ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍‌ ୭ଟି ପୋଖରୀ ଥିବାବେଳେ କୌଣସି ପୋଖରୀରେ ବର୍ଷବର୍ଷ ଧରି ମାଟି କାମ କିମ୍ବା ପଙ୍କୋଦ୍ଧାର କରାଯାଉ ନ ଥିବାରୁ ସେଗୁଡ଼ିକ ଶୁଖିଲା ପଡ଼ି ରହିଛି। ଏହା ଫଳରେ ଜଳଧାରଣ କ୍ଷମତା କ୍ରମଶଃ ହ୍ରାସ ପାଉଥିବା ସହ ଚାଷ ଓ ଜଳ ସମସ୍ୟା ମଧ୍ୟ ଉତ୍କଟ ହୋଇପଡ଼ିଛି।
ଗ୍ରାମର ଝାରବନ୍ଧ ପୋଖରୀ ଏମ୍‌ଆଇପି ଅଧୀନରେ ରହିଥିବାବେଳେ ବରକଟା, ଖଜୁରୀକଟା, ନିମାଇଁବନ୍ଧ, ବଡ଼ବନ୍ଧ (ଗାଁବନ୍ଧ), ରୁଗୁଡ଼ିବନ୍ଧ, ମହତବନ୍ଧ ଓ ସାଗରୀବନ୍ଧ ପୋଖରୀ ପଞ୍ଚାୟତ ଓ ବ୍ଲକ ଅଧୀନରେ ରହିଛି। ଏହି ସମସ୍ତ ପୋଖରୀରେ ପ୍ରତିବର୍ଷ ମାଛଚାଷ ପାଇଁ ନିଲାମ କରାଯାଇ ସରକାର ରାଜସ୍ବ ଆଦାୟ କରୁଥିଲେ ମଧ୍ୟ ପଙ୍କୋଦ୍ଧାର କିମ୍ବା ମାଟି କାମ ପ୍ରତି କୌଣସି ଧ୍ୟାନ ଦିଆଯାଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହି ପୋଖରୀଗୁଡ଼ିକ ଗ୍ରାମର ଚାଷ ଜମିକୁ ଜଳସେଚନ, ଗାଧୋଇବା, ଦୈନନ୍ଦିନ ବ୍ୟବହାର ଓ ଗୃହପାଳିତ ପଶୁଙ୍କ ପାଇଁ ଜଳର ପ୍ରମୁଖ ଉତ୍ସ ହୋଇଥିବାବେଳେ ବର୍ତ୍ତମାନ ସେଗୁଡ଼ିକ ପଙ୍କରେ ପୋତି ହୋଇ ଶୁଖିଲା ପଡ଼ିଛି। ଏହା ଫଳରେ ଖରିଫ ଋତୁରେ ଚାଷୀମାନେ ପର୍ଯ୍ୟାପ୍ତ ଜଳ ପାଉନଥିବାରୁ ବିଭିନ୍ନ ସମୟରେ ପାଣି ବଣ୍ଟନକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହେଉଛି।
ବିଶେଷକରି ବରକଟା ପୋଖରୀର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ପର୍ବତାଞ୍ଚଳରୁ ପାଣି ଆସୁଥିବାରୁ ଏହା ଶୀଘ୍ର ପୂର୍ଣ୍ଣ ହୋଇଥାଏ। କିନ୍ତୁ ପ୍ରାୟ ୪୦ରୁ ୫୦ ବର୍ଷ ହେଲା ଏହାର ପଙ୍କୋଦ୍ଧାର ହୋଇନଥିବାରୁ ପୋଖରୀଟି ପ୍ରାୟ ପଡ଼ିଆରେ ପରିଣତ ହୋଇଯାଇଛି। କିଛି ଦିନ ପୂର୍ବେ ଏକ ଗାଈ ପାଣି ପିଇବାକୁ ଯାଇ ପଙ୍କରେ ଫସି ରହିଥିଲା ଓ ପ୍ରାୟ ୧୪ ଘଣ୍ଟା ପରେ ତାହାକୁ ଉଦ୍ଧାର କରାଯାଇଥିଲା। ଅନ୍ୟପଟେ, ଯେଉଁ ପୋଖରୀଗୁଡ଼ିକ ଲୋକଙ୍କ ଦୈନନ୍ଦିନ ବ୍ୟବହାରରେ ଆସୁନାହିଁ ସେଠାରେ କାମ କରାଯାଉଥିବାବେଳେ ଗୁରୁତ୍ୱପୂର୍ଣ୍ଣ ପୋଖରୀଗୁଡ଼ିକୁ ଅବହେଳା କରାଯାଉଥିବାରୁ ଠିକାଦାର ପୋଷା ନୀତିରେ ସରକାରୀ ଅର୍ଥ ଅପବ୍ୟୟ ହେଉଥିବା ଅଭିଯୋଗ ମଧ୍ୟ ଉଠିଛି।ତେଣୁ ଅମରପାଲି ଗ୍ରାମର ସମସ୍ତ ପୋଖରୀର ତୁରନ୍ତ ପଙ୍କୋଦ୍ଧାର ଓ ମାଟି କାମ କରାଯାଇ ସେମାନଙ୍କର ଜଳଧାରଣ କ୍ଷମତା ବୃଦ୍ଧି କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
ଏନେଇ ବୀରମହାରାଜପୁର ବିଡିଓ ରାଜୀବ ହାଁସଦାଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ ଯେଉଁ ସବୁ ପୋଖରୀରୁ ପଙ୍କ ଉଦ୍ଧାର କରାଯାଉ ନାହିଁ ଆମେ ପର୍ଯ୍ୟାୟ କ୍ରମେ ପଙ୍କ ଉଦ୍ଧାର ଓ ମାଟି କାମ କରିବାକୁ ବୋଲି ପ୍ରକାଶ କରିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

LPG e-KYCର ସମୟସୀମା ଶେଷ: ଆଜିଠୁ ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ସର୍ଭର ସମସ୍ୟା ଯୋଗୁ ପ୍ରଥମେ…

୨୦୦୦ ଟଙ୍କାରୁ ଅଧିକ ରେଳ ଟିକେଟ ବୁକିଂରେ କେତେ ଚାର୍ଜ ଦେବେ ଯାତ୍ରୀ? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। UPI ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?