Posted inଖେଳ

ଖାସ୍‌ ରେକର୍ଡର ଅଧିକାରୀ ହେଲା ଚେନ୍ନାଇ

ୟୁଏଇ,୨୭।୯: କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଏକ ଖାସ୍‌ ରେକର୍ଡର ଅଧିକାରୀ ହୋଇଛି। ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚ ନେବାରେ ଏହି ଦଳ ସର୍ବାଗ୍ରେ ରହିଛି। ଚେନ୍ନାଇ ଆବୁଧାବିରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ଏହି ରେକର୍ଡ ସୃଷ୍ଟି କରିଛି। ବର୍ତ୍ତମାନ ଆଇପିଏଲ ଇତିହାସରେ ଅଧିକାଂଶ ଥର ଶେଷ ବଲରେ ମ୍ୟାଚ ଜିତିବାର ରେକର୍ଡ ଚେନ୍ନାଇ ସୁପର କିଙ୍ଗ୍ସର ନାଁରେ ହୋଇଛି। ଚେନ୍ନାଇ ସପ୍ତମ ଥର ପାଇଁ ଇନିଂସର ଶେଷ ବଲରେ ମ୍ୟାଚ ଜିତିବାର କୀର୍ତ୍ତିମାନ କରିଛି, ଯାହାକି ଆଇପିଏଲ ରେକର୍ଡ ଅଟେ। ଏହାପୂର୍ବରୁ ଏହି ରେକର୍ଡ ମିଳିତ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ନାମରେ ରେକର୍ଡ କରାଯାଇଥିଲା। ତିନିଥର ଚାମ୍ପିଅନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ -୨୦୨୧ର ଏକ ରୋମାଞ୍ଚକର ମ୍ୟାଚରେ ଶେଷ ବଲରେ କୋଲକତା ନାଇଟ ରାଇଡର୍ସକୁ ୨ ଉଇକେଟରେ ପରାସ୍ତ କରିଛି।
ଆଇପିଏଲ ଇତିହାସରେ ଚେନ୍ନାଇ ଶେଷ ବଲରେ ତୃତୀୟ ଥର ପାଇଁ କୋଲକତାକୁ ପରାସ୍ତ କରିଛି। ୨୦୧୨ ମସିହାରେ ପ୍ରଥମ ଥର ପାଇଁ ଚେନ୍ନାଇ ସମାନ ଗ୍ରାଉଣ୍ଡରେ ଶେଷ ବଲରେ କୋଲକାତାକୁ ୫ ଉଇକେଟରେ ପରାସ୍ତ କରିଥିଲା । ଗତ ବର୍ଷ ଦୁବାଇରେ ମଧ୍ୟ ଚେନ୍ନାଇ କୋଲକାତାକୁ ୬ ଉଇକେଟରେ ପରାସ୍ତ କରିଥିଲା ଏବଂ ଏବେ ଦଳ ଆବୁଧାବିରେ ମଧ୍ୟ ସମାନ ପ୍ରଦର୍ଶନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଣ୍ଟାର୍କଟିକାର ବରଫ ସ୍ରୋତରେ ପହଁରିଲେ ୫୦ ବର୍ଷ ବୟସ୍କ ଆଥଲେଟ୍‌

ଲଣ୍ଡନ,୨୮।୧: ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା। ଏଠାରେ ତାପମାତ୍ରା ଅତି ନିମ୍ନ। ତେବେ ଜଣେ ୫୦ ବର୍ଷ ବୟସ୍କ ଆଥଲେଟ୍‌ ଏହାକୁ ଭ୍ରୁକ୍ଷେପ ନ କରି ଦୀର୍ଘ...

ସୂର୍ଯ୍ୟକୁମାରଙ୍କ ବଡ଼ ରେକର୍ଡ: ଶେଷ ଓଭରରେ ୨୬ ରନ

ଦୁବାଇ,୧ା୯: ଏସିଆ କପ୍‌ ଟି୨୦ କ୍ରିକେଟରେ ଚମତ୍କାର ଧୂଆଁଧାର ଇନିଂସ ପରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା। ହଂକଂ ବିପକ୍ଷ...

କରୋନା ଆକ୍ରାନ୍ତ ହେଲେ ବିଶ୍ୱର ସବୁଠାରୁ ଦାମୀ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୩।୯: ଫ୍ରାନ୍ସର ଜଣାଶୁଣା ପ୍ରଫେଶନାଲ ଫୁଟ୍‌ବଲ କ୍ଲବ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ର ୩ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପିଏସ୍‌ଜି...

ଗୋଟିଏ ଓଭରରେ ୩୪ ରନ୍‌: ଟି୨୦ରେ ଭାରତର ସବୁଠୁ ମହଙ୍ଗା ବୋଲର ହେଲେ ଶିବମ ଦୁବେ

ମାଉଣ୍ଟ ମାଉଁଗନୁଇ,୨।୨: ଅନ୍ତିମ ଟି୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ରନରେ ପରାସ୍ତ କରି ଭାରତ ପାଞ୍ଚମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୫-୦ରେ ମୂଳପୋଛ କରିଛି। ଯଦିଓ...

ମହମ୍ମଡାନ ସ୍ପୋର୍ଟିଂର ଦ୍ୱିତୀୟ ବିଜୟ

କୋଲକାତା, ୧୨ା୧୦ (ପି.ଟି.)-ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏକ ଆଇ-ଲିଗ୍‌ କ୍ୱାଲିଫାୟର୍ସ ମ୍ୟାଚ୍‌ରେ ମହମ୍ମଡାନ ସ୍ପୋର୍ଟିଂ ୪-୧ ଗୋଲ୍‌ରେ ଆରା ଏଫ୍‌ସିକୁ ପରାସ୍ତ କରିଛି।...

ଅଳ୍ପ ଦର୍ଶକ ଓ ଜୈବ ସୁରକ୍ଷିତ ପରିବେଶରେ ଅଷ୍ଟ୍ରେଲିଆ ଓପନ୍‌ ଖେଳାଯିବ

ମେଲବୋର୍ନ,୨୫।୭(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଆୟୋଜନ ନେଇ ଏବେଠାରୁ ଆୟୋଜକମାନେ ଯୋଜନା ସ୍ଥିର କଲେଣି। ଏହି ଟୁର୍ନାମେଣ୍ଟର ଆଗାମୀ ୨୦୨୧ ସଂସ୍କରଣ...

ପଞ୍ଜାବର କାହାଣୀ ଶେଷ

ଶାରଜା,୩।୧୦: ଶାରଜାର ପିଚ୍‌ରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ କିଙ୍ଗ୍ସ ବିନା କ୍ଷତିରେ ୧୧ ଓଭରରେ ୯୧ ରନ୍‌ କରିଥିଲା। ଲଗୁଥିଲା...

ଧୋନୀଙ୍କ ଟିପ୍ସ ପରେ ଷ୍ଟେପ୍‌ ଆଉଟ୍‌ କରି ଛକା ଲଗାଇଲେ

ଚେନ୍ନାଇ,୧୧।୩: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ରାଜବର୍ଦ୍ଧନ ହାଙ୍ଗାରଗେକର ସୁରଟଠାରେ ଚାଲିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଟ୍ରେନିଂରେ ଯୋଗ...

Advertisement
Archives

Model This Week