ଗୁପ୍ତଯୁଗ ସଭ୍ୟତାର ସନ୍ଧାନ

ସମ୍ବଲପୁର,୧୮ା୮(ବ୍ୟୁରୋ):ସମ୍ବଲପୁର ଜିଲାରେ ଗୁପ୍ତଯୁଗୀୟ ସଭ୍ୟତାର ସନ୍ଧାନ ମିଳିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ସ୍ନାତକୋତ୍ତର ଇତିହାସ ବିଭାଗ ଗବେଷଣାରୁ ଏହା ଜଣାପଡ଼ିଛି। ଜିଲାର ଯୁଯୁମୁରା ନିକଟ ବଡ଼ମାଳ ଓ ମହାନଗର ନିଗମର ଦୁର୍ଗାପାଲିଠାରୁ ବଡ଼ବଜାର ପର୍ଯ୍ୟନ୍ତ ୨କି.ମି. ଅଞ୍ଚଳରେ ଭଗ୍ନାବଶେଷ ଠାବ ହୋଇଛି। ଏଥିରୁ ଗୁପ୍ତବଂଶର ଶାସନକାଳରେ ବ୍ୟବହାର ହେଉଥିବା ପୋଡ଼ା ମାଟିଇଟା ପ୍ରଭୃତିରେ ନିର୍ମିତ ବସତି ଥିବା ଅନୁମାନ କରାଯାଇଛି। ଇଟାର ଆକାର ଗୁପ୍ତବଂଶ ଶାସନକାଳରେ ବ୍ୟବହାର ହେଉଥିବା ଇଟା ସହିତ ସମାନ ରହିଛି। ସମ୍ବଲପୁର ସହରର ଉକ୍ତ ଅଞ୍ଚଳରେ ଏଭଳି ଇଟା ବ୍ୟବହାର ହୋଇଥିବା ସମ୍ପର୍କରେ ପ୍ରଥମେ ଖବରଦାତା ଦୀପକ କୁମାର ପଣ୍ଡା, କୁଳମଣି ପଟେଲ, ଡ. ବିଭୁଦେନ୍ଦ୍ର ମିଶ୍ର, ପି.କେ. ମିଶ୍ର ସନ୍ଧାନ ପାଇ ବିଶ୍ୱବିଦ୍ୟାଳୟକୁ ପରୀକ୍ଷା ପାଇଁ ସୂଚନା ଦେଇଥିଲେ। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ବିଭାଗ ପ୍ରଫେସର ଡ. ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ନବୀନ କୁମାର ସାହୁ, ସଂଗ୍ରହାଳୟର କ୍ଷୀରସିନ୍ଧୁ ବାରିକ, ଖଗେଶ୍ୱର ଭୋଇ ପ୍ରମୁଖଙ୍କୁ ନେଇ ବିଶେଷଜ୍ଞ ଦଳ ଉକ୍ତ ସ୍ଥାନରେ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରିଥିଲେ। ଏହା ସହ ଜିଲାର ହରିହର ଯୋର କୂଳ ଅସୁରଗଡ଼ଠାରେ ଖନନ ସମୟରେ ମୂଲ୍ୟବାନ ପଥର ଯଥା ଗାର୍ନେଟ, ବେରୀ, ଆକ୍ୱାମେରିନ, ଏମେଥିଷ୍ଟ, କୋରଣ୍ଡମ, କାର୍ନେଲିଆନ, ଆଗେଟ, ଚାଲସିଡୋନୀ ପ୍ରଭୃତି ଦ୍ରବ୍ୟ ସହିତ କାଚର ମାଳି ଓ ଅଂଶ, ମାଳା ଓ ପଥର ତିଆରି ପାଇଁ ଲୌହ ଉପକରଣ, ମୁକ୍ତାକାଶ ଓ ଆରକ୍ଷିତ ଉତ୍ପାଦନ ସ୍ଥଳୀ ଠାବ କରାଯାଇଛି।
ଉକ୍ତ ସ୍ଥାନରେ ଅନୁସନ୍ଧାନରୁ ଜଣାପଡ଼ିଛି ଚତୁର୍ଭୁଜ ଆକାରର ଏହି ଜନବସତି ମୌର୍ଯ୍ୟ ଶାସନ ସମୟରେ ବିକଶିତ ହୋଇଥିଲା। ସେହିପରି ସମ୍ବଲପୁର ସହରର ଦକ୍ଷିଣକୁ ୪୫ କି.ମି. ଦୂର ସିଣ୍ଢୋଲର ପାହାଡ଼ ଉପରେ ଆଗରୁ ବିଶାଳ ନିର୍ମାଣର ଅବଶେଷ ଥିବା ଜଣାପଡ଼ିଛି। ଏହା ସମ୍ବଲପୁର ସହରର ହୁମା ବକ୍ର ମନ୍ଦିର ଓ ଦୁର୍ଗାପାଲି ଭଗ୍ନାବଶେଷ ସହିତ ସମାନ ବୋଲି କୁହାଯାଉଛି। ବହୁମୁଖୀ ପୁଙ୍ଖାନୁପୁଙ୍ଖ ଓ ବିସ୍ତୃତ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କରାଗଲେ ସମ୍ବଲପୁର ସହରର ପ୍ରତିଷ୍ଠା ପ୍ରକ୍ରିୟା ଓ ସହର ସମ୍ପ୍ରସାରଣ ବାବଦରେ ଆହୁରି ଐତିହାସିକ ସୂଚନା ମିଳିପାରିବ ବୋଲି ବିଶେଷଜ୍ଞ ଦଳ କହିଛନ୍ତି। ଏହା ସହ ମହାନଦୀ କୂଳ କୁରୁମପଦର ଓ ବୌଦ୍ଧ ଜିଲା ମହାନଦୀ କୂଳ ତେନ୍ତୁଳିପାଲି ଉପତ୍ୟକାରେ ସର୍ବେକ୍ଷଣ ସମୟରେ ବିଭିନ୍ନ ରଙ୍ଗ ଓ ଆକାରର କାଚଚୁଡ଼ି, କାଚ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରାପ୍ତ ହୋଇଛି। ଏଠାରେ ଛତିଶଗଡ଼ର ଗୋଲାକାର ଦୁର୍ଗ ଭଳି ସ୍ଥଳ ରହିଥିବା ଜଣାପଡ଼ିଥିଲା। ବୌଦ୍ଧ ଜିଲା ମହାନଦୀ କୂଳ ଡାହାଣ ପାର୍ଶ୍ୱର ମନମୁଣ୍ଡାଠାରେ ମଧ୍ୟ ବ୍ୟାପକ ଜନବସତି ସହିତ ଟେରାକୋଟା ଘେର ଥିବା କୂଅଗୁଡ଼ିକର ଭଗ୍ନାବଶେଷ ଠାବ କରାଯାଇଛି। କଳାହାଣ୍ଡି ଜିଲା ମଦନପୁର-ରାମପୁର ନିକଟ ବୁଢ଼ୀଗଡ଼ର ତେଲନଦୀ ବାମପାର୍ଶ୍ୱରେ ଅନୁସନ୍ଧାନ ସମୟରେ ଇଟାରେ ନିର୍ମିତ ଷ୍ଟ୍ରକ୍‌ଚର ଓ ସେ ସମୟର କଳାକୃତି ରହିଥିବା ଅନୁମାନ କରାଯାଇଛି, ଯାହାକି ସମ୍ଭବତଃ ଗୁପ୍ତ ଶାସନ କାଳର ବୋଲି ବିଶେଷଜ୍ଞ ଦଳର ପ୍ରଫେସର ସାହୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?