‘ମଗଜି’କୁ ମାନ୍ୟତା ଆଶା ବଢ଼ିଲା

ଢେଙ୍କାନାଳ ଅଫିସ, ୮।୧୨: ଢେଙ୍କାନାଳର ନିଜସ୍ବ ମିଠା ମଗଜି ଲଡୁକୁ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ମାନ୍ୟତା ଆଶା ବଢ଼ିଛି। ପ୍ରସ୍ତୁତି ପ୍ରଣାଳୀ ଏବଂ ସ୍ବାଦରେ ସ୍ବତନ୍ତ୍ର ଏହି ସ୍ବାଦିଷ୍ଟ ମିଷ୍ଟାନ୍ନକୁ ଜିଆଇ ମାନ୍ୟତା ଦେବା ଲାଗି ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଆବେଦନ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା, ଯାହାର ପଞ୍ଜୀକୃତ ଆବେଦନକାରୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)। ଆବେଦନକାରୀଙ୍କ ପକ୍ଷରୁ ବିଭିନ୍ନ ସୋପାନରେ ଆସିଥିବା ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ବୁଧବାର ଏହାର ଶୁଣାଣି ଭୁବନେଶ୍ୱର ଏସ୍‌ସି/ଏସ୍‌ଟି ରିସର୍ଚ୍ଚ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ଜିଆଇ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ମଗଜି ଲଡୁ ସମ୍ପର୍କରେ ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଓୟୁଏଟି ଟେକ୍ନୋଲୋଜି ମ୍ୟାନେଜମେଣ୍ଟ ସେଲ୍‌ ଚେୟାରମ୍ୟାନ ପ୍ରଫେସର ଏସ୍‌.କେ. ଦାସ, କନଭେନର ପ୍ରଫେସର ଡି. ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ବି.ଏସ୍‌. କର, ଢେଙ୍କାନାଳ ସୁଇଟ୍ସ ଆସୋସିଏଶନ ସଭାପତି, ସମ୍ପାଦକ ଓ ସଭ୍ୟ ପ୍ରମୁଖ ଜିଆଇ ପଞ୍ଜୀକରଣ ଅଥରିଟିଙ୍କ ପକ୍ଷରୁ ଆସିଥିବା କନସଲେଟିଭି ଗ୍ରୁପ୍‌ର ସମସ୍ତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇଥିଲେ। ଏଥିସହ ସମସ୍ତଙ୍କ ସମ୍ମୁଖରେ ମଗଜି ଲଡୁ ପ୍ରଦର୍ଶନ କରିଥିଲେ। ଜିଆଇ ପଞ୍ଜୀକରଣ ଅଥରିଟି ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ ଆଉ କିଛି ତଥ୍ୟ, ଟେଷ୍ଟ ରିପୋର୍ଟ ଲୋଡ଼ିଛନ୍ତି। ଆବଶ୍ୟକ ତଥ୍ୟ ଦାଖଲ ପରେ ମଗଜି ଲଡୁକୁ ଜିଆଇ ମାନ୍ୟତା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବେ ବୋଲି ଆଶା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri