ଧରାପଡ଼ିଲା ସାଇବର ଠକଙ୍କୁ ସିମ୍‌ ଦେଉଥିବା ର଼୍ୟାକେଟ

ଭୁବନେଶ୍ୱର,(ବ୍ୟୁରୋ)/ଢେଙ୍କାନାଳ ଅଫିସ,୩।୫:
ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଉଥିବା ଏକ ର଼୍ୟାକେଟ କ୍ରାଇମବ୍ରାଞ୍ଚ ହାତରେ ଧରା ପଡ଼ିଛି। ର଼୍ୟାକେଟର ମାଷ୍ଟରମାଇଣ୍ଡଙ୍କ ସମେତ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ ଢ଼େଙ୍କାନାଳରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲା ଟାଉନ ଥାନା ଅଞ୍ଚଳର ସାଇ ପ୍ରାକଶ ଦାସ(୩୮), ମୀନା ବଜାର ଜଗନ୍ନାଥ ରୋଡ୍‌ର ଅବିନାଶ ନାୟକ (୩୨) ଓ ସଦର ଥାନା ନଡ଼ିଆଳି ଗ୍ରାମର ମାଷ୍ଟରମାଇଣ୍ଡ୍‌ ଦୁଷ୍ମନ୍ତ କୁମାର ସାହୁ(୨୩)। ସେମାନଙ୍କଠାରୁ ୧୯ ହଜାର ୬୪୧ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌, ନଗଦ ୧୪ ଲକ୍ଷ ୩୨ ହଜାର ୮୯୨ ଟଙ୍କା, ୨୪୭ ରିଚାର୍ଜ ଭାଉଚର, ୪୮ ମୋବାଇଲ ଫୋନ୍‌, ଫିଙ୍ଗର ପ୍ରିଣ୍ଟ ସ୍କାନର, ବିଭିନ୍ନ ବ୍ୟାଙ୍କର ପାସବୁକ୍‌, କ୍ରେଡିଟ ଓ ଡେବିଟ୍‌ କାର୍ଡ, ଗୋଟିଏ ଲାପ୍‌ଟପ୍‌, ୪୪୦ କଲର ଫଟୋ, ୩୯୪ ଆଧାର କାର୍ଡ, ୧୧ କ୍ୟୁଆର୍‌ କୋଡ୍‌ ବୋର୍ଡ ଏବଂ ୧୦୮ କଷ୍ଟୋମର ଆପ୍ଲିକେଶନ୍‌ ଫର୍ମ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯିବା ପରେ ରବିବାର କଟକ ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଡିଜି ସଞ୍ଜୀବ ପଣ୍ଡା ମାମଲାର ବିସ୍ତୃତ ବିବରଣୀ ଦେଇଛନ୍ତି।
କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଢେଙ୍କାନାଳ ସହର ଟାଉନପ୍ଲାନିଂ ନିକଟ ଅଞ୍ଚଳରେ ସାଇ ପ୍ରକାଶଙ୍କର ସ୍କାଏ ଆର୍ଟ ନାମରେ ଏକ ମୋବାଇଲ ଦୋକାନ ରହିଛି। ସେଠାରେ ଅବିନାଶ କର୍ମଚାରୀ ଭାବେ କାମ କରୁଥିଲେ। ସେମାନେ ବିଭିନ୍ନ ଲୋକଙ୍କ ଫଟୋ ଓ ଆଧାର କାର୍ଡ ନେଇ ବିଏସ୍‌ଏନ୍‌ଏଲ୍‌, ଜିଓ, ଭୋଡାଫୋନ୍‌ ଓ ଏୟାରଟେଲ ଆଦି କମ୍ପାନୀର ସିମ୍‌ କାର୍ଡକୁ ଆକ୍ଟିଭ୍‌ କରୁଥିଲେ। ଉକ୍ତ ସିମ୍‌ କାର୍ଡକୁ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତଙ୍କୁ ଦେଉଥିଲେ। ଦୁଷ୍ମନ୍ତଙ୍କ ଫେସ୍‌ବୁକରେ ଏକ ‘ବୟର୍‌ ସେଲର୍‌ ଅଫ୍‌ ଓଟିପି’ ନାମରେ ଏକ ଗ୍ରୁପ୍‌ ରହିଛି। ଉକ୍ତ ଗ୍ରୁପ୍‌ରେ ଏକାଧିକ ସାଇବର ଠକ ମଧ୍ୟ ଯୋଡ଼ି ହୋଇ ରହିଛନ୍ତି। ଦୁଷ୍ମନ୍ତ ଉକ୍ତ ଗ୍ରୁପ୍‌ରେ ସିମ୍‌ ନମ୍ବର ପଠାଇ ଠକଙ୍କ ସହ ଡିଲ କରୁଥିଲେ। ସେପଟେ ସାଇବର ଠକମାନେ ମୋବିକୁଇକ୍‌, ଧନିପେ, ଫ୍ଲିପ୍‌କାର୍ଟ, ଆମାଜନ, ମିନ୍ତ୍ରା, ବିଗ୍‌କ୍ୟାସ୍‌, ସ୍ବିଗୀ, ଫୋନ୍‌ପେ’, ଓଲା କାବ୍‌ ଭଳି ଆପ୍‌ରେ ଫେକ୍‌ ୱାଲେଟ-ଆକାଉଣ୍ଟ ଖୋଲିବା ସହ ଓ ରୁମି, ହାୱାଜାଟ୍‌ ଏବଂ ଟିବି ଗେମିଙ୍ଗ୍‌ ଆପ୍‌ରେ ମଧ୍ୟ ଆକାଉଣ୍ଟ ଖୋଲୁଥିଲେ। ଏପରିକି ସାଇବର ଠକମାନେ ହ୍ବାଟ୍ସଆପ୍‌ରେ ଉକ୍ତ ନମ୍ବର ଦ୍ୱାରା ଫେକ୍‌ ଆକାଉଣ୍ଟ ଖୋଲି ଠକେଇ କରୁଥିଲେ। ଦୁଷ୍ମନ୍ତ ନିଜ ପାଖରେ ରଖିଥିବା ମୋବାଇଲ ଫୋନ୍‌ରେ ସିମ୍‌ ପୂରାଇ ଚଲାଉଥିଲେ। ଠକମାନେ ଆକାଉଣ୍ଟ ଖୋଲିବା ପରେ ଦୁଷ୍ମନ୍ତଙ୍କ ମୋବାଇଲକୁ ଓଟିପି ଆସୁଥିଲା। ସେ ଉକ୍ତ ଓଟିପି ଗ୍ରୁପ୍‌ ମାଧ୍ୟମରେ ପଠାଇଲେ ଠକମାନେ ବିଭିନ୍ନ ଆପ୍‌ରେ ଆକାଉଣ୍ଟ ଚଲାଉଥିଲେ। ଏଥିପାଇଁ ଦୁଷ୍ମନ୍ତ ଠକଙ୍କଠାରୁ ପ୍ରତି ସିମ୍‌ ନମ୍ବର ବଦଳରେ ସଙ୍ଗେ ସଙ୍ଗେ ୪୦୦ ଟଙ୍କା ଆଣୁଥିଲେ। ୯୪୩୯୦୭୩୮୭୦ ନମ୍ବରେ ଜଣେ ଲୋକପ୍ରିୟ ଲୋକଙ୍କ ଫଟୋ ଲଗାଇ ହ୍ବାଟ୍ସଆପ୍‌ ଖୋଲାଯାଇଥିବା କ୍ରାଇମବ୍ରାଞ୍ଚ ନିକଟରେ ଖବର ପହଞ୍ଚତ୍ଥିଲା। ତୁରନ୍ତ କ୍ରାଇମବ୍ରାଞ୍ଚର ସାଇବର ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ଢେଙ୍କାନାଳ ଜିଲାରେ ସ୍କାଏ ଆର୍ଟ ନାମରେ ଏକ ଦୋକାନ ଏସବୁ ସିମ୍‌ ବିକ୍ରି କରୁଥିବା ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଚଢ଼ାଉ କରିବା ସହ ପୂରା ଘଟଣାର ପର୍ଦ୍ଦାଫାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri