Categories: ଖେଳ

ସୁଚିନ୍ତିତ ଭାବେ କାଶିଲେ ରେଡ୍‌କାର୍ଡ

ଜୁରିଚ୍‌, ୫।୮(ଏପି)- ଜଣେ ଫୁଟବଲ ଖେଳାଳି ଯଦି ସୁଚିନ୍ତିତଭାବେ ଅନ୍ୟ ଜଣେ ଖେଳାଳିର ନିକଟତର ହେବାପରେ କାଶିବେ ତେବେ ମ୍ୟାଚ ଅଫିସିଆଲ ତାଙ୍କୁ ରେଡ୍‌ କାର୍ଡ ଦେଖାଇବେ। କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଫୁଟବଲ ଖେଳର ଆଇନ ପ୍ରଣେତା ଅନ୍ତର୍ଜାତୀୟ ଫୁଟବଲ ଆସୋସିଏଶନ ବୋର୍ଡ ଏହାର ଗାଇଡଲାଇନ୍‌କୁ ଅପ୍‌ଡେଟ କରି ଏପରି ନିଷ୍ପତ୍ତି ନେଇଛି। ଜଣେ ଖେଳାଳି ଜାଣିଶୁଣି ଏପରି କରିଛି ବୋଲି ହୃଦ୍‌ବୋଧ ହେଲେ ଯାଇ ରେଫରି ରେଡ୍‌ କାର୍ଡ ଦେଖାଇବେ। ନଚେତ ହଳଦିଆ କାର୍ଡ ମଧ୍ୟ ଦେଖାଇ ପାରିବେ। ପୂର୍ବରୁ ଆକ୍ରମଣ, ଅପମାନ ସୂଚକ ମନ୍ତବ୍ୟ, ଗାଳିଗୁଲଜ କିମ୍ବା ଖରାପ ଅଙ୍ଗଭଙ୍ଗୀ ପ୍ରଦର୍ଶନ କ୍ଷେତ୍ରରେ ରେଡ୍‌କାର୍ଡ ଲାଗୁ ହେଉଥିଲା। ନୂଆ ନିୟମ ଅନୁସାରେ ଜାଣିଶୁଣି କାଶିବା ଏଥିରେ ଯୋଡ଼ି ହୋଇଯାଇଛି। ଯଦି କୌଣସି ଖେଳାଳି ଆବଶ୍ୟକ ଦୂରତା ରକ୍ଷା କରି କାଶେ କିମ୍ବା ଆକସ୍ମିକଭାବେ ଏହା ହୁଏ ତେବେ ସେ କ୍ଷେତ୍ରରେ ରେଫରି ଦଣ୍ଡ ଦେଇ ପାରିବେ ନାହିଁ।

Share