ସାତ ଭଉଣୀଙ୍କ ବାସସ୍ଥାନ ସାତକୁଟୁଣିଆ

ଚମ୍ପୁଆ, ୮।୨(ଡି.ଏନ.ଏ)-ଐତିହାସିକ ଓ ଭୌଗୋଳିକ ଦୃଷ୍ଟି କୋଣରୁ ଗୁରୁତ୍ୱପୁର୍ଣ୍ଣ ହୋଇପାରିଛି ଧଳା ପଥରଖଣ୍ଡ ଟିକି ପାହାଡ ସାତକୁଟୁଣିଆ। ନିର୍ଦ୍ଦିଷ୍ଟ ଏକ ଚଟାଣରେ ସାତଟି କୁଟୁଣି ଏହି ପାହାଡର ପରିଚୟ। ଏହି କୁଟୁଣି କାରଣରୁ ଏହାର ନାମ ସାତକୁଟୁଣିଆ ହୋଇପାରିଛି। ଏହି ସାତକୁଟୁଣିଆ ପାହାଡ ମଧ୍ୟରେ ରହିଥିବା ସାତଟି କୁଟୁଣିକୁ ନେଇ ଦୁଇଟି ମତ ଦେଖିବାକୁ ମିଳଛି।
ଲୋକକଥା ଅନୁଯାୟୀ ଉକ୍ତ ସାତକୁଟୁଣି ହେଉଛି ସାତ ଭଉଣୀଙ୍କ ବାସସ୍ଥାନ। ଦୀର୍ଘ ବର୍ଷ ପୁର୍ବରୁ କୋହ୍ଲ ଓ ମୁଣ୍ଡା ସମ୍ପ୍ରଦାୟର ଲୋକମାନେ ଏଠାରେ ପୂଜାର୍ଚ୍ଚନା କରିଆସୁଛନ୍ତି। ଆଦିବାସୀଙ୍କ ଗଭୀର ଶ୍ରଦ୍ଧା ଓ ବିଶ୍ୱାସ ଏହି ସ୍ଥାନ ପ୍ରତି ରହୁଥିବାରୁ ଆଶାଳୀ ପୂଜା ପୁର୍ବରୁ ଗ୍ରାମବାସୀ ଏହି ସାତ କୁଟୁଣିକୁ ପୂଜା କରିଥାନ୍ତି। ଏହି କୁଟୁଣୀରେ ପୂଜା କଲେ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ଏବେବି ବିଶ୍ୱାସ ରହିଛି। ଐତିହାସିକ ଘଟଣାବଳୀ ଅନୁଯାୟୀ ଟାଟା କଲେଜ ଚାଇବସାର ଇତିହାସ ଅଧ୍ୟାପକ ଡ. ରଘୁନାଥ ସିଙ୍କୁଙ୍କ ଗବେଷଣାରୁ ଜଣାପଡେ ଯେ ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରଥମ ବଡଲାଟ ଲର୍ଡ କ୍ଳାଇବଙ୍କ ସମୟରେ ନିକଟସ୍ଥ ଗ୍ରାମର ଜଣେ ଆଦିବାସୀ ବ୍ୟକ୍ତି ତା ଶସ୍ୟ କ୍ଷେତ୍ରରୁ ଅମଳ ସମୟରେ ତା ଫସଲକୁ ବନ୍ୟଜନ୍ତୁ କବଳରୁ ରକ୍ଷା କରିବା ପାଇଁ ବଡ ବଡ ଗଛ ଡାଳରେ ମଞ୍ଚା ପ୍ରସ୍ତୁତ କରି ଜଗିରହିବା ସହ ଏକ ସ୍ବତନ୍ତ୍ର ଶବ୍ଦ ସୃଷ୍ଟି କରି କେତେକ ପିଣ୍ଡୁଳା ବନ୍ୟଜନ୍ତୁ ଘଉଡାଇବା ପାଇଁ ବ୍ୟବହାର କରୁଥିଲେ। ଉକ୍ତ ପିଣ୍ଡୁଳା ଗୁଡିକ ବନ୍ୟଜନ୍ତୁଙ୍କ ଦେହରେ ବାଜିଲେ ଏକ ଶବ୍ଦ କରୁଥିଲା। ଫଳରେ ବନ୍ୟଜନ୍ତୁମାନେ ସେ ସ୍ଥାନ ଛାଡି ପଳାଉଥିଲେ। ସେହି ବ୍ୟକ୍ତି ଜଣଙ୍କ ଏହି ପାହାଡରେ ୭ ଟି ସ୍ଥାନରେ ଏହି ଗୋଳା ପ୍ରସ୍ତୁତ କରୁଥିବାରୁ ଉକ୍ତ ସ୍ଥାନଟି କୁଟୁଣିଆ ଆକାର ହୋଇଥିବା ଜଣାଯାଏ। ତେବେ ପଥର ଚଟାଣ ଉପରେ ସୃଷ୍ଟି ହୋଇଥିବା ଏହି ୭ଟି କୁଟୁଣି ମଣିଷକୃତ ବା ପ୍ରକୃତିଦତ୍ତ ତାହା ଗବେଷଣା ସାପେକ୍ଷ। କୁଟୁଣୀଗୁଡିକ ମଧ୍ୟରେ ୬ଟି କୁଟୁଣି ପାଖାପାଖି ଏକ ପ୍ରକାର ରହିଥିବା ବେଳେ ଗୋଟିଏ କୁଟୁଣି ସେଥିରୁ ଟିକିଏ ଅଲଗା। କୁଟୁଣିର ଆକୃତି ଭିନ୍ନ ଭିନ୍ନ ରହିଥିବା ବେଳେ ଏହା ପ୍ରାୟ ୨ ରୁ ୩ ଇଞ୍ଚ ହେବ ବୋଲି ଜଣାଯାଇଛି। ଏ ନେଇ ଜିଲା ପର୍ଯ୍ୟଟନ ବିଭାଗ ଅଧିକାରୀ ରମେଶ ନାଏକ କହିଛନ୍ତି, ଖୁବ୍‌ଶୀଘ୍ର ଉକ୍ତ ସ୍ଥାନ ପରିଦର୍ଶନ କରିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା ପରେ ଉକ୍ତ ସ୍ଥାନ ପ୍ରତି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଇଥିଓପିଆରେ ମୋଦି ମ୍ୟାଜିକ, ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି ବ୍ୟକ୍ତିଗତ ଭାବେ କାର ଚଲାଇ ବିମାନବନ୍ଦରରେ ଛାଡିଲେ

ଆଦିସ ଅବାବା,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନୋଟି ଦେଶ ଗସ୍ତରେ ଅଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆରେ ପହଞ୍ଚିଥିଲେ, ଯେଉଁଠାରେ ଇଥିଓପିଆ ପ୍ରଧାନମନ୍ତ୍ରୀ...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

୪ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି ଟୋଲ ଟାକ୍ସ!

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଦୂଷଣକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri