୬୨ ଲକ୍ଷ ଖର୍ଚ୍ଚ ସତ୍ତ୍ୱେ ଅବସ୍ଥା ସୁଧୁରୁନି

ପଟ୍ଟାମୁଣ୍ଡାଇ,୨୨ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ଜୀବନରେଖା କୁହାଯାଉଥିବା ଉତିକଣ ବନ୍ୟା ବନ୍ଧ ରାସ୍ତା ନିର୍ମାଣରେ ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଅବସ୍ଥା ସୁଧୁରୁନାହିଁ ବୋଲି ଅଭିଯୋଗ ହେଉଛି। ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ସେହିପରି ବକ୍ତାରପୁର-ମଦନପୁର ପୂର୍ତ୍ତ ବିଭାଗ ତଳ ରାସ୍ତାଟି ଖାଲଖମା ଯୋଗୁ ଗମନାଗମନ ବାଧାପ୍ରାପ୍ତ ହେଉଛି। ଏହି ରାସ୍ତା ଉପରେ ଦୈନିକ ଶତାଧିକ ଲୋକ ନିର୍ଭର କରୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ରାଜନଗର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକର ୧୮ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଶିଥିଳତା ଦେଖାଦେଇଛି। ବିକାଶମୂଳକ କାର୍ଯ୍ୟର ତ୍ୱରାନ୍ବିତ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଇଛି। ଫଳରେ ଏହି ଅଞ୍ଚଳର ଅବସ୍ଥା ଦୟନୀୟ ହୋଇପଡିଛି।

ପଟ୍ଟାମୁଣ୍ଡାଇ-ମଦନପୁର ୧୫ କି.ମି. ଉତିକଣ ବନ୍ୟାବନ୍ଧ ରାସ୍ତା ଜଳସେଚନ ଓ ପୂର୍ତ୍ତ ବିଭାଗର ଦ୍ୱୈତ ଶାସନରେ ଥିବାରୁ ରକ୍ଷଣାବେକ୍ଷଣ ଓ ମରାମତି ହୋଇପାରୁନାହିଁ। ଆବଶ୍ୟକ ମରାମତି ଅଭାବରୁ ରାସ୍ତା ସାରା ଖାଲଖମା ସୃଷ୍ଟି ହୋଇଛି। ଗାଡି ମୋଟର ତ ଦୂର କଥା ଖାଲି ପାଦରେ ଯିବା ଅସମ୍ଭବ ହୋଇପଡୁଛି। ଦୈନିକ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଏହାର ମରାମତି ପାଇଁ ଜନସାଧାରଣ ଦାବି କରି ଆସୁଛନ୍ତି। ବିଧାନସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇଠାରୁ ରାଜନଗର ଉତିକଣ ବନ୍ୟା ବନ୍ଧ ରାସ୍ତା ନିର୍ମାଣ ପାଇଁ ସରକାରୀ ତହବିଲରୁ ୨୦୨୦/୨୧ ଆର୍ଥତ୍କ ବର୍ଷରେ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ନିର୍ମାଣ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ମଲ୍ଲିକଙ୍କ ଉତ୍ତରରେ ଉକ୍ତ ଆର୍ଥତ୍କ ବର୍ଷରେ ୬୨ ଲକ୍ଷ ୬୪ ହଜାର ୪୧୮ ଟଙ୍କା ଖର୍ଚ୍ଚ କରାଯାଇଥିବା କହିଥିଲେ। ଏତେ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଉତିକଣ ବନ୍ୟା ବନ୍ଧ ରାସ୍ତାରେ କୌଣସି ଉନ୍ନତି ହୋଇ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଉତିକଣ ବନ୍ୟା ବନ୍ଧରେ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଇଥିବା ଅର୍ଥ ବାସ୍ତବରେ ଏହା ଠିକ୍‌ ନୁହେଁ ବୋଲି ରାସ୍ତାର ଅବସ୍ଥାରୁ ସହଜରେ ଅନୁମେୟ । ସେହିପରି ପୂର୍ତ୍ତ ବିଭାଗର ପଟ୍ଟାମୁଣ୍ଡାଇ ଏମ୍‌ଏନ୍‌ ହାଇସ୍କୁଲଠାରୁ ମଦନପୁର ପର୍ଯ୍ୟନ୍ତ ୧୪ କିମି ରାସ୍ତା ଗତ ୨ ବର୍ଷ ହେଲା ନିର୍ମାଣ କି ମରାମତି ହେଉନାହିଁ ବୋଲି ସାଧାରଣରେ କୁହାଯାଉଛି। ମାତ୍ର ରାସ୍ତାର ବହୁ ସ୍ଥାନରେ ଖାଲଖମା ହୋଇଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ରାଜ୍ୟ ସରକାରଙ୍କ ତହବିଲରୁ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଣଦେଖା ନୀତି ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ରାଜ୍ୟ ସରକାର, ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ସବୁ ଦିନିଆ ରାସ୍ତା ନିର୍ମାଣ କାରିବା ସହ ୨୦୨୦/୨୧ ଆର୍ଥତ୍କ ବର୍ଷରେ ଉତିକଣ ବନ୍ୟା ବନ୍ଧ ରାସ୍ତାରେ ଖର୍ଚ୍ଚ କରାଯାଇଥିବା ଟଙ୍କାର ଭିଜିଲାନ୍ସ ତଦନ୍ତ କରାଯିବା ଦରକାର ବୋଲି ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ କହିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଏସ୍‌ଡିଓ ରାମଚନ୍ଦ୍ର ନାୟକଙ୍କୁ ପଚାରିବାରେ ଉତିକଣ ବନ୍ୟା ବନ୍ଧ ଅବସ୍ଥା ସୁଧାରିବାକୁ ଚେଷ୍ଟା କରାଯିବ। ସେହିପରି ବକ୍ତାରପୁର-ମଦନପୁର ପୂର୍ତ୍ତ ବିଭାଗ ତଳ ରାସ୍ତାଟି ମଧ୍ୟ ଖୁବ୍‌ଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?