ଗୁପ୍ତଯୁଗ ସଭ୍ୟତାର ସନ୍ଧାନ

ସମ୍ବଲପୁର,୧୮ା୮(ବ୍ୟୁରୋ):ସମ୍ବଲପୁର ଜିଲାରେ ଗୁପ୍ତଯୁଗୀୟ ସଭ୍ୟତାର ସନ୍ଧାନ ମିଳିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ସ୍ନାତକୋତ୍ତର ଇତିହାସ ବିଭାଗ ଗବେଷଣାରୁ ଏହା ଜଣାପଡ଼ିଛି। ଜିଲାର ଯୁଯୁମୁରା ନିକଟ ବଡ଼ମାଳ ଓ ମହାନଗର ନିଗମର ଦୁର୍ଗାପାଲିଠାରୁ ବଡ଼ବଜାର ପର୍ଯ୍ୟନ୍ତ ୨କି.ମି. ଅଞ୍ଚଳରେ ଭଗ୍ନାବଶେଷ ଠାବ ହୋଇଛି। ଏଥିରୁ ଗୁପ୍ତବଂଶର ଶାସନକାଳରେ ବ୍ୟବହାର ହେଉଥିବା ପୋଡ଼ା ମାଟିଇଟା ପ୍ରଭୃତିରେ ନିର୍ମିତ ବସତି ଥିବା ଅନୁମାନ କରାଯାଇଛି। ଇଟାର ଆକାର ଗୁପ୍ତବଂଶ ଶାସନକାଳରେ ବ୍ୟବହାର ହେଉଥିବା ଇଟା ସହିତ ସମାନ ରହିଛି। ସମ୍ବଲପୁର ସହରର ଉକ୍ତ ଅଞ୍ଚଳରେ ଏଭଳି ଇଟା ବ୍ୟବହାର ହୋଇଥିବା ସମ୍ପର୍କରେ ପ୍ରଥମେ ଖବରଦାତା ଦୀପକ କୁମାର ପଣ୍ଡା, କୁଳମଣି ପଟେଲ, ଡ. ବିଭୁଦେନ୍ଦ୍ର ମିଶ୍ର, ପି.କେ. ମିଶ୍ର ସନ୍ଧାନ ପାଇ ବିଶ୍ୱବିଦ୍ୟାଳୟକୁ ପରୀକ୍ଷା ପାଇଁ ସୂଚନା ଦେଇଥିଲେ। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ବିଭାଗ ପ୍ରଫେସର ଡ. ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ନବୀନ କୁମାର ସାହୁ, ସଂଗ୍ରହାଳୟର କ୍ଷୀରସିନ୍ଧୁ ବାରିକ, ଖଗେଶ୍ୱର ଭୋଇ ପ୍ରମୁଖଙ୍କୁ ନେଇ ବିଶେଷଜ୍ଞ ଦଳ ଉକ୍ତ ସ୍ଥାନରେ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରିଥିଲେ। ଏହା ସହ ଜିଲାର ହରିହର ଯୋର କୂଳ ଅସୁରଗଡ଼ଠାରେ ଖନନ ସମୟରେ ମୂଲ୍ୟବାନ ପଥର ଯଥା ଗାର୍ନେଟ, ବେରୀ, ଆକ୍ୱାମେରିନ, ଏମେଥିଷ୍ଟ, କୋରଣ୍ଡମ, କାର୍ନେଲିଆନ, ଆଗେଟ, ଚାଲସିଡୋନୀ ପ୍ରଭୃତି ଦ୍ରବ୍ୟ ସହିତ କାଚର ମାଳି ଓ ଅଂଶ, ମାଳା ଓ ପଥର ତିଆରି ପାଇଁ ଲୌହ ଉପକରଣ, ମୁକ୍ତାକାଶ ଓ ଆରକ୍ଷିତ ଉତ୍ପାଦନ ସ୍ଥଳୀ ଠାବ କରାଯାଇଛି।
ଉକ୍ତ ସ୍ଥାନରେ ଅନୁସନ୍ଧାନରୁ ଜଣାପଡ଼ିଛି ଚତୁର୍ଭୁଜ ଆକାରର ଏହି ଜନବସତି ମୌର୍ଯ୍ୟ ଶାସନ ସମୟରେ ବିକଶିତ ହୋଇଥିଲା। ସେହିପରି ସମ୍ବଲପୁର ସହରର ଦକ୍ଷିଣକୁ ୪୫ କି.ମି. ଦୂର ସିଣ୍ଢୋଲର ପାହାଡ଼ ଉପରେ ଆଗରୁ ବିଶାଳ ନିର୍ମାଣର ଅବଶେଷ ଥିବା ଜଣାପଡ଼ିଛି। ଏହା ସମ୍ବଲପୁର ସହରର ହୁମା ବକ୍ର ମନ୍ଦିର ଓ ଦୁର୍ଗାପାଲି ଭଗ୍ନାବଶେଷ ସହିତ ସମାନ ବୋଲି କୁହାଯାଉଛି। ବହୁମୁଖୀ ପୁଙ୍ଖାନୁପୁଙ୍ଖ ଓ ବିସ୍ତୃତ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କରାଗଲେ ସମ୍ବଲପୁର ସହରର ପ୍ରତିଷ୍ଠା ପ୍ରକ୍ରିୟା ଓ ସହର ସମ୍ପ୍ରସାରଣ ବାବଦରେ ଆହୁରି ଐତିହାସିକ ସୂଚନା ମିଳିପାରିବ ବୋଲି ବିଶେଷଜ୍ଞ ଦଳ କହିଛନ୍ତି। ଏହା ସହ ମହାନଦୀ କୂଳ କୁରୁମପଦର ଓ ବୌଦ୍ଧ ଜିଲା ମହାନଦୀ କୂଳ ତେନ୍ତୁଳିପାଲି ଉପତ୍ୟକାରେ ସର୍ବେକ୍ଷଣ ସମୟରେ ବିଭିନ୍ନ ରଙ୍ଗ ଓ ଆକାରର କାଚଚୁଡ଼ି, କାଚ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରାପ୍ତ ହୋଇଛି। ଏଠାରେ ଛତିଶଗଡ଼ର ଗୋଲାକାର ଦୁର୍ଗ ଭଳି ସ୍ଥଳ ରହିଥିବା ଜଣାପଡ଼ିଥିଲା। ବୌଦ୍ଧ ଜିଲା ମହାନଦୀ କୂଳ ଡାହାଣ ପାର୍ଶ୍ୱର ମନମୁଣ୍ଡାଠାରେ ମଧ୍ୟ ବ୍ୟାପକ ଜନବସତି ସହିତ ଟେରାକୋଟା ଘେର ଥିବା କୂଅଗୁଡ଼ିକର ଭଗ୍ନାବଶେଷ ଠାବ କରାଯାଇଛି। କଳାହାଣ୍ଡି ଜିଲା ମଦନପୁର-ରାମପୁର ନିକଟ ବୁଢ଼ୀଗଡ଼ର ତେଲନଦୀ ବାମପାର୍ଶ୍ୱରେ ଅନୁସନ୍ଧାନ ସମୟରେ ଇଟାରେ ନିର୍ମିତ ଷ୍ଟ୍ରକ୍‌ଚର ଓ ସେ ସମୟର କଳାକୃତି ରହିଥିବା ଅନୁମାନ କରାଯାଇଛି, ଯାହାକି ସମ୍ଭବତଃ ଗୁପ୍ତ ଶାସନ କାଳର ବୋଲି ବିଶେଷଜ୍ଞ ଦଳର ପ୍ରଫେସର ସାହୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri