Posted inଜାତୀୟ

ରାହୁଲ-ଖାର୍ଗେଙ୍କ କାମରେ ସନ୍ତୁଷ୍ଟ ନୁହେଁ ଜନତା! କଂଗ୍ରେସର ଚିନ୍ତା ବଢାଇବ ଏହି ସର୍ଭେ

ନୂଆଦିଲ୍ଲୀ,୧୪।୪: ୨୦୨୪ ଲୋକ ସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ସରକାରକୁ କେନ୍ଦ୍ରୀୟ ଶକ୍ତିରୁ ହଟାଇବା ପାଇଁ କଂଗ୍ରେସ ନିଜର ସମସ୍ତ ଶକ୍ତି ଲଗାଇ ଦେଇଛି। ଅଣ ଏନଡିଏ ଦଳଗୁଡ଼ିକୁ ଇଣ୍ଡିଆ ମିଳିତ ମଞ୍ଚରେ ଗ୍ରହଣ କରି କଂଗ୍ରେସ ନିର୍ବାଚନ ଲଢେଇ ଜାରି ରଖିଛି। ତେବେ ନରେନ୍ଦ୍ର ମୋଦିଙ୍କ ପରି ଜଣେ ବରିଷ୍ଠ ନେତାଙ୍କ ସାମ୍ନାରେ କଂଗ୍ରେସ ନେତା ରାହୁଲ ଗାନ୍ଧି କିମ୍ବା ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଦେଶ କେତେ ପସନ୍ଦ କରୁଛି ତାହା ଜାଣିବାବା ପାଇଁ ଜନତାଙ୍କର ରହିଛି ଖୁବ୍‌ ଆଗ୍ରହ।

ଏହି କ୍ରମରେ, ଏକ ଘରୋଇ ଟେଲିଭିଜନ ଚ୍ୟାନେଲ କାର୍ଯ୍ୟକ୍ରମରେ ନିର୍ବାଚନକୁ ନେଇ କଂଗ୍ରେସର ସ୍ଥିତି ଜାଣିବାକୁ ପ୍ରୟାସ କରାଯାଇଥିଲା। ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଲୋକଙ୍କ ସହ ଆଲୋଚନା କରାଯାଇଛି। ଏଥିରେ ଅଧିକାଂଶ ଲୋକ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ କାର୍ଯ୍ୟରେ ଖୁସି ନୁହଁନ୍ତି ବୋଲି ଜଣାପଡିଛି।

ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ୪୧% ଲୋକ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେତେବେଳେ କି କେବଳ ୨୩ ପ୍ରତିଶତ ଲୋକ ସେମାନଙ୍କ କାର୍ଯ୍ୟରେ ବହୁତ ଖୁସି ଅଛନ୍ତି । ୧୯ ପ୍ରତିଶତ ଲୋକ କମ ସନ୍ତୁଷ୍ଟ ଅଛନ୍ତି।
ସେହିଭଳି ୩୭ ପ୍ରତିଶତ ଲୋକ ମଲ୍ଲିକାର୍ଜୁନ ଖାର୍ଗେଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେତେବେଳେ କି କେବଳ ୧୩ ପ୍ରତିଶତ ଲୋକ ବହୁତ ସନ୍ତୁଷ୍ଟ ଏବଂ ୧୭ ପ୍ରତିଶତ ଲୋକ ଖାର୍ଗେଙ୍କ କାର୍ଯ୍ୟରେ କମ ସନ୍ତୁଷ୍ଟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri