ସଂଗରୋଧ ସରିବା ପରେ ଭୁଲିଗଲା ଗଞ୍ଜାମ ପ୍ରଶାସନ: ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଲାଣି ସ୍କୁଲ-କଲେଜ କୋଠା

ବ୍ରହ୍ମପୁର,୧୫।୮- ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ନିଜ ନିଜ ଜିଲ୍ଲାକୁ ଫେରି ଆସିଥିଲେ। ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ସ୍କୁଲ ଓ କଲେଜ ସଂଗରୋଧ ଗୃହରେ ରଖାଯାଇଥିଲା। ପ୍ରବାସୀମାନେ ସଙ୍ଗରୋଧରେ ରହିବା ଦ୍ୱାରା ମହାମାରୀ କରୋନାର ମୁକାବିଲା କରାଯାଇପାରିବ ବୋଲି ସରକାର ଓ ପ୍ରଶାସନ ଏକ ଆକଳନ କରିଥିଲେ । ସରକାର ଏଭଳି ଏକ ରୁପରେଖ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ବ୍ୟୟରେ ଯୁଦ୍ଧ କାଳୀନ ଭିତ୍ତିରେ ସରକାର ବିଦ୍ୟାଳୟ ଗୁଡିକର ଚିତ୍ର ବଦଳାଇ ଦେଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ରକ୍ଷଣା ବେକ୍ଷଣ ଅଭାବରୁ କେଉଁ ବିଦ୍ୟାଳୟର ସାମଗ୍ରୀ ଚୋରି ହେଉଛି ତ କେଉଁଠି ବିଦ୍ୟାଳୟ କୋଠରୀଗୁଡ଼ିକ କିଛି ଅସାଧୁ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ଅର୍ଥାତ ଜୁଆଡି ଓ ମଦ୍ୟପମାନଙ୍କ ପେଣ୍ଠସ୍ଥଳୀ ପାଲଟି ଯାଇଛି।

ବିଶେଷକରି ପ୍ରବାସୀମାନେ ସଙ୍ଗରୋଧରେ ରହିବା ଦିନଠାରୁ କୁକୁଡାଖଣ୍ଡି ବ୍ଲକର ପ୍ରାୟ ବିଦ୍ୟାଳୟଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ତାଲା ପଡ଼ିନାହିଁ । ପ୍ରବାସୀ ଓଡ଼ିଆମାନେ ଯେଉଁ ସାମଗ୍ରୀ ବ୍ୟବହାର କରୁଥିଲେ ତାହା ବିଦ୍ୟାଳୟ ପରିସ କ୍ରମରେ ବାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସଙ୍ଗରୋଧ କେନ୍ଦ୍ର ହୋଇଥିଲା । ଦୀର୍ଘ ତିନି ମାସରୁ ଅଧିକ ସମୟ ଧରି ଶ୍ରେଣୀ ଗୃହ ମୁକୁଳା ହୋଇ ପଡିରହିବା ପରେ ସେଥି ମଧ୍ୟରେ ଥିବା ହଜାର ହଜାର ଟଙ୍କାର ମୂଲ୍ୟବାନ ସାମଗ୍ରୀ ଯଥା ପାଣି ମୋଟର,ବିଦ୍ୟୁତ ପଙ୍ଖା ଇତ୍ୟାଦି ଅସାଧୁ ବ୍ୟକ୍ତିମାନେ ଚୋରି କରି ନେଇଯାଇଛନ୍ତି। ଏ ନେଇ ସରପଞ୍ଚ ଥାନାରେ ଏତଲା ଦେଇଛନ୍ତି । କେଉଁ କାରଣରୁ ବିଦ୍ୟାଳୟ ପରିସରରୁ ପ୍ରବାସୀ ବ୍ୟବହାର କରିଥିବା ସାମଗ୍ରୀ ହଟାଯାଇ ପାରିଲା ନାହିଁ କିମ୍ବା ଦାୟିତ୍ୱରେ ଥିବା ତଥା ଜିଲାପାଳ କ୍ଷମତା ସମ୍ପର୍ଣ ସରପଞ୍ଚ ଉକ୍ତ ବିଦ୍ୟାଳୟ ରେ ତାଲା ପକାଇଲେ ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାଫଳରେ ସ୍କୁଲ ଭିତରୁ ଦୁର୍ବୃତ୍ତମାନେ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଯାଇଥିଲେ। ସେହିପରି ଶୌଚାଳୟ ଗୁଡ଼ିକରେ ଲାଗିଥିବା ବିଭିନ୍ନ ସରଞ୍ଜାମ ଗୁଡିକ ମଧ୍ୟ ଦୁର୍ବୃତ୍ତ ମାନେ ଭାଙ୍ଗି ଦେଇଛନ୍ତି । ସ୍କୁଲ ଖୋଲିବା ପରେ ଛାତ୍ରୀଛାତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପାଇଁ ବିଶେଷ ଅସୁବିଧା ହେବ ବୋଲି ଚର୍ଚ୍ଚା ହେଉଛି। ଶତାଧିକ ସଂଖ୍ୟାରେ ପ୍ରବାସୀ ବ୍ୟବହାର କରୁଥିବା ବାଲ୍ଟି ଓ ମଗ ଗୁଡ଼ିକ ଏବେ କିଛିଲୋକ ନିଜ ଘରକୁ ନେଇ ବ୍ୟବହାର କରୁଛନ୍ତି ତ ଆଉ କିଛି ଯୁବଗୋଷ୍ଠୀ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ।

ସଂଗରୋଧ ପାଇଁ ବ୍ୟବହାର କରାଯାଇଥିବା ସ୍କୁଲରେ ଏଭଳି ଘଟଣା ଘଟିବା ପରେ ମଧ୍ୟ ପ୍ରଶାସନ ନିରବ ରହିଥିବା ଯୋଗୁଁ ଗ୍ରାମବାସୀଙ୍କ ମନରେ ଏବେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଘାଟିପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତି କୁମାରୀ ପଣ୍ଡା କୁହନ୍ତି, ପ୍ରବାସୀ ମାନେ ସ୍କୁଲରେ ରହିବେ ବୋଲି ସ୍ଥାନୀୟ ସରପଞ୍ଚ କହିବା ପରେ ବିଦ୍ୟାଳୟ ସରପଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା। ସଂଘରୋଧ ସମାପ୍ତି ପରେ ମଧ୍ୟ ସରପଞ୍ଚ ବର୍ତ୍ତମାନ ସୁଦ୍ଧା ସ୍କୁଲ ଆମକୁ ହସ୍ତାନ୍ତର କରିନାହାନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ବାଲିପଡା ସରପଞ୍ଚ ଉମାଶଙ୍କର ସାମଲ କୁହନ୍ତି ,ପ୍ରବାସୀ ମାନେ ସୁସ୍ଥ ହୋଇ ନିଜ ନିଜର ଘରକୁ ଚାଲିଯାଇଛନ୍ତି । ତେବେ ସ୍କୁଲ ରୁ କିଛି ଆସବାବପତ୍ର ଚୋରି ହୋଇଯାଇଛି । ଏଣୁ ସେ ଏନେଇ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏବେ ଘଟଣାର ଅନୁସନ୍ଧାନ କରୁଛି । ଏଣୁ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri