ଅପାରଗତା ଅଟକାଇଛି ପ୍ରକଳ୍ପ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ପର୍ଯ୍ୟଟନ ବିଭାଗର ଆନ୍ତରିକତା ଅଭାବରୁ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ସେତେଟା ଆଖିଦୃଶିଆ ବିକାଶ ହୋଇପାରୁ ନାହିଁ। ସରକାର ପ୍ରତ୍ୟେକ ବର୍ଷ ବଜେଟରେ ପର୍ଯ୍ୟଟନ ବିଭାଗ ପାଇଁ ବ୍ୟୟ ବୃଦ୍ଧି କରି ଚାଲିଥିଲେ ମଧ୍ୟ ଅପାରଗ ଅଧିକାରୀମାନଙ୍କ ଯୋଗୁ ତାହା ଠିକଣା ବାଟରେ ଲାଗିପାରୁନାହିଁ। ଆରମ୍ଭ ହୋଇଥିବା ଅନେକ ଯୋଜନା ଅଧାପନ୍ତରିଆ ହୋଇ ପଡ଼ିରହିଛି। ବିଭାଗୀୟ ସଚିବ ବଦଳିଯିବା ପରେ ଅଧା ରହିଥିବା ଯୋଜନାକୁ ଅଣଦେଖା କରାଯାଉଛି। ସେହି ଯୋଜନାରେ ଖର୍ଚ୍ଚ ହୋଇଥିବା ଅର୍ଥ ମଧ୍ୟ ବେକାର ହୋଇଯାଉଛି। ପୁରୀ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଶାମୁକା’ ବିଚ୍‌ ପ୍ରକଳ୍ପ ଉଦାହରଣ ଭାବେ ନିଆଯାଇପାରେ। ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଗତିଶୀଳ କରିବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ପୁରୀକୁ ଆକୃଷ୍ଟ କରିବା ଲାଗି ୨୦୧୫ରେ ସିପସରୁବାଲିଠାରେ ୯୭୨ ଏକର ଜମିରେ ଶାମୁକା ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପରେ ବିଳାସପୂର୍ଣ୍ଣ ହୋଟେଲ ସହିତ ଗଲ୍‌ଫ କୋର୍ଟ ଇତ୍ୟାଦି କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ପାଣି, ସଡ଼କ ଓ ବିଦ୍ୟୁତ୍‌ ସଂଯୋଗ ସକାଶେ ପ୍ରଥମ ପର୍ଯ୍ୟାୟରେ ୧୨୦ କୋଟି ଟଙ୍କା ଯୋଗାଇ ଦେଇଥିଲେ। ୬ ବର୍ଷ ପରେ ସେହି ପ୍ରକଳ୍ପ ଅଧାରେ ପଡ଼ିରହିଛି। ସେହିପରି କପିଳାସ ଓ ଧଉଳିରେ ରୋପ୍‌ଓ୍ବେ ମଧ୍ୟ ଅଧାପନ୍ତରିଆ ହୋଇ ରହିଛି। ପର୍ଯ୍ୟଟନ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ କହିବା ଅନୁଯାୟୀ ବିଭାଗ ଗତ ୩୦ ବର୍ଷ ମଧ୍ୟରେ ଆଖିଦୃଶିଆ ପର୍ଯ୍ୟଟନ କ୍ଷେତ୍ର ବିକାଶ କରିବାରେ ବିଫଳ ହୋଇଛି। ପ୍ରକଳ୍ପ ଦାୟିତ୍ୱରେ ଥିବା ଉପରିସ୍ଥ ଅଧିକାରୀମାନଙ୍କର ବଦଳି ଓ ଆନ୍ତରିକତା ଅଭାବ ଯୋଗୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହୋଇପାରୁ ନାହିଁ।
ଅନ୍ୟପକ୍ଷରେ କୋଭିଡ୍‌ ମହାମାରୀ ଯୋଗୁ ଗତ ୨ ବର୍ଷ ହେବ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି। ୨୦୨୦ ମାର୍ଚ୍ଚ ପରେ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୭୦ ପ୍ରତିଶତ କମିଛି। ଏହି କ୍ଷେତ୍ର ଉପରେ ନିର୍ଭର କରି ଚଳୁଥିବା ଲକ୍ଷାଧିକ ଲୋକ ଜୀବିକା ହରାଇ ଦୁର୍ଦ୍ଦଶା ଭୋଗୁଛନ୍ତି। ପର୍ଯ୍ୟଟନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାକୁ ୨୦୧୫-୧୬ରେ ୧.୨୧କୋଟି ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୧୬-୧୭ରେ ୧.୩୧ କୋଟି, ୨୦୧୭-୨୦୧୮ରେ ୧.୪୩ କୋଟି, ୨୦୧୮-୧୯ରେ ୧.୫୬ କୋଟି ଏବଂ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ୧.୫୧ କୋଟି ଆସିଛନ୍ତି। ତେବେ କରୋନା ମହାମାରୀ ଯୋଗୁ ୨୦୨୦ରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ୭୦ ପ୍ରତିଶତ ହ୍ରାସ ଘଟିଥିଲା। ଲକ୍‌ଡାଉନ ଖୋଲିବା ପରେ ମାତ୍ର ୪୬ ଲକ୍ଷ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିଥିବା ସୂଚନା ମିଳିଛି।
ଏହି କ୍ଷେତ୍ରକୁ ପୁନର୍ଜୀବିତ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟରେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଛି। ଏହି ଅବସରରେ ପର୍ଯ୍ୟଟନ ଶିଳ୍ପକୁ ଚଳଚଞ୍ଚଳ କରିବାକୁ ପର୍ଯ୍ୟଟନ ବିଭାଗ ଶାସ୍ତ୍ରୀୟ ନୃତ୍ୟ, କୋଣାର୍କ ମହୋତ୍ସବ, ବାଲୁକା ମହୋତ୍ସବ, ମ୍ୟୁଜିକାଲ ଇଭେଣ୍ଟ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଉ ୭-୮ଟି ଇକୋ ରିଟ୍ରିଟ୍‌ କରିବାକୁ ଯୋଜନା କରିଛି। ରାଜ୍ୟ ସରକାର ରାଜ୍ୟସ୍ତରୀୟ ଉତ୍ସବ କୋରାପୁଟ ଜିଲାର ପରବ ଏବଂ ବାରିପଦାର ଛଉ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ପର୍ଯ୍ୟଟକମାନଙ୍କୁ ଉତ୍ତମ ବ୍ୟଞ୍ଜନ ପରଷିିଦେବାକୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଭଳି ପୁରୀ ବ୍ଲ୍ୟୁ ଫ୍ଲାଗ ବିଚ୍‌ ଏବଂ ସମ୍ବଲପୁରରେ ଥିବା ରାଣୀ ବାକରୀ ହୋଟେଲରେ ସୁସ୍ବାଦୁ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଶୀତଋତୁ ଆରମ୍ଭ ହୋଇଥିବାରୁ ପୁରୀ, ଗୋପାଳପୁର, କୋଣାର୍କ, ଚିଲିକା, ପାରାଦୀପ, ଦାରିଙ୍ଗବାଡ଼ି, କୋରାପୁଟ ଭଳି ପର୍ଯ୍ୟଟନ ସ୍ଥଳରେ ଭିଡ଼ ଜମିଲାଣି। ଇକୋ ରିଟ୍ରିଟ୍‌ଗୁଡ଼ିକରେ ସାମିଲ ହେବା ପାଇଁ ଅନ୍‌ଲାଇନ ବୁକିଂ ଆରମ୍ଭ ହେଲାଣି। ଦେଶ ଓ ରାଜ୍ୟ ଭିତର ପର୍ଯ୍ୟଟକମାନଙ୍କର ସଂଖ୍ୟା ବଢୁଥିବାବେଳେ ବିଦେଶୀ ପର୍ଯ୍ୟଟକମାନଙ୍କର ଆଗମନ ଆହୁରି ବିଳମ୍ବ ହେବ। କୋଭିଡ୍‌ ମହାମାରୀ ସମ୍ପୂର୍ଣ୍ଣ ଟଳି ନ ଥିବାରୁ ଟୁର୍‌ ଅପରେଟରମାନେ ମଧ୍ୟ ସେମାନଙ୍କର ବ୍ୟବସାୟ ଆରମ୍ଭ କରିନାହାନ୍ତି। ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ରାଜ୍ୟରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ସଂକ୍ରମଣ ବର୍ତ୍ତମାନର ସ୍ଥିତିରୁ ଆଗକୁ ନ ଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବ। ଗତ କିଛିମାସ ଧରି ଅଚଳ ହୋଇ ରହିଥିବା ପର୍ଯ୍ୟଟନ କ୍ଷେତ୍ର ପୁଣି ଚଳଚଞ୍ଚଳ ହୋଇଉଠିବ। ସେଥିପାଇଁ ରାଜ୍ୟସ୍ତରୀୟ ଓ ଜିଲାସ୍ତରୀୟ ମହୋତ୍ସବର ଆୟୋଜନ କରାଯାଉଛି। ଆଗାମୀ ଦିନରେ ରୋଡ୍‌ ଶୋ’ କରିବା ପାଇଁ ଯୋଜନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri