ବାଟ ହୁଡୁଛି ସର୍ବଶିକ୍ଷା ଅଭିଯାନ ଯୋଜନା

ମହାକାଳପଡ଼ା,୫ା୯(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଉପାନ୍ତ ଅଞ୍ଚଳରେ ସର୍ବଶିକ୍ଷା ଅଭିଯାନ ଯୋଜନା ବାଟ ହୁଡିଛି। କୋମଳମତି ଶିଶୁ ନିଜର ଭୋକିଲା ପେଟ ପାଇଁ ମା’ ପଛରେ ଖାଦ୍ୟ ଅନ୍ବେଷଣରେ ବାରଦୁଆର ବୁଲି ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି। ଏହି କୁନି ଶିଶୁଟିର ବୟସ ପାଖାପାଖି ୬ ବର୍ଷ ହେବ। ଯେଉଁ ସମୟରେ କାନ୍ଧରେ ବ୍ୟାଗ୍‌ ପକାଇ ପଢିବାକୁ ସ୍କୁଲକୁ ଯିବା କଥା ପେଟ ପାଇଁ ସେ ଭିକ୍ଷା କରି କାନ୍ଧରେ ଚାଉଳ ବ୍ୟାଗ ପକାଇ ବୁଲୁଛି। ଦାରିଦ୍ର୍ୟ କଷାଘାତରେ ଆଉଟୁ ପାଉଟୁ ହେଉଥିବା ଏହି ଶିଶୁଟିର ମୁହଁକୁ ଦେଖିଲେ ବେଶ୍‌ ବୁଝା ପଡ଼ିଯାଉଛି ଭୋକିଲା ମୁହଁର କରୁଣ ଚିତ୍ର। ଏକ ସମ୍ପ୍ରଦାୟର ପାରମ୍ପରିକ ବୃତ୍ତିକୁ ଆପଣାଇ ମା’ ବାପାଙ୍କ ସହ ପିଲାମାନେ ଭିକ୍ଷା ପାଇଁ ବୁଲୁଛନ୍ତି। ଏମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସାଧାରଣରେ ଦାବି ହେଉଛି।
ଏହି ବୟସର ପିଲାମାନଙ୍କ ସାଥୀମାନେ ବିଦ୍ୟାଳୟକୁ ଯାଇ ହସ ଖୁସିରେ ପାଠ ପଢୁଛନ୍ତି। ହେଲେ ଏମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। ଏମାନଙ୍କ ଘରଦ୍ୱାର ନ ଥିବାରୁ ଗଁା ମୁଣ୍ଡ ସ୍କୁଲ ବାରଣ୍ଡା କି ପରିତ୍ୟକ୍ତ ଭଗ୍ନ ଗୃହରେ ରାତି ହେଲେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ଗଁା ଗଣ୍ଡାରୁ ପୋଷେ ପୋଷେ ମାଗି ଆଣିଥିବା ଚାଉଳ, ରାସ୍ତା କଡର ଶୁଖିଲା କାଠ ସଂଗ୍ରହ କରି ରାତି ରୋଷେଇ କରି ଖାଇଥାନ୍ତି। ସକାଳ ହେଲେ ପୁଣି ଅନ୍ୟ ଗାଁକୁ ଯାଇ ଭିକ୍ଷା କରି ପେଟ ପାଇଁ ଚିନ୍ତା କରିଥାନ୍ତି। ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ନାରା ସମେତ ଯେମିତି ଏହି ଶିଶୁଟି ପାଖରେ ହୋଇଛି ବାଟବଣା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ କରିଛନ୍ତି ଅନେକ ଯୋଜନା ପରେ ଯୋଜନା। ଅଧାରୁ ପାଠ ଛାଡିଥିବା ଶିଶୁମାନଙ୍କୁ ବିଦ୍ୟାଳୟକୁ ପ୍ରବେଶ ଠୁ ଆରମ୍ଭ କରି ମାଗଣାରେ ଭୋଜନ, ପାଠ୍ୟ ପୁସ୍ତକ, ପୋଷାକ, ଶିକ୍ଷା ବୃତ୍ତି ପ୍ରଦାନ ଆଦି ଅନେକ ସୁବିଧା ଯୋଗାଇ ଦେଉଛନ୍ତି। ଏହି ଯୋଜନା ସତେଯେମିତି ଏହି ଶିଶୁମାନଙ୍କ ପାଇଁ ଅପହଞ୍ଚ ପାଲଟିଛି। ପ୍ରାଥମିକ ସ୍ତରରେ ଭିକ୍ଷା ବୃତ୍ତିରେ ନିୟୋଜିତ ଥିବା ଶିଶୁମାନଙ୍କ ତାଲିକା କରାଯାଇ ସରକାର ଏମାନଙ୍କ ରହିବା, ଖାଇବା, ପିଇବା ଓ ପାଠ ପଢ଼ିବାର ସମସ୍ତ ବ୍ୟବସ୍ଥା କରାଗଲେ ଏମାନେ ସମାଜରେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ବୋଲି ଶିକ୍ଷାବିତ୍‌ ବିରଞ୍ଚତ୍ ନାରାୟଣ ଦାସ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri