ଫେରୁଛି ମହିଳା ଖୋ ଖୋ ଚମକ

ଭୁବନ, ୧୯।୧୧(ଡି.ଏନ୍‌.ଏ.):  ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପରେ ଲୋକାଦୃତି ହାସଲ କରିଛି ହକି, ଫୁଟ୍‌ବଲ ଭଳି ଲୋକପ୍ରିୟ କ୍ରୀଡ଼ା। ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ଆଉଟ୍‌ଡୋର ଗେମ୍‌ରେ ଦେଖାଉଛନ୍ତି ସେମାନଙ୍କ ଦକ୍ଷତା। ଖୋ ଖୋ, କବାଡ଼ି ଭଳି ପ୍ରତିଯୋଗିତାରେ ଏବେ ସେମାନଙ୍କ ଚମକ ରାଜ୍ୟ ପାଇଁ ନୂଆ ଆଶା ସଞ୍ଚାର କରିଛି। ଢେଙ୍କାନାଳ ଜିଲା ଭୁବନ ମହିଳା ଡିଗ୍ରୀ କଲେଜ ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଆନ୍ତଃକଲେଜ ମହିଳା ଖୋ ଖୋ ପ୍ରତିଯୋଗିତାରେ ଏହାର ଝଲକ ଦେଖିବାକୁ ମିଳିଛି। ରମାଦେବୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୯ କଲେଜର ମହିଳା ଟିମ୍‌ ଏଥିରେ ଅଂଶଗ୍ରହଣ କରି କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି।
ଏହି ପ୍ରତିଯୋଗିତାରେ ଯାଜପୁର ରୋଡ୍‌ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ, ବାଙ୍କୀସ୍ଥିତ ରାଣୀ ଶୁକଦେଈ ମହାବିଦ୍ୟାଳୟ, ଜଗତ୍‌ସିଂହପୁରସ୍ଥିତ ଗାଦିବ୍ରହ୍ମ କଲେଜ, ପୁରୀ ଚାରିଛକ ନିଗମାନନ୍ଦ କଲେଜ, ଯାଜପୁର ବିରଜା କଲେଜ, ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ, ନିମାପଡ଼ାସ୍ଥିତ ଆଇଜି ନିଗମାନନ୍ଦ କଲେଜ, ଖୋର୍ଦ୍ଧା, ଭୁବନ ଡିଗ୍ରୀ କଲେଜ ଅଂଶଗ୍ରହଣ କରିଥିଲେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଟିମ୍‌କୁ ହରାଇ ଭୁବନ ଏବଂ ଯାଜପୁର ରୋଡ୍‌ ଇନ୍ଦିରା ଗାନ୍ଧୀ ମହିଳା କଲେଜକୁ ହରାଇ ପୁରୀ ଚାରିଛକ ନିଗମାନନ୍ଦ କଲେଜ ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଉଦ୍‌ଯାପନୀ ଦିବସରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଏଥିରେ ଉଭୟ ଦଳ ପରସ୍ପରକୁ ଭେଟିବେ।
ଉଦ୍‌ଘାଟନୀ ସମାରୋହରେ ଏମ୍‌ପି ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର କ୍ରୀଡ଼ାବିତ୍‌ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଉଛନ୍ତି। ଆନ୍ତଃକଲେଜ ଖୋ ଖୋ ପ୍ରତିଯୋଗିତାରେ ଆଶାନୁରୂପକ ପ୍ରଦର୍ଶନ କଲେ ରାଜ୍ୟ ଦଳରେ ସ୍ଥାନ ପାଇବାର ସୁଯୋଗ ମିଳିବ ଏବଂ ରାଜ୍ୟରେ ମହିଳାଙ୍କୁ ନେଇ ଆୟୋଜିତ କ୍ରୀଡ଼ା ଭିନ୍ନ ସୋପାନ ଛୁଇଁବ ବୋଲି ଏମ୍‌ପି ଆଶାବ୍ୟକ୍ତ କରିଛନ୍ତି। ମୁଖ୍ୟ ବକ୍ତା ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ସମ୍ମାନିତ ଅତିଥି ଆଦିତ୍ୟବାହିନୀ ମାର୍ଗଦର୍ଶକ ପଣ୍ଡିତ ମାତୃପ୍ରସାଦ ମିଶ୍ର, ଏବିଭିପିର କ୍ଷେତ୍ରୀୟ ସଙ୍ଗଠନ ମନ୍ତ୍ରୀ ଆପାଂଶୁ ଶେଖର ସିଲ, ଏବିଭିପି ପ୍ରାନ୍ତ ସଙ୍ଗଠନ ସମ୍ପାଦକ ବୈଲୋଚନ ସାହୁ, ଦେବବ୍ରତ ପୃଷ୍ଟି, ସନାତନ ସାମଲ, ପରଜଙ୍ଗ ବ୍ଲକର ଜିଲା ପରିଷଦ ସଦସ୍ୟ ନିରଞ୍ଜନ ପ୍ରଧାନ, ଭୁବନ ମହିଳା ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଭୁବନ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଦାସ, ଶାରୀରିକ ଶିକ୍ଷା ଶିକ୍ଷକ ସୁବ୍ରତ କୁମାର ମିଶ୍ର, ଅନିଲ ନନ୍ଦ, ଜୀବନଜ୍ୟୋତି ବିଶ୍ୱାଳ, ପ୍ରହଲ୍ଲାଦ ସାହୁ, ଉମାକାନ୍ତ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଅଧ୍ୟାପକ ପ୍ରଶାନ୍ତ ରାଉତ, ଗଦାଧର ସାହୁ ମ୍ୟାନେଜର ଦାୟିତ୍ୱ ତୁଲାଇଥିବାବେଳେ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

 

ବାଜି ରାଉତଙ୍କ ମାଟିରେ ଖେଳିବାର ଅନୁଭବ ଅନନ୍ୟ
ରାଜ୍ୟସ୍ତରରେ ବିଭିନ୍ନ ସ୍ଥାନରେ ଖେଳିବାର ସୁଯୋଗ ମିଳିଥିଲେ ମଧ୍ୟ ଶହୀଦ ବାଜି ରାଉତଙ୍କ ମାଟିରେ ଖେଳିବାର ଅନୁଭବ ଅନନ୍ୟ। ଅଞ୍ଚଳବାସୀଙ୍କ ଖେଳ ପ୍ରତି ଉତ୍ସାହ ଦେଖି ଖୁସି ଲାଗୁଛି।
-ସସ୍ମିତା ଗୋଚ୍ଛି, ବାଙ୍କୀ ଦଳର ଅଧିନାୟିକା
ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରଚେଷ୍ଟା ଜାରି ରହିବ
କ୍ରୀଡ଼ା ହେଉଛି ଓଡ଼ିଶାର ପରିଚୟ। ଖୋ ଖୋରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରୟାସ ଜାରି ରହିବ। ଟର୍ଫ ପିଚ୍‌ରେ ଖେଳିବା ସାମାନ୍ୟ କଷ୍ଟକର। ମ୍ୟାଟ୍‌ ପିଚ୍‌ ହୋଇଥିଲେ ପ୍ରଦର୍ଶନ ଆହୁରି ଭଲ ହୁଅନ୍ତା
-ଶୁଭଦର୍ଶିନୀ ବେହେରା, ଜଗତ୍‌ସିଂହପୁର ଦଳର ଅଧିନାୟିକା
ଘରୋଇ ପରିବେଶର ଫାଇଦା ନେବୁ
ହୋମ ଗ୍ରାଉଣ୍ଡରେ ଦର୍ଶକଙ୍କ ଭରପୂର ସମର୍ଥନ ମିଳୁଛି। ବିଗତ ଦିନରେ ଏଠାରେ ଚାମ୍ପିୟନ ହୋଇଥିଲୁ। ଚଳିତବର୍ଷ ଦଳରେ ୨ ଭଲ ଖେଳାଳି ସାମିଲ ଅଛନ୍ତି। ଘରୋଇ ପରିବେଶର ଫାଇଦା ଉଠାଇବୁ।
-ଦୀପିକା ପୃଷ୍ଟି, ଭୁବନ ଦଳର ଅଧିନାୟିକା
ଛୋଟ ଛୋଟ ତ୍ରୁଟିରୁ ମ୍ୟାଚ୍‌ ହାତଛଡ଼ା ହେଲା
ଭୁବନରେ ଖେଳ ପରିବେଶ ବେଶ ଉତ୍ତମ। କିନ୍ତୁ ସମନ୍ବୟ ଅଭାବ ଏବଂ ଛୋଟ ଛୋଟ ତ୍ରୁଟି ଯୋଗୁ ମ୍ୟାଚ୍‌ ହାତଛଡ଼ା ହୋଇଗଲା। ମ୍ୟାଟ୍‌ ପିଚ୍‌ ହୋଇଥିଲେ ଫଳାଫଳ ଆମ ସପକ୍ଷରେ ଯାଇଥାଆନ୍ତା।
-ଲକ୍ଷ୍ମୀପ୍ରିୟା ମୁର୍ମୁ, ରମାଦେବୀ ବିଶ୍ୱବିଦ୍ୟାଳୟ ଦଳର ଅଧିନାୟିକା


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri