଷାରେ ଫାଷ୍ଟକ୍ଲାସ୍‌ ପାଇବାରୁ ସେବେ ମୋତେ ୧୦୦୦ ଟଙ୍କା ସ୍କଲାର୍‌ଶିପ୍‌ ମିଳିଥିଲା; ଯାହାକୁ ନେଇ ମୁଁ ମୋ ବାପାଙ୍କୁ ଦେଇଥିଲି। ବାପା ସେହି ଟଙ୍କାକୁ ଠାକୁରଙ୍କ ପାଖେ ରଖି ଦେଇଥିଲେ। ଠିକ୍‌ ଏହି ଘଟଣା ପୂନର୍ବାର ମୋ ସହିତ ଘଟିଲା ୧୯୮୪ ମସିହାରେ। ସେତେବେଳକୁ ମୋର ବାହାଘର ସରିଥାଏ। ୧୯୮୪ ମସିହା ମାର୍ଚ୍ଚ ୫ ତାରିଖରେ ରାଇକିଆସ୍ଥିତ ସେଣ୍ଟକାଥାରିନା ବାଳିକା ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଲି। ସେ ଅନୁଭୂତି ବି ଅବର୍ଣ୍ଣନୀୟ। ଏପ୍ରିଲ ମାସ ୨/୩ ତାରିଖ ଦିନ କ୍ଲାସରେ ପଢାଉଥିଲା ବେଳେ ପିଅନ ଆସି ଅଫିସକୁ ଯିବାକୁ କହିଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଡକେଇ ପଠେଇଥିଲେ। ଟିକେ ଡର, ଟିକେ ଉତ୍ତେଜନା ପୂର୍ଣ୍ଣ ମନରେ ଯାଇଥିଲି। ସେ ଟିକେ ହସି ମୋର ଦରମା ୭୮୫ଟଙ୍କା ମୋ ହାତକୁ ବଢାଇ ଦେଲେ। ଟଙ୍କା ତ ଅନେକ ଦେଖିଥିଲି ଆଉ ହାତରେ ବି ଧରିଥିଲି, କିନ୍ତୁ ଏହି ଦରମା ଟଙ୍କାର ମହତ୍ତ୍ବ କିଛି ଭିନ୍ନ ଥିଲା ମୋ ପାଇଁ। ଖୁବ୍‌ ଖୁସି ଥିଲି। ଘରକୁ ଆସି ସ୍ବାମୀକୁ ସେ ଟଙ୍କା ଦେବାରୁ; ସେ ବି ମୋ ବାପାଙ୍କ ପରି ଟଙ୍କାକୁ ନେଇ ଠାକୁରଙ୍କ ପାଖେ ରଖିଦେଲେ। ଅବଶ୍ୟ ପରେ ଆମେ ସେହି ଟଙ୍କା ଆଣି ଖର୍ଚ୍ଚ କରିଥିଲୁ କିନ୍ତୁ କେମିତି ଖର୍ଚ୍ଚ କଲୁ ତାହା ଏବେ ଆଉ ସ୍ପଷ୍ଟ ମନେପଡୁନି। କିନ୍ତୁ ଏତିକି ଖୁସି ଲାଗୁଛି ଯେ, ମୋର ପାରିଶ୍ରମିକ ଉପରେ ଭଗବାନଙ୍କର ଆଶୀର୍ବାଦ ସବୁବେଳେ ରହି ଆସିଛି। ଯେଉଁଥିପାଇଁ ଚାକିରୀ କ୍ଷେତ୍ରରେ ଖୁବ୍‌ ଉନ୍ନତି କରିବା ସହ ଶିକ୍ଷାର୍ଥୀଙ୍କର ଅନେକ ଭଲ ପାଇବା ଓ ସମ୍ମାନ ପାଇଛି; ଯାହାକି ସବୁଠୁ ଅଧିକ ମୂଲ୍ୟବାନ। ତେବେ କେବଳ ଶିକ୍ଷୟିତ୍ରୀ ନୁହେଁ ମୁଁ ଉକ୍ତ ବିଦ୍ୟାଳୟର ଏନ୍‌ସିସି ଅଫିସର୍‌ ଭାବେ ବି ବେଶ୍‌ କିଛି ଦିନ ଦାୟିତ୍ୱ ତୁଲାଇଥିଲି। ଶେଷରେ ୨୦୧୬ ମେ’ ମାସରେ ଚାକିରିରୁ ଅବସର ନେଲି। ନିଜ ଜୀବନର ଅନେକ ଅନୁଭୂତିକୁ ନେଇ ମୁଁ ବେଳେବେଳେ ଫେସ୍‌ବୁକ୍‌ରେ ମୋ ଲେଖା ପୋଷ୍ଟ କରିଥାଏ; ଯାହାକୁ ପଢି ଅନେକେ ସୁନ୍ଦର ସୁନ୍ଦର ରିପ୍ଲାଏ ଦେଇଥାନ୍ତି; ଯାହା ମୋତେ ଖୁବ୍‌ ଆନନ୍ଦ ଦେଇଥାଏ। ଏବେ ପ୍ରକାଶିକା ଭାବେ ଆଉ ଏକ ପରିଚୟ ମୋର ସୃଷ୍ଟି ହୋଇଛି। ଏଥିରେ ମୋ ସ୍ବାମୀ କାବ୍ୟ ସାରଥି ପବନି ଜେନାଙ୍କର ୨୭ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଚର୍ଚ୍ଚାରେ ପ୍ରଶାସନ, ଡାକ୍ତରଙ୍କୁ ମିଳିଲା ହସ୍ପିଟାଲରୁ କୁକୁର ଘଉଡ଼ାଇବା ପାଇଁ ଦାୟିତ୍ୱ

ଜୟପୁର,୯।୨: ରାଜସ୍ଥାନର ଜୟସଲମେର ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ସରକାରୀ ଜବାହାର ହସ୍ପିଟାଲରେ କୁକୁର ହଟାଇବା ଅଭିଯାନ ଚାଲିଛି । ହସ୍ପିଟାଲ ପ୍ରଶାସନ ଦ୍ୱାରା ଜାରି…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ତାମିଲନାଡୁରେ ୩ ଓଡ଼ିଆ ଶ୍ରମିକଙ୍କୁ ଅଟକ ରଖି ନିର୍ଯାତନା, ଉଦ୍ଧାର ପାଇଁ ଗଲେ ଦିଗପହଣ୍ଡି ପୋଲିସ 

ଦିଗପହଣ୍ଡି,୯।୨(ଅଶେଷ ନାଥ ମିଶ୍ର): ଓଡ଼ିଶାର ୩ଶ୍ରମିକଙ୍କୁ ତାମିଲନାଡୁରେ ନିର୍ଯାତନା ଅଭିଯୋଗ । ୩ ଶ୍ରମିକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ…

କେସିଙ୍ଗା ଗସ୍ତରେ ପ୍ରଭାତୀ ପରିଡ଼ା, ବାପାଙ୍କ ଅଧୁରା କାମକୁ ସମ୍ପୂର୍ଣ କରିବି କହି….

କେସିଙ୍ଗା,୯।୨(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  । ଭୁବନେଶ୍ବରରୁ ବିବାନ ଯୋଗେ ଉତ୍କେଲା ଏୟାର ଷ୍ଟିପରେ ସୋମବାର ପୂର୍ବାହ୍ନ ୧୦.୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri