ରବି ଫସଲ ଯୋଜନା ବାଧାପ୍ରାପ୍ତ

ରସୁଲପୁର,୨୨ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ କୃଷି କାର୍ଯ୍ୟାଳୟରେ ଥିବା ୨ଟି ଯାକ ସହକାରୀ କୃଷି ଅଧିକାରୀ ପଦବୀ ଖାଲିପଡ଼ିଛି। ତେଣୁ ରବି ଫସଲ ଯୋଜନା ପ୍ରସ୍ତୁତି ଓ ତା’ର କାର୍ଯ୍ୟକାରିତାରେ ବାଧାସୃଷ୍ଟି ହେଉଛି। କାର୍ଯ୍ୟାଳୟରେ ନୂଆକରି ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ର ଯୋଗ ଦେଇଛନ୍ତି। ହେଲେ ସହକାରୀ କୃଷି ଅଧିକାରୀ ପଦବୀ ପୂରଣରେ ବିଳମ୍ବ ହେଉଥିବାରୁ କୃଷି ଉନ୍ନୟନ କାର୍ଯ୍ୟ ଆଗେଇ ପାରୁନାହିଁ। ବିଶେଷକରି କ୍ଷେତ୍ରରେ କୃଷି ଓ କୃଷକଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ତ୍ୱରାନ୍ବିତ କରିବା। ବିଭିନ୍ନ ଯୋଜନା ପାଇଁ ତାଲିକା ପ୍ରସ୍ତୁତ, ଚକୱାରି ଚାଷ ପାଇଁ ଜମି ଚିହ୍ନଟ, କେଉଁ ପଞ୍ଚାୟତରୁ କେତେ ଚାଷୀ ରବି ଫସଲ କରୁଛନ୍ତି ତାହାକୁ ଚିହ୍ନଟ କରିବା, ଚିହ୍ନଟ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଭଳି ଅନେକ କାର୍ଯ୍ୟ ଠପ୍‌ ହୋଇଛି। କାର୍ଯ୍ୟାଳୟରେ ୨ମାସରୁ ଊର୍ଦ୍ଧ୍ୱକାଳ ଏହି ସମସ୍ୟା ଲାଗି ରହିଛି। ତେଣୁ କୃଷି ଅଧିକାରୀ ପଦବୀ ୨ଟିକୁ ତୁରନ୍ତ ପୂରଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସୂଚନା ମୁତବାକ, ବ୍ଲକ କୃଷି କାର୍ଯ୍ୟାଳୟ ଅଧୀନରେ ୨୮ ପଞ୍ଚାୟତ ରହିଛି। ଏସବୁ ପଞ୍ଚାୟତରେ ୩୦ ହଜାରରୁ ଊର୍ଦ୍ଧ୍ୱ କୃଷକ ପରିବାର ରହିଛନ୍ତି। ମାତ୍ର ୨ ଅଧିକାରୀ ନ ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣିତ ଯୋଜନା ଗୁଡ଼ିକ ସଫଳ ରୂପାୟନ ହୋଇପାରୁ ନାହିଁ। ଚାଷୀ ସରକାରୀ ଯୋଜନାର ଫାଇଦା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି ୨୮ ଗ୍ରାମ୍ୟ କୃଷି କର୍ମଚାରୀ ଆବଶ୍ୟକତା ରହିଥିବା ବେଳେ ଅଛନ୍ତି ମାତ୍ର ୫ଜଣ। କାର୍ଯ୍ୟଳୟରେ କିରାଣି ଓ ପିଅନ ନାହାନ୍ତି। ସହକାରୀ କୃଷି ଅଧିକାରୀ ଭାଗ୍ୟଧର ସାହୁ ବ୍ଲକ କୃଷି ଅଧିକାରୀ ଦାୟିତ୍ୱରେ ଥିଲେ। ତାଙ୍କର ଅନ୍ୟତ୍ର ବଦଳି ପରେ ଦୀର୍ଘବର୍ଷ ଖାଲିପଡ଼ିଥିବା ବ୍ଲକ କୃଷି ଅଧିକାରୀଙ୍କ ପଦବୀ ପୂରଣ ହୋଇଛି। ମାତ୍ର ସହକାରୀ କୃଷି ଅଧିକାରୀ ନ ଥିବାରୁ ବିଦାୟୀ ସହକାରୀ କୃଷି ଅଧିକାରୀ ଦାୟିତ୍ୱ ହସ୍ତାନ୍ତର କରିପାରୁ ନାହାନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ମିଶ୍ର କହିଛନ୍ତି, ସହକାରୀ କୃଷି ଅଧିକାରୀ ପଦବୀ ପୂରଣ ନ ହେବା ପର୍ଯ୍ୟନ୍ତ ସମସ୍ୟା ଲାଗି ରହିବ। ବଦଳି ହୋଇଥିବା ସହକାରୀ କୃଷି ଅଧିକାରୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିପାରିବେ ନାହିଁ। ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟ ଯେ ପର୍ଯ୍ୟନ୍ତ ବିଳମ୍ବ ହେଉଥିବ, କୃଷି ଓ କୃଷକ ଉନ୍ନୟନ କାର୍ଯ୍ୟ ନିଷ୍ପତ୍ତି ନେବାରେ ଅସୁବିଧା ହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri