ଆଗେଇପାରୁନି ପ୍ରସ୍ତାବିତ ୩ ବନ୍ଦର କାମ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ରାଜ୍ୟର ୩ ସ୍ଥାନ ବାଲେଶ୍ୱର ଜିଲାର ସୁବର୍ଣ୍ଣରେଖା ମୁହାଣ, ପୁରୀ ଜିଲାର ଅସ୍ତରଙ୍ଗ ଏବଂ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀର ବାମ ପାର୍ଶ୍ୱରେ ଏକ ନଦୀଭିତ୍ତିକ ବନ୍ଦର ସ୍ଥାପନ ଲାଗି ପ୍ରସ୍ତାବ ରହିଛି। ହେଲେ ଏଯାଏ ପ୍ରସ୍ତାବିତ ୩ଟି ଯାକ ବନ୍ଦର କାମ ଆଗେଇ ପାରୁନି।

ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ମୁହାଣରେ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୨୦୦୮ରେ କ୍ରିଏଟିଭ ପୋର୍ଟ ଡେଭ୍‌ଲପମେଣ୍ଟ ଲିଃ ଯାହା ଏବେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ ସହ ରିହାତି ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ସେତେ ମାତ୍ରାରେ ଆଗେଇ ପାରିନାହିଁ। ଏହି ବନ୍ଦର କାର୍ଯ୍ୟ ପ୍ରାରମ୍ଭିକ ଅବସ୍ଥାରେ ଥିବା ସରକାର ସୂଚନା ଦେଇଛନ୍ତି। ସେହିପରି ଏହାକୁ ସଂଯୋଗ କରୁଥିବା ବସ୍ତା-ବାଲିଆପାଳ-ଚୌମୁଖ ସମ୍ପ୍ରସାରଣ ପାଇଁ ସଡ଼କ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ଅମର୍ଦ୍ଦା ରୋଡ୍‌ ଷ୍ଟେଶନରୁ ରେଳପଥ ସଂଯୋଗୀକରଣ ନିମିତ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ରେଳପଥ ସର୍ଭେ କାର୍ଯ୍ୟ ସମାପ୍ତ କରାଯାଇ ରେଲ୍‌ଓ୍ବେ ବୋର୍ଡଙ୍କ ନିକଟରୁ ନୀତିଗତ ଅନୁମୋଦନ ପାଇସାରିଛି। ବର୍ତ୍ତମାନ ସାଉଥ୍‌ ଇଷ୍ଟର୍ନ ରେଲ୍‌ଓ୍ବେଙ୍କ ଟେକ୍ନିକାଲ ପ୍ରସ୍ତାବ କାର୍ଯ୍ୟ ଜାରି ରହିଛି। ଅସ୍ତରଙ୍ଗ ବନ୍ଦର କାର୍ଯ୍ୟ ମଧ୍ୟ ସମାନ ସ୍ଥିତିରେ ରହିଛି। ଏ ପର୍ଯ୍ୟନ୍ତ ଏହି ବନ୍ଦର କାମ ସେତେଟା ଆଗେଇ ପାରିନାହିଁ।

ପୁରୀ ଜିଲା ଅସ୍ତରଙ୍ଗଠାରେ ବନ୍ଦର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ବନ୍ଦର ବିକାଶ ସଂସ୍ଥା ନବଯୁବ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍‌ଙ୍କ ସହ ୨୨ ନଭେମ୍ବର୨୦୧୦ରୁ ରିହାତି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି କାମ ପୂର୍ବରୁ ଜମି ଅଧିଗ୍ରହଣ ନେଇ ହାଇକୋର୍ଟରେ ଦୀର୍ଘଦିନ ଧରି ମାମଲା ଚାଲିବା ପରେ ନିକଟରେ ଏହାର ସମାଧାନ ହୋଇଥିବା ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡିଛି। ସରକାରଙ୍କ ତଥ୍ୟ ମୁତାବକ, ଏହି ବନ୍ଦର ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ୭ଟି ଗ୍ରାମର ଅଧିବାସୀ ବିରୋଧ କରିଥିଲେ। ଏହି ଗ୍ରାମର ଅଧିବାସୀ ଏନେଇ ହାଇକୋର୍ଟରେ ୨୦୧୪ରେ ଏକ ରିଟ୍‌ ପିଟିଶନ ଦାଖଲ କରିଥିଲେ। ଗତ ଅଗଷ୍ଟ ୧୩ ତାରିଖରେ ଏହି କାର୍ଯ୍ୟ ଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ତେଣୁ ୨୦୧୦ରୁ ଏବେ ସୁଦ୍ଧା ହିସାବ କଲେ ୧୧ ବର୍ଷ ମଧ୍ୟରେ ବନ୍ଦର କାମ ଆରମ୍ଭ ହୋଇପାରି ନାହିଁ।

ସମାନଭାବେ ବିଭିନ୍ନ ସମସ୍ୟା କାରଣରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ବାମ ପାର୍ଶ୍ୱରେ ପ୍ରତିଷ୍ଠା ହେବାକୁ ଥିବା ନଦୀଭିତ୍ତିକ ବନ୍ଦର କାର୍ଯ୍ୟ ଏଯାଏ ଆରମ୍ଭ ହୋଇନାହିଁ। ଏହି ବନ୍ଦର ପ୍ରତିଷ୍ଠା ଲାଗି ବିକାଶ ସଂସ୍ଥା ଚୟନ ନିମନ୍ତେ ବିଡିଂ ପ୍ରୋସେସ୍‌ କରାଯାଇଥିଲେ ମଧ୍ୟ କୌଣସି ବିଡର ଏ ପର୍ଯ୍ୟନ୍ତ ଆବଶ୍ୟକ ବିଡ୍‌ ଡକ୍ୟୁମେଣ୍ଟ ଦାଖଲ କରିନାହାନ୍ତି। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପାରାଦୀପ ବନ୍ଦର ଟ୍ରଷ୍ଟଙ୍କ ଦ୍ୱାରା ଏହି ନଦୀଭିତ୍ତିକ ବନ୍ଦରର ନିର୍ମାଣ ତଥା ପରିଚାଳନା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ଦେଇଥିବା ମନ୍ତ୍ରୀ ପଦ୍ମନାଭ ବେହେରା ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?