ଧରାପଡ଼ିଲା ସାଇବର ଠକଙ୍କୁ ସିମ୍‌ ଦେଉଥିବା ର଼୍ୟାକେଟ

ଭୁବନେଶ୍ୱର,(ବ୍ୟୁରୋ)/ଢେଙ୍କାନାଳ ଅଫିସ,୩।୫:
ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଉଥିବା ଏକ ର଼୍ୟାକେଟ କ୍ରାଇମବ୍ରାଞ୍ଚ ହାତରେ ଧରା ପଡ଼ିଛି। ର଼୍ୟାକେଟର ମାଷ୍ଟରମାଇଣ୍ଡଙ୍କ ସମେତ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ ଢ଼େଙ୍କାନାଳରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲା ଟାଉନ ଥାନା ଅଞ୍ଚଳର ସାଇ ପ୍ରାକଶ ଦାସ(୩୮), ମୀନା ବଜାର ଜଗନ୍ନାଥ ରୋଡ୍‌ର ଅବିନାଶ ନାୟକ (୩୨) ଓ ସଦର ଥାନା ନଡ଼ିଆଳି ଗ୍ରାମର ମାଷ୍ଟରମାଇଣ୍ଡ୍‌ ଦୁଷ୍ମନ୍ତ କୁମାର ସାହୁ(୨୩)। ସେମାନଙ୍କଠାରୁ ୧୯ ହଜାର ୬୪୧ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌, ନଗଦ ୧୪ ଲକ୍ଷ ୩୨ ହଜାର ୮୯୨ ଟଙ୍କା, ୨୪୭ ରିଚାର୍ଜ ଭାଉଚର, ୪୮ ମୋବାଇଲ ଫୋନ୍‌, ଫିଙ୍ଗର ପ୍ରିଣ୍ଟ ସ୍କାନର, ବିଭିନ୍ନ ବ୍ୟାଙ୍କର ପାସବୁକ୍‌, କ୍ରେଡିଟ ଓ ଡେବିଟ୍‌ କାର୍ଡ, ଗୋଟିଏ ଲାପ୍‌ଟପ୍‌, ୪୪୦ କଲର ଫଟୋ, ୩୯୪ ଆଧାର କାର୍ଡ, ୧୧ କ୍ୟୁଆର୍‌ କୋଡ୍‌ ବୋର୍ଡ ଏବଂ ୧୦୮ କଷ୍ଟୋମର ଆପ୍ଲିକେଶନ୍‌ ଫର୍ମ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯିବା ପରେ ରବିବାର କଟକ ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଡିଜି ସଞ୍ଜୀବ ପଣ୍ଡା ମାମଲାର ବିସ୍ତୃତ ବିବରଣୀ ଦେଇଛନ୍ତି।
କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଢେଙ୍କାନାଳ ସହର ଟାଉନପ୍ଲାନିଂ ନିକଟ ଅଞ୍ଚଳରେ ସାଇ ପ୍ରକାଶଙ୍କର ସ୍କାଏ ଆର୍ଟ ନାମରେ ଏକ ମୋବାଇଲ ଦୋକାନ ରହିଛି। ସେଠାରେ ଅବିନାଶ କର୍ମଚାରୀ ଭାବେ କାମ କରୁଥିଲେ। ସେମାନେ ବିଭିନ୍ନ ଲୋକଙ୍କ ଫଟୋ ଓ ଆଧାର କାର୍ଡ ନେଇ ବିଏସ୍‌ଏନ୍‌ଏଲ୍‌, ଜିଓ, ଭୋଡାଫୋନ୍‌ ଓ ଏୟାରଟେଲ ଆଦି କମ୍ପାନୀର ସିମ୍‌ କାର୍ଡକୁ ଆକ୍ଟିଭ୍‌ କରୁଥିଲେ। ଉକ୍ତ ସିମ୍‌ କାର୍ଡକୁ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତଙ୍କୁ ଦେଉଥିଲେ। ଦୁଷ୍ମନ୍ତଙ୍କ ଫେସ୍‌ବୁକରେ ଏକ ‘ବୟର୍‌ ସେଲର୍‌ ଅଫ୍‌ ଓଟିପି’ ନାମରେ ଏକ ଗ୍ରୁପ୍‌ ରହିଛି। ଉକ୍ତ ଗ୍ରୁପ୍‌ରେ ଏକାଧିକ ସାଇବର ଠକ ମଧ୍ୟ ଯୋଡ଼ି ହୋଇ ରହିଛନ୍ତି। ଦୁଷ୍ମନ୍ତ ଉକ୍ତ ଗ୍ରୁପ୍‌ରେ ସିମ୍‌ ନମ୍ବର ପଠାଇ ଠକଙ୍କ ସହ ଡିଲ କରୁଥିଲେ। ସେପଟେ ସାଇବର ଠକମାନେ ମୋବିକୁଇକ୍‌, ଧନିପେ, ଫ୍ଲିପ୍‌କାର୍ଟ, ଆମାଜନ, ମିନ୍ତ୍ରା, ବିଗ୍‌କ୍ୟାସ୍‌, ସ୍ବିଗୀ, ଫୋନ୍‌ପେ’, ଓଲା କାବ୍‌ ଭଳି ଆପ୍‌ରେ ଫେକ୍‌ ୱାଲେଟ-ଆକାଉଣ୍ଟ ଖୋଲିବା ସହ ଓ ରୁମି, ହାୱାଜାଟ୍‌ ଏବଂ ଟିବି ଗେମିଙ୍ଗ୍‌ ଆପ୍‌ରେ ମଧ୍ୟ ଆକାଉଣ୍ଟ ଖୋଲୁଥିଲେ। ଏପରିକି ସାଇବର ଠକମାନେ ହ୍ବାଟ୍ସଆପ୍‌ରେ ଉକ୍ତ ନମ୍ବର ଦ୍ୱାରା ଫେକ୍‌ ଆକାଉଣ୍ଟ ଖୋଲି ଠକେଇ କରୁଥିଲେ। ଦୁଷ୍ମନ୍ତ ନିଜ ପାଖରେ ରଖିଥିବା ମୋବାଇଲ ଫୋନ୍‌ରେ ସିମ୍‌ ପୂରାଇ ଚଲାଉଥିଲେ। ଠକମାନେ ଆକାଉଣ୍ଟ ଖୋଲିବା ପରେ ଦୁଷ୍ମନ୍ତଙ୍କ ମୋବାଇଲକୁ ଓଟିପି ଆସୁଥିଲା। ସେ ଉକ୍ତ ଓଟିପି ଗ୍ରୁପ୍‌ ମାଧ୍ୟମରେ ପଠାଇଲେ ଠକମାନେ ବିଭିନ୍ନ ଆପ୍‌ରେ ଆକାଉଣ୍ଟ ଚଲାଉଥିଲେ। ଏଥିପାଇଁ ଦୁଷ୍ମନ୍ତ ଠକଙ୍କଠାରୁ ପ୍ରତି ସିମ୍‌ ନମ୍ବର ବଦଳରେ ସଙ୍ଗେ ସଙ୍ଗେ ୪୦୦ ଟଙ୍କା ଆଣୁଥିଲେ। ୯୪୩୯୦୭୩୮୭୦ ନମ୍ବରେ ଜଣେ ଲୋକପ୍ରିୟ ଲୋକଙ୍କ ଫଟୋ ଲଗାଇ ହ୍ବାଟ୍ସଆପ୍‌ ଖୋଲାଯାଇଥିବା କ୍ରାଇମବ୍ରାଞ୍ଚ ନିକଟରେ ଖବର ପହଞ୍ଚତ୍ଥିଲା। ତୁରନ୍ତ କ୍ରାଇମବ୍ରାଞ୍ଚର ସାଇବର ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ଢେଙ୍କାନାଳ ଜିଲାରେ ସ୍କାଏ ଆର୍ଟ ନାମରେ ଏକ ଦୋକାନ ଏସବୁ ସିମ୍‌ ବିକ୍ରି କରୁଥିବା ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଚଢ଼ାଉ କରିବା ସହ ପୂରା ଘଟଣାର ପର୍ଦ୍ଦାଫାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରୀଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?