ବିଜୟ ପଥରେ ବିଦ୍ରୋହୀ କଣ୍ଟା

ଢେଙ୍କାନାଳ ଅଫିସ, ୧୨ ।୩ ଶେଷ ପର୍ଯ୍ୟନ୍ତ ଟିକଟ ପାଇଁ ଆଶା ବାନ୍ଧି କରିଥିଲେ ଅପେକ୍ଷା। ତେବେ ଦଳୀୟ ନିଷ୍ପତ୍ତି ଆଗରେ ନିରାଶ ହେବାକୁ ପଡ଼ିଲା। ଏବେ ସବୁ ଦଳରେ ଏଭଳି ମାଳମାଳ ଅସନ୍ତୁଷ୍ଟ। ଦଳରେ ହତାଦର ହେବା ପରେ ସେମାନଙ୍କ ମନରେ ପୁଞ୍ଜୀଭୂତ ଅସନ୍ତୋଷ କୁହୁଳିବାରେ ଲାଗିଛି। ସମ୍ମାନ ଦୃଷ୍ଟିରୁ କେହି ଖୋଲାଖୋଲି ବିରୋଧ କରୁ ନ ଥିଲେ ମଧ୍ୟ ନିର୍ବାଚନରେ ସହଯୋଗ ନ କଲେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପଥ ସୁଗମ ହେବ ନାହିଁ। ତେଣୁ ନଗରପାଳ ପଦବୀ ହାତେଇବାକୁ କେଉଁଠି ଅସନ୍ତୁଷ୍ଟଙ୍କୁ ମନାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ତ ଅନ୍ୟ କେଉଁଠି ବିଦ୍ରୋହ ପ୍ରଶମିତ କରିବାକୁ ଚାଲିଛି ବୈଠକ। ରାଜନୀତିର ଏଭଳି ହଟଚମଟ ଢେଙ୍କାନାଳ ପୌରାଞ୍ଚଳ ବାତାବରଣକୁ ସରଗରମ କରିଛି।
ଢେଙ୍କାନାଳ ନଗରପାଳ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ୭ଜଣ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଅନିମା ନାୟକ, ଭାଜପାର ଜୟନ୍ତୀ ପାତ୍ର, କଂଗ୍ରେସର ସ୍ମିତାରାଣୀ ସାମଲ, ଏଏପିର ସୋନାଲି ରାଉତ, ଓଜେପିର ରାଜଲକ୍ଷ୍ମୀ ବେହେରା, ସ୍ବାଧୀନ ପ୍ରାର୍ଥୀ ଗୁଡ଼ିଆ ଶର୍ମା ଏବଂ ମାଳତି ପାଣି। ଯଦିଓ ନାମାଙ୍କନ ପ୍ରତ୍ୟାହାର ପରେ ଆସନ୍ତା ୧୪ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ, ତଥାପି ଏବେଠାରୁ ନିଜ ନିଜ ଓ୍ବାର୍ଡରେ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କଲେଣି। ନଗରପାଳ ପଦବୀ ଦୌଡ଼ରେ ୭ ଆଶାୟୀ ଥିବାରୁ ଭୋଟ ବିଭାଜନ ଆଶଙ୍କା ବଢ଼ିଛି। ରାଜନୀତିର ଏଭଳି ଗୋଳିଆପାଣିରୁ ଫାଇଦା ଉଠାଇ ନଗରପାଳ ପଦବୀ କବ୍‌ଜା କରିବାକୁ ନବାଗତ ଆଶା ବାନ୍ଧି ବସିଥିବା ବେଳେ ନୂଆ ସମୀକରଣ ସୃଷ୍ଟି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରୁନି।
ଅଭିଜ୍ଞତାକୁ ଦେଖିଲେ ବିଜେଡି ପ୍ରାର୍ଥତ୍ନୀ ଅନିମା ରାଜନୀତିରେ ପୁରୁଣା। ସେ ପୂର୍ବରୁ ଭାଜପା ପକ୍ଷରୁ ଜିଲା ପରିଷଦ ଉପାଧ୍ୟକ୍ଷ ପଦବୀରେ ବସିଥିବାବେଳେ ୧୨ନଂ. ଓ୍ବାର୍ଡରୁ କାଉନ୍‌ସିଲର ପଦବୀରେ ମଧ୍ୟ ଜିତି ସାରିଛନ୍ତି। ଦଳବଦଳ କରି ବିଜେଡିରେ ଯୋଗଦେବାପରେ ପୁରୁଣା ସଙ୍ଗଠନର କର୍ମକର୍ତ୍ତାଙ୍କୁ ନେଇ ସେ ନିଜର ଶକ୍ତିବୃଦ୍ଧି କରିଛନ୍ତି। ସେହିପରି ବରିଷ୍ଠ ନେତ୍ରୀ ଜୟନ୍ତୀ ମଧ୍ୟ ୧୯ନଂ. ଓ୍ବାର୍ଡରୁ ଭାଜପା କାଉ୍‌ସିଲର ଥିଲେ। ୨୦୧୧ରେ ଅନାସ୍ଥା ଭୋଟରେ ନଗରପାଳ କୁନ୍ତଳା କୁମାର ଦଳେଇଙ୍କ ପଦ ଯିବା ପରେ ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲେ। ଏଥିରେ ୨୧ନଂ. ଓ୍ବାର୍ଡର ମୋନିକା ଶର୍ମାଙ୍କଠାରୁ ଜୟନ୍ତୀ ପରାସ୍ତ ହୋଇଥିଲେ। ଅନିମା, ଜୟନ୍ତୀଙ୍କୁ ବାଦ୍‌ଦେଲେ କଂଗ୍ରେସ, ଏଏପି, ଓଜେପି ସମେତ ଅନ୍ୟ ୨ ସ୍ବାଧୀନ ପ୍ରାର୍ଥୀ ରାଜନୀତିରେ ନବାଗତ।
୧୯୫୨ରେ ଦୈତାରୀ ତ୍ରିପାଠୀ ପୌର ପରିଷଦର ପ୍ରଥମ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ। ଅଦ୍ୟାବଧି ୨୮ ନଗରପାଳ ଦାୟିତ୍ୱ ନେଇସାରିଲେଣି। ୧୯୯୫, ୧୯୯୬, ୨୦୦୨, ୨୦୧୬, ୨୦୧୮, ୨୦୧୯ ଓ ୨୦୨୧ରେ ପୌର ପରିଷଦ ଭାଙ୍ଗିଯିବା ପରେ ଜିଲାପାଳମାନେ ପୌର ପ୍ରଶାସକ ପଦବୀରେ ରହିଥିଲେ। ୨୦୦୮ରେ କଂଗ୍ରେସର କୁନ୍ତଳା କୁମାରୀ ଦଳେଇ ଏବଂ ୨୦୧୧ରେ ଭାଜପାର ମୋନିକା ଶର୍ମା ନଗରପାଳ ଭାବେ ବିଜୟୀ ହୋଇଥିଲେ। ଚଳିତ ଥର ପୁନର୍ବାର ନଗରପାଳ ପଦବୀ ମହିଳାଙ୍କ ଲାଗି ସଂରକ୍ଷିତ ରହିଥିବାରୁ ବିଜେଡି, ଭାଜପା ଏବଂ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ସେହିପରି ଏଏପି, ଓଜେପି ନୂଆ କରି ପ୍ରାର୍ଥୀ ଦେଇଥିବାରୁ ଦଳୀୟ କର୍ମକର୍ତ୍ତାମାନେ ଉତ୍ସାହିତ ଅଛନ୍ତି। ପ୍ରାର୍ଥୀମାନେ ଘର ଘର ବୁଲି ମହିଳା ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?