ଷ୍ଟେଶନରେ ଯାତ୍ରୀଙ୍କ ସହ ଟ୍ରେନ୍‌କୁ ଅପେକ୍ଷା କଲେ ରେଳ ମନ୍ତ୍ରୀ

ବଲାଙ୍ଗୀର ଅଫିସ୍‌,୨୩।୮: ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡ଼ିଶା ଆସିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ। ରବିବାର ଓଡିଶାର ଏକ ଷ୍ଟେଶନ ପ୍ଲାଟଫର୍ମରେ ପଡ଼ିଥିବା ଏକ ସିମେଣ୍ଟ ବେଞ୍ଚରେ ବସି ଟ୍ରେନକୁ ଅପେକ୍ଷା କରିଥିଲେ। ଯଦିଓ ରେଳ ଅଧିକାରୀମାନେ ରେଳ ମନ୍ତ୍ରୀଙ୍କ ପାଇଁ ପ୍ରଥମ ଶ୍ରେଣୀ ବିଶ୍ରାମ କକ୍ଷ ପ୍ରସ୍ତୁତ କରିଥିଲେ, କିନ୍ତୁ ରେଳ ମନ୍ତ୍ରୀ ଷ୍ଟେଶନରେ ପହଞ୍ଚିବା ପରେ ପ୍ରଥମ ଶ୍ରେଣୀ ବିଶ୍ରାମ କକ୍ଷରେ ଅପେକ୍ଷା କରିବା ପରିବର୍ତ୍ତେ ସେ ସିମେଣ୍ଟରେ ତିଆରି ପ୍ଲାଟଫର୍ମ ବେଞ୍ଚ୍‌ରେ ବସି ଟ୍ରେନକୁ ଅପେକ୍ଷା କରିବାକୁ ପସନ୍ଦ କରିଥିଲେ। ସେ କହିଛନ୍ତି ଯେ, ଯେଉଁଠାରେ ଦେଶର ସାଧାରଣ ନାଗରିକ ଟ୍ରେନକୁ ଅପେକ୍ଷା କରନ୍ତି, ମୁଁ ମଧ୍ୟ ତାହା କରିବି। ଏହି ସମୟରେ ସେ ରେଳ ଅଧିକାରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ।
ସୂଚନାଯୋଗ୍ୟ,ରେଳ ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ ଏବେ ଓଡିଶା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଓଡିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ଷ୍ଟେଶନଗୁଡ଼ିକୁ ଯାଞ୍ଚ କରୁଛନ୍ତି। ରବିବାର ରେଳ ମନ୍ତ୍ରୀ ଓଡିଶାର ବଲାଙ୍ଗୀର ରେଳ ଷ୍ଟେଶନରେ ପହଞ୍ଚି ପୁରୀ ଏକ୍ସପ୍ରେସ ଦ୍ୱାରା ଭୁବନେଶ୍ୱରକୁ ଫେରିବାର କାର୍ଯ୍ୟକ୍ରମ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି ବଜାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୨(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ବରରେ ମିଶନ ଶକ୍ତି ବଜାରକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ...

ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ମୋଟରସାଇକେଲ

କାମାକ୍ଷାନଗର,୨୭।୨: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ପାଞ୍ଚରୁ ଅଧିକ ମୋଟରସାଇକେଲ। ଏଭଳି ଏକ ଦୁର୍ଘଟଣା ଘଟିଛି କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସରରେ। ସୂଚନାଥାଉ କି,...

ଭୁବନେଶ୍ୱର ପହଞ୍ଚିଲେ ମାଇକ୍ରୋସଫ୍ଟ ସିଇଓ ବିଲ ଗେଟ୍ସ

ଭୁବନେଶ୍ୱର,୨୭।୨: ଭୁବନେଶ୍ବରରେ ପହଞ୍ଚିଲେ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ। ବୁଧବାର ଅର୍ଥାତ୍‌ କାଲି କୃଷି ଭବନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏହି ଗସ୍ତରେ ବିଲ...

୫୯ନମ୍ବର ଜାତୀୟ ରାଜପଥର ୨୭କିମି ରାସ୍ତା ପ୍ରଶସ୍ତିକରଣ ପାଇଁ ୭୧୮କୋଟି ମଞ୍ଜୁର କଲା କେନ୍ଦ୍ର

ଭୁବନେଶ୍ୱର,୨୭।୨: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ୫୯ନମ୍ବର ଜାତୀୟ ରାଜପଥର ୨୬.୯୬କିମି ରାସ୍ତାର ପ୍ରଶସ୍ତିକରଣ ପାଇଁ ୭୧୮.୨୬କୋଟି ଟଙ୍କା ମଞ୍ଜୁର କରିଛନ୍ତି। କନ୍ଧମାଳ ଓ...

ଜୟପ୍ରଦା ଫେରାର ଘୋଷିତ

ନୂଆଦିଲ୍ଲୀ,୨୭।୨: ଅଭିନେତ୍ରୀ ତଥା ପୂର୍ବତନ ଏମ୍‌ପି ଜୟପ୍ରଦା ଦୁଇଟି ମାମଲାରେ ଶୁଣାଣି ପାଇଁ ହାଜର ନ ହେବାରୁ ଏକ ସ୍ବତନ୍ତ୍ର ଅଦାଲତ ତାଙ୍କୁ ଫେରାର ଘୋଷଣା...

Rajya Sabha election: ସଙ୍କଟରେ ହିମାଚଳ ସରକାର, କଂଗ୍ରେସ ବିିଧାୟକ କଲେ କ୍ରସ୍‌ ଭୋଟିଂ

ନୂଆଦିଲ୍ଲୀ,୨୭।୨ : ଉତ୍ତରପ୍ରଦେଶ, କର୍ନାଟକ ଏବଂ ହିମାଚଳପ୍ରଦେଶରୁ ମୋଟ ୧୫ ଆସନ ପାଇଁ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କର୍ନାଟକରେ କଂଗ୍ରେସ ୩ଟି ରାଜ୍ୟ ସଭା...

ଆଇଟି ନିୟମାବଳୀରେ ସଂଶୋଧନ ଇଣ୍ଟରସେପ୍‌ଶନ ରେକର୍ଡ ନଷ୍ଟ କରିପାରିବେ ସରକାର

ନୂଆଦିଲ୍ଲୀ,୨୭।୨କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀରେ ସଂଶୋଧନ କରିଛନ୍ତି। ଉକ୍ତ ସଂଶୋଧନ ଅନୁଯାୟୀ ସ୍ବରାଷ୍ଟ୍ର ସଚିବ କିମ୍ବା କେନ୍ଦ୍ର ସରକାରରେ ଥିବା ଅନ୍ୟ ପଦାଧିକାରୀମାନେ...

ବାପାଙ୍କୁ ହତ୍ୟା କରି ଅଖାରେ ପୋତିଦେଲେ ପୁଅ!

ସମ୍ବଲପୁର,୨୭।୨: ପାରିବାରିକ ବିବାଦରୁ ବାପାଙ୍କୁ ହତ୍ୟା କଲେ ସୈତାନ ପୁଅ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସମ୍ବଲପୁର ଜିଲାରେ ଘଟିଛି। ହତ୍ୟା କରି ଫେରାର ହୋଇଛି ପୁଅ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri