ବଳାତ୍କାରୀ, ବଳାତ୍କାରରେ ସାହାଯ୍ୟ କରିଥିବା ସାବତ ଆଈଙ୍କୁ ୩୦ ବର୍ଷ ଜେଲ୍‌

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଶୁଭଶ୍ରୀ ତ୍ରିପାଠୀ ବୁଧବାର ଏକ ୧୪ ବର୍ଷ ନାବାଳିକା ବଳାତ୍କାର ମାମଲାରେ ଏସ୍‌.କେ.ଶେହଜାଦ ଅଲ୍ଲୀ(୫୩)ଙ୍କୁ ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶରେ ଦଣ୍ଡିତ କରିଥିବା ବେଳେ ୩୦ ହଜାର ଟଙ୍କା ଫାଇନ୍‌ ଆଦେଶ କରିଛନ୍ତି। ଫାଇନ୍‌ ଅନାଦେୟ ଅଧିକ ତିନି ବର୍ଷ ଜେଲ୍‌ ଦଣ୍ଡାଦେଶ କରାଯାଇଛି। ସେହିପରି ତାଙ୍କୁ ସହାୟତା କରିଥିବା ପୀଡ଼ିତାଙ୍କ ସାବତ ଆଈଙ୍କୁ ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶ କରିବା ସହ ୨୦ ହଜାର ଫାଇନ୍‌ ଆଦେଶ କରିଛନ୍ତି। ଫାଇନ୍‌ ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ କରାଯାଇଛି।

ପ୍ରକାଶ ଯେ, ଯୋଡ଼ା ଅଞ୍ଚଳର ଜଣେ ନାବାଳିକାଙ୍କ ମା’ଙ୍କୁ ବାପା ଛାଡ଼ି ପଳାଇବା ପରେ ମା’ ଦ୍ୱିତୀୟ ବିବାହ କରିଥିଲେ। ଏହା ପରେ ପୀଡ଼ିତା ତାଙ୍କ ଅଜା ଘରେ ରହି ଆସୁଥିଲେ। ଅଜା ତାଙ୍କ ଦିତୀୟ ସ୍ତ୍ରୀ ଅମିତା କାରୁଆଙ୍କ ସହିତ ପୀଡ଼ିତା ରହୁଥିଲେ। ଅମିତାଙ୍କ ସହିତ ଅନୈତିକ ସମ୍ପର୍କ ରଖି ଆସୁଥିବା ଏସ୍‌.କେ.ଶେହଜାଦ ସେଠାକୁ ନିୟମିତ ଯିବା ଆସିବା କରୁଥିଲେ। ୨୨ ଜୁନ୍‌ ୨୦୧୮ରେ ଘରେ ଅଜାଙ୍କ ଅନୁପସ୍ଥିତିରେ ଦୋଷୀ ଶେହଜାଦ ବଳାତ୍କାର କରିଥିଲେ ଓ କାହାକୁ ନ ଜଣାଇବାକୁ ଧମକଚମକ ଦେଇଥିଲେ। ଦୁର୍ଗାପୂଜା ସମୟରେ ପୀଡ଼ିତାଙ୍କ ମା’ ଦେଖା କରିବାକୁ ଯାଇଥିବା ବେଳେ ଶେହଜାଦ ସାକ୍ଷାତ କରିବାକୁ ଦେଇ ନ ଥିଲେ। ସନ୍ଦେହ କରି ପୀଡ଼ିତାଙ୍କ ମା’ ଝାଡ଼ଖଣ୍ଡ ରାଜ୍ୟ ନୂଆମୁଣ୍ଡିକୁ ଯାଇ ନିଜ ଭାଇଙ୍କୁ ଜଣାଇଥିଲେ। ପୀଡ଼ିତାଙ୍କ ମାମୁ ମାଇଁ ଯୋଡ଼ା ଯାଇ ପୀଡ଼ିତାଙ୍କୁ ନୂଆମୁଣ୍ଡି ଆଣି ଆସିଥିଲେ। ସେଠାରେ ପୀଡ଼ିତା ସବୁ ଘଟଣା କହିଥିଲେ। ଏହାକୁ ନେଇ ୨୭ ଅକ୍ଟୋବର ୨୦୧୮ରେ ଯୋଡ଼ା ଥାନାରେ ପୀଡ଼ିତା ଅଭିଯୋଗ କରିବା ପରେ ପୋଲିସ କେସ୍‌ ନମ୍ବର ୧୯୮/୨୦୧୮ରେ କେସ୍‌ ରୁଜୁ କରି ଏସ୍‌.କେ. ଶେହଜାଦ ଓ ପୀଡ଼ିତାଙ୍କ ସାବତ ଆଈ ଅମିତାଙ୍କୁ ଗିରଫ କରିଥିଲେ। ଶେହଜାଦ ସାବତ ଆଈଙ୍କ ସହଯୋଗରେ ଦୀର୍ଘ ୫ ମାସ ଧରି ତା ସହ ବଳାତ୍କାର କରିଆସୁଥିଲା ବୋଲି ପୋଲିସ ଜାଣିବା ପରେ ପୋକ୍ସୋ ଧାରାରେ ଗିରଫ କରି ୨୭ ଅକ୍ଟୋବରରେ କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ସମୁଦାୟ ୨୧ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତିକରି ମାନ୍ୟବର ଜଜ୍‌ ଆଜି ଏହି ରାୟ ଶୁଣାଇଛନ୍ତି ବୋଲି ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ପୀଡ଼ିତାଙ୍କ ୬ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri