ରିପୋର୍ଟ ଖୋଲିବ ବିଧାୟକଙ୍କ ଅସଲ ଚେହେରା

ଖୋର୍ଦ୍ଧା ଅଫିସ,୨୫ା୩: ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଧାୟକ ଯେଉଁ କାର୍‌ ଡ୍ରାଇଭ୍‌ କରି ଲୋକଙ୍କୁ ମଡ଼ାଇଦେଇଥିଲେ ସେଥିରେ ୨ଟି ଭିନ୍ନ ନମ୍ବର ପ୍ଲେଟ ଲାଗିଥିବା ନେଇ ବିବାଦ ବଢିବା ପରେ ବାଣପୁର ପୋଲିସ ଆର୍‌ଟିଓଙ୍କୁ ରିପୋର୍ଟ ମାଗିଥିଲା। ଗତ ୨୧ତାରିଖରେ ଭୁବନେଶ୍ୱର ଆରଟିଓ-୧ ପକ୍ଷରୁ ଏମ୍‌ଭିଆଇ ବାଣପୁର ଥାନା ଆସି ତନ୍ନତନ୍ନ ଯାଞ୍ଚ କରିଛନ୍ତି। ଏମ୍‌ଭିଆଇ ଉକ୍ତ ରିପୋର୍ଟ ପୋଲିସକୁ ଦେବା ପରେ ଜଗଦ୍ଦେବଙ୍କ ଅସଲ ମୁଖା ଖୋଲିଯିବ। କାହା ନାଁରେ ଏହି କାର୍‌ ରହିଛି, କାହିଁକି ବିଧାୟକ ଗୋଟିଏ କାର୍‌ରେ ଦୁଇଟି ନମ୍ବର ବ୍ୟବହାର କରୁଥିଲେ, ଏହାର ପ୍ରକୃତ ରହସ୍ୟ କ’ଣ ତାହାକୁ ନେଇ ସବୁଠି ଉତ୍କଣ୍ଠା ଲାଗି ରହିଛି।
ଜଗଦ୍ଦେବ ବ୍ୟବହାର କରୁଥିବା ଦାମୀ ଲ୍ୟାଣ୍ଡ ରୋଭର ଡିସ୍‌କଭରି ଗାଡ଼ି(ନଂ ଓଡି୨୫-କେ-୫୭୭୫) ନୟାଗଡ଼ ଅଞ୍ଚଳର ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ହେଲେ ବାଣପୁର ଏସ୍‌ଆଇ ଦେବାସ୍ମିତା ବେହେରା ଦେଇଥିବା ଏତଲାରେ ବିଧାୟକ ଘଟଣା ସମୟରେ ଓଡି୦୨-ଏୱାଇ-୫୭୭୫ ନମ୍ବର ବିଶିଷ୍ଟ କାର୍‌ ଚଳାଉଥିଲେ ବୋଲି ଦର୍ଶାଇଛନ୍ତି, ଯାହାକି ଏକ ହ୍ୟୁଣ୍ଡାଇ କ୍ରେଟା କାରର ନମ୍ବର। ଉକ୍ତ କ୍ରେଟା କାରଟି ନୟାଗଡ ଜିଲା ସୁନାଖଳାର ଶିବାନୀ ଫୁଡ୍ସ ପ୍ରଡକ୍ଟ କମ୍ପାନୀ ମାଲିକଙ୍କ ନାମରେ ରହିଥିବା ଜଣାପଡ଼ିଛି। ଗତ ୧୨ତାରିଖରେ ବିଧାୟକ ପ୍ରଶାନ୍ତ ଲ୍ୟାଣ୍ଡ ରୋଭର ଡିସ୍‌କଭରି କାରରେ ଦୁଇ ନମ୍ବର ପ୍ଳେଟ ଲଗାଇ ଆସିଥିଲେ। ଉପରଟି ଅସଲି ନମ୍ବର ରହିଥିବାବେଳେ ତଳେ ଥିଲା ନକଲି। ଲୋକ ଓ ପୋଲିସଙ୍କ ଉପରକୁ ଗାଡ଼ି ମଡ଼ାଇବା ପରେ ଜଗଦ୍ଦେବ ରୋଷର ଶିକାର ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ଯେତେବେଳେ ତାଙ୍କ କାରକୁ ଭଙ୍ଗାରୁଜା କରୁଥିଲେ, ସେହି ସମୟରେ ହୁଏତ ଅସଲି ନମ୍ବର ପ୍ଲେଟ ଖସିଯାଇଥିବା ଚର୍ଚ୍ଚା ହେଉଛି। ତେବେ କାହିଁକି ବିଧାୟକ ଦୁଇଟି ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ। ଏପରି କି ସେହିଦିନ ପୋଲିସର ବାରଣ ସତ୍ତ୍ୱେ ନ ଅଟକି ଭିଡ଼ ଭିତରେ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଥିଲେ। ଏହା ପଛରେ ଜଗଦ୍ଦେବଙ୍କ କୌଣସି ମନ୍ଦ ଉଦ୍ଦେଶ୍ୟ ରହିଥିଲା କି ବୋଲି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ଜଗଦ୍ଦେବ ଗୋଟିଏ କାରରେ ଦୁଇଟି ନମ୍ବର ପ୍ଲେଟ ଲଗାଇ ଏଭଳି ବୀଭତ୍ସ କାଣ୍ଡ ଘଟାଇବାକୁ ଯୋଜନା କରିଥିବା ଯଦି ପ୍ରମାଣିତ ହୋଇଯାଏ, ତେବେ ତାଙ୍କୁ ୭ରୁ ୧୦ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ବୋଲି ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି।
ବାଲୁଗାଁ ଏସ୍‌ଡିପିଓ ତଥା ତଦନ୍ତ ଅଧିକାରୀ ମାନସ ରଞ୍ଜନ ବାରିକ କୁହନ୍ତି, ଏନେଇ ଭୁବନେଶ୍ୱର ଆରଟିଓ-୧କୁ ଗତ ୧୩ତାରିଖରେ ରିପୋର୍ଟ ମଗାଯାଇଥିଲା। ତେବେ ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ରିପୋର୍ଟ ଆସିବା ପରେ କାର ନମ୍ବର ଅସଲି କି ନକଲି ତାହା ଜଣାପଡ଼ିବ। ତେବେ ଘଟଣାକୁ ୧୨ଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍‌ କାହିଁକି ଆର୍‌ଟିଓଙ୍କ ପକ୍ଷରୁ ରିପୋର୍ଟ ଦିଆଯାଇନାହିଁ, ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଅପରପକ୍ଷରେ ପୋଲିସର ଅନୁରୋଧକ୍ରମେ ଏମ୍‌ଭିଆଇ ଗତ ୨୧ତାରିଖରେ ବାଣପୁର ଯାଇ ଗାଡ଼ି ନମ୍ବର ଯାଞ୍ଚ କରିଛନ୍ତି। ଛୁଟି ଥିବାରୁ ଗୁରୁବାର ରିପୋର୍ଟ ଦାଖଲ ହୋଇପାରି ନାହିଁ। ଖୁବ୍‌ଶୀଘ୍ର ପୋଲିସକୁ ଏମ୍‌ଭିଆଇଙ୍କ ରିପୋର୍ଟ ପ୍ରଦାନ କରାଯିବ ବୋଲି ଭୁବନେଶ୍ୱର ଆର୍‌ଟିଓ-୧ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?