Advertisement

ପ୍ରଥମେ ଲୁଟିଲେ, ପରେ ପୋତିଲେ

ଯାଜପୁର ଅଫିସ,୨୭ା୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବରଡ଼ା ପାହାଡ଼ର ୧ ନମ୍ବର କଳାପଥର ଖାଦାନରୁ ବେଆଇନ ଉତ୍ତୋଳନରୁ ବର୍ତ୍ତିବାକୁ ସମ୍ପୃକ୍ତ ଲିଜ୍‌ଧାରୀ ବର୍ତ୍ତମାନ ମାଟି ପୋତିବା ଆରମ୍ଭ କରିଛନ୍ତି। ଏଥିପାଇଁ ବ୍ୟବହୃତ ଶତାଧିକ ଟ୍ରିପ ମୋରମ ଓ ମାଟି ବିନା ଅନୁମତିରେ ବ୍ୟବହାର କରାଯାଉଛି। ଏହି ପାହାଡରୁ ଗତ ୫ ବର୍ଷରେ ଅଢେଇ ଏକର ପରିମିତ ଅଞ୍ଚଳରୁ ୧୭୬୪ ଘନମିଟର କଳାପଥର ଉତ୍ତୋଳନ କରିବାକୁ ସରକାରୀ ଭାବେ ଧାର୍ଯ୍ୟ ହୋଇଥିଲା। ହେଲେ ୭ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରେ ପୋଖରୀ ଭଳି ଖନନ କରାଯାଇ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଘନମିଟର କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ ପ୍ରାୟ ୧୦୦ ଫୁଟର ଗାତ ହୋଇ ପୋଖରୀର ଭ୍ରମ ସୃଷ୍ଟି କରିଥିଲା। ଗତ ମାସରେ ଏନେଇ ମାଇଁ ୱାଲ୍‌ଡ କନସଲଷ୍ଟେନ୍ସି ପକ୍ଷରୁ ସାଟେ ଲାଇଟ ମାପଚୁପ ମଧ୍ୟ ହୋଇଛି। ତେଣୁ ଏହି ଚୋରିକୁ ଲୁଚାଇବାକୁ ଖାଦନ ପୋତା ଚାଲିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ-୨୦୧୬ ଅନୁସାରେ ୫ ବର୍ଷିଆ ଲିଜ୍‌ ପ୍ରଦାନ କରାଯାଇଥିଲା। ତେବେ ଅଧିକାଂଶ ଖାଦାନର ଲିଜ୍‌ ଅବଧି ଶେଷ ହୋଇଥିବାବେଳେ ଅନ୍ୟ କେତେକ ଶେଷ ହେବାର ସମୟ ହୋଇଛି। ତେବେ ପ୍ରାୟ ୨୦ଟି ଖାଦାନରେ ଅନୁମୋଦନଠାରୁ ବହୁ ଗୁଣରେ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଜୁଲାଇରେ ହୋଇଥିବା ସାଟେ ଲାଇଟ ମାପଚୁପରେ ୪ ଜଣ ଲିଜଧାରୀଙ୍କୁ ୧୦୫.୮୭ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହୋଇଥିଲା। ହେଲେ ଏହି ଡିମାଣ୍ଡ ନୋଟିସକୁ ସଂପୃକ୍ତ ଲିଜ୍‌ଧାରୀମାନେ ବେଖାତିର କରିଛନ୍ତି। ଏହାବାଦ ୨୭ା୮ା୨୦୨୨ଠାରୁ ମାଇଁ ୱାଲ୍‌ଡ କନସଲଷ୍ଟେନ୍ସି ପକ୍ଷରୁ ରାହାଡପୁର, ବରଡା, ଲୁଣିବର, ଡଙ୍କାରୀ, ଅଞ୍ଜିରା, ବାଜବାଟି ଆଦି ପାହାଡରେ ସାଟେ ଲାଇଟ ମାପଚୁପ ଶେଷ ହୋଇଛି। ହେଲେ ମାପଚୁପରେ କେତେ ପରିମାଣର ବେଆଇନ ଉତ୍ତୋଳନ ହୋଇଛି ସେ ନେଇ ସଂପୃକ୍ତ ସଂସ୍ଥା ସ୍ପଷ୍ଟ କରି ନ ଥିବା ଜଣାପଡିଛି। ଲିଜ୍‌ ଅବଧି ସରିବା ପରେ ଖାଦାନଗୁଡିକରେ ପୁଣି ମାପଚୁପ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଏହାର ସୁଯୋଗରେ ସଂପୃକ୍ତ ଲିଜ୍‌ଧାରୀ ଜରିମାନା ଦେବା ଭୟରେ ଆପୋସ ବୁଝାମଣା କରିବାରେ ବିଫଳ ହେବାରୁ ଅନ୍ୟ ପେଞ୍ଚ ଆପଣାଉଥିବା କୁହାଯାଉଛି। ଗତ ୩ ଦିନ ଧରି ବରଡ଼ା (ମାଳଗୋଡା) ହୋଇଥିବା ପୋଖରୀକୁ ମାଟି ଆଉ ମହରମ ପକାଇ ପୋତି ନିଜର ଚୋରିକୁ ଫାଙ୍କିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଖାଦାନ ଅବଧି ଆସନ୍ତା ବର୍ଷ ମାର୍ଚ୍ଚ ୩୦ରେ ଶେଷ ହେବ। ହାତରେ ଆଉ ମାତ୍ର ୪ମାସ ରହିଛି। ତେଣୁ ଗଭୀର ଗାତକୁ ପୋତିବାକୁ କୌଣସି ସରକାରୀ ଅନୁମତି ନ ଥାଇ ଟ୍ରିପ ଟ୍ରିପ ପାହାଡିଆ ମାଟି ଆଣି ପୋତାଯାଉଥିବା ଫଟୋ ଭାଇରାଲ ହେଉଛି। ମାଟି ଓ ମୋରମ ଉତ୍ତୋଳନ ହେଉଥିବା ସମତଳ ଅଞ୍ଚଳ ଖିନଭିନ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଧର୍ମଶାଳା ତହସିଲ କର୍ତ୍ତୃପକ୍ଷ ଏନେଇ ଜାଣିଥିଲେ ସୁଦ୍ଧା ନୀରବ ରହିଛନ୍ତି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଦନ୍ତାହାତୀର ଜୀବନ ଗଲା, ବନବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ

କାମାକ୍ଷାନଗର,୧୪ା୧୦(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭଏରପୁର ପଞ୍ଚାୟତ ରାଙ୍କିଆ ଗ୍ରାମ କଇଁଥଗୋଡ଼ା ନିକଟରେ ଥିବା ଚାଷଜମିରୁ ଏକ ଦନ୍ତାହାତୀର...

ମାଳ ମାଳ ଅଭିଯୋଗ, ଲୋକଙ୍କୁ ମିଳୁନି ନ୍ୟାୟ

ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲକୁ ମାଳ ମାଳ ଅଭିଯୋଗ ଆସୁଛି, ହେଲେ ସମାଧାନ ହେଉନି। ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଜନସାଧାରଣ। ଏମିତି...

ସମ୍ବଲପୁରରେ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ: କହିଲେ ‘ହେବ ଶିକ୍ଷାର ହବ୍‌’

ସମ୍ବଲପୁର,୨।୧ (ବ୍ୟୁରୋ)- ବୁର୍ଲା ନିକଟ ବସନ୍ତପୁରରେ ସମ୍ବଲପୁର ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ନିର୍ମାଣର ଶିଳାନ୍ୟାସ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବୈଷୟିକ ପରିଚାଳନା, ସଚେତନତାକୁ ଗୁରୁତ୍ୱ  

ଅନୁଗୋଳ ଅଫିସ, ୫ା୬- ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଗୋଳ ଜିଲା ପାଇଁ କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର...

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ

ଆରଡ଼ି,୧୬।୫(ଡି.ଏନ.ଏ.): ସରକାରଙ୍କ ମୋ କୁଡ଼ିଆ, ବିଜୁ ପକ୍କାଘର, ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏଠି ପହଞ୍ଚିପାରି ନାହିଁ। ଘରଡିହ ୧ ଡିସିମିଲରୁ କମ୍‌...

ବଲୋଦାରେ ପଞ୍ଚାୟତ ଗୃହ ନିର୍ମାଣ ଦାବି ତେଜିଲାପଞ୍ଚାୟତବାସୀ ଜିଲାପାଳ ଅଫିସ ଘେରିଲେ

ନୂଆପଡା ଅଫିସ,୧୦ା୬:ଓଡିଶା ହାଇକୋର୍ଟ ନୂଆପଡ଼ା ଜିଲା ଭୈଷାଁଟାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ବଲୋଦାରେ ନିର୍ମାଣ କରିବାକୁ ଚୂଡାନ୍ତ ରାୟ ଦେଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ଦାବିରେ ୫ରୁ...

କନିଅର ମଞ୍ଜି ଖାଇ ଜୀବନ ହାରିଲେ

ପାଟଣା,୭।୧୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ଗଣ୍ଡବେଡ଼ା ଗ୍ରାମର ଜଣେ ବ୍ୟକ୍ତି ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ରାଜେନ୍ଦ୍ର...

ଭଙ୍ଗା ଘରେ ଚାଲିଛି ପାଠ ପଢ଼ା

ତେଲକୋଇ, ୨୨।୮(ଡି.ଏନ.ଏ.)-ତେଲକୋଇ ମୁଖ୍ୟାଳୟରେ ରହିଛି ସର୍ବ ପୂରାତନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହୁଥିବା ବେଳେ ଶ୍ରେଣୀ...

Advertisement
Archives

Model This Week