ରାମାୟଣ ପରିବାର

ଡା. ଦିଲୀପ କୁମାର ମହାରଣା

ରାମାୟଣ ଭାରତୀୟମାନଙ୍କର ଜୀବନ ନାଟିକା। କିଛି ବର୍ଷ ଆଗେ ସମଗ୍ର ଭାରତବର୍ଷରେ ଏମିତି ଗୋଟିଏ ଗାଁ ନ ଥିଲା ଯେଉଁଠି ରାମ ଉପାସନା ପାଇଁ ମନ୍ଦିରଟିଏ ନ ଥିଲା, ଏମିତି ଘରଟିଏ ନ ଥିଲା ଯେଉଁଠି ରାମଙ୍କର ଛବି ପୂଜା ପାଉ ନ ଥିଲା କିମ୍ବା ଏମିତି ଜୀଉ ନ ଥିଲା ରାମ ନାମ ଯେଉଁଠି ନୃତ୍ୟ କରୁ ନ ଥିଲା। ସମଗ୍ର ଦେଶ ରାମ ନାମର ସୁଗନ୍ଧରେ ଆମୋଦିତ ହୋଇଥିଲା। ଏବେ ଆମ ହୃଦୟରେ ଧର୍ମଜାତ ହେବା ପାଇଁ ଆମକୁ ଅନେକ ତ୍ୟାଗ କରିବାକୁ ହେବ। ହୃଦୟରେ ଧର୍ମଜାତ ପାଇଁ ଦଶରଥ ପୁତ୍ର କାମେଷ୍ଠି ଯଜ୍ଞ କରିଥିଲେ। ଭଗବାନ ହେଉଛନ୍ତି ଧର୍ମ ସ୍ବରୂପ ଏବଂ ଧର୍ମ ମାଧ୍ୟମରେ ସେ ଉପାସିତ ହୋଇପାରିବେ। ଧର୍ମ ହେଉଛି ପବିତ୍ର କର୍ମ, ପବିତ୍ର କଥା, ପବିତ୍ର ଭାବନାର ଫୁଲମାଳ। ଭଲ ହେବା, ସେବା କରିବା ଓ ଭଲ କାମ କରିବାର ଦକ୍ଷ ହେବାର ସୁଖ୍ୟାତି ଅର୍ଜନ କରିବା। ଏଭଳି କର୍ମ ଦ୍ୱାରା ଯେଉଁ ସନ୍ତାନମାନେ ମାତାପିତାଙ୍କୁ ସୁଖୀ କରନ୍ତି ନାହିଁ ସେମାନେ ଶାନ୍ତି, ନିରାପତ୍ତା ଓ ସୁଖ ହରାଇଛନ୍ତି ବୋଲି ଏବେ ପ୍ରତ୍ୟେକ କ୍ରନ୍ଦନ କରୁଛନ୍ତି। ସବୁଠି ପ୍ରବଳ ଚିତ୍କାର ଶୁଣାଯାଉଛି ମାତ୍ର ଏଇ ଦୁର୍ଦ୍ଦଶା କାହିଁକି ଘଟିଛି କେହି ତାହା ଆବିଷ୍କାର କରିବାକୁ ଚାହୁଁ ନାହାନ୍ତି। ଏହାର କାରଣ ଯାହା କରାଯିବା କଥା ତାହା କରାଯାଉନାହିଁ। ଯାହା ପାଳନ କରିବା କଥା ତାହା ପାଳନ ହେଉନାହିଁ। ଯାହା କୁହାଯାଉଛି ଓ କରାଯାଉଛି ତା’ମଧ୍ୟରେ ସମନ୍ବୟ ନାହିଁ। ସେମାନଙ୍କ ଓଠରେ ଭଗବାନଙ୍କ ନାମ ଉଚ୍ଚାରଣ କରି ଯେଉଁମାନେ ମାଳି ଗଡାଉଛନ୍ତି ସେମାନେ ନିରୀଶ୍ୱର କର୍ମରେ ଲିପ୍ତ ଅଛନ୍ତି। ହାତରେ ଭଗବଦ୍‌ଗୀତା ଧରି ସେମାନେ କୁତ୍ସାରଟନା କରୁଛନ୍ତି ଏବଂ ମନ୍ଦ ଚକ୍ରାନ୍ତ କରୁଛନ୍ତି। ଏହା କୌଣସି ବ୍ରତନୁହେଁ, ଆତ୍ମାର ଶୃଙ୍ଖଳା ନୁହେଁ। ନିଜକୁ ନିଷ୍ଠାପର ଭକ୍ତ ମନେକରୁଥିବା ଜଣେ ବ୍ୟକ୍ତି ସର୍ବଦା ଜାଗ୍ରତ ରହିବା ଉଚିତ ଏବଂ ସର୍ବଦା ଦିବ୍ୟ ଉପସ୍ଥିତିରେ ରହିବାର ଶୃଙ୍ଖଳା ଅଭ୍ୟାସ କରିବା ଦରକାର। ଆମେ ଚେତନାରେ ଏବେ ନିଦ୍ରିତ ଥିବା ଈଶ୍ୱରଙ୍କୁ ଜାଣିବା ଉଚିତ ଏବଂ ତାଙ୍କୁ ଜାଗ୍ରତ କରିବା ଆବଶ୍ୟକ। ତା’ହେଲେ ଆମର ପ୍ରତ୍ୟେକ କର୍ମରେ ଦିବ୍ୟ ଦୀପ୍ତି ପ୍ରକାଶ ପାଇବ। ବ୍ୟକ୍ତି ଅର୍ଥ ପ୍ରକାଶିତ ସୁପ୍ତ ଅବସ୍ଥାରେ ଥିବା ଦିବ୍ୟତ୍ୱକୁ ବ୍ୟକ୍ତ କରୁଥିବାର ସଂସ୍କୃତରେ ଜଣେ ମଣିଷକୁ ବ୍ୟକ୍ତି କୁହାଯାଏ। ଆମ ମଧ୍ୟରେ, ଆମ ନିମନ୍ତେ ଭଗବାନ୍‌ ଅଛନ୍ତି ବୋଲି ଆମେ ଯେତେବେଳେ ଚେତନା ଲାଭ କରିବା ସେତେବେଳେ ସେହି ଚେତନା ଆମର ପ୍ରତ୍ୟେକ ଭାବନା, ଶବ୍ଦ ଓ କର୍ମକୁ ଆଉଥରେ ରୂପ ଦେବା ଉଚିତ ଏବଂ ଭଲ ଇଚ୍ଛା କରିବା ପାଇଁ, ଭଲ କଥା କହିବା ପାଇଁ ଓ ଭଲ ହେବା ଲାଗି ଆମକୁ ପ୍ରେରଣା ଦେବା ଉଚିତ। ଯେଉଁମାନେ ଆଡ଼ମ୍ବର ସହିତ ଧର୍ମଶୃଙ୍ଖଳା ପାଳନ କରିବା ପାଇଁ ନିଜକୁ ଉତ୍ସର୍ଗ କରୁଛନ୍ତି ସେମାନେ ବିଶ୍ୱ ରଙ୍ଗମଞ୍ଚରେ ଚିତ୍କାର କରୁଥିବା ଅଭିନେତା। ଅନ୍ୟମାନେ ସାମାନ୍ୟ ଭକ୍ତି ପୋଷଣ କରନ୍ତି। ସାମାନ୍ୟ ଜଞ୍ଜାଳ ବା ହତାଶା ଆସିଲେ ସେମାନେ ଈଶ୍ୱରଙ୍କ ଉପରୁ ଆସ୍ଥା ହରାନ୍ତି। ମାତ୍ର ଯେତେ ଦୁର୍ଭାଗ୍ୟ ଆସିଲେ ମଧ୍ୟ ପ୍ରକୃତ ଭକ୍ତ ଅତୁଟ ରହିଥାଏ।
ରାମାୟଣରେ ଥିବା ଅସଂଖ୍ୟ ଆଦର୍ଶ ଦୃଷ୍ଟାନ୍ତ ମନେ ପକାଅ। ରାମ ପରିବାର ପରମ ଧର୍ମର ଅମୂଲ୍ୟ ଗ୍ୟାଲେରି। ଜଣେ ପୁଅ ଯଦି ରାମଙ୍କ ପରି ବିଶ୍ୱସ୍ତ ହୋଇଥାଏ,ସେ ଯଦି ବନବାସକୁ ବାପାଙ୍କ ଇଚ୍ଛା ବୋଲି ଗ୍ରହଣ କରେ, ଅଭିଷେକ ପାଇଁ ସିଂହାସନ ଆଡ଼କୁ ଯିବା ପରିବର୍ତ୍ତେ ସେ ଯଦି ଆନନ୍ଦରେ ବନବାସ ଗମନ କରେ, ତା’ହେଲେ ସେ ପ୍ରକୃତରେ ଆଦର୍ଶ ପୁତ୍ର ହେବ। ମହୀୟସୀ ନାରୀ ସୀତା କିପରି ତାଙ୍କ ସ୍ବାମୀଙ୍କୁ ପ୍ରଭୁ ଓ ଅନ୍ତର୍ଯ୍ୟାମୀ ରୂପେ ଉପାସନା କରୁଥିଲେ ତାହା ମନେ ପକାଅ। ସମସ୍ତ ଦୁଃଖକଷ୍ଟ ସହି ସେ ପତିଙ୍କ ସହିତ ବନବାସ କରିବା ପାଇଁ ରାମଚନ୍ଦ୍ରଙ୍କୁ ପ୍ରବର୍ତ୍ତାଇଥିଲେ। ଯଦି ସବୁ ନାରୀ ସୀତାଙ୍କ ପରି ତ୍ୟାଗଶୀଳା, ବିଶ୍ୱସ୍ତ ଓ ପ୍ରେମପରାୟଣା ହୁଅନ୍ତି ତା’ହେଲେ ଭାରତର ସବୁ ଘରେ ପରିତୃପ୍ତିର ହୃଦୟଭରା ହସ ଭରିଯିବ। କେଉଁ ଭାଇ ଲକ୍ଷ୍ମଣ ଅଥବା ଭରତଙ୍କ ଭଳି ହୋଇପାରିବେ? ମା’ ଭରତଙ୍କୁ ବିଶାଳ ସାମ୍ରାଜ୍ୟ ଦେଇଥିଲେ। ମାତ୍ର ବଡ଼ଭାଇ ସାମ୍ରାଜ୍ୟର ଅଧିକାରୀ ହେବା ଉଚିତ ବୋଲି ମତ ଦେଇ ଭରତ ତାହା ପରିତ୍ୟାଗ କରିଥିଲେ। ନୈତିକ ଦୃଷ୍ଟିରୁ ସାମ୍ରାଜ୍ୟ ଯାହାର ବନବାସରୁ ସେ ଫେରିଆସି ତାହା ଗ୍ରହଣ କରନ୍ତୁ ଓ ଉପଭୋଗ କରନ୍ତୁ ଏଇ ଉଦ୍ଦେଶ୍ୟରେ ଭରତ ଏପରି କରିଛନ୍ତି। ଗଭୀର ଅରଣ୍ୟରେ ଭାଇ ଓ ଭାଉଜଙ୍କୁ ଜଗିବା ପାଇଁ ଲକ୍ଷ୍ମଣ ନିଦ୍ରା ଏବଂ ଆହାର ପରିହାର କରିଛନ୍ତି। ପୂର୍ଣ୍ଣମାତ୍ରାରେ ଓ ଆନନ୍ଦର ସହିତ ସେ ଭାଇଙ୍କ ପାଦପଦ୍ମରେ ଶରଣାପନ୍ନ ହୋଇଛନ୍ତି। ଆଉ ନାରୀମାନେ? ରାମଙ୍କ ସହିତ ବନବାସ କରିବା ପାଇଁ ଲକ୍ଷ୍ମଣ ଯେତେବେଳେ ମାତା ସୁମିତ୍ରାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କଲେ ସୁମିତ୍ରା ଯୁକ୍ତି କଲେ ନାହିଁ, ‘ତୁ କାହିଁକି ଯିବୁ? ବାପା ତୋତେ ଯିବା ପାଇଁ ଅନୁମତି ଦେଇ ନାହାନ୍ତି। ପ୍ରାସାଦରେ ଆନନ୍ଦରେ ରହ, ମୋତେ ଓ ତୋର ନବ ବିବାହିତା ବୋହୂକୁ ଆନନ୍ଦରେ ରଖ।’ ସେ କହିଲେ, ‘ପୁଅ ତୁ ଯେ ବଣକୁ ଯାଉଛୁ ଏବଂ ଆମେ ଅଯୋଧ୍ୟା ନଗରୀରେ ରହିଛୁ ଏପରି ଭାବ ନାହିଁ। ରାମଙ୍କ ବ୍ୟତୀତ ଏଇ ନଗରୀ ଏକ ଜଙ୍ଗଲ, ସେ ଥିବା ବେଳେ ଏଇ ଜଙ୍ଗଲ ଅଯୋଧ୍ୟା। ସ୍ତ୍ରୀ ଊର୍ମିଳା ସ୍ବାମୀ ଲକ୍ଷ୍ମଣଙ୍କୁ କ’ଣ କହିଲେ? କେତେକ ଉତ୍ତମ କାରଣରୁ ସୀତାଙ୍କ ପରି ସେ ସ୍ବାମୀଙ୍କ ସହିତ ଯିବାକୁ ଅନୁମତି ଚାହିଁଲେ ନାହିଁ। ସେ କହିଲେ ‘ମୁଁ ଯଦି ଯାଏ ତୁମେ ରାମସୀତାଙ୍କ ସେବାରେ ସମ୍ପୂର୍ଣ୍ଣ ମନୋନିବେଶ କରିପାରିବ ନାହିଁ। ତୁମର ଫେରିବା ପଥକୁ ଅନାଇ ମୁଁ ଏଠାରେ ଚଉଦ ବର୍ଷ ଅପେକ୍ଷା କରିବି।’ ତ୍ୟାଗର କି ମହାନ୍‌ ଦୃଷ୍ଟାନ୍ତ। ଆମର ପ୍ରତ୍ୟେକ ପରିବାରରେ ଯଦି ଏପରି ପୁତ୍ର, ମାତା, ଭ୍ରାତା ଓ ଭଗିନୀ ଥାଆନ୍ତି ତା’ହେଲେ ଦେଶରେ ଉଦ୍‌ବେଗ ବା ଦୁଃଖ ରହିବ ନାହିଁ। ଏହା ଆନନ୍ଦ ଓ ଶାନ୍ତିରେ ଦୀପ୍ତିମନ୍ତ ହେବ।
ଶିଖରପୁର ଉପରସାହି, କଟକ
ମୋ:୯୪୩୮୫୮୩୨୮୯


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri