Posted inଖେଳ

ସ୍ତ୍ରୀଙ୍କୁ ‘ସ୍ବତନ୍ତ୍ର ଉପହାର’ ଦେଲେ ସୂର୍ଯ୍ୟକୁମାର

ଜୟପୁର,୧୮।୧୧: ଭାରତୀୟ କ୍ରିକେଟର ନୂଆ ଯୁଗ ବିଜୟରୁ ଆରମ୍ଭ ହୋଇଥିଲା। ଟି -୨୦ ବିଶ୍ୱକପ୍‌ର ଖରାପ ପ୍ରଦର୍ଶନର ଦୁଃଖକୁ ଭୁଲି ନୂଆ କୋଚ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏକ ବିଜୟରୁ ଆରମ୍ଭ ହୋଇଥିଲା। ଜୟପୁରରେ ଖେଳାଯାଇଥିବା ପ୍ରଥମ ଟି -୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ପାଞ୍ଚ ଉଇକେଟରେ ପରାସ୍ତ କରିଛି। ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଅଧିନାୟକ ରୋହିତ ଟସ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ମାର୍ଟିନ ଗୁପ୍ତିଲ ଏବଂ ମାର୍କ ଚାପମ୍ୟାନଙ୍କ ଅର୍ଦ୍ଧଶତକୀୟ ସହାୟତାରେ ନ୍ୟୁଜିଲାଣ୍ଡ ଛଅ ଉଇକେଟ୍‌ ହରାଇ ୧୬୪ ସ୍କୋର କରିଥିଲା। ଗୁପ୍ତିଲ ୪୨ ବଲରୁ ୭୦ ଓ ଚାପମ୍ୟାନ ୫୦ ବଲରେ ୬୩ ରନ ସ୍କୋର କରିଥିଲେ।
ଭାରତ ୧୬୫ ରନ ଲକ୍ଷ୍ୟ ପାଞ୍ଚ ଉଇକେଟ ବାକି ଥାଇ ହାସଲ କରିଥିଲା। ଭାରତର ବିଜୟର ମୂଳଦୁଆ ସୁର୍ଯ୍ୟକୁମାର ଯାଦବ ଏବଂ ରୋହିତ ଶର୍ମା ଯଥାକ୍ରମେ ୬୨ ଓ ୪୮ ରନ ସଂଗ୍ରହ କରିଥିଲେ। ସୁର୍ଯ୍ୟକୁମାର ଯାଦବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ମ୍ୟାଚ ପରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ମ୍ୟାଚରେ ବ୍ୟାଟ ଉପରେ ବଲ ଭଲ ଆସୁଥିଲା। ଆମେ ମ୍ୟାଚ ଜିତି ଖୁସି। ୧୭ ତମ ଓଭରରେ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ଯାଦବଙ୍କ କ୍ୟାଚ୍‌ ଅଧିନାୟକ ଟିମ୍‌ ସାଉଥି ଛାଡିଥିଲେ। ଏ ନେଇ ସୂର୍ଯ୍ୟକୁମାର କହିଛନ୍ତି, ଆଜି ମୋର ସ୍ତ୍ରୀଙ୍କ ଜନ୍ମଦିନ ଏବଂ ବୋଲ୍ଟ ଯେଉଁ କ୍ୟାଚ ଛାଡିଥିଲେ ତାହା ମୋ ସ୍ତ୍ରୀଙ୍କ ପାଇଁ ଉପଯୁକ୍ତ ଜନ୍ମଦିନ ଉପହାର ଥିଲା। ଉଭୟ ବୋଲ୍ଟ ଏବଂ ଯାଦବ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

ଗୌରୀଙ୍କ ସହ ବିବାହର ୧୦ ଦିନ ଭିତରେ ଗୁଡ୍‌ନ୍ୟୁଜ୍‌ ଦେଲେ ଆମିର, ଖବର ଶୁଣି ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ଗତ ଜୁଲାଇ ୫ ତାରିଖରେ ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଏହି ନବଦମ୍ପତି ନିଜ…

ଖେଳ ପଡ଼ିଆରେ ଲିଭିଗଲା ଜୀବନ ଦୀପ, ୨୨ ବର୍ଷୀୟ କ୍ରିକେଟରଙ୍କ ମୃତ୍ୟୁ

ଶ୍ରୀନଗର,୧୪।୭: ଜମ୍ମୁ କଶ୍ମୀରର ଡୋଡା ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଭାଦେରୱା ଅଞ୍ଚଳର ୨୨ ବର୍ଷୀୟ କ୍ରିକେଟର ସୁହେଲ ଅହମ୍ମଦ ଜୁଲାଇ ୧୩…

ଲଗାଣ ବର୍ଷା, ଆଜି ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ,୧୪।୭(ସନାତନ ରାଉତ): ଭଦ୍ରକ ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଏହି କାରଣରୁ ଜିଲାର ସମସ୍ତ ସ୍କୁଲକୁ ମଙ୍ଗଳବାର ଛୁଟି ଘୋଷଣା କରାଯାଇଛି । ପରିସ୍ଥିତିକୁ…

ଛାତ୍ରଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା, ଶ୍ରେଣୀ ଗୃହ ଭିତରେ ଶିକ୍ଷକଙ୍କୁ ତାଲା ପକାଇଦେଲେ…

ଲୋଇସିଂହା, ୧୪।୭ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଜଣେ ନବମ…

ରବିବାରଠୁ ନିଖୋଜ ଥିଲେ ବ୍ୟବସାୟୀ, ଏହି ସ୍ଥାନରୁ ମିଳିଲା ପତ୍ତା

ବଲାଙ୍ଗୀର, ୧୪।୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପେଲେସଲାଇନ ପଡାର ଜଣେ ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରୁ ଘରୁ ବାହାରି ଯିବା ପରେ…

ଭାଜପା ଜିଲା ସମ୍ପାଦକଙ୍କ ମାତୃ ବିୟୋଗ: ପରିବାର ସଦସ୍ୟଙ୍କୁ ଭେଟିଲେ ମନ୍ତ୍ରୀ ବିଭୁତି ଜେନା

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁର ସହରର ତିରୁପତିପେଟା ସାହି ନିବାସୀ ତଥା ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲା ସମ୍ପାଦକ ବସନ୍ତ କୁମାର ବେହେରାଙ୍କ ମା’…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri