ଘରୋଇକରଣ ନେଇ ନିର୍ମଳାଙ୍କ ସ୍ପଷ୍ଟୀକରଣ

ମୁମ୍ବାଇ:  ଦେଶର ସମ୍ପତ୍ତିକୁ ସରକାର ଘରୋଇ କ୍ଷେତ୍ର ହାତକୁ ଟେକି ଦେଉଥିବା ବିରୋଧୀ ଦଳଗୁଡିକ ଅଭିଯୋଗ ଆଣିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହାର ଉତ୍ତର ରଖିଛନ୍ତି। ବିରୋଧୀଙ୍କ ଏହି ଯୁକ୍ତିକୁ ଅର୍ଥମନ୍ତ୍ରୀ ଖଣ୍ଡନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଆସିଥିବା ବଜେଟରେ ସରକାର ଘରୋଇକରଣ ନେଇ କେତେକ ପ୍ରସ୍ତାବ ରଖିଛନ୍ତି। ଏହାକୁ ବିରୋଧୀ ଦଳଗୁଡିକ ପରିବାରର ସମ୍ପତ୍ତି ବିକ୍ରି ଭଳି ଅଭିଯୋଗ ଆଣିଛନ୍ତି। ଏହା ଠିକ୍‌ ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଏଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରଙ୍କ ସମୟରେ ପୁଞ୍ଜି ପ୍ରତ୍ୟାହାର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଏ ନେଇ ସ୍ପଷ୍ଟ ନୀତି ଜାରି କରାଯାଇଛି। କେଉଁ କମ୍ପାନୀଗୁଡିକରୁ ଅଂଶଧନ ପ୍ରତ୍ୟାହାର କରାଯିବ ଏବଂ ଷ୍ଟ୍ରାଟେଜିକ କ୍ଷେତ୍ରରେ ଗୋଟିଏ ଲେଖାଏ ରାଷ୍ଟ୍ରାୟତ୍ତ କମ୍ପାନୀ ରଖିବା ନେଇ ସରକାର କାମ କରୁଛନ୍ତି। ବଜେଟରେ ସରକାର ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ଏବଂ ଗୋଟିଏ ସାଧାରଣ ବୀମା କମ୍ପାନୀକୁ ଘରୋଇ ହାତକୁ ଟେକି ଦେବାକୁ ଯୋଜନା ରଖିଛନ୍ତି। ଏହାକୁ ବିରୋଧୀ ଦଳଗୁଡିକ ପକ୍ଷରୁ ବିରୋଧ କରାଯାଇଛି।
ସେ ପୁଣି କହିଛନ୍ତି, ବିରୋଧୀ ଯେଉଁ ଭଳି ଆରୋପ ଆଣୁଛନ୍ତି ତାହା ସେଭଳି ନୁହେଁ। ଫ୍ୟାମିଲି ସିଲଭରକୁ ଦୃଢୀକରଣ କରାଯିବାର ଆବଶ୍ୟକତା ରହିଛି। ଏହା ଆମର ଶକ୍ତି ହେବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଅନେକ ରାଷ୍ଟ୍ରାୟତ୍ତ କମ୍ପାନୀ ରହିଛନ୍ତି, ଯାହା ଅସ୍ତିତ୍ୱ ବଜାୟ ରଖିବାକୁ ଅକ୍ଷମ। କମ୍ପାନୀଗୁଡିକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଇବା ସରକାରଙ୍କ ଲକ୍ଷ୍ୟ। ଏହି କମ୍ପାନୀଗୁଡିକ ପୁଣି ଥରେ କ୍ରିୟାଶୀଳ ହେବା ସହ ଆକାଂକ୍ଷୀ ଭାରତର ସ୍ବପ୍ନ ପୂରଣ କରିବାରେ ସହାୟକ ହେବ। ଅତୀତରେ ସଂସ୍କାର ସତ୍ତ୍ୱେ ମଧ୍ୟ ପ୍ରଫେଶନାଲ ଦକ୍ଷତା ନ ରହିବାରୁ କିଛି କମ୍ପାନୀଙ୍କୁ ଛାଡି ଅନ୍ୟଗୁଡିକ ଏବେ ଅସୁବିଧା ଦେଇ ଗତି କରୁଛନ୍ତି। ଏସ୍‌ବିଆଇ ଭଳି ୨୦ ବଡ ଅନୁଷ୍ଠାନ ରହିଲେ ଦେଶର ଆକାଂକ୍ଷାକୁ ପୂରଣ କରିବାରେ ସକ୍ଷମ ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ବ୍ୟାଙ୍କ ଘରୋଇକରଣ ଯୋଜନାରେ ସରକାର-ଆର୍‌ବିଆଇ କାମ କରିବେ

ବଜେଟରେ ଘୋଷଣା କରାଯାଇଥିବା ବ୍ୟାଙ୍କ ଘରୋଇକରଣ ଯୋଜନାକୁ କାର୍ଯ୍ୟାନ୍ବୟନ କରିବା ଲାଗି ସରକାର ଏବଂ ରିଜର୍ଭ ବ୍ୟାଙ୍କ ମିଳିତ ହୋଇ କାମ କରିବେ। ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏ ଦିଗରେ ବିସ୍ତୃତ କାର୍ଯ୍ୟପନ୍ଥା ହାତକୁ ନିଆଯିବ। ବଜେଟରେ ଏ ସମ୍ପର୍କରେ ଘୋଷଣା ହୋଇଥିଲେ ମଧ୍ୟ ଆର୍‌ବିଆଇ ସହ ମିଳିତ ହୋଇ ସରକାର କାମ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। କେଉଁ ବ୍ୟାଙ୍କଗୁଡିକ ଘରୋଇକରଣ ହେବ ସେ ନେଇ କିଛି କହିବାକୁ ନିର୍ମଳା ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?