ଘରୋଇକରଣ ନେଇ ନିର୍ମଳାଙ୍କ ସ୍ପଷ୍ଟୀକରଣ

ମୁମ୍ବାଇ:  ଦେଶର ସମ୍ପତ୍ତିକୁ ସରକାର ଘରୋଇ କ୍ଷେତ୍ର ହାତକୁ ଟେକି ଦେଉଥିବା ବିରୋଧୀ ଦଳଗୁଡିକ ଅଭିଯୋଗ ଆଣିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହାର ଉତ୍ତର ରଖିଛନ୍ତି। ବିରୋଧୀଙ୍କ ଏହି ଯୁକ୍ତିକୁ ଅର୍ଥମନ୍ତ୍ରୀ ଖଣ୍ଡନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଆସିଥିବା ବଜେଟରେ ସରକାର ଘରୋଇକରଣ ନେଇ କେତେକ ପ୍ରସ୍ତାବ ରଖିଛନ୍ତି। ଏହାକୁ ବିରୋଧୀ ଦଳଗୁଡିକ ପରିବାରର ସମ୍ପତ୍ତି ବିକ୍ରି ଭଳି ଅଭିଯୋଗ ଆଣିଛନ୍ତି। ଏହା ଠିକ୍‌ ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଏଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରଙ୍କ ସମୟରେ ପୁଞ୍ଜି ପ୍ରତ୍ୟାହାର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଏ ନେଇ ସ୍ପଷ୍ଟ ନୀତି ଜାରି କରାଯାଇଛି। କେଉଁ କମ୍ପାନୀଗୁଡିକରୁ ଅଂଶଧନ ପ୍ରତ୍ୟାହାର କରାଯିବ ଏବଂ ଷ୍ଟ୍ରାଟେଜିକ କ୍ଷେତ୍ରରେ ଗୋଟିଏ ଲେଖାଏ ରାଷ୍ଟ୍ରାୟତ୍ତ କମ୍ପାନୀ ରଖିବା ନେଇ ସରକାର କାମ କରୁଛନ୍ତି। ବଜେଟରେ ସରକାର ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ଏବଂ ଗୋଟିଏ ସାଧାରଣ ବୀମା କମ୍ପାନୀକୁ ଘରୋଇ ହାତକୁ ଟେକି ଦେବାକୁ ଯୋଜନା ରଖିଛନ୍ତି। ଏହାକୁ ବିରୋଧୀ ଦଳଗୁଡିକ ପକ୍ଷରୁ ବିରୋଧ କରାଯାଇଛି।
ସେ ପୁଣି କହିଛନ୍ତି, ବିରୋଧୀ ଯେଉଁ ଭଳି ଆରୋପ ଆଣୁଛନ୍ତି ତାହା ସେଭଳି ନୁହେଁ। ଫ୍ୟାମିଲି ସିଲଭରକୁ ଦୃଢୀକରଣ କରାଯିବାର ଆବଶ୍ୟକତା ରହିଛି। ଏହା ଆମର ଶକ୍ତି ହେବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଅନେକ ରାଷ୍ଟ୍ରାୟତ୍ତ କମ୍ପାନୀ ରହିଛନ୍ତି, ଯାହା ଅସ୍ତିତ୍ୱ ବଜାୟ ରଖିବାକୁ ଅକ୍ଷମ। କମ୍ପାନୀଗୁଡିକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଇବା ସରକାରଙ୍କ ଲକ୍ଷ୍ୟ। ଏହି କମ୍ପାନୀଗୁଡିକ ପୁଣି ଥରେ କ୍ରିୟାଶୀଳ ହେବା ସହ ଆକାଂକ୍ଷୀ ଭାରତର ସ୍ବପ୍ନ ପୂରଣ କରିବାରେ ସହାୟକ ହେବ। ଅତୀତରେ ସଂସ୍କାର ସତ୍ତ୍ୱେ ମଧ୍ୟ ପ୍ରଫେଶନାଲ ଦକ୍ଷତା ନ ରହିବାରୁ କିଛି କମ୍ପାନୀଙ୍କୁ ଛାଡି ଅନ୍ୟଗୁଡିକ ଏବେ ଅସୁବିଧା ଦେଇ ଗତି କରୁଛନ୍ତି। ଏସ୍‌ବିଆଇ ଭଳି ୨୦ ବଡ ଅନୁଷ୍ଠାନ ରହିଲେ ଦେଶର ଆକାଂକ୍ଷାକୁ ପୂରଣ କରିବାରେ ସକ୍ଷମ ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ବ୍ୟାଙ୍କ ଘରୋଇକରଣ ଯୋଜନାରେ ସରକାର-ଆର୍‌ବିଆଇ କାମ କରିବେ

ବଜେଟରେ ଘୋଷଣା କରାଯାଇଥିବା ବ୍ୟାଙ୍କ ଘରୋଇକରଣ ଯୋଜନାକୁ କାର୍ଯ୍ୟାନ୍ବୟନ କରିବା ଲାଗି ସରକାର ଏବଂ ରିଜର୍ଭ ବ୍ୟାଙ୍କ ମିଳିତ ହୋଇ କାମ କରିବେ। ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏ ଦିଗରେ ବିସ୍ତୃତ କାର୍ଯ୍ୟପନ୍ଥା ହାତକୁ ନିଆଯିବ। ବଜେଟରେ ଏ ସମ୍ପର୍କରେ ଘୋଷଣା ହୋଇଥିଲେ ମଧ୍ୟ ଆର୍‌ବିଆଇ ସହ ମିଳିତ ହୋଇ ସରକାର କାମ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। କେଉଁ ବ୍ୟାଙ୍କଗୁଡିକ ଘରୋଇକରଣ ହେବ ସେ ନେଇ କିଛି କହିବାକୁ ନିର୍ମଳା ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁକ୍ତ ବାଣିଜ୍ୟ ଆଲୋଚନା ଆଗେଇବ: ମୋଦି-ସୁନକ ଦେବେ ଚୂଡ଼ାନ୍ତ ରୂପ…

ନୂଆଦିଲ୍ଲୀ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଆଲୋଚନାକୁ ସମୀକ୍ଷା କରିଛନ୍ତି। ଏହି...

ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୪।୩:ଆକ୍ସିସ୍‌ ବ୍ୟାଙ୍କ୍‌ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଏକ ନୂତନ ଉତ୍ପାଦ ‘ମାଇକ୍ରୋପେ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଇଜି ଟ୍ୟାପ୍‌ ବାଏ ରେଜର ପେ...

ବଢୁଛି ସୁନା ଚାହିଦା

ଭୁବନେଶ୍ୱର,୧୪ା୨: ଆମେରିକା ସମେତ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ହାର ବଢିବା ପରେ ସୁନାର ଦାମ୍‌ ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ...

ମାସ ଆରମ୍ଭରୁ ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୨।୯: ଅଗଷ୍ଟ ମାସରେ ତେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଥିଲା। ହେଲେ ସେପ୍ଟେମ୍ବର ପହିଲାରୁ ପୁଣି ଥରେ ତେଲ ଦର ବଢିବା ଆରମ୍ଭ ହେଲାଣି।...

ବିଦେଶୀ ମୁଦ୍ରା ଭଣ୍ଡାରରେ ସର୍ବକାଳୀନ ରେକର୍ଡ

ମୁମ୍ବାଇ,୧୭ -୮: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଅଗଷ୍ଟ ୯ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ୧.୬୨୦ ବିଲିୟନ ଡଲାର ବୃଦ୍ଧି ପାଇ ୪୩୦.୫୭୨ ବିଲିୟନ ଡଲାର...

ଭାରତରେ ଅନ୍ଧାର ଘୋଟିବା ଆଶଙ୍କା…

ନୂଆଦିଲ୍ଲୀ,୩।୧୦: ସମ୍ପ୍ରତି ଭାରତ ପଡ଼ୋଶୀ ଚାଇନାରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତି ଭାରତରେ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଦେଶରେ ବିଦ୍ୟୁତ୍‌ ଚାହିଦା...

ମେଜର ପୋର୍ଟ ଅଥରିଟିଜ ବିଲ୍‌ ପାର୍ଲାମେଣ୍ଟରେ ପାସ୍‌

ନୂଆଦିଲ୍ଲୀ: ମେଜର ପୋର୍ଟ ଅଥରିଟିଜ ବିଲ୍‌ ୨୦୨୦କୁ ବୁଧବାର ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ବନ୍ଦର ଏବଂ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବୀୟ ଏହି ବିଲ୍‌କୁ...

ଅକ୍ଟୋବର ପରେ ଦରମା ଦେଇପାରିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୩-୭: ଘରୋଇ କ୍ଷେତ୍ରର ଏୟାର ଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅର୍ଥ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ବେଳେ ଏବେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର...

Advertisement
Archives

Model This Week