ଚିନିକଳର ସମ୍ପତ୍ତି ନିଲାମ ନେଇ ଉଠିଲା ପ୍ରଶ୍ନ

ନୟାଗଡ଼,୫।୧୦(ଲୋକନାଥ ମିଶ୍ର)ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳ କୋର୍ଟର ଅଡୁଆ ସୂତାରେ ଛନ୍ଦି ହୋଇ ପଡିଛି । କୋର୍ଟରେ ୮୪୦ କୋଟି ଟଙ୍କାର ମାମଲା ଚାଲିଥିବାବେଳେ ଏହାର ନିଲାମ ହୋଇ ପାରିବନି ବୋଲି କୁହାଯାଉଛି । ତେବେ ଋଣ ଟଙ୍କା ଫେରି ପାଇବାକୁ ବ୍ୟାଙ୍କ ନ୍ୟାଶନାଲ କମ୍ପାନୀ ଲ ଟ୍ରିବି୍ୟୁନାଲ(ଏନ୍‌ସିଏଲଟି)ର ଦ୍ୱାରସ୍ଥ ପରେ ଏନ୍‌ସିଏଲଟିର ୬ ଜଣିଆ ଟିମ୍‌ ସମ୍ପତ୍ତି ଆକଳନ କରି ଶୁକ୍ରବାର ଫେରିଛନ୍ତି। ଇତି ମଧ୍ୟରେ ଏନ୍‌ସିଏଲଟିର ସମ୍ପତ୍ତି ଆକଳନକୁ ମିଶାଇ ୩ଥର ଆକଳନ ହୋଇ ସାରିଲାଣି । ଏଭଳିସ୍ଥଳେ ଚିନିକଳ ଇସ୍ୟୁ କୋର୍ଟ କଚେରୀ ଓ ସମ୍ପତ୍ତି ଆକଳନ ପରେ ଚିନିକଳରୁ ଯନ୍ତ୍ରାଂଶ ବାରମ୍ବାର ଚୋରି ହୋଇ ଚାଲିଛି। ଚିନିକଳରୁ ଚୋରିକୁ ପ୍ରଶାସନ ରୋକିବାରେ ଆଖି ବୁଝି ଦେବାରୁ ଅବାଧରେ ଚୋରି ଲାଗି ରହିିଛି। ୪ ବର୍ଷ ଧରି ଏପରି ପରିସ୍ଥିତି ଲାଗି ରହିଥିଲେ ମଧ୍ୟ ଏଯାବତ ଚିନିକଳରୁ ସମସ୍ତ ଯନ୍ତ୍ରାଂଶ ଚୋରି ହୋଇ ପାରିନି । ଚିନିକଳର ସୁରକ୍ଷା ନେଇ ହାଇକୋର୍ଟଙ୍କ ଛାଟ ବାଜିବା ପରେ ୨୦୨୧ ଜାନୁୟାରୀରେ ଚେଇଁ ଶୋଇଥିବା ନୟାଗଡ଼ ଜିଲା ପ୍ରଶାସନ ଜାଗି ଉଠିଥିଲା। ତତ୍‌କାଳୀନ ଜିଲାପାଳ ପୋମା ଟୁଡୁ, ଏସ୍‌ପି ସିଦ୍ଧାର୍ଥ କଟାରିଆ ଓ ଡିଏଫ୍‌ଓ ଏଚ.ଡି. ଧନରାଜ ଅଚାନକ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କହିଥିଲେ । ଚିନିକଳରୁ ଚୋରି ରୋକିବାକୁ ଚିନିକଳ ପରିସରରେ ସିସିଟିଭି କ୍ୟାମେରା ଲଗାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ୨୧ ହଜାର ଟଙ୍କା ବ୍ୟୟରେ ସିସିଟିଭି ଲାଗିଥିଲା । ସେହିପରି ଚିନିକଳକୁ ପଡିଥିବା ସମସ୍ତ ରାସ୍ତା ବନ୍ଦ କରି କେବଳ ଗୋଟିଏ ରାସ୍ତା ରହିଥିଲା । ପୁଣି ଚିନିକଳ ପରିସର ଆଲୋକିତ ହୋଇଥିଲା । କେତେଜଣ ହୋମଗାର୍ଡ ମନଇଚ୍ଛା ଆସି ସୁରକ୍ଷା ଦେଇଥିଲେ । କିଛି ମାସ ପରେ ସୁରକ୍ଷା ଢ଼ିଲା ହୋଇଗଲା । ସିସିଟିଭି ଚୋରି ହୋଇଗଲା । ସଂପୃକ୍ତ ଅଧିକାରୀଙ୍କ ବଦଳି ହୋଇଗଲା । ଚୋରଙ୍କୁ ପୁଣି ଅଧିକ ଚୋରି ପାଇଁ ସୁଯୋଗ ମିଳିଗଲା। ୧୯୯୮ରେ ପାଣିପୋଇଲା ଠାରେ ସ୍ଥାପିତ ଚିନିକଳରେ ୨୦୧୫ରୁ ତାଲା ଝୁଲୁଛି । ସେଲ୍‌ ଅଫ୍‌ ଏଗ୍ରିମେଣ୍ଟରେ ସରକାର ଚିନିକଳକୁ ତୈଲୋକ୍ୟ ମିଶ୍ରଙ୍କୁ ୫କୋଟି ୨୨ ଲକ୍ଷରେ ବିକ୍ରି କରିଥିଲେ । ତୈଲୋକ୍ୟ ମିଶ୍ର ୱାନ ଟାଇମ ପେମେଣ୍ଟ କରି ସାରିଛନ୍ତିି । କିନ୍ତୁ ତୈଲୋକ୍ୟ ମିଶ୍ରଙ୍କ ନାମରେ ଚିନିକଳ ଜମି ରେଜିଷ୍ଟ୍ରେଶନ ହୋଇପାରି ନ ଥିବା ଜଣାପଡିଛି।
ବ୍ୟାଙ୍କ ଋଣ, ଆଖୁଚାଷୀଙ୍କ ପ୍ରାପ୍ୟ ଭରଣା ଚିନ୍ତା
ଚିନିଶିଳ୍ପ ଉପରେ ୟୁକୋ, ଇଣ୍ଡିଆନ ଓ ଏଚ୍‌ଡିଏଫ୍‌ସି ଆଦି ୩ଟି ବ୍ୟାଙ୍କର ୨୫ କୋଟି ଋଣ ଥିବା ଜଣାପଡିଛି । ସେହିପରି ଆଖୁଚାଷୀଙ୍କର ପ୍ରାପ୍ୟ ୪କୋଟି ଟଙ୍କା, ଶ୍ରମିକ ଓ କର୍ମଚାରୀ ମଜୁରୀ ୬କୋଟି ଟଙ୍କା ରହିଥିବା ଅନୁରୂପ ଭାବେ ରହିଛି। ଏଭଳିସ୍ଥଳେ ଚିନିକଳକୁ ପ୍ରଶାସନ ସୁରକ୍ଷା ଦେଇ ନ ପାରିବାରୁ ଆଖୁଚାଷୀ, ଚିନିକଳ ଶ୍ରମିକ ଓ କର୍ମଚାରୀ ଓ ବ୍ୟାଙ୍କ ସେମାନଙ୍କର ଟଙ୍କା କେମିତି ପାଇବେ ସମସ୍ତଙ୍କ ମନରେ ପ୍ରଶ୍ନ । ସେହିଭଳି ନୟାଗଡ଼ ଚିନିକଳ ମାମଲା କୋର୍ଟ କଚେରୀରେ ଫସି ରହିଛିି । ନୟାଗଡ଼ ସୁଗାର ଫ୍ୟାକ୍ଟ୍ରି ୧୪୭୧ କୋଟି ୬୮ ଲକ୍ଷଟଙ୍କାର କ୍ଷତିପୂରଣ ସରକାରଙ୍କଠାରୁ ଦାବି କରିଥିବା ନିକଟରେ ସମବାୟ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ । ଏ ବାବଦ କେଶ କ’ଣ ହେଲା ଜଣାପଡି ନାହିଁ ।
ସୂଚନାଯୋଗ୍ୟ, ୧୯୯୮ରେ ପାଣିପୋଇଲାଠାରେ ସ୍ଥାପିତ ୧୪୩ ଏକର ଜମିରେ ଚିନିକଳରେ ୨୦୧୫ରୁ ତାଲା ଝୁଲିଥିଲା । ୨୦୨୦ ମାର୍ଚ୍ଚ ୧୨ ତାରିଖରେ ଜିଲା ପ୍ରଶାସନ ଚିନିକଳର ଆକଳନ କରି ସିଲ୍‌ କରିଥିଲା । ସିଲ ପରେ ସୁରକ୍ଷାକୁ ଆଦୌ ଧ୍ୟାନ ଦେଇ ନ ଥିବାରୁ ଚିନି ଶିଳ୍ପ ଇତିହାସ ହୋଇଗଲା। ଏନେଇ ନୟାଗଡ଼ ସୁଗାର କମ୍ପେକ୍ସ ଲିମିଟେଡ ଅଧ୍ୟକ୍ଷ ତୈଲୋକ୍ୟ ମିଶ୍ର କୁହନ୍ତି, ମୋ ଅନୁପସ୍ଥିତିରେ ୩ଥର ଚିନିକଳର ସମ୍ପତ୍ତି ଆକଳନ କରାଯାଇଛି। ତେବେ ଚିନିକଳର କ୍ଷତିପୂରଣ ଦାବି କରି କୋର୍ଟରେ ୮୪୦ କୋଟି ଟଙ୍କାର ଆବ୍ରିଟ୍ରେଶନ ମାମଲା କରିଛି । ଯାହା ବିଚାରଧୀନ ରହିଛି। କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ମୁଁ ଟଙ୍କା ଦେଇ ଚିନିକଳକୁ କିଣିଥିଲେ ମଧ୍ୟ ମୋ ନଁାରେ ଚିନିକଳ ଓ ଏହାର ଜମି ହୋଇ ପାରି ନାହିଁ । ମୁଁ ନ୍ୟାୟ ଅପେକ୍ଷାରେ ରହିଛି ବୋଲି କହିଛନ୍ତି। ଆଇନଜୀବୀ ରଣଜିତ ଦାଶ କୁହନ୍ତି, କୋର୍ଟରେ ମାମଲା ଥିବାବେଳେ ନିଲାମ ହୋଇ ପାରିବ ନାହିଁ । ପୁଣି ଯେଉଁ ଯନ୍ତ୍ରାଂଶ ଅଛି ତାହା ନିଲାମ ହେଲେ ବ୍ୟାଙ୍କ ଅଧା ଟଙ୍କା ପାଇବନି । ପୁଣି ଚୋରି ରୋକା ଯାଇ ପାରୁନି । ସବୁ ଯନ୍ତ୍ରାଂଶ ଚୋରି ପରେ ନିଲାମ ହେବାବେଳକୁ କେବଳ ଜଙ୍ଗଲ ଜମି ରହିଥିବ। ଜଙ୍ଗଲ ଜମି ବିକ୍ରି ତ ହୋଇ ପାରିବନି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri