ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟର ମାନ ଯାଞ୍ଚ ହେବ

ଭୁବନେଶ୍ୱର, ୨୬।୫ (ବ୍ୟୁରୋ): ସମଗ୍ର ଦେଶରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରାଯିବ। ଭାରତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଆଗରେ ଥିବାବେଳେ ଦୁଗ୍ଧରେ ଅପମିଶ୍ରଣ ଚିନ୍ତାର ବିଷୟ ପାଲଟିଛି। ତେଣୁ ଅପମିଶ୍ରଣ ରୋକିବା ପାଇଁ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ଦେଶବ୍ୟାପୀ ଏହି ଯାଞ୍ଚ ମିଶନ ମୋଡ୍‌ରେ ଆରମ୍ଭ କରାଯିବ। ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯଥା ଦହି, ପନିର, ଖୁଆ, ଛେନା, ଘିଅ, ଲହୁଣି ଆଦି ଦ୍ରବ୍ୟର ଗୁଣବତ୍ତା ପରୀକ୍ଷା କରାଯିବ। ଏପରିକି ଦୁଗ୍ଧ ବ୍ୟବହାର ହେଉଥିବା ଆଇସ୍‌କ୍ରିମ୍‌ର ମାନ ମଧ୍ୟ ପରଖାଯିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସବୁ ଜିଲାରୁ ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରୁ ନମୁନା ସଂଗ୍ରହ ହେବ। ଯାଞ୍ଚ ପରେ ଖାଦ୍ୟ ଅପମିଶ୍ରିତ ଥିବା ଜଣାପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ସମୟରେ କ୍ଷୀରରେ ପାଣି, ଡିଟରଜେଣ୍ଟ ଓ ଅନ୍ୟ ଅଣଖାଦ୍ୟ ଅପମିଶ୍ରଣ କରାଯାଇ ବିକ୍ରି କରାଯାଉଥିବା ନଜରକୁ ଆସୁଛି। ସେହିପରି ଦୁଗ୍ଧଜାତ ସାମଗ୍ରୀରେ ନକଲି ସାମଗ୍ରୀ ମିଶାଯାଉଥିବା ଜଣାପଡିବା ପରେ ଏଫ୍‌ଏସ୍‌ଏସ୍‌ଏଆଇ ଏଭଳି ପଦକ୍ଷେପ ନେବାକୁ ଯାଉଛି।
ଜନସଂଖ୍ୟା ବୃଦ୍ଧି ସହ ଦିନକୁ ଦିନ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀର ଚାହିଦା ବୃଦ୍ଧି ପାଉଛି। ସେହିଭଳି ଶକ୍ତିବର୍ଦ୍ଧକ ଖାଦ୍ୟ ହୋଇଥିବାରୁ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହାକୁ ଖାଇବା ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତି। ତେଣୁ ଲୋକଙ୍କ ଚାହିଦାକୁ ଦେଖି କିଛି ଅସାଧୁ ବ୍ୟବସାୟୀ ଏଥିରେ ଅପମିଶ୍ରଣ କରି ଆବଶ୍ୟକତା ମେଣ୍ଟାଇବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ୱାରା ସମ୍ପୃକ୍ତ ବ୍ୟବସାୟୀ ଲାଭବାନ୍‌ ହେଉଥିବାବେଳେ ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ଖେଳ ଖେଳୁଛନ୍ତି। ତେଣୁ ଏହା ଉପରେ ରୋକ ଲଗାଇବା ପାଇଁ ବିଭିନ୍ନ ସମୟରେ ସର୍ଭେ କରାଯାଇଛି। ପୂର୍ବରୁ ୨୦୧୧, ୨୦୧୬, ୨୦୧୮, ୨୦୨୦ ଓ ୨୦୨୨ରେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ସର୍ଭେ କରାଯାଇ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରାଯାଇଥିଲା। ଚଳିତ ବର୍ଷ ପୁଣିଥରେ ଏଭଳି ପଦକ୍ଷେପ ନିଆଯାଉଥିବାରୁ ଦୁଗ୍ଧଚାଷୀଙ୍କଠାରୁ ଆରମ୍ଭ କରି ଗ୍ରାହକ ଓ ବ୍ୟବସାୟୀ ସମସ୍ତେ ଏହାକୁ ସ୍ବାଗତ କରିଛନ୍ତି।
ଏ ସମ୍ପର୍କରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଅଧ୍ୟକ୍ଷ ରବି ବେହେରା କହିଛନ୍ତି, ଏଫ୍‌ଏସ୍‌ଏସ୍‌ଏଆଇର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ତେବେ ମାନ ପରୀକ୍ଷଣ ଓ ଯାଞ୍ଚ ନାଁରେ ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଜୁଲମ୍‌ କରାଗଲେ ତାହାକୁ ବରଦାସ୍ତ କରାଯିବ ନାହିଁ। ଦୁଗ୍ଧ ଉପତ୍ାଦନରେ ଭାରତ ହେଉଛି ବିଶ୍ୱର ୧ ନମ୍ବର ଦେଶ। ମାତ୍ର ଏଠାରେ ମୁଣ୍ଡପିଛା ୨୧୫ ଗ୍ରାମ୍‌ ଦୁଗ୍ଧ ଆବଶ୍ୟକ ହେଉଥିବାବେଳେ ଜଣେ ବ୍ୟକ୍ତିକୁ ୧୬୦ ଗ୍ରାମ୍‌ ମିଳିପାରୁଛି। ଫଳରେ ବୟସ୍କ, ରୋଗୀ, ଗର୍ଭବତୀ ମହିଳା ଓ ଶିଶୁମାନେ ଦୁଗ୍ଧ ଅଭାବଜନିତ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଦୁଗ୍ଧ ଉପତ୍ାଦନ କ୍ଷେତ୍ରରେ ନିୟୋଜିତ ଥିବା ଗ୍ରାମାଞ୍ଚଳର ଅର୍ଦ୍ଧଶିକ୍ଷିତ ମହିଳା, ଚାଷୀ ଓ ଯୁବତୀଯୁବକ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପାଇପାରୁ ନାହାଁନ୍ତି। ସ୍ବାଧୀନତାର ଏତେବର୍ଷ ପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିର୍ଦ୍ଧାରଣ କରିବାରେ ବିଫଳ ହୋଇଛନ୍ତି। ଫଳରେ ଗ୍ରାମାଞ୍ଚଳର ଦୁଗ୍ଧଚାଷୀମାନେ ତାଙ୍କ ଉପତ୍ାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବାରୁ ବଞ୍ଚତ୍ତ ହେବା ସହ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ମାନ ପରୀକ୍ଷଣ ପାଇଁ ତତ୍ପରତା ଦେଖାଇବା ସହ ଦୁଗ୍ଧଚାଷୀଙ୍କୁ ଉଚିତ ମୂଲ୍ୟ ଦେବା, ଗୋଖାଦ୍ୟ ସମେତ ଔଷଧ ଓ ଇଞ୍ଜେକ୍ସନର ଦର ବୃଦ୍ଧିକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri