୩୧କୁ ଘୁଞ୍ଚିଲା ଧାନକିଣା

ଅନୁଗୋଳ ଅଫିସ, ୧୯।୧୨:  ଅନୁଗୋଳ ଜିଲାରେ ଚାଷୀଙ୍କଠାରୁ ଧାନ କିଣିବାକୁ ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ମଣ୍ଡି କରାଯାଇଛି। ହେଲେ ୫ ଦଫା ଦାବିନେଇ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକମାନେ କିଛିଦିନ ହେଲା ଆନ୍ଦୋଳନ ଚଳାଇଥିବାରୁ ପୂର୍ବ ନିର୍ଦ୍ଧାରିତ ତାରିଖ ଡିସେମ୍ବର ୨୨ରେ ଜିଲାରେ ଧାନକିଣା ଆରମ୍ଭ ହୋଇପାରିବ ନାହିଁ। ଏ ନେଇ ଜିଲା ପ୍ରଶାସନ ଚିନ୍ତାରେ ଥିବାବେଳେ ଶୁକ୍ରବାର ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହ ବୈଠକ ପରେ ଧାନ କିଣା ତାରିଖ ଡିସେମ୍ବର ୩୧କୁ ଘୁଞ୍ଚାଇ ଦିଆଯାଇଛି।
ଚାଷ ଆରମ୍ଭରୁ ଅନିୟମିତ ବର୍ଷା କାରଣରୁ ଚଳିତବର୍ଷ ଅନୁଗୋଳ ଜିଲାର ଧାନ ଚାଷ ଲକ୍ଷ୍ୟଧାର୍ଯ୍ୟ ଛୁଇଁପାରି ନାହିଁ। ଅଧା ବ୍ଲକରେ ମରୁଡ଼ି ଭଳି ସ୍ଥିତି ଧାନ ଚାଷରେ ବାଧକ ସାଜିଥିଲା। ବିଳମ୍ବରେ ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷ କାର୍ଯ୍ୟ କିଛିଟା ଆଗେଇଥିଲା। ହେଲେ ଧାନ ପାଚିଲା ବେଳକୁ ବାତ୍ୟା ଜଓ୍ବାଦ ଜନିତ ବର୍ଷାରେ ବହୁ ଫସଲ ନଷ୍ଟ ହୋଇଯାଇଛି। ଯାହାକିଛି ଚାଷୀ ଅମଳ କରୁଛନ୍ତି, ତାହାକୁ କିପରି ବିକ୍ରି କରାଯିବ ସେ ନେଇ ସରକାର ବିଚାରବିମର୍ଶ ଚଳାଇଥିବା ବେଳେ ପ୍ୟାକ୍ସ ସମ୍ପାଦକମାନଙ୍କ ଆନ୍ଦୋଳନ ସମସ୍ୟା ବଢ଼ାଇ ଦେଇଛି। ଏବେ ପୁଣି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଧାନ ମଣ୍ଡି କରିବାକୁ ସରକାରୀସ୍ତରରେ ଆଲୋଚନା କରାଯାଉଛି। ପୂର୍ବପ୍ରସ୍ତୁତି କରାଯାଇ ନ ଥିବାରୁ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଗଲେ ଚାଷୀମାନେ ଆହୁରି ସମସ୍ୟା ଭୋଗିପାରନ୍ତି ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଅନୁଗୋଳ ଯୋଗାଣ ବିଭାଗ ଅଧିକାରୀ ସ୍ମିତା ନାୟକ କହିଛନ୍ତି, ଜିଲାରେ ଗତବର୍ଷ ୯୨ଟି ଧାନ ମଣ୍ଡି ଖୋଲାଯାଇଥିଲା। ଚଳିତବର୍ଷ ଏହାକୁ ୯୪କୁ ବୃଦ୍ଧି କରାଯାଇଛି। ତେବେ ପ୍ୟାକ୍ସ ସମ୍ପାଦକମାନେ ଆନ୍ଦୋଳନ କରୁଥିବାରୁ ଧାନ ମଣ୍ଡି ଖୋଲିବା ତାରିଖ ୩୧କୁ ଧାର୍ଯ୍ୟ କରାଯାଇଛି। ଶୁକ୍ରବାର କୋଅପରେଟିଭ ସୋସାଇଟି ରେଜିଷ୍ଟର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯାଇଛି। ସୋମବାର ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ପରେ ମଣ୍ଡି ଖୋଲାଯିବା ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?