ସୁବିଧାବାଦର ସିଦ୍ଧାନ୍ତ

ଗାଜାରେ ଶୀଘ୍ର, ନିଃସର୍ତ୍ତ ତଥା ଏକ ଲମ୍ବା ଯୁଦ୍ଧ ବିରତି ଦାବି କରାଯାଇ ଜୁନ୍‌ ୧୨ରେ ଜାତିସଂଘ ସାଧାରଣ ସଭାରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। କ୍ଷୁଧାକୁ ଯୁଦ୍ଧର ଏକ ଅସ୍ତ୍ର ଭାବେ ଇସ୍ରାଏଲ ବ୍ୟବହାର କରୁଛି ବୋଲି ଏଥିରେ ଦର୍ଶାଯାଇଥିଲା। ଏହା ସପକ୍ଷରେ ୧୪୯ଟି ଦେଶ ଭୋଟ ଦେଇଥିବାବେଳେ ଆମେରିକା ଓ ଇସ୍ରାଏଲ ଏହାକୁ ବିରୋଧ କରିଥିଲେ। ଭାରତ ଭୋଟଦାନରୁ ନିବୃତ୍ତ ରହିଥିଲା। ଭାରତ ବାରମ୍ବାର ଭୋଟିଂରୁ ଦୂରେଇ ରହିବା ଧାରା ଜାରି ରଖିଆସିଛି। ଏଥିରେ ଅନେକେ ଭାରତୀୟ ନିରାଶ ହୋଇଛନ୍ତି, କାରଣ ପାଲେଷ୍ଟାଇନ ଓ ତାହାର ନାଗରିକଙ୍କ ପ୍ରତି ରହି ଆସିିଥିବା ଭାରତର ଦୀର୍ଘଦିନର ସମ୍ପର୍କ ତୁଟିଯାଇଛି। କିନ୍ତୁ ଏହା ଭାଜପାର ମୂଳ ହିନ୍ଦୁତ୍ୱ ବିଚାରଧାରାକୁ ଦୃଷ୍ଟିରେ ରଖି କରାଯାଉଛି। ଅନ୍ୟପଟେ ନିକଟରେ ଭାରତ-ପାକିସ୍ତାନ ଯୁଦ୍ଧରେ ବିଶ୍ୱ ଯେଉଁ ଦୃଷ୍ଟିକୋଣ ପ୍ରକାଶ କରିଆସିଛି ସେଥିରେ ସରକାରଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେ ଦେଶଗୁଡ଼ିକୁ ଆମ ସମର୍ଥନରେ ଆଣି ପାରିଲୁ ନାହିଁ। ମୋଦିଙ୍କ ଶାସନରେ ଭାରତର ବୈଦେଶିକ ନୀତିକୁ ସମାଲୋଚନା କରିବା ସ୍ତମ୍ଭର ଉଦ୍ଦେଶ୍ୟ ନୁହେଁ, ବରଂ ଭଲ ଭାବେ ବୁଝାଇବା ପାଇଁ ଏହା ଏକ ପ୍ରୟାସ। ୧୯୫୦ ଦଶନ୍ଧିରେ ଜନସଂଘ ରୂପରେ ଭାଜପା ତାହାର ଇସ୍ତାହାରରେ ବୈଦେଶିକ ନୀତି ସିଦ୍ଧାନ୍ତ ସମ୍ପର୍କରେ ବହୁତ କମ୍‌ ଦର୍ଶାଇଛି। ତେବେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କ ଲେଖାର ସିଦ୍ଧାନ୍ତରେ ଯାହା ବର୍ଣ୍ଣନା କରିଛନ୍ତି ସେଥିରେ ଭାରତ ବିଶ୍ୱରେ କ’ଣ କରିବାକୁ ଚେଷ୍ଟା କରୁଛି ତାହା ଆମେ ବୁଝିପାରିବା। ଜୟଶଙ୍କର ମନେକରନ୍ତି ଯେ, ଆମ ସମୟରେ ଆମେରିକା ଓ ୟୁରୋପ ସେମାନଙ୍କ ନିଜସ୍ବ ବିଚାରକୁ ସାମ୍ନାକୁ ଆଣିବେ ଏବଂ ଚାଇନା ଆଗକୁ ବଢ଼ି ଚାଲିବ। ଭାରତ ଭଳି ସବୁଦେଶ ବିଶ୍ୱର ଅନ୍ୟଦେଶଗୁଡ଼ିକ ସହ ସେମାନଙ୍କ ସମ୍ପର୍କ ବଢ଼ାଇ ଲାଭ ଉଠାଇବେ ଏବଂ ଏଥିପାଇଁ ସେମାନଙ୍କ ସକାଶେ କୌଣସି ମାନଦଣ୍ଡ ବା ସଙ୍ଗତି ଦରକାର ନ ଥିଲା। ଭାରତ ଏସିଆର ସବୁଦେଶ ମଧ୍ୟରେ ଏକ ଆଞ୍ଚଳିକ ନେତୃତ୍ୱର ସହଭାଗିତା ଓ ସମ୍ପର୍କ ଚାହଁୁଥିଲା, ଯେଉଁଥିରେ ଚାଇନା ସହିତ ସମାନ ବୋଲି ଦାବି କରିପାରିବ। ଜୟଶଙ୍କର ଲେଖିଛନ୍ତି, ଅନେକ ଦାୟିତ୍ୱ ଏକାବେଳକେ ତୁଲାଇବାକୁ ପଡ଼ିବ ଏବଂ ଭାରତ ସେଗୁଡ଼ିକୁ ଦକ୍ଷତାର ସହ ନିୟନ୍ତ୍ରଣ କରିବାକୁ ହେବ। ଏହା ହେଲା ସୁବିଧାବାଦ ଏବଂ ତାହା ସବୁ ଠିକ୍‌ ଥିଲା, କାରଣ ସୁବିଧାବାଦ ଭାରତର ସଂସ୍କୃତିରେ ହିଁ ରହିଛି ବୋଲି ସେ ଆମକୁ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଇସ୍ରାଏଲ ଦ୍ୱାରା ଚାଲିଥିବା ଗଣହତ୍ୟା ଓ ଶିଶୁକ୍ଷୁଧା ବିରୋଧରେ ଭୋଟ ଦେବାରୁ ବିରତ ରହିବା ବିଷୟକୁ ଆମେ ବୁଝିବା ଉଚିତ। ନୀତିରେ ଅସଙ୍ଗତି ରହିବା ଭଲ ଓ ଦରକାର ମଧ୍ୟ, କାରଣ ସୁସଙ୍ଗତିକୁ ଅଧିକ ଚାହଁିବା ଯୋଗୁ ସ୍ଥିତିରେ ପରିବର୍ତ୍ତନ ହେଲା ନାହିଁ। ଏଣୁ ଏହି ସିଦ୍ଧାନ୍ତକୁ କ’ଣ କୁହାଯିବ? ଜୟଶଙ୍କର ସୁବିଧାବାଦ ଓ ଅସଙ୍ଗତିର ସିଦ୍ଧାନ୍ତ ବିଷୟ ପ୍ରଥମେ ବୁଝାଇବା ସହ କହିଥିଲେ ଯେ, ଗୋଟିଏ ନାମ (ସିଦ୍ଧାନ୍ତର) ବିଷୟରେ ଚିନ୍ତା କରିବା କଷ୍ଟକର। ସେ ‘ମଲ୍ଟି ଆଲାଇନ୍‌ମେଣ୍ଟ’ ଓ ‘ଇଣ୍ଡିଆ ଫାଷ୍ଟ’ ଭଳି ଖଣ୍ଡବାକ୍ୟ ସାମ୍ନାକୁ ଆଣିଛନ୍ତି ଓ ଖାରଜ କରିଛନ୍ତି। ସେ ‘ବିକାଶଶୀଳ ସମୃଦ୍ଧି ଓ ପ୍ରଭାବ’ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି, ଯାହାକୁ ଠିକ୍‌ କହିଛନ୍ତି, କିନ୍ତୁ ବିଚାରଗୁଡ଼ିକ ଆକର୍ଷଣୀୟ ନୁହେଁ। ସେ ବିଶ୍ୱାସ କରନ୍ତି, ଯଦି ଅଧିକ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ ତେବେ ଏହା ପାଇଁ କିଛି ନାମ ଧୀରେ ଧୀରେ ଆସିବ। କାରଣ ସମସ୍ୟା ହେଉଛି, ଆମେ ଏଯାବତ ଏକ ବୃହତ୍‌ ପରିବର୍ତ୍ତନର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛୁ।
ବାସ୍ତବରେ କୌଣସି ପ୍ରକାରେ ଏହା ଏକ ବୈଦେଶିକ ନୀତି ନୁହେଁ ବୋଲି ବିରୋଧୀ ସୂଚିତ କରିବେ। ଯାହାସବୁ ଆରମ୍ଭରୁ ଘଟି ଆସୁଥିଲା, ତାହାକୁ ଘୋଡ଼ାଇବା ପାଇଁ ଏହା ଉଦ୍ଦିଷ୍ଟ ଥିଲା। ତାହାସବୁ ତାମ୍‌ସା ଓ ସମାରୋହରେ ମୋଦିଙ୍କ ଆଗ୍ରହ ଏବଂ ପରିବର୍ତ୍ତନକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଉପସ୍ଥାପନ କରାଯାଉଥିଲା। ବିରୋଧୀ ମଧ୍ୟ ପଚାରିବେ, ଭାଜପାର ଭାଷଣବାଜିରୁ କାହିଁକି ଜୟଶଙ୍କରଙ୍କ ସିଦ୍ଧାନ୍ତ ହଟିଗଲା। ଏଠାରେ ଭାରତ ପାଇଁ କୌଣସି ଭୂମିକା ନାହିଁ। ଏଠାରେ କୌଣସି ବସୁଧୈବ କୁଟୁମ୍ବକମ୍‌ ଶୈଳୀ ନାହିଁ କିମ୍ବା ବିଶ୍ୱଗୁରୁ ପ୍ରକାରର ଶବ୍ଦାଡ଼ମ୍ବର ନାହିଁ। ଏହାସହ ଜୟଶଙ୍କରଙ୍କ ‘ନାମହୀନ’ ସିଦ୍ଧାନ୍ତ ସବୁପ୍ରକାର ନୀତିନୈତିକତାରୁ ହଟିଯାଇଛି। ଏଥିପାଇଁ ଭାରତ ବିଶ୍ୱ ସହ ଜଡ଼ିତ ହୋଇପାରୁ ନାହିଁ। ଦେଖିବାକୁ ଗଲେ, ବିଶ୍ୱ ହେଉଛି ଏକ ଦେଣନେଣର ସ୍ଥାନ ଏବଂ ଭାରତ ଏଥିରୁ ଲାଭ ନେବା ପାଇଁ ତାହାର ଦକ୍ଷତାକୁ ଯଥେଷ୍ଟ ବୃଦ୍ଧି କରିବାକୁ ପଡ଼ିବ। ଏହି ବିଚାରରେ, ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ୟୁକ୍ରେନ୍‌ ଯୁଦ୍ଧରୁ ଏବଂ ରୁଷିଆରୁ ଶସ୍ତା ତେଲ କିଣି ଲାଭ ଉଠାଇବାର ଥିଲା। ୟୁରୋପ ଶକ୍ତି ପାଇଁ ରୁଷିଆ ଗ୍ୟାସ୍‌ ଉପରେ ନିର୍ଭରଶୀଳ ହୋଇଥିବାରୁ ରୁଷିଆରୁ ଏହା କିଣିବା ପାଇଁ ପ୍ରାୟତଃ ଅନ୍ୟ ଦେଶଗୁଡ଼ିକ ଉପରେ ଚାପ ପକାଇବା କଷ୍ଟକର ଥିଲା। ଏଣୁ ଚାଇନା ସହ ଭାରତ ଲାଭ ଉଠାଇବା ପାଇଁ ତେଲ କିଣିଲେ। ଏହା କେତେ ଶସ୍ତା ଥିଲା? ଏପ୍ରିଲ-ଡିସେମ୍ବର ମଧ୍ୟରେ ଆମଦାନୀ ହେଉଥିବା ଅଶୋଧିତ ତୈଳର ହାରାହାରି ମୂଲ୍ୟ ବ୍ୟାରେଲ ପିଛା ୯୯.୨ ଡଲାର ଥିଲା। ରୁଷିଆ ତେଲକୁ ଛାଡ଼ିଦେଲେ, ଅନ୍ୟ ତେଲର ହାରାହାରି ମୂଲ୍ୟ ୧୦୧.୨ ଡଲାର ଥିଲା, ଅର୍ଥାତ୍‌ ବ୍ୟାରେଲ ପିଛା ଲାଭ ୨ ଡଲାର ରହୁଥିଲା, ଯାହା ଆମେ ତୈଳ ମୂଲ୍ୟରେ ଦେଖୁଛୁ, ସେହି ଲାଭ ଭାରତୀୟଙ୍କ ପାଖକୁ ଆସିଲା ନାହିଁ, ବରଂ ଧନୀ ହେଲେ ପ୍ରାଇଭେଟ ରିଫାଇନରମାନେ। ଏହି ସିଦ୍ଧାନ୍ତ ଉଭୟ ପକ୍ଷରେ କାମ କରିବ ବୋଲି ଜୟଶଙ୍କର ଆକଳନ କରିଥିବା ଜଣାପଡ଼ୁନାହିଁ। ସେ ପରିକଳ୍ପନା କରିଥିବା ଏଭଳି ଏକ ବିଶ୍ୱରେ ଭାରତ ଭଳି ଲାଭ ଉଠାଇବାକୁ ଅନ୍ୟମାନେ ଚାହିଁବେ ଓ ଏହାକୁ ସୁବିଧାବାଦୀ ଶୈଳୀ ଭାବେ ଗ୍ରହଣ କରିବେ। ଆମର ବିଶ୍ୱ ସ୍ତରରେ ପହଞ୍ଚତ୍ବା ଲାଗି କାହିଁକି ଏଭଳି ଏକ ମାନ୍ଦା ପ୍ରତିକ୍ରିୟା ଗ୍ରହଣ କରିଛୁ ତାହା ବୁଝିବାରେ ଏହା ସାହାଯ୍ୟ କରିପାରେ। ଆମେ ବିଶ୍ୱ ସହ ଅଧିକ ଦେଣନେଣରେ ଜଡ଼ିତ ହେବାକୁ ଚାହଁୁଛୁ, ଯାହା ଜାତିସଂଘ ଭୋଟରୁ ସାମ୍ନାକୁ ଆସିଛି। ପ୍ରମୁଖ ଶକ୍ତିଗୁଡ଼ିକ ଏହାକୁ ବୁଝିଛନ୍ତି ଓ ଗ୍ରହଣ କରିଛନ୍ତି ଏବଂ ଏହା ବଦଳରେ ସେମାନେ ଆମ ସହ ଦେଣନେଣ କରିବେ। ଏହା ଭଲ, ଖରାପ ନା ଭିନ୍ନ ବୈଦେଶିକ ନୀତି, ତାହା ପାଠକେ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?