ରେଳ ସଂଗ୍ରହାଳୟ ଲୋକାର୍ପିତ

ବାରିପଦା ଅଫିସ,୧୮।୧୧: ମୟୂରଭଞ୍ଜ ଜିଲା ବାରିପଦାଠାରେ ବହୁ ପ୍ରତୀକ୍ଷିତ ଐତିହ୍ୟ ରେଳ ସଂଗ୍ରହାଳୟ ବୁଧବାର ଲୋକାର୍ପିତ ହୋଇଛି। ଦକ୍ଷିଣପୂର୍ବ ରେଲଓ୍ବେ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଇଂ.ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଂଗ୍ରହାଳୟକୁ ଲୋକାର୍ପଣ କରିଥିଲେ। ଜିଲାରେ ରେଳ ସେବାର ବ୍ୟାପକ ପରିବର୍ତ୍ତନ କରାଯିବା ସହ ଜିଲାବାସୀଙ୍କ ଦାବି ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେହିପରି ସଂଗ୍ରହାଳୟରେ ପିଲାଙ୍କ ଖେଳିବା ପାଇଁ ଏକ ଟୟ ରେଳ ସେବା ସହିତ ଆକର୍ଷଣୀୟ ପାର୍କ ନିର୍ମାଣ, ବାଙ୍ଗିରିପୋଷିରେ ଗୋଦାମ ଗୃହ ନିର୍ମାଣ ଓ ବାଙ୍ଗିରିପୋଷି-ଗୋରୁମହିଷାଣୀ ଦେଇ ଟାଟା ସହିତ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିବା ସେ କହିଥିଲେ।
ସ୍ବାଧୀନତା ପୂର୍ବରୁ ୧୯୦୪ରେ ମୟୂରଭଞ୍ଜର ପ୍ରଜା ବତ୍ସଳ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଜିଲାରେ ରେଳ ଚଳାଚଳ ଆରମ୍ଭ କରିଥିଲେ। ରେଳସେବାର ମୂକସାକ୍ଷୀ କୁହାଯାଉଥିବା ବାଷ୍ପଚାଳିତ ଇଞ୍ଜିନ ଓ ଡବାଗୁଡ଼ିକ ବାରିପଦା ରେଳଷ୍ଟେଶନ ଷ୍ଟକ ୟାର୍ଡ଼ରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା। ଖଡ଼ଗପୁର ରେଳ ଡିିଭିଜନ ପକ୍ଷରୁ ୧କୋଟି ୫୫ଲକ୍ଷ ଟଙ୍କାରେ ଏହି ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇ ସେଗୁଡ଼ିକୁ ନୂତନ ରୂପ ଦିଆଯାଇଛି। ଏହା ସହିତ ୧୧୮ବର୍ଷ ପୂର୍ବେ ପ୍ରଚଳିତ ମୟୂରଭଞ୍ଜ ରେଳସେବାର ଅନେକ ସ୍ମୃତି ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି। ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ରେଲଓ୍ବେର ପ୍ରଧାନ ଆର୍ଥିକ ପରାମର୍ଶଦାତା ପ୍ରଶାନ୍ତ ମିଶ୍ର, ଦକ୍ଷିଣପୂର୍ବ ମଣ୍ଡଳ ରେଳ ପ୍ରବନ୍ଧକ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଓଡ଼ିଶା ପ୍ରତି ରହିଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ା ବ୍ୟବସାୟୀ ରାଜେଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମକର ପର୍ବ ପାଳନରେ କଟକଣା

ବାରିପଦା ଅଫିସ,୧୩।୧: ମକର ଉତ୍ସବ ମୟୂରଭଞ୍ଜର ଗଣପର୍ବ। ଏହି ଦିନକୁ ସରକାରୀ ଭାବେ ଛୁଟି ଘୋଷଣା ମଧ୍ୟ କରାଯାଇଛି। ତେବେ କରୋନା ତୃତୀୟ ଲହର କଟକଣା ଭିତରେ...

କାନ୍ଥ ପଡ଼ି ମହିଳା ମୃତ

ରାସଗୋବିନ୍ଦପୁର,୨୫ା୧୦(ଡି.ଏନ୍‌.ଏ.)- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାସଗୋବିନ୍ଦପୁର ବ୍ଲକ ଅଧୀନ ଖୁଣ୍ଟାପାଳ ଗ୍ରାମରେ ଶୁକ୍ରବାର ସକାଳେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

କୁକୁଡ଼ା ଦୋକାନ ଭାଙ୍ଗିଲା ପୌର ପରିଷଦ

ବାରିପଦା ଅଫିସ,୪।୪: କରୋନା ମୁକାବିଲା ପାଇଁ ପରିଷ୍କାର ପରିଛନ୍ନତା ପ୍ରତି ଗୁରୁତ୍ୱ ଦିଆ ଯାଉଥିବା ବେଳେ ମୟୂରଭଞ୍ଜ ପୌର ପରିଷଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।...

ଅଳିଆଗଦାରେ ଜୀବିକା ଖୋଜା

ବାରିପଦା ଅଫିସ, ୧୦।୧: ରାଜା ରାଜୁଡ଼ା ଅମଳରୁ ଛଉନୃତ୍ୟକୁ ଆଦରି ଥିଲେ। ଭାରତର ବିଭିନ୍ନ ସ୍ଥାନରେ ଛଉନୃତ୍ୟ ବେଳେ ଢୋଲ ଓ ମହୁରି ବଜାଇ ବେଶ୍‌...

ସିପିଆଇ,ସିପିଏମ୍‌ର ପ୍ରତିବାଦ ସଭା

ବାରିପଦା ଅଫିସ,୨୦ା୧୨- ଭାରତର ସମ୍ବିଧାନରେ ଏଠାକାର ନାଗରିକମାନଙ୍କୁ ଧର୍ମ, ଜାତି, ଭାଷା ଓ ଲିଙ୍ଗ ନିର୍ବିଶେଷରେ ସମାନ ଅଧିକାର ଦେବା ବ୍ୟବସ୍ଥା ରହିଛି। ପୂର୍ବରୁ ଥିବା...

ଶାଳପତ୍ରରେ ସୁସ୍ବାଦୁ ବ୍ୟଞ୍ଜନ

ବାରିପଦା ଅଫିସ, ୧୯ା୧୦: ସଜେଇ ହେଉଛି ବିଶ୍ୱ ଐତିହ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନ। ଆସନ୍ତା ନଭେମ୍ବର ୧ରେ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ପାଇଁ ଏହି ଅଭୟାରଣ୍ୟ...

ଶୀତରେ ଥରୁଛନ୍ତି ଅନ୍ତେବାସୀ

ବାରିପଦା ଅଫିସ,୧୮।୧୨-ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଆବାସିକ ବିଦ୍ୟାଳୟର ଅନ୍ତେବାସୀମାନେ ଶୀତ କଷ୍ଟ ଭୋଗୁଛନ୍ତି। ବିଭାଗ ପକ୍ଷରୁ...

୬ରେ କଳା ଦିବସ ପାଳିବ କୁଡୁମୀ ସେନା

ବାରିପଦା ଅଫିସ,୨ା୯- ୧୯୫୦ ସେପ୍ଟେମ୍ବର ୬ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁଡୁମୀ ଜାତିକୁ ଜନଜାତି ତାଲିକାରୁ ବାଦ ଦିଆଯାଇଥିଲା ା ଏହାର ପ୍ରତିବାଦରେ ବିଗତ...

Advertisement
Archives

Model This Week