୩୧କୁ ଘୁଞ୍ଚିଲା ଧାନକିଣା

ଅନୁଗୋଳ ଅଫିସ, ୧୯।୧୨:  ଅନୁଗୋଳ ଜିଲାରେ ଚାଷୀଙ୍କଠାରୁ ଧାନ କିଣିବାକୁ ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ମଣ୍ଡି କରାଯାଇଛି। ହେଲେ ୫ ଦଫା ଦାବିନେଇ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକମାନେ କିଛିଦିନ ହେଲା ଆନ୍ଦୋଳନ ଚଳାଇଥିବାରୁ ପୂର୍ବ ନିର୍ଦ୍ଧାରିତ ତାରିଖ ଡିସେମ୍ବର ୨୨ରେ ଜିଲାରେ ଧାନକିଣା ଆରମ୍ଭ ହୋଇପାରିବ ନାହିଁ। ଏ ନେଇ ଜିଲା ପ୍ରଶାସନ ଚିନ୍ତାରେ ଥିବାବେଳେ ଶୁକ୍ରବାର ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହ ବୈଠକ ପରେ ଧାନ କିଣା ତାରିଖ ଡିସେମ୍ବର ୩୧କୁ ଘୁଞ୍ଚାଇ ଦିଆଯାଇଛି।
ଚାଷ ଆରମ୍ଭରୁ ଅନିୟମିତ ବର୍ଷା କାରଣରୁ ଚଳିତବର୍ଷ ଅନୁଗୋଳ ଜିଲାର ଧାନ ଚାଷ ଲକ୍ଷ୍ୟଧାର୍ଯ୍ୟ ଛୁଇଁପାରି ନାହିଁ। ଅଧା ବ୍ଲକରେ ମରୁଡ଼ି ଭଳି ସ୍ଥିତି ଧାନ ଚାଷରେ ବାଧକ ସାଜିଥିଲା। ବିଳମ୍ବରେ ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷ କାର୍ଯ୍ୟ କିଛିଟା ଆଗେଇଥିଲା। ହେଲେ ଧାନ ପାଚିଲା ବେଳକୁ ବାତ୍ୟା ଜଓ୍ବାଦ ଜନିତ ବର୍ଷାରେ ବହୁ ଫସଲ ନଷ୍ଟ ହୋଇଯାଇଛି। ଯାହାକିଛି ଚାଷୀ ଅମଳ କରୁଛନ୍ତି, ତାହାକୁ କିପରି ବିକ୍ରି କରାଯିବ ସେ ନେଇ ସରକାର ବିଚାରବିମର୍ଶ ଚଳାଇଥିବା ବେଳେ ପ୍ୟାକ୍ସ ସମ୍ପାଦକମାନଙ୍କ ଆନ୍ଦୋଳନ ସମସ୍ୟା ବଢ଼ାଇ ଦେଇଛି। ଏବେ ପୁଣି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଧାନ ମଣ୍ଡି କରିବାକୁ ସରକାରୀସ୍ତରରେ ଆଲୋଚନା କରାଯାଉଛି। ପୂର୍ବପ୍ରସ୍ତୁତି କରାଯାଇ ନ ଥିବାରୁ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଗଲେ ଚାଷୀମାନେ ଆହୁରି ସମସ୍ୟା ଭୋଗିପାରନ୍ତି ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଅନୁଗୋଳ ଯୋଗାଣ ବିଭାଗ ଅଧିକାରୀ ସ୍ମିତା ନାୟକ କହିଛନ୍ତି, ଜିଲାରେ ଗତବର୍ଷ ୯୨ଟି ଧାନ ମଣ୍ଡି ଖୋଲାଯାଇଥିଲା। ଚଳିତବର୍ଷ ଏହାକୁ ୯୪କୁ ବୃଦ୍ଧି କରାଯାଇଛି। ତେବେ ପ୍ୟାକ୍ସ ସମ୍ପାଦକମାନେ ଆନ୍ଦୋଳନ କରୁଥିବାରୁ ଧାନ ମଣ୍ଡି ଖୋଲିବା ତାରିଖ ୩୧କୁ ଧାର୍ଯ୍ୟ କରାଯାଇଛି। ଶୁକ୍ରବାର କୋଅପରେଟିଭ ସୋସାଇଟି ରେଜିଷ୍ଟର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯାଇଛି। ସୋମବାର ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ପରେ ମଣ୍ଡି ଖୋଲାଯିବା ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri