ବିଜୟ ପଥରେ ବିଦ୍ରୋହୀ କଣ୍ଟା

ଢେଙ୍କାନାଳ ଅଫିସ, ୧୨ ।୩ ଶେଷ ପର୍ଯ୍ୟନ୍ତ ଟିକଟ ପାଇଁ ଆଶା ବାନ୍ଧି କରିଥିଲେ ଅପେକ୍ଷା। ତେବେ ଦଳୀୟ ନିଷ୍ପତ୍ତି ଆଗରେ ନିରାଶ ହେବାକୁ ପଡ଼ିଲା। ଏବେ ସବୁ ଦଳରେ ଏଭଳି ମାଳମାଳ ଅସନ୍ତୁଷ୍ଟ। ଦଳରେ ହତାଦର ହେବା ପରେ ସେମାନଙ୍କ ମନରେ ପୁଞ୍ଜୀଭୂତ ଅସନ୍ତୋଷ କୁହୁଳିବାରେ ଲାଗିଛି। ସମ୍ମାନ ଦୃଷ୍ଟିରୁ କେହି ଖୋଲାଖୋଲି ବିରୋଧ କରୁ ନ ଥିଲେ ମଧ୍ୟ ନିର୍ବାଚନରେ ସହଯୋଗ ନ କଲେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପଥ ସୁଗମ ହେବ ନାହିଁ। ତେଣୁ ନଗରପାଳ ପଦବୀ ହାତେଇବାକୁ କେଉଁଠି ଅସନ୍ତୁଷ୍ଟଙ୍କୁ ମନାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ତ ଅନ୍ୟ କେଉଁଠି ବିଦ୍ରୋହ ପ୍ରଶମିତ କରିବାକୁ ଚାଲିଛି ବୈଠକ। ରାଜନୀତିର ଏଭଳି ହଟଚମଟ ଢେଙ୍କାନାଳ ପୌରାଞ୍ଚଳ ବାତାବରଣକୁ ସରଗରମ କରିଛି।
ଢେଙ୍କାନାଳ ନଗରପାଳ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ୭ଜଣ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଅନିମା ନାୟକ, ଭାଜପାର ଜୟନ୍ତୀ ପାତ୍ର, କଂଗ୍ରେସର ସ୍ମିତାରାଣୀ ସାମଲ, ଏଏପିର ସୋନାଲି ରାଉତ, ଓଜେପିର ରାଜଲକ୍ଷ୍ମୀ ବେହେରା, ସ୍ବାଧୀନ ପ୍ରାର୍ଥୀ ଗୁଡ଼ିଆ ଶର୍ମା ଏବଂ ମାଳତି ପାଣି। ଯଦିଓ ନାମାଙ୍କନ ପ୍ରତ୍ୟାହାର ପରେ ଆସନ୍ତା ୧୪ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ, ତଥାପି ଏବେଠାରୁ ନିଜ ନିଜ ଓ୍ବାର୍ଡରେ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କଲେଣି। ନଗରପାଳ ପଦବୀ ଦୌଡ଼ରେ ୭ ଆଶାୟୀ ଥିବାରୁ ଭୋଟ ବିଭାଜନ ଆଶଙ୍କା ବଢ଼ିଛି। ରାଜନୀତିର ଏଭଳି ଗୋଳିଆପାଣିରୁ ଫାଇଦା ଉଠାଇ ନଗରପାଳ ପଦବୀ କବ୍‌ଜା କରିବାକୁ ନବାଗତ ଆଶା ବାନ୍ଧି ବସିଥିବା ବେଳେ ନୂଆ ସମୀକରଣ ସୃଷ୍ଟି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରୁନି।
ଅଭିଜ୍ଞତାକୁ ଦେଖିଲେ ବିଜେଡି ପ୍ରାର୍ଥତ୍ନୀ ଅନିମା ରାଜନୀତିରେ ପୁରୁଣା। ସେ ପୂର୍ବରୁ ଭାଜପା ପକ୍ଷରୁ ଜିଲା ପରିଷଦ ଉପାଧ୍ୟକ୍ଷ ପଦବୀରେ ବସିଥିବାବେଳେ ୧୨ନଂ. ଓ୍ବାର୍ଡରୁ କାଉନ୍‌ସିଲର ପଦବୀରେ ମଧ୍ୟ ଜିତି ସାରିଛନ୍ତି। ଦଳବଦଳ କରି ବିଜେଡିରେ ଯୋଗଦେବାପରେ ପୁରୁଣା ସଙ୍ଗଠନର କର୍ମକର୍ତ୍ତାଙ୍କୁ ନେଇ ସେ ନିଜର ଶକ୍ତିବୃଦ୍ଧି କରିଛନ୍ତି। ସେହିପରି ବରିଷ୍ଠ ନେତ୍ରୀ ଜୟନ୍ତୀ ମଧ୍ୟ ୧୯ନଂ. ଓ୍ବାର୍ଡରୁ ଭାଜପା କାଉ୍‌ସିଲର ଥିଲେ। ୨୦୧୧ରେ ଅନାସ୍ଥା ଭୋଟରେ ନଗରପାଳ କୁନ୍ତଳା କୁମାର ଦଳେଇଙ୍କ ପଦ ଯିବା ପରେ ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲେ। ଏଥିରେ ୨୧ନଂ. ଓ୍ବାର୍ଡର ମୋନିକା ଶର୍ମାଙ୍କଠାରୁ ଜୟନ୍ତୀ ପରାସ୍ତ ହୋଇଥିଲେ। ଅନିମା, ଜୟନ୍ତୀଙ୍କୁ ବାଦ୍‌ଦେଲେ କଂଗ୍ରେସ, ଏଏପି, ଓଜେପି ସମେତ ଅନ୍ୟ ୨ ସ୍ବାଧୀନ ପ୍ରାର୍ଥୀ ରାଜନୀତିରେ ନବାଗତ।
୧୯୫୨ରେ ଦୈତାରୀ ତ୍ରିପାଠୀ ପୌର ପରିଷଦର ପ୍ରଥମ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ। ଅଦ୍ୟାବଧି ୨୮ ନଗରପାଳ ଦାୟିତ୍ୱ ନେଇସାରିଲେଣି। ୧୯୯୫, ୧୯୯୬, ୨୦୦୨, ୨୦୧୬, ୨୦୧୮, ୨୦୧୯ ଓ ୨୦୨୧ରେ ପୌର ପରିଷଦ ଭାଙ୍ଗିଯିବା ପରେ ଜିଲାପାଳମାନେ ପୌର ପ୍ରଶାସକ ପଦବୀରେ ରହିଥିଲେ। ୨୦୦୮ରେ କଂଗ୍ରେସର କୁନ୍ତଳା କୁମାରୀ ଦଳେଇ ଏବଂ ୨୦୧୧ରେ ଭାଜପାର ମୋନିକା ଶର୍ମା ନଗରପାଳ ଭାବେ ବିଜୟୀ ହୋଇଥିଲେ। ଚଳିତ ଥର ପୁନର୍ବାର ନଗରପାଳ ପଦବୀ ମହିଳାଙ୍କ ଲାଗି ସଂରକ୍ଷିତ ରହିଥିବାରୁ ବିଜେଡି, ଭାଜପା ଏବଂ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ସେହିପରି ଏଏପି, ଓଜେପି ନୂଆ କରି ପ୍ରାର୍ଥୀ ଦେଇଥିବାରୁ ଦଳୀୟ କର୍ମକର୍ତ୍ତାମାନେ ଉତ୍ସାହିତ ଅଛନ୍ତି। ପ୍ରାର୍ଥୀମାନେ ଘର ଘର ବୁଲି ମହିଳା ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri