ଅଧାରେ ଅଟକିଛି ପ୍ରକଳ୍ପ ପୁନରୁଦ୍ଧାର

କଣିହାଁ, ୯ା୭(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ କୁଳୁମା ପଞ୍ଚାୟତର କୁଳୁମା ଗ୍ରାମରେ ଥିବା ଦୁଇଟି କ୍ଷୁଦ୍ର ଜଳସଚନ ପ୍ରକଳ୍ପର ପୁନରୁଦ୍ଧାର ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ୨୦୦୪ରୁ ଏହାର ମୂଳଦୁଆ ପଡିଥିବା ବେଳେ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୭୦ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ହେଲେ ଅଦ୍ୟାବଧି କାମ ପୂରଣ ହୋଇ ନ ଥିବାରୁ ଏ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଉଠାଯାଇଥିବା ମାଟି ଚାଷୀମାନଙ୍କ ଜମିରେ ଗଦା କରାଯାଇଛି। ଜଳ ନିଷ୍କାସନ ସ୍ଥାନକୁ ଠିକ୍‌ ଭାବେ କଂକ୍ରିଟ୍‌ କରାଯାଇ ନାହିଁ। କାର୍ଯ୍ୟ ନେଇଥିବା ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏଠାକାର ଚାଷୀ ଜମିକୁ ପାଣି ପାଇପାରୁ ନ ଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ କୁଳୁମା ଗ୍ରାମର ବରିଷ୍ଠ ନାଗରିକ ଓ ଚାଷୀମାନେ ରାଜ୍ୟ ବିଧାନସଭା ଗୃହ କମିଟି ସଦସ୍ୟ ଅମରନାଥ ଶତପଥୀଙ୍କୁ ଗତ ଜୁନ୍‌ ୨୩ ତାରିଖରେ ଅଭିଯୋଗ କରିଛନ୍ତି। ଅଭିଯୋଗର ନକଲ ଅନୁଗୋଳ ଜିଲାପାଳ, ଏମ୍‌ଆଇପି ଡିଭିଜନ ନିର୍ବାହୀ ଯନ୍ତ୍ରୀ, ପାଲଲହଡ଼ା ଓ ତାଳଚେର ବିଧାୟକଙ୍କୁ ପ୍ରଦାନ କରାଯାଇଛି।
ବୁଦ୍ଧିଜୀବୀ ତଥା ଚାଷୀ କୃଷ୍ଣଚନ୍ଦ୍ର ପ୍ରଧାନ, ଭାସ୍କର ସାମଲ, ପ୍ରଶ୍ନ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, କୁଳୁମା ଗ୍ରାମର ତେଲପଶି ଏମ୍‌ଆଇପି ପାଇଁ ୩୬ ଲକ୍ଷ ୮୮ ହଜାର ଓ ନୂଆବନ୍ଧ ଏମ୍‌ଆଇପି ପାଇଁ ୩୫ ଲକ୍ଷ ୮୨ ହଜାର ଟଙ୍କା ଅନୁଦାନ ମିଳିଛି। ଏହି କାର୍ଯ୍ୟ ଏମ୍‌ଆଇପିର ତାଳଚେର ଉପଖଣ୍ଡ ସହକାରୀ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କରାଯାଉଥିଲା। ଠିକାଦାର ମନଇଚ୍ଛା ମାଟି ଖୋଳି ଗ୍ରାମର ଯାତ୍ରାପଡିଆ ସହ ଅନେକଙ୍କ ଚାଷ ଜମିରେ ଗଦା କରିଛନ୍ତି। ଏହାକୁ ସମତୁଲ କରି ନ ଥିବାବେଳେ ନିମ୍ନମାନର କାମ କରି ଡ୍ରେନ ସଫା କରିନାହାନ୍ତି। ଜଳ ନିଷ୍କାସନ ସ୍ଥାନରେ କଂକ୍ରିଟ କାମ ଠିକ୍‌ ଭାବେ ହୋଇନାହିଁ। କାମ ନ ସାରି ଠିକାଦାର ବିଲ୍‌ କରି ଆଉ ଦେଖାଦେଉନାହାନ୍ତି। ଏହାର ତଦନ୍ତ କରାଯିବାକୁ ସେମାନେ ଦାବି କରିଛନ୍ତି। ଅଭିଯୋଗ ସମ୍ପର୍କରେ ଏମ୍‌ଆଇପି ତାଳଚେର ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର କୁମାର ଜଗତ କହିଛନ୍ତି, ନିମ୍ନମାନର କାମ ହୋଇନାହିଁ। ଗ୍ରାମବାସୀ ଓ ପାଣି ପଞ୍ଚାୟତ କମିଟି ତଦାରଖରେ କାର୍ଯ୍ୟ ହୋଇଛି। ଗଦା ହୋଇଥିବା ମାଟି ବର୍ଷା ଯୋଗୁ ସମତୁଲ ହୋଇପାରି ନାହିଁ। ଶୁଖିଲା ପାଗ ହେବାକ୍ଷଣି ଏହା କରାଯିବ। ପ୍ରକଳ୍ପ କାମ ସରିନାହିଁ। ଚଳିତ ଆର୍ଥିକ ବର୍ଷର ବିଲ୍‌ ମଧ୍ୟ ଠିକାଦାରଙ୍କୁ ଦିଆଯାଇନାହିଁ। ଦୁର୍ନୀତି ଅଭିଯୋଗ ମିଥ୍ୟା। ତଦନ୍ତକୁ ସ୍ବାଗତ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri