ଉଦ୍ଧାର ନାବାଳିକା ବର୍ଷେ ପରେ ଫେରିଲେ ନାଗାଲାଣ୍ଡ

ଖୋର୍ଦ୍ଧା ଅଫିସ,୯ା୧: ବର୍ଷେ ତଳେ ଭୁବନେଶ୍ୱର ରେଳଷ୍ଟେଶନରୁ ଉଦ୍ଧାର ହୋଇଥିବା ନାବାଳିକା ଖୋର୍ଦ୍ଧା ଜିଲା ପ୍ରଶାସନର ସହଯୋଗକ୍ରମେ ନିଜ ରାଜ୍ୟ ନାଗାଲାଣ୍ଡକୁ ଫେରିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତବର୍ଷ ଫେବୃୟାରୀ ୫ରେ ଭୁବନେଶ୍ୱର ରେଲୱେ ଷ୍ଟେଶନରେ ରେଲଓ୍ବେ ଚାଇଲ୍ଡ ଲାଇନ ନାଗାଲାଣ୍ଡର ଜଣେ ନାବାଳିକାଙ୍କୁ ଏକ ଟ୍ରେନରେ ଏକାକୀ ବସିଥିବାବେଳେ ଉଦ୍ଧାର କରିଥିଲେ। ତାଙ୍କୁ ରେଳ ବିଭାଗ ଚାଇଲ୍ଡଲାଇନ ଖୋର୍ଦ୍ଧା ଜିଲା ଅତିରିକ୍ତ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲେ। ନାବାଳିକା ଜଣକ ସେଠାରେ ପ୍ରାୟ ୧ ବର୍ଷ ରହିଥିଲେ। ସେ ନାଗାଭାଷାରେ କଥାବାର୍ତ୍ତା କରୁଥିବାରୁ କିଛି ବୁଝି ହେଉ ନ ଥିଲା। ତେଣୁ ତାଙ୍କ ପରିଚୟ ମିଳିବା ପର୍ଯ୍ୟନ୍ତ ଶିଶୁ ମଙ୍ଗଳ ସମିତିରେ ରଖାଯାଇଥିଲା। ତେବେ ଖୋର୍ଦ୍ଧା ଶିଶୁ ସୁରକ୍ଷା ୟୁନିଟର ଶିଶୁ ପରାମର୍ଶଦାତ୍ରୀ ମନସ୍ବିନୀ ମହାପାତ୍ର ଏହି ନାବାଳିକାଙ୍କ ସମସ୍ତ ଦାୟିତ୍ୱ ନେଇଥିଲେ। ତାଙ୍କ ସହ ବିଭିନ୍ନ ସମୟରେ ଓଡ଼ିଆରେ କଥା ହେବା ଦ୍ୱାରା ଧୀରେ ଧୀରେ ସେ ଓଡ଼ିଆ ଭାଷା ବୁଝିଥିଲେ। ବର୍ଷକ ପରେ ଅର୍ଥାତ ଏବେ ଜଣାପଡ଼ିଲା, ସେ ନାଗାଲାଣ୍ଡର ଝିଅ। ତାଙ୍କ ପରିବାର ମଧ୍ୟରେ ମନୋମାଳିନ୍ୟ ଯୋଗୁ ସେ ଏକାକୀ ରହିବାକୁ ମନସ୍ଥ କରିଥିଲେ। ଜଣେ ବନ୍ଧୁଙ୍କ ସହଯୋଗରେ ଘରୁ ବାହାରି ଆସିିଥିଲେ। ତାଙ୍କ ପାଇଁ ବନ୍ଧୁଜଣକ ଦିମାପୁରରୁ କେରଳ ଆସିବା ଲାଗି ଟ୍ରେନ ଟିକେଟ କରିଦେଇଥିଲେ। ଗତବର୍ଷ ଫେବୃୟାରୀ ୫ରେ ସେ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିଥିଲେ। କିନ୍ତୁ ତାଙ୍କର ଏହି ଅଞ୍ଚଳ ପ୍ରତି କୌଣସି ଜ୍ଞାନ ନ ଥିବାରୁ ସେ ବିଭିନ୍ନ ଲୋକଙ୍କୁ ବାଙ୍ଗାଲୋର ଯିବାକୁ କେଉଁ ଟ୍ରେନରେ ଯିବେ ବୋଲି ପଚାରିଥିଲେ। ନାବାଳିକାଙ୍କ ଗତିବିଧି ଲକ୍ଷ୍ୟ କରି ସନ୍ଦେହ ହେବାରୁ ରେଲଓ୍ବେ ଚାଇଲ୍ଡ ଲାଇନ ତାଙ୍କୁ ସେଠାରୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲେ। ନାବାଳିକାକୁ ପରାମର୍ଶଦାତ୍ରୀ ମହାପାତ୍ର କାଉନସେଲିଂ କରିବାରୁ ସବୁ କଥା ଜାଣିବାକୁ ପାଇଥିଲେ। ତେବେ ସେ ପୁରୁଣା କଥାକୁ ଭୁଲି ଘରକୁ ଫେରିବାକୁ ଚାହୁଁଥିବା ମହାପାତ୍ରଙ୍କ ଆଗରେ ପ୍ରକାଶ କରିଥିଲେ। ମହାପାତ୍ର ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବାରୁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନାବାଳିକାଙ୍କୁ ଶନିବାର ନାଗାଲାଣ୍ଡ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି। ସେଠାର ଶିଶୁ ମଙ୍ଗଳ ସମିତି ତାଙ୍କ ପିତାମାତାଙ୍କ ସହିତ ଆଲୋଚନା କରି ନାବାଳିକାଙ୍କୁ ହସ୍ତାନ୍ତର କରିବ ବୋଲି ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

‘ଇରାନ ଶାନ୍ତି ବାର୍ତ୍ତା ପାଇଁ ଭିକ ମାଗୁଛି’, ଜାଣନ୍ତୁ କିଏ କହିଲେ ଏମିତି

ତେହରାନ,୪।୮: ସମ୍ଭାବ୍ୟ ଯୁଦ୍ଧ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନ ସହିତ ଆଲୋଚନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri