ସ୍ବପ୍ନଠାରୁ ବାସ୍ତବତା ଚ୍ୟାଲେଞ୍ଜିଂ ଥିଲା

ଓଡ଼ିଆ ଫିଲ୍ମ ନିର୍ମାତା ଟିଟିଲାଗଡ଼ନିବାସୀ ଜିତେନ୍ଦ୍ର ମିଶ୍ର ଏବେ ଜଣେ ଇଣ୍ଟରନ୍ୟାଶନାଲ ଫେମ୍‌। ବିଭିନ୍ନ ଫିଲ୍ମ ଫେଷ୍ଟିଭାଲ୍‌ରେ ଜୁରୀ, ସିଆଇଏଫ୍‌ଇଜେର ବୋର୍ଡ ଅଫ୍‌ ଡାଇରେକ୍ଟର, କାନ୍ସ ପ୍ରଡ୍ୟୁସର୍ସ ନେଟ୍‌ୱର୍କର ସଦସ୍ୟ ରହିଛନ୍ତି। କାନ୍ସ ଫେଷ୍ଟିଭାଲ୍‌ରୁ ଓସ୍କାର ଯାତ୍ରା –
ତାଙ୍କ ଜୀବନର ବଡ଼ ସଫଳତା ହୋଇଥିବାବେଳେ ତାଙ୍କ ଦ୍ୱାରା ନିର୍ମିତ ‘ଦ ଲାଷ୍ଟ କଲର୍‌’ ଓସ୍କାର ପାଇଁ ମନୋନୀତ ହେବା ଦେଶ ତଥା ରାଜ୍ୟର ଗୌରବ ବଢ଼ାଇଛି। ନିକଟରେ ସେଫ୍‌ ବିକାଶ ଖାନ୍ନାଙ୍କ ସହ ମିଶି ନ୍ୟୁୟର୍କରେ ‘କୋଣାର୍କ ଚକ୍ର’ର ପ୍ରତିକୃତି ସ୍ଥାପନ କରି ଓଡ଼ିଶା ପ୍ରତି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଭଳି ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ସେ ଓଡ଼ିଶାର କଳା, ସଂସ୍କୃତିକୁ ବାହାରେ ପରିଚିତ କରାଇବାରେ ଚେଷ୍ଟା ଜାରି ରଖିଛନ୍ତି। ବୁଧବାର ବକୁଳ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଆଲୋଚନାଭିତ୍ତିକ କାର୍ଯ୍ୟକ୍ରମରେ ଜିତେନ୍ଦ୍ର ଯୋଗଦେଇଥିବାବେଳେ ତାଙ୍କ ସହ ‘
ଧରିତ୍ରୀ’ର ସ୍ବତନ୍ତ୍ର ସାକ୍ଷାତ୍‌କାର।

ବିଦେଶ ମାଟିରେ ‘କୋଣାର୍କ ଚକ୍ର’ ପ୍ରଦର୍ଶନ କଥା ମନକୁ କେମିତି ଆସିଲା?
ପାଞ୍ଚବର୍ଷ ତଳେ ଯେତେବେଳେ ବିଶ୍ୱରେ ଓଡ଼ିଶାର କଳା, ସଂସ୍କୃତି ଓ ପରିଚୟର ପ୍ରଚାର ପ୍ରସାର କଥା ମୁଁ ଓ ଆମ ଟିମ୍‌ ଚିନ୍ତା କଲୁ, ସେତେବେଳେ ଆମେ ଭାବିଲୁ କି ‘କୋଣାର୍କ ଚକ୍ର’ଠାରୁ ଆଉକିଛି ଭଲ ହୋଇ ନ ପାରେ। ପିଲାଦିନୁ ଆମେ ଦେଖି ଆସୁଛୁ କୋଣାର୍କ। ଏହା ଆମର ପରିଚୟ। ଓଡ଼ିଶା କହିଲେ ଶ୍ରୀଜଗନ୍ନାଥଙ୍କ ପରେ କୋଣାର୍କ ହିଁ ଆସେ। ଏମିତି ସମସ୍ତଙ୍କ ସହ ଆଲୋଚନା ଭିତରେ ‘କୋଣାର୍କ ଚକ୍ର’ ନେବା କଥା ଫାଇନାଲ ହୋଇଥିଲା। ପୁଣି ପଥର ପ୍ରତିକୃତି ନେବା ନା ମେଟାଲ୍‌। ଶେଷରେ ୧,୭୫୦ କେଜିର ପଥରରେ କୋଣାର୍କ ଚକ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା।
ନିଷ୍ପତ୍ତିକୁ କିପରି ପୂର୍ଣ୍ଣ ରୂପ ଦେଲେ?
୨୦୨୨ ଜାନୁୟାରୀରୁ ହିଁ ‘କୋଣାର୍କ ଚକ୍ର’ ନିର୍ମାଣ ପାଇଁ ପ୍ରକୃତରେ ପ୍ରୟାସ ଆରମ୍ଭ ହୋଇଥିଲା। କାମ କେମିତି ହେବ, କେତେ ଖର୍ଚ୍ଚ ଲାଗିବ ସେନେଇ ମୋର ସମ୍ପର୍କୀୟ ସୁବାସ ଭାଇଙ୍କ ସହ ଆଲୋଚନା ହେଲା। ଯେହେତୁ ଏହା ସରକାରୀସ୍ତରର କାର୍ଯ୍ୟ ନ ଥିଲା, ତେଣୁ ଆମେ ବ୍ୟକ୍ତିଗତ ଭାବେ ଖର୍ଚ୍ଚ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ହେଲୁ। ସ୍ବପ୍ନ ତ ସମସ୍ତେ ଦେଖନ୍ତି, କିନ୍ତୁ ପ୍ରାକ୍ଟିକାଲ ହୋଇ କାମ କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ତା’ପରେ ସୁବାସ ଭାଇଙ୍କ ସହଯୋଗରେ ମୁଖ୍ୟ କାରିଗର ଅମରେଶ ବିନ୍ଧାଣି ଓ ଟିମ୍‌ ‘କୋଣାର୍କ ଚକ୍ର’ ତିଆରିରେ ଲାଗିପଡ଼ିଲେ। ୮ଫୁଟ ଲମ୍ବ, ୬ଫୁଟ ଉଚ୍ଚ ଏବଂ ୧ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରତିକୃତି ବାଲି ପଥରରେ ପ୍ରସ୍ତୁତ ହୋଇଛି। ତିଆରି କରିବାକୁ ୩ମାସ ସମୟ ଲାଗିଥିଲା। ତେବେ ଏହାକୁ ନ୍ୟୁୟର୍କ ନେଇ ପ୍ରଦର୍ଶନ କରିବା ବିଳମ୍ବିତ ହୋଇପଡ଼ିଥିଲା। ପୂର୍ବବର୍ଷ ସ୍ବାଧୀନତା ଦିବସରେ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଥିଲୁ। କିନ୍ତୁ ଏବର୍ଷ ସ୍ବପ୍ନ ପୂରଣ ହେଲା।

ଆଞ୍ଚଳିକ କାରିଗରଙ୍କୁ ନେଇ ଏତେ ବଡ଼ କାମ କରିବେ ବୋଲି କାହିଁକି ଭାବିଲେ?
ଆମେ ସବୁବେଳେ ଆଗକୁ ଆସିପାରୁ ନ ଥିବା ଲୋକଙ୍କ ବିଷୟରେ କଥା ହେବା ଦରକାର। ସେମାନଙ୍କ ପାଇଁ କିଛି କରିବା ଦରକାର। ଓଡ଼ିଶାରେ ଶିଳ୍ପୀ ଓ କାରିଗରଙ୍କ ଅଭାବ ନାହିଁ। ଯେଉଁମାନଙ୍କୁ ସାହାଯ୍ୟ ଦରକାର, ଭଲ କାମ କରୁଛନ୍ତି, ସେମାନଙ୍କୁ ଖୋଜିଲୁ। ଆଉ ସେମାନଙ୍କୁ ନେଇ କାମ କଲୁ।

‘କୋଣାର୍କ ଚକ୍ର’ର ସ୍ଥାୟୀ ପ୍ରଦର୍ଶନ ସମ୍ପର୍କରେ କ’ଣ କହିବେ?
ଟାଇମ୍ସ ସ୍କୋୟାର ପରେ ବିକାଶ ଖାନ୍ନାଙ୍କ ରେସ୍ତୋରାଁରେ ‘କୋଣାର୍କ ଚକ୍ର’ ଓଡ଼ିଶା କଳା ସଂସ୍କୃତିର ବାର୍ତ୍ତା ବାଣ୍ଟିବ। ତାଙ୍କ ରେସ୍ତୋରାଁ ହିଁ ଏକ ପ୍ରକାର ଆର୍ଟ ଅଫ୍‌ ଇଣ୍ଡିଆନ ମ୍ୟୁଜିୟମ୍‌ ପାଲଟିବାକୁ ଯାଉଛି। ସେଠାକୁ ପ୍ରତ୍ୟେକ ଦିନ ଲୋକ ଆସିବେ ଆଉ ଦେଖିବେ। ଓଡ଼ିଶାର କଳା, ସଂସ୍କୃତିକୁ ଅଧିକ ପ୍ରଚାର ପ୍ରସାର ପାଇଁ ତାହା ଏକ ଉତ୍କୃଷ୍ଟ ସ୍ଥାନ ହେବ।

ବିକାଶ ଖାନ୍ନାଙ୍କ ସହ ଆପଣ ସମ୍ପର୍କ?
୧୧ବର୍ଷ ଆଗରୁ ତାଙ୍କ ସହ ଭେଟ ହୋଇଥିଲା। ହୃଦୟରୁ ତାଙ୍କ ସହ ସମ୍ପର୍କ। ଆମେ ଏକା ସାଙ୍ଗେ ଟ୍ରାଭେଲ କରିଛୁ, ଖାଇଛୁ, ବୁଲିଛୁ, ସବୁ କିଛି ଶେୟାର କରିଛୁ। ଆମ ସମ୍ପର୍କ କୌଣସି ବିଜ୍‌ନେସ୍‌ ପ୍ରପୋଜାଲ୍‌ ପାଇଁ ନ ଥିଲା। କିନ୍ତୁ ପରେ ଆମେ ମିଶି ବହୁତ କାମ କଲୁ। ଆମେ ଏକାସାଙ୍ଗରେ ୭ଟା ଫିଲ୍ମ କରି ସାରିଲୁଣି। ସେ ନିର୍ଦ୍ଦେଶକ ଆଉ ମୁଁ ପ୍ରଯୋଜକ।
ଆଗକୁ କ’ଣ ଯୋଜନା ରହିଛି?
ଆଗକୁ ସମ୍ବଲପୁରୀ ବସ୍ତ୍ରର ପ୍ରଚାରପ୍ରସାର ପାଇଁ ଯୋଜନା ରହିଛି। ବିକାଶ ଖାନ୍ନାଙ୍କ ରେସ୍ତୋରାଁରେ ସେଫ୍‌ମାନଙ୍କ ୟୁନିଫର୍ମରେ ସମ୍ବଲପୁରୀର ଟଚ୍‌ ରହିବ। ତେଣୁ ଏହା ଉପରେ କାମ ଆରମ୍ଭ ହୋଇଯାଇଛି। ଝଗଡ଼ା ପଛେ ଲଗାଇବି, ମୋ ରାଜ୍ୟର ଜିନିଷ କିଭଳି ଆଗକୁ ଯିବ ତାହା ସବୁବେଳେ ପ୍ରାଧାନ୍ୟ ଦେବି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri