ରେଳ ସଂଗ୍ରହାଳୟ ଲୋକାର୍ପିତ

ବାରିପଦା ଅଫିସ,୧୮।୧୧: ମୟୂରଭଞ୍ଜ ଜିଲା ବାରିପଦାଠାରେ ବହୁ ପ୍ରତୀକ୍ଷିତ ଐତିହ୍ୟ ରେଳ ସଂଗ୍ରହାଳୟ ବୁଧବାର ଲୋକାର୍ପିତ ହୋଇଛି। ଦକ୍ଷିଣପୂର୍ବ ରେଲଓ୍ବେ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଇଂ.ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଂଗ୍ରହାଳୟକୁ ଲୋକାର୍ପଣ କରିଥିଲେ। ଜିଲାରେ ରେଳ ସେବାର ବ୍ୟାପକ ପରିବର୍ତ୍ତନ କରାଯିବା ସହ ଜିଲାବାସୀଙ୍କ ଦାବି ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେହିପରି ସଂଗ୍ରହାଳୟରେ ପିଲାଙ୍କ ଖେଳିବା ପାଇଁ ଏକ ଟୟ ରେଳ ସେବା ସହିତ ଆକର୍ଷଣୀୟ ପାର୍କ ନିର୍ମାଣ, ବାଙ୍ଗିରିପୋଷିରେ ଗୋଦାମ ଗୃହ ନିର୍ମାଣ ଓ ବାଙ୍ଗିରିପୋଷି-ଗୋରୁମହିଷାଣୀ ଦେଇ ଟାଟା ସହିତ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିବା ସେ କହିଥିଲେ।
ସ୍ବାଧୀନତା ପୂର୍ବରୁ ୧୯୦୪ରେ ମୟୂରଭଞ୍ଜର ପ୍ରଜା ବତ୍ସଳ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଜିଲାରେ ରେଳ ଚଳାଚଳ ଆରମ୍ଭ କରିଥିଲେ। ରେଳସେବାର ମୂକସାକ୍ଷୀ କୁହାଯାଉଥିବା ବାଷ୍ପଚାଳିତ ଇଞ୍ଜିନ ଓ ଡବାଗୁଡ଼ିକ ବାରିପଦା ରେଳଷ୍ଟେଶନ ଷ୍ଟକ ୟାର୍ଡ଼ରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା। ଖଡ଼ଗପୁର ରେଳ ଡିିଭିଜନ ପକ୍ଷରୁ ୧କୋଟି ୫୫ଲକ୍ଷ ଟଙ୍କାରେ ଏହି ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇ ସେଗୁଡ଼ିକୁ ନୂତନ ରୂପ ଦିଆଯାଇଛି। ଏହା ସହିତ ୧୧୮ବର୍ଷ ପୂର୍ବେ ପ୍ରଚଳିତ ମୟୂରଭଞ୍ଜ ରେଳସେବାର ଅନେକ ସ୍ମୃତି ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି। ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ରେଲଓ୍ବେର ପ୍ରଧାନ ଆର୍ଥିକ ପରାମର୍ଶଦାତା ପ୍ରଶାନ୍ତ ମିଶ୍ର, ଦକ୍ଷିଣପୂର୍ବ ମଣ୍ଡଳ ରେଳ ପ୍ରବନ୍ଧକ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଓଡ଼ିଶା ପ୍ରତି ରହିଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ା ବ୍ୟବସାୟୀ ରାଜେଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri