ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟର ମାନ ଯାଞ୍ଚ ହେବ

ଭୁବନେଶ୍ୱର, ୨୬।୫ (ବ୍ୟୁରୋ): ସମଗ୍ର ଦେଶରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରାଯିବ। ଭାରତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଆଗରେ ଥିବାବେଳେ ଦୁଗ୍ଧରେ ଅପମିଶ୍ରଣ ଚିନ୍ତାର ବିଷୟ ପାଲଟିଛି। ତେଣୁ ଅପମିଶ୍ରଣ ରୋକିବା ପାଇଁ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ଦେଶବ୍ୟାପୀ ଏହି ଯାଞ୍ଚ ମିଶନ ମୋଡ୍‌ରେ ଆରମ୍ଭ କରାଯିବ। ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯଥା ଦହି, ପନିର, ଖୁଆ, ଛେନା, ଘିଅ, ଲହୁଣି ଆଦି ଦ୍ରବ୍ୟର ଗୁଣବତ୍ତା ପରୀକ୍ଷା କରାଯିବ। ଏପରିକି ଦୁଗ୍ଧ ବ୍ୟବହାର ହେଉଥିବା ଆଇସ୍‌କ୍ରିମ୍‌ର ମାନ ମଧ୍ୟ ପରଖାଯିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସବୁ ଜିଲାରୁ ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରୁ ନମୁନା ସଂଗ୍ରହ ହେବ। ଯାଞ୍ଚ ପରେ ଖାଦ୍ୟ ଅପମିଶ୍ରିତ ଥିବା ଜଣାପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ସମୟରେ କ୍ଷୀରରେ ପାଣି, ଡିଟରଜେଣ୍ଟ ଓ ଅନ୍ୟ ଅଣଖାଦ୍ୟ ଅପମିଶ୍ରଣ କରାଯାଇ ବିକ୍ରି କରାଯାଉଥିବା ନଜରକୁ ଆସୁଛି। ସେହିପରି ଦୁଗ୍ଧଜାତ ସାମଗ୍ରୀରେ ନକଲି ସାମଗ୍ରୀ ମିଶାଯାଉଥିବା ଜଣାପଡିବା ପରେ ଏଫ୍‌ଏସ୍‌ଏସ୍‌ଏଆଇ ଏଭଳି ପଦକ୍ଷେପ ନେବାକୁ ଯାଉଛି।
ଜନସଂଖ୍ୟା ବୃଦ୍ଧି ସହ ଦିନକୁ ଦିନ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀର ଚାହିଦା ବୃଦ୍ଧି ପାଉଛି। ସେହିଭଳି ଶକ୍ତିବର୍ଦ୍ଧକ ଖାଦ୍ୟ ହୋଇଥିବାରୁ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହାକୁ ଖାଇବା ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତି। ତେଣୁ ଲୋକଙ୍କ ଚାହିଦାକୁ ଦେଖି କିଛି ଅସାଧୁ ବ୍ୟବସାୟୀ ଏଥିରେ ଅପମିଶ୍ରଣ କରି ଆବଶ୍ୟକତା ମେଣ୍ଟାଇବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ୱାରା ସମ୍ପୃକ୍ତ ବ୍ୟବସାୟୀ ଲାଭବାନ୍‌ ହେଉଥିବାବେଳେ ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ଖେଳ ଖେଳୁଛନ୍ତି। ତେଣୁ ଏହା ଉପରେ ରୋକ ଲଗାଇବା ପାଇଁ ବିଭିନ୍ନ ସମୟରେ ସର୍ଭେ କରାଯାଇଛି। ପୂର୍ବରୁ ୨୦୧୧, ୨୦୧୬, ୨୦୧୮, ୨୦୨୦ ଓ ୨୦୨୨ରେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ସର୍ଭେ କରାଯାଇ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରାଯାଇଥିଲା। ଚଳିତ ବର୍ଷ ପୁଣିଥରେ ଏଭଳି ପଦକ୍ଷେପ ନିଆଯାଉଥିବାରୁ ଦୁଗ୍ଧଚାଷୀଙ୍କଠାରୁ ଆରମ୍ଭ କରି ଗ୍ରାହକ ଓ ବ୍ୟବସାୟୀ ସମସ୍ତେ ଏହାକୁ ସ୍ବାଗତ କରିଛନ୍ତି।
ଏ ସମ୍ପର୍କରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଅଧ୍ୟକ୍ଷ ରବି ବେହେରା କହିଛନ୍ତି, ଏଫ୍‌ଏସ୍‌ଏସ୍‌ଏଆଇର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ତେବେ ମାନ ପରୀକ୍ଷଣ ଓ ଯାଞ୍ଚ ନାଁରେ ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଜୁଲମ୍‌ କରାଗଲେ ତାହାକୁ ବରଦାସ୍ତ କରାଯିବ ନାହିଁ। ଦୁଗ୍ଧ ଉପତ୍ାଦନରେ ଭାରତ ହେଉଛି ବିଶ୍ୱର ୧ ନମ୍ବର ଦେଶ। ମାତ୍ର ଏଠାରେ ମୁଣ୍ଡପିଛା ୨୧୫ ଗ୍ରାମ୍‌ ଦୁଗ୍ଧ ଆବଶ୍ୟକ ହେଉଥିବାବେଳେ ଜଣେ ବ୍ୟକ୍ତିକୁ ୧୬୦ ଗ୍ରାମ୍‌ ମିଳିପାରୁଛି। ଫଳରେ ବୟସ୍କ, ରୋଗୀ, ଗର୍ଭବତୀ ମହିଳା ଓ ଶିଶୁମାନେ ଦୁଗ୍ଧ ଅଭାବଜନିତ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଦୁଗ୍ଧ ଉପତ୍ାଦନ କ୍ଷେତ୍ରରେ ନିୟୋଜିତ ଥିବା ଗ୍ରାମାଞ୍ଚଳର ଅର୍ଦ୍ଧଶିକ୍ଷିତ ମହିଳା, ଚାଷୀ ଓ ଯୁବତୀଯୁବକ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପାଇପାରୁ ନାହାଁନ୍ତି। ସ୍ବାଧୀନତାର ଏତେବର୍ଷ ପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିର୍ଦ୍ଧାରଣ କରିବାରେ ବିଫଳ ହୋଇଛନ୍ତି। ଫଳରେ ଗ୍ରାମାଞ୍ଚଳର ଦୁଗ୍ଧଚାଷୀମାନେ ତାଙ୍କ ଉପତ୍ାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବାରୁ ବଞ୍ଚତ୍ତ ହେବା ସହ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ମାନ ପରୀକ୍ଷଣ ପାଇଁ ତତ୍ପରତା ଦେଖାଇବା ସହ ଦୁଗ୍ଧଚାଷୀଙ୍କୁ ଉଚିତ ମୂଲ୍ୟ ଦେବା, ଗୋଖାଦ୍ୟ ସମେତ ଔଷଧ ଓ ଇଞ୍ଜେକ୍ସନର ଦର ବୃଦ୍ଧିକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri