ଆଗେଇପାରୁନି ପ୍ରସ୍ତାବିତ ୩ ବନ୍ଦର କାମ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ରାଜ୍ୟର ୩ ସ୍ଥାନ ବାଲେଶ୍ୱର ଜିଲାର ସୁବର୍ଣ୍ଣରେଖା ମୁହାଣ, ପୁରୀ ଜିଲାର ଅସ୍ତରଙ୍ଗ ଏବଂ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀର ବାମ ପାର୍ଶ୍ୱରେ ଏକ ନଦୀଭିତ୍ତିକ ବନ୍ଦର ସ୍ଥାପନ ଲାଗି ପ୍ରସ୍ତାବ ରହିଛି। ହେଲେ ଏଯାଏ ପ୍ରସ୍ତାବିତ ୩ଟି ଯାକ ବନ୍ଦର କାମ ଆଗେଇ ପାରୁନି।

ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ମୁହାଣରେ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୨୦୦୮ରେ କ୍ରିଏଟିଭ ପୋର୍ଟ ଡେଭ୍‌ଲପମେଣ୍ଟ ଲିଃ ଯାହା ଏବେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ ସହ ରିହାତି ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ସେତେ ମାତ୍ରାରେ ଆଗେଇ ପାରିନାହିଁ। ଏହି ବନ୍ଦର କାର୍ଯ୍ୟ ପ୍ରାରମ୍ଭିକ ଅବସ୍ଥାରେ ଥିବା ସରକାର ସୂଚନା ଦେଇଛନ୍ତି। ସେହିପରି ଏହାକୁ ସଂଯୋଗ କରୁଥିବା ବସ୍ତା-ବାଲିଆପାଳ-ଚୌମୁଖ ସମ୍ପ୍ରସାରଣ ପାଇଁ ସଡ଼କ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ଅମର୍ଦ୍ଦା ରୋଡ୍‌ ଷ୍ଟେଶନରୁ ରେଳପଥ ସଂଯୋଗୀକରଣ ନିମିତ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ରେଳପଥ ସର୍ଭେ କାର୍ଯ୍ୟ ସମାପ୍ତ କରାଯାଇ ରେଲ୍‌ଓ୍ବେ ବୋର୍ଡଙ୍କ ନିକଟରୁ ନୀତିଗତ ଅନୁମୋଦନ ପାଇସାରିଛି। ବର୍ତ୍ତମାନ ସାଉଥ୍‌ ଇଷ୍ଟର୍ନ ରେଲ୍‌ଓ୍ବେଙ୍କ ଟେକ୍ନିକାଲ ପ୍ରସ୍ତାବ କାର୍ଯ୍ୟ ଜାରି ରହିଛି। ଅସ୍ତରଙ୍ଗ ବନ୍ଦର କାର୍ଯ୍ୟ ମଧ୍ୟ ସମାନ ସ୍ଥିତିରେ ରହିଛି। ଏ ପର୍ଯ୍ୟନ୍ତ ଏହି ବନ୍ଦର କାମ ସେତେଟା ଆଗେଇ ପାରିନାହିଁ।

ପୁରୀ ଜିଲା ଅସ୍ତରଙ୍ଗଠାରେ ବନ୍ଦର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ବନ୍ଦର ବିକାଶ ସଂସ୍ଥା ନବଯୁବ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍‌ଙ୍କ ସହ ୨୨ ନଭେମ୍ବର୨୦୧୦ରୁ ରିହାତି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି କାମ ପୂର୍ବରୁ ଜମି ଅଧିଗ୍ରହଣ ନେଇ ହାଇକୋର୍ଟରେ ଦୀର୍ଘଦିନ ଧରି ମାମଲା ଚାଲିବା ପରେ ନିକଟରେ ଏହାର ସମାଧାନ ହୋଇଥିବା ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡିଛି। ସରକାରଙ୍କ ତଥ୍ୟ ମୁତାବକ, ଏହି ବନ୍ଦର ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ୭ଟି ଗ୍ରାମର ଅଧିବାସୀ ବିରୋଧ କରିଥିଲେ। ଏହି ଗ୍ରାମର ଅଧିବାସୀ ଏନେଇ ହାଇକୋର୍ଟରେ ୨୦୧୪ରେ ଏକ ରିଟ୍‌ ପିଟିଶନ ଦାଖଲ କରିଥିଲେ। ଗତ ଅଗଷ୍ଟ ୧୩ ତାରିଖରେ ଏହି କାର୍ଯ୍ୟ ଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ତେଣୁ ୨୦୧୦ରୁ ଏବେ ସୁଦ୍ଧା ହିସାବ କଲେ ୧୧ ବର୍ଷ ମଧ୍ୟରେ ବନ୍ଦର କାମ ଆରମ୍ଭ ହୋଇପାରି ନାହିଁ।

ସମାନଭାବେ ବିଭିନ୍ନ ସମସ୍ୟା କାରଣରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ବାମ ପାର୍ଶ୍ୱରେ ପ୍ରତିଷ୍ଠା ହେବାକୁ ଥିବା ନଦୀଭିତ୍ତିକ ବନ୍ଦର କାର୍ଯ୍ୟ ଏଯାଏ ଆରମ୍ଭ ହୋଇନାହିଁ। ଏହି ବନ୍ଦର ପ୍ରତିଷ୍ଠା ଲାଗି ବିକାଶ ସଂସ୍ଥା ଚୟନ ନିମନ୍ତେ ବିଡିଂ ପ୍ରୋସେସ୍‌ କରାଯାଇଥିଲେ ମଧ୍ୟ କୌଣସି ବିଡର ଏ ପର୍ଯ୍ୟନ୍ତ ଆବଶ୍ୟକ ବିଡ୍‌ ଡକ୍ୟୁମେଣ୍ଟ ଦାଖଲ କରିନାହାନ୍ତି। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପାରାଦୀପ ବନ୍ଦର ଟ୍ରଷ୍ଟଙ୍କ ଦ୍ୱାରା ଏହି ନଦୀଭିତ୍ତିକ ବନ୍ଦରର ନିର୍ମାଣ ତଥା ପରିଚାଳନା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ଦେଇଥିବା ମନ୍ତ୍ରୀ ପଦ୍ମନାଭ ବେହେରା ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri