ମହାରାଣୀଙ୍କ ନାତୁଣୀ ଗୋପନରେ ବାହାହେଲେ

ଲଣ୍ଡନ,୧୮ା୭: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନାତୁଣୀ ପ୍ରିନ୍ସେସ୍‌ ବିଟ୍ରାଇସ୍‌ ଗୋପନରେ ବାହା ହୋଇଛନ୍ତି। ସେ ତାଙ୍କ ପ୍ରେମିକ ତଥା କୋଟିପତି ପ୍ରପର୍ଟି ଟାଇକୁନ୍‌ ଏଡୋଆର୍ଡୋ ମାପେଲି ମୋଜିଙ୍କ ସହ ଶୁକ୍ରବାର ଓ୍ବିଣ୍ଡସରଠାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବ୍ରିଟେନର ପ୍ରଭାବଶାଳୀ ରାଜ ପରିବାରକୁ ମହାମାରୀ କରୋନା କିପରି ପ୍ରଭାବିତ କରିଛି ତାହା ଉକ୍ତ ବିବାହୋତ୍ସବରୁ ସ୍ପଷ୍ଟ ହେଉଛି ବୋଲି ସେଠାକାର ଗଣମମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
ନାତୁଣୀଙ୍କ ବାହାଘରରେ ୯୪ ବର୍ଷୀୟା କୁଇନ୍‌ ଏଲିଜାବେଥ ଓ ତାଙ୍କର ୯୯ ବର୍ଷୀୟ ସ୍ବାମୀ ତଥା ଏଡିନ୍‌ବର୍ଗର ଡ୍ୟୁକ୍‌ ପ୍ରିନ୍ସ ଫିଲିପ୍‌ ଯୋଗଦେଇଥିଲେ। କୋଭିଡ୍‌ ୧୯କୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଆୟୋଜିତ ଏହି ବିବାହ ଉତ୍ସବରେ ପ୍ରାୟ ୨୦ ଜଣ ଅତିଥି ସାମିଲ ହୋଇଥିଲେ। ସମସ୍ତ ସରକାରୀ କଟକଣାକୁ ଉତ୍ସବରେ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ଏଥିରେ ମହାରାଣୀଙ୍କ ପୁଅ ତଥା ବିଟ୍ରାଇସ୍‌ଙ୍କ ବାପା ପ୍ରିନ୍ସ ଆଣ୍ଡ୍ର୍ୟୁ (୬୦) ମଧ୍ୟ ଉପସ୍ଥିତ ଥିଲେ ବୋଲି ବକିଂହାମ ପ୍ୟାଲେସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।
୩୧ ବର୍ଷୀୟା ବିଟ୍ରାଇସ୍‌ ଏବଂ ୩୭ ବର୍ଷୀୟ ମୋଜି ଲଣ୍ଡନର ସେଣ୍ଟ ଜେମ୍ସ ପ୍ୟାଲେସସ୍ଥିତ ଚାପେଲ ରୟାଲରେ ଗତ ମେ’ ୨୯ରେ ବାହାହେବାର ଥିଲା। ଉକ୍ତ ଉତ୍ସବରେ ୧୫୦ ଅତିଥି ଯୋଗଦେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନା ଭାଇରସ୍‌ ଲକ୍‌ଡାଉନ ଯୋଗୁ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ତେବେ ବିନା କୌଣସି ପ୍ରାକ୍‌ ସୂଚନାରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ହଠାତ୍‌ ଏହି ବାହାଘର କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିବାହ ଉତ୍ସବକୁ ବାହାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ଏଥିରେ କେବଳ ରାଜ ପରିବାର ସଦସ୍ୟ ଯୋଗଦେଇଥିଲେ। ବ୍ରିଟେନରେ ଗତ ମାର୍ଚ୍ଚ ମାସରେ ଲକ୍‌ଡାଉନ ଜାରି ହେବା ପରଠାରୁ ସମ୍ରାଜ୍ଞୀ ଓ ପ୍ରିନ୍ସ ଫିଲିପ୍‌ ଓ୍ବିଣ୍ଡସର୍‌ କ୍ୟାଶେଲରେ ରହୁଛନ୍ତି। ରାଜ ଦମ୍ପତି ସେଠାରୁ ଗ୍ରେଟ ପାର୍କ ଦେଇ ବିବାହ ଅନୁଷ୍ଠିତ ହୋଇଥିବା ଏକ ଚର୍ଚ୍ଚକୁ ଯାଇଥିଲେ। ବିବାହ ବେଳର ଫଟୋ ମଧ୍ୟ ସାର୍ବଜନୀନ କରାଯାଇ ନାହିଁ ବୋଲି ‘ଦି ସନ୍‌’ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।
ୟୋର୍କ ଡ୍ୟୁକ୍‌ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କୁ ଏକ ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ରାଜକୀୟ ଦାୟିତ୍ୱରୁ ହଟାଇବା ପରଠୁ ଚାପରେ ଅଛନ୍ତି। ତେଣୁ ସେ ନିଜ ଝିଅଙ୍କ ବାହାଘରରେ ଯୋଗଦେବେ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ରୟାଲ ଲଜ୍‌ରେ ବ୍ରିଟାଇସ୍‌ ବାପା ଆଣ୍ଡ୍ର୍ୟୁ ଓ ମା’ ସାରା ଫର୍ଗୁସନଙ୍କ ସହ ରାତ୍ରିଯାପନ କରିବା ପରେ ବିଟ୍ରାଇସ୍‌ ବିବାହ ପାଇଁ ଚର୍ଚ୍ଚକୁ ଆସିଥିଲେ। ଏହା ପୂର୍ବରୁ ବିଟ୍ରାଇସ୍‌ ଏବଂ ଡାଭେ କ୍ଲାର୍କ ୧୦ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ। ୨୦୧୬ରେ ବ୍ରେକ୍‌ଅପ୍‌ ହେବା ପରେ ବିଟ୍ରାଇସ୍‌ ଓ ମୋଜିଙ୍କ ମଧ୍ୟରେ ୨୦୧୮ ସେପ୍ଟେମ୍ବରରେ ଇଟାଲୀରେ ନିର୍ବନ୍ଧ ହୋଇଥିଲା। ସେବେଠୁ ଉଭୟେ ପରସ୍ପରକୁ ଡେଟିଂ କରିଆସୁଥିଲେ। ପ୍ରପର୍ଟି ଡେଭେଲପର ଏଡୋଆର୍ଡୋ ମାପେଲି ମୋଜି ହେଉଛନ୍ତି ବ୍ରିଟେନର ପୂର୍ବତନ ଅଲିମ୍ପିଆନ୍‌ ତଥା ଇଟାଲୀୟ କାଉଣ୍ଟ ଆଲେସାଣ୍ଡ୍ରୋ ମାପେଲି ମୋଜିଙ୍କ ପୁଅ।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri