ବନ୍ଦ ପଡ଼ିଛି ପ୍ରକଳ୍ପ, ବିଦ୍ୟୁତ୍‌ ବିଲ୍‌ ୮୦ ହଜାର

ଖଣ୍ଡପଡ଼ା,୧୧ା୧୦(ସ୍ବ.ପ୍ର.): ଦୀର୍ଘ ବର୍ଷ ହେଲା ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡିଛି। ବିଦ୍ୟୁତ୍‌ ତାର ଚୋରି ହେବା ପରେ ଏପରି ଅବସ୍ଥା ସୃଷ୍ଟି ହୋଇଛି। ତଥାପି ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିବା ଘଟଣା ପାଣି ପଞ୍ଚାୟତ ସଦସ୍ୟଙ୍କୁ ଚିନ୍ତାରେ ପକାଇଛି।
ଖଣ୍ଡପଡ଼ା ବ୍ଲ୍ଳକ, ଗଣିଆ ବିଦ୍ୟୁତ୍‌ ସେକ୍ସନ ଅଧୀନ ସିଧାମୂଳା ପଞ୍ଚାୟତର ସିଧାମୂଳା-୧, ସିଧାମୂଳା-୨, ଘୋଡ଼ାମାରୀଦ୍ୱାର-୧, ଘୋଡ଼ାମାରୀଦ୍ୱାର-୨ ବଳରାମପ୍ରସାଦ-୧ ଓ ଘୋଡ଼ାମାରୀଦ୍ୱାର-୨ ଏପରି ୬ଟି ଉଠାଜଳସେଚନ ପ୍ରକଳ୍ପ ୨୦୧୨ରୁ ପ୍ରତିଷ୍ଠା ହୋଇଥିଲା। ସେଥିରୁ ୩ଟି ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ସିଧାମୂଳାଠାରେ ଥିବା ଏକ ସ୍ବତନ୍ତ୍ର ସବ୍‌ଷ୍ଟେଶନରୁ ଏହି ସବୁ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ମାତ୍ର ସେହି ପ୍ରକଳ୍ପଗୁଡିକ ପାଣି ପଞ୍ଚାୟତ ଦାୟିତ୍ୱ ନେବା ପରଠାରୁ ଆଦୌ ଚାଲି ନ ଥିଲା। ଏହାର ୨ ମାସ ପରେ ବିଦ୍ୟୁତ୍‌ ତାର ଚୋରି ହୋଇଯାଇଥିଲା। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପଗୁଡିକ ଗତ ୮ ବର୍ଷ ହେବ ଅଚଳ ହୋଇ ପଡିରହିଛି। ଅପରପକ୍ଷେ ବଳରାମ ପ୍ରସାଦ-୧ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୨ରେ ଠିକାଦାରଙ୍କ ଦ୍ୱାରା ସମ୍ପନ୍ନ ହେବାପରେ ବିଦ୍ୟୁତ୍‌ ସଂଯୋଗ କରାଯାଇ ଉଠା ଜଳସେଚନ ପ୍ରକଳ୍ପର ପାଣି ଟେଷ୍ଟ କରାଯାଇ ଉଠାଜଳ ସେଚନ ନିଗମ ପକ୍ଷରୁ ପ୍ରକଳ୍ପର ବିଲ୍‌ ପୈଠ କରାଯାଇଥିଲା। ପାଣି ପଞ୍ଚାୟତକୁ ପ୍ରକଳ୍ପ ହସ୍ତାନ୍ତର ପରଠାରୁ ଆଉ ପ୍ରକଳ୍ପଟି ଚାଲି ନ ଥିଲା। ବିଦ୍ୟୁତ୍‌ ତାର ଚୋରି ହେବା ପରେ ସଂପୃକ୍ତ ପ୍ରକଳ୍ପର ମୋଟର ଓ ପାଇପ୍‌ ଏବଂ ଆନୁଷଙ୍ଗିକ ସରଞ୍ଜାମଗୁଡ଼ିକ ଖୋଲାଯାଇ ପାଣି ପଞ୍ଚାୟତର ସଭାପତିଙ୍କ ପାଖରେ ମହଜୁଦ ରହିଛି। ମାତ୍ର ବିଭିନ୍ନ ସମୟରେ ବିଦ୍ୟୁତ୍‌ ବିଲ୍‌ ଆସୁଛି। କୋଭିଡ୍‌ କଟକଣା ଯୋଗୁ ଚାଷୀମାନେ ହାତବାନ୍ଧି ବସିଥିବା ବେଳେ ଗତ ଲଘୁଚାପ ଲଗାଣ ବର୍ଷା ଚାଷୀମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏହି ସମୟରେ ଟିପିସିଓଡିଏଲ୍‌ ପକ୍ଷରୁ ପାଣି ପଞ୍ଚାୟତ ସଭାପତି ସନାତନ ଲେଙ୍କାଙ୍କ ପାଖକୁ ଆସନ୍ତା ୧୮ ତାରିଖରେ ୮୦ ହଜାର ୫୧୧ ଟଙ୍କା ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ମେସେଜ ଆସିଛି।ଗତ ନଭେମ୍ବରରେ ବଳରାମ ପ୍ରସାଦ-୧ ବରଦାତ୍ରୀ ମା’ମଙ୍ଗଳା ପାଣି ପଞ୍ଚାୟତ ସଭାପତି ସନାତନ ଲେଙ୍କାଙ୍କ ନାମରେ ୭୩ ହଜାର ୨୩୩ ଟଙ୍କା ବିଦ୍ୟୁତ୍‌ ବିଲ ଆସିଥିଲା।
ଏ ସମ୍ପର୍କରେ ନୟାଗଡ଼ ଉଠାଜଳସେଚନ ଡ଼ିଭିଜନର ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ଦାଶଙ୍କ ସହ ଯୋଗାଯୋଗ କରିବାରେ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଇ ବିଦ୍ୟୁତ୍‌ ସଂଯୋଗ ପରେ ପାଣି ଟେଷ୍ଟିଂ କରାଯାଇ ସମ୍ପୃକ୍ତ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। ପରବର୍ତ୍ତୀ ସମୟରେ ପ୍ରକଳ୍ପର ସମସ୍ତ ଦାୟିତ୍ୱ (ଜମିକୁ ଜଳସେଚନ କରିବାଠାରୁ ଆରମ୍ଭ କରି ପ୍ରକଳ୍ପର ମରାମତି ଓ ରକ୍ଷଣାବେକ୍ଷଣ ସହିତ ବିଦ୍ୟୁତ୍‌ ବିଲ୍‌ ପୈଠ) ପାଣି ପଞ୍ଚାୟତ ଉପରେ ନ୍ୟସ୍ତ ରହିଛି। ବିଭାଗର କୌଣସି ଦାୟିତ୍ୱ ନାହିଁ। ଅପରପକ୍ଷେ ଗଣିଆ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ଞାନରଞ୍ଜନ ସାହୁଙ୍କ ସହ ଯୋଗାଯୋଗ କରିବାରେ ପ୍ରକଳ୍ପ ନ ଚାଲିଲେ ମଧ୍ୟ ବିଦ୍ୟୁତ୍‌ ବିଲ୍‌ ଅଟୋମେଟିକ ଭାବେ ବଢ଼ୁଛି। ଯେତେବେଳେ ସମ୍ପୃକ୍ତ ପ୍ରକଳ୍ପକୁ ଚାଲୁ କରାଯିବ ସେତେବେଳେ ବିଲ୍‌ ରିଭିଜନ ହୋଇ ମିଟର ରିଡିଂ ଅନୁସାରେ ବିଲ୍‌ ହେବ ବୋଲି ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?